STORYMIRROR

#ପ୍ରତିଯୋଗିତାର ନାମ - ଚିଠିରେ ଚିଠିରେ

SEE WINNERS

Share with friends

ପ୍ରତିଯୋଗିତାର ନାମ - ଚିଠିରେ ଚିଠିରେ 


ପରିଚୟ : 

ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଆଗମନ ପୂର୍ବରୁ ଆମ ନିତିଦିନିଆ ଜୀବନରେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ଥିଲା ଚିଠି । କେବଳ ଯୋଗାଯୋଗ ନୁହଁ ଚିଠି ଦ୍ୱାରା ଆମ ଭିତରେ ଏକ ଅତ୍ମୀୟତା ମଧ୍ୟ ଜଡ଼ିତ ଥିଲା । ଯାହା ଦୂରରେ ଥିବା ସେହି ମଣିଷଟିକୁ ପାଖରେ ପାଇବାର ଅନୁଭବ ଆଣିଦେଉଥିଲା । ଏ ଚିଠି ଲେଖିବାର ପରମ୍ପରା କେବଳ ଆମ ଜୀବନ ପ୍ରବାହରେ ନୁହେଁ; ଆମ ସାହିତ୍ୟରେ ମଧ୍ୟ ଏହାର ନିଦର୍ଶନ ଆମେ ପାଇପାରିବା । ଯାହା ଆପଣମାନେ ଆମ ପ୍ରାଚୀନ ସାହିତ୍ୟ ସମେତ ସମସାମୟିକ ସାହିତ୍ୟ ଧାରାରେ ମଧ୍ୟ ପ୍ରାପ୍ତ କରିପାରିବେ । ସମୟ ଥିଲା କବିମାନେ କୋଇଲି, ଶାରୀ ଆଦିକୁ କେନ୍ଦ୍ରକରି ନିଜ ଅତ୍ମୀୟଙ୍କ ପାଇଁ ନିଜ ଭାବକୁ ସଂଦେଶର ରୂପ ଦେଉଥିଲେ । ସେହିପରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'ପ୍ରେମସୁଧାନିଧି' କାବ୍ୟର ଚତୁର୍ଦ୍ଦଶ ଛାନ୍ଦ ଆଜି ମଧ୍ୟ ଆମ ଭିତରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । 

ତେବେ ସେହି ଚିଠି ପରମ୍ପରାକୁ ଆସନ୍ତୁ ସାହିତ୍ୟରେ ଯୋଡିବା, ଚିଠିକୁ ସୃଜନାୟନ କରିବା । କବିତା ଓ କାହାଣୀରେ ଚିଠିର ଛିଟା ଦେଇ ଷ୍ଟୋରିମିରର୍ ମାଧ୍ୟମରେ ଆସନ୍ତୁ ଫେରିଯିବା ଆମ ଅତୀତକୁ । ନିଜ ଅତ୍ମୀୟମାନଙ୍କୁ ଷ୍ଟୋରିମିରର୍ ମାଧ୍ୟମରେ ନିଜ ହୃଦୟର ଭାବ ବାଣ୍ଟିବା ।

ଆପଣ ନିମ୍ନ ଶୈଳୀକୁ ନେଇ ମଧ୍ୟ ଲେଖିପାରିବେ - ବାପାଙ୍କୁ ଚିଠି, ମାଆଙ୍କୁ ଚିଠି, ଭାଇଙ୍କୁ ଚିଠି, ଭଉଣୀଙ୍କୁ ଚିଠି, ପ୍ରେମିକାଙ୍କୁ ଚିଠି, ପ୍ରେମିକଙ୍କୁ ଚିଠି, ଜେଜେଙ୍କୁ ଚିଠି, ଜେଜେମା'ଙ୍କୁ ଚିଠି, ବନ୍ଧୁଙ୍କୁ ଚିଠି, ପ୍ରଥମ ପ୍ରେମର ଚିଠି, ବିରହ ଚିଠି, ପ୍ରେରଣାପ୍ରଦ ଚିଠି ଇତ୍ୟାଦି । ସେହିପରି କାହାଣୀ କ୍ଷେତ୍ରରେ ମଧ୍ୟ ଆପଣ ନିଜ କାହାଣୀରେ ମଧ୍ୟ ଆଂଶିକ ଭାବେ ଏହି ଚିଠି ଲିଖନକୁ ଉପସ୍ଥାପନ କରିପାରିବେ । ଆପଣ ଯେକୌଣସି ଅତ୍ମୀୟଙ୍କ ପାଇଁ ଚିଠି ଲେଖିପାରିବେ । କିନ୍ତୁ ମନେ ରଖନ୍ତୁ ଶୈଳୀ ଚିଠି ଭିତ୍ତିକ କିନ୍ତୁ ଆପଣ କୃତିକୁ କବିତା ଓ ଗଳ୍ପର ରୂପଦେବା ନିତାନ୍ତ ଆବଶ୍ୟକ ।


ନୀତିନିୟମ :

ଲେଖାଟିରେ ଚିଠିର ଶୈଳୀ ରହିବା ନିତାନ୍ତ ଆବଶ୍ୟକ । କିନ୍ତୁ କେବଳ ଚିଠି ଗ୍ରହଣୀୟ ନୁହେଁ ।

କେବଳ କବିତା ଓ କାହାଣୀ ଗ୍ରହଣୀୟ ।

ସମ୍ପାଦକୀୟ ସ୍କୋର ଏବଂ ଲେଖାଟି ଉପରେ ପାଠକ ଯୋଗଦାନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ ।

ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।

କୌଣସି ଶବ୍ଦ ସୀମା ନାହିଁ ।

ପ୍ରବନ୍ଧ ଗ୍ରହଣୀୟ ନୁହେଁ ।

 

ଶ୍ରେଣୀଗୁଡିକ:

କାହାଣୀ

କବିତା


ଭାଷା: ଓଡ଼ିଆ


ପୁରସ୍କାର:

ଶ୍ରେଷ୍ଠ ୩ ଟି କାହାଣୀ ଏବଂ କବିତାକୁ ଯଥାକ୍ରମେ ଷ୍ଟୋରୀମିରର୍ INR 150 ସପ୍ ଭଉଚର ପ୍ରଦାନ କରାଯିବ ।

ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।


 ଦାଖଲ ଅବଧି: ଅଗଷ୍ଟ ୧୫ ରୁ ଅଗଷ୍ଟ ୨୫, ୨୦୨୦

 ଫଳାଫଳ: ସେପ୍ଟେମ୍ବର ୨୦୨୦


 ଯୋଗାଯୋଗ:

 ଇମେଲ୍: odia@storymirror.com

 ଫୋନ୍ ନମ୍ବର: +91 8637256608