@jitendranath-gahir

JitendraNath Gahir
Literary Colonel
73
Posts
127
Followers
2
Following

I'm JitendraNath and I love to read StoryMirror contents.

Share with friends

ଗୁରୁ ଜ୍ଞାନଦାତା  ଗୁରୁ ମୁକ୍ତିଦାତା ଗୁରୁ ହିଁ ତ ଭଗବାନ , ମଙ୍ଗଳ ବେଳାର ଏ ପୂଣ୍ୟ ତିଥିରେ ତାଙ୍କ ପାଦତଳେ କରୁଛି କୋଟି ନମନ ।"

"ଅନୁଭୂତି ଏକ ଏମିତି ଶିକ୍ଷକ ଗୁରୁ ଠାରୁ କମ୍ ନୁହେଁ, ଜିଜ୍ଞାସୁ ମନର ସନ୍ଦେହ କୁ ଯେତେ ପ୍ରତ୍ୟକ୍ଷ ଭାବରେ ଦୂରୀଭୂତ କରିଥାଏ । "

" ଅଯଥା କଥାରେ କ୍ରୋଧ କରନାହିଁ ମନକୁ ସଂଯତ କର, ରାଗ ରୋଷ କୋପ ଭଲ ନୁହେଁ ବନ୍ଧୁ ପ୍ରେମ ବିଶ୍ବାସରେ ଅନ୍ଯର ହୃଦୟ ଭର ।"

"ନିଶା ଖାଇବାଟା ଛାଡି ଦିଅ ବନ୍ଧୁ ଖରାପ ଅଭ୍ୟାସ ଅଟେ, ହଜେଇ ଦିଏ ସେ ହିତାହିତ ଜ୍ଞାନ ନିତି ଖାଉଥିଲେ ନେଇ ଯାଏ ଭୁଲ୍ ବାଟେ ।"

"ଭୟ ଲାଗେ ଆଜି ଦୁନିଆଁକୁ ଦେଖି କେମିତି ବଞ୍ଚିବି କହ, କେଉଁ ଭରସାରେ ବିଶ୍ବାସ କରିବି ବନ୍ଧୁ ବାନ୍ଧବଙ୍କୁ ଏଠି ସମସ୍ତେ ତ ସ୍ବାର୍ଥପର ?"

"ବିଫଳ ହେଲେ ବି ଆତ୍ମବଳ ଥିଲେ ହାରେ ନାହିଁ କେବେ ନର, ସବୁ ପରକାର ବାଧା ବନ୍ଧନକୁ ପାଦେ ଦଳିଦେଇ ଇତିହାସ ରଚେ ବୀର ।"

"ସୁଯୋଗ ଯାଇଛି ସମୟ ଯାଇନି କାହିଁକି ବସିଛ ରହି , ନୂଆ ଆଶା ନେଇ କାମ କରି ଚାଲ ସମୟ ତୁମର ବିଳମ୍ବିତ ହୋଇନାହିଁ ?"

"ବଞ୍ଚି ଥିବା ଯାଏଁ ଛାଡି ଦେବି ନାହିଁ ଧରି ଥିବି ତୋର ହାତ, ବିଶ୍ୱାସର ଏଇ ସର୍ମ୍ପକର ଖିଏ ଛିଣ୍ଡିବନି କେବେ ମନେ ରଖିଥିବୁ ମିତ ।"

"ଭ୍ରମଣ ଗୋଟିଏ ଏମିତି ପୁସ୍ତକ ଯିଏ ଯଦି ଥରେ ପଢିଛି ଲୋଡା ନାହିଁ ଆଉ ବହି ପଢିବାକୁ ପୁରା ବୁଝିଯିବ ଅନୁଭବ ରୁ ମୁଁ କହୁଛି।"


Feed

Library

Write

Notification
Profile