I'm Subhabrata and I love to read StoryMirror contents.
Share with friends
"ପିତାମାତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ସହ ତାଙ୍କୁ ଖୁସିରେ ରଖିବା ଓ ତାଙ୍କର ପ୍ରତିଟି ଅଭିଳାଷକୁ ଚରିତାର୍ଥ କରିବା ହିଁ ମୋ ହୃଦୟର ଇଚ୍ଛା"
"ସମ୍ପୂର୍ଣ୍ଣ ଶାରୀରିକ ଓ ମାନସିକ ସୁସ୍ଥତା ହିଁ ଏକ ପରିପୂର୍ଣ୍ଣ ଜୀବନର ମୂଳ ଲକ୍ଷ୍ୟ, ଉତ୍ତମ ଜୀବନଚର୍ଯ୍ୟା, ନିୟମିତ ଶୁଦ୍ଧ ଖାଦ୍ୟପେୟ ଗ୍ରହଣ ଓ ଶାରୀରିକ ଶ୍ରମ ଦ୍ଵାରା ହିଁ ସୁନ୍ଦର ସ୍ୱାସ୍ଥ୍ୟ ଗଠନ ହୋଇପାରେ"
"ପୁସ୍ତକକୁ ଯିଏ ନିଜର ସର୍ବଶ୍ରେଷ୍ଠ ସାଥୀରୂପେ ବାଛିଦିଏ ସେ କୌଣସି ସମୟରେ ବି ଏକାକିତ୍ତ୍ଵ ଅନୁଭବ କରେନି... ପୁସ୍ତକଟି ମନକୁ ସର୍ବଦା ସତେଜ ରଖିବା ସହ ନୂତନ ଭାବନା ଉଦ୍ରେକ କରିଥାଏ"
"ମଣିଷ ଜୀବନର ସବୁଠାରୁ ଚରମ ଶତ୍ରୁ ହେଉଛି କ୍ରୋଧ, ଏହା ମଣିଷର ହିତାହିତ ଜ୍ଞାନ ନଷ୍ଟ କରି ବୁଦ୍ଧି ଭ୍ରଷ୍ଟ କରିଦେଇଥାଏ... ଯିଏ ଏହି ପରମ ଚଣ୍ଡାଳ କ୍ରୋଧ ଉପରେ ଜୟ ଲାଭ କରିପାରେ ତା ପାଇଁ ଜୀବନର କୌଣସି କାର୍ଯ୍ୟ ଅସାଧ୍ୟ ହୋଇ ରହେନାହିଁ"
"ଜୀବନରେ ଯଦି ନିଜର ସଦାଇପ୍ସିତ ଓ ଅଭିଳଷିତ ଇଚ୍ଛାକୁ ଚରିତାର୍ଥ କରିବାର ସ୍ଵପ୍ନ ଥାଏ ତେବେ ସମସ୍ତ ଖରାପ ଅଭ୍ୟାସକୁ ତ୍ୟାଗ କରି ସଚ୍ଚୋଟତାର ସହ ଆଗକୁ ବଢ଼ିବାକୁ ହୁଏ"
"ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ସଦୃଶ, ସଫଳତା ରୂପକ ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ଜୀବନରେ ଆସୁଥିବା ବିଫଳତାରୁ ଶିକ୍ଷା ନେଇ ତ୍ରୁଟିରେ ସଂଶୋଧନ ଆଣିପାରିଲେ ଲକ୍ଷ୍ୟପ୍ରାପ୍ତି ସହଜ ହୋଇଥାଏ"