ବେଳେବେଳେ କିଛି କଥା ଓଠ ବଦଳରେ ଆଖି କହିବାକୁ ଚାହିଁଥାଏ ହେଲେ ଆଖି କହୁଥିବା କଥାକୁ ବୁଝିବା ପାଇଁ ଏକ ଦରଦୀ ହୃଦୟର ଆବଶ୍ୟକତା ଥାଏ।
କିଛି ସମ୍ପର୍କ ପାଣି ଫୋଟକା ପରିକା ହୋଇଥାଏ
କିଛି ସମୟ ପାଇଁ ତ ଖୁବ୍ ଆନନ୍ଦ ଦେଇଥାଏ
ତାପରେ ପାଣିରେ ମିଳେଇ ଯାଇଥାଏ।
ମୁଁ ଚୁପ୍ ହୋଇଯାଏ ସେତେବେଳେ ଯେତେବେଳେ ମୁଁ ଅନୁଭବ କରେ ମୋ ନିରବତା ମୋ ଅଭିବ୍ୟକ୍ତି ଠାରୁ ଅଧିକ ଭାବ ପ୍ରକାଶ କରେ ।
ତତେ ହରେଇବାର ଭୟରେ ପ୍ରତିଦିନ ଡରି ଡରି ବଞ୍ଚିବା ଅପେକ୍ଷା ଗୋଟେ ଦିନ ତତେ ସମ୍ପୂର୍ଣ୍ଣ ହରେଇଦେଇ ସାରାଜୀବନ ଶାନ୍ତିରେ ବଞ୍ଚିବା ଆବଶ୍ୟକ।
ଯେଉଁଠି ତୁମ ଅଭିମାନର କୌଣସି ମୂଲ୍ୟ ନାହିଁ
ସେଠି ତୁମେ ତୁମ ସ୍ୱାଭିମାନ କୁ ଅଧିକ ଗୁରୁତ୍ବ ଦେବା ଉଚିତ୍ ।