Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଧୋକା-୨
ଧୋକା-୨
★★★★★

© Manoj Kumar Panda

Romance Tragedy

5 Minutes   176    7


Content Ranking

ଭାଗ-୨

ପୂଜା-ପ୍ଲିଜ଼ ଶୁଣ ଟିକେ।ମୋ ଉପରେ ତୁମର ସବୁ ଅଧିକାର ଅଛି।ଯାହା କରିବ ସବୁ ବିବାହ ପରେ।

ସିପୁ- ତୁମ ମୁଣ୍ଡ ଖରାପ ହେଇଛି ନା କଣ। ମୁଁ ତୁମକୁ ପୁଣି ବାହା ହେବି ।

ପୂଜା ଆଖି ରେ ଲୁହ ଛଳ ଛଳ ହେଇ ଆସୁଥାଏ।

ସିପୁ- ହା ହା ହା । ଆରେ ସତ ଭାବିଦେଲା ନା କଣ । ମୁଁ ତ ମଜ଼ାକ କରୁଥିଲି।

ମୁଁ କଣ ମୋ ପାଗିଳି ସହ ମଜ଼ାକ କରିପାରିବିନି।

ପୂଜା - ମୁଁ ତ ପୁରା ଡରି ଯାଇଥିଲି। ତମେ ବି ନା ଗୋଟେ ପାଗଳ ।

ସିପୁ- ସେଇ ପାଗଳ ସହ ବାକି ଜୀବନ କଟେଇବ।

ତା ପରେ ଦୁଇଜଣ ଘରକୁ ଚାଲିଗଲେ।

ତା ପର ଦିନ ସେମାନେ ସନ୍ଧ୍ୟାରେ ଟିଉସନ ନଯାଇ ପାଖ ମନ୍ଦିରକୁ ଗଲେ।

ସିପୁ ଓ ପୂଜା ମନ୍ଦିରରେ ବସିଥାନ୍ତି ।ହଠାତ ଜୋରସେ ପବନ ବହିବାକୁ ଲାଗିଲା।

ସିପୁ- ବହୁତ ଥଣ୍ଡା ଲାଗୁଛି।

ପୂଜା- ଟିକେ ପାଖକୁ ଆସ।

ସିପୁ- କଣ ପାଇଁ।

ପୂଜା- ଆରେ ଆସ ତ।

ସିପୁ ପୂଜାର ପାଖକୁ ଗଲା ଆଉ ତାର ଓଢଣୀରେ ତାକୁ ଘୋଡେଇ ଦେଲା।

ଓଢଣୀ ବା କେତେ ବର୍ଷା ସହିବ।

ଦୁଇ ଜଣ ଅଧା ଓଦା ହେଇଯାଇଥିଲେ ।

ସିପୁର ଆଖି ବନ୍ଦ ହେଇଯାଉଥାଏ ।ସେ କାଲି ରାତି ସାରା ଅନିଦ୍ରା ଥିଲା ।

ପୂଜା- ତମେ କାଲି ଶୋଇନଥିଲା କି? ଏବେ ନିଦ ଲାଗୁଛି।।

ସିପୁ- ହଁ।

ପୂଜା- ହୋଉ ତମେ ମୋ କୋଳରେ ଶୋଇପଡ।

ସିପୁକୁ ଟିକେ ଟିକେ ନିଦ ହେଉଥାଏ ଆଉ ପୂଜା ତା ମୁଣ୍ଡକୁ ଆଉଁଷି ।

ପୂଜା- ଧନ ତମ ଘରେ ଆମ ବିବାହ ପାଇଁ ରାଜି ହେବେନା।

ସିପୁ- ଆରେ ହେଇଯିବ ପାଗିଳି । ତୁ ବେସ୍ତ ହ’ନି।

ଆମ ଘରେ ସମସ୍ତେ ମତେ ବେଶି ଭଲ ପାଆନ୍ତି।ମୋ କଥା ସେମାନେ ରଖିବେ।

ପୂଜା- ତା ହେଲେ ଆମ କଥା ତମ ଘରେ ଏବେ ଠୁ କୁହ ।

ସିପୁ- ସେ ସମୟ ଅଛି ।

ପୂଜା- ମୁଁ ସତ କହୁଛି ତମେ ଯଦି ମତେ ନମିଳିବା ମୁଁ ମରିଯିବି।

ସିପୁର ହଠାତ ନିଦ ଭାଙ୍ଗିଗଲା ।

- ତୁ କଣ ପାଇଁ ଏମିତି ମରିବା କଥା କହୁଛୁ । ତୁ ମରିବା ପୂର୍ବରୁ ମୁଁ ମରିଯାଇଥିବି।

ପୂଜା- ପ୍ଲିଜ଼ ସେମିତି କୁହନି ।

ସିପୁ- ଆଉ ତୁ ଯୋଉ କହିଲୁ।

ପୂଜା- ସରି ଆଉ କହିବିନି ।କହି kiss ଗୋଟେ ଦେଇ ସିପୁ ମନ କୁ ମନେଇ ଦେଲା

ଟିଉସନ ଛୁଟି ସମୟ ହେଇଗଲାଣି ।

ଚାଲ ଘରକୁ ଯିବା।

ସିପୁ ପୂଜାକୁ ଛାଡିବା ପାଇଁ ତା ସାଥିରେ ଗଲା ବାଟ ସାରା ଚୁପ ଚାପ ଚାଲୁଥାନ୍ତି।

ଏହା ଭିତରେ ମାମୁ ଘର ଆସିଗଲା।

ପୂଜା- ବାଏ ମୋର ଡେରି ହେଲାଣି।

ସିପୁ- ମତେ ଆଉ ଗୋଟେ ଦେଇକି ଯାଅ।

ପୂଜା- ଚୁପ ଦୁଷ୍ଟ ।ସେତେବେଳେ ପରା ଦେଇଥିଲି ।

ସିପୁ- କାଇଁ କୋଉଠି କେତେବେଳେ ।

ପୂଜା- କ’ଣ କ’ଣ ?

ସିପୁ- ସେଟା ଗାଲରେ ଥିଲା ।ଏବେ ଓଠ କହୁଛି ।

ମାନିଯାଅନା।

ଏମିତି ତାଙ୍କ ଭିତରେ ଲୁଚା ଛପା ପ୍ରେମ ଚାଲିଥିଲା ।

ଦିନେ ଟିଉସନ ସାର ଜାଣିବାକୁ ପାଇଲେ ଏ ବିଷୟରେ

ଆଉ ସେ ଦୁଇ ଜଣକୁ ପାଖକୁ ଡାକିଲେ ।

ସାର- ପୂଜା ତୁ କଣ ଆଉ ଟିଉସନ ଆସୁନୁ।

ପୂଜା- ସାର ଦେହ ଖରାପ ଥିଲା।

ସାର- ସତ କହ।

ପୂଜା-ଦେହ ଖରାପ ଥିଲା।

ସାର(ବଡ ପାଟିରେ ରାଗି କି କହିଲେ)- ସତ କହ।

ପୂଜା ପୁରା ଡରିଯାଇଥିଲା ।

ତା ପରେ ସିପୁକୁ କହିଲେ ।

ସାର- ସିପୁ କ’ଣ ଚାଲିଛି?

ସିପୁ- ସାର କିଛି ନାହିଁ।

ତା ପରେ ସାର ସିପୁକୁ ବହୁତ ଜୋର ସେ ପିଟିଲେ ।

ଟିଉସନ ଛୁଟି ହେଲା ।

ପୂଜା ସିପୁକୁ ରାସ୍ତାରେ ଡାକିଲା ହେଲେ ସିପୁ କିଛି ଉତ୍ତର ନଦେଇ ପଳେଇ ଗଲା।

ତା ପରେ ପୂଜା ତାଙ୍କ ଘର ଫୋନରୁ ସିପୁକୁ କଲ କଲା।

ପୂଜା- ତମେ ସତ କହିଦେଲନି ।ଏବେ ତୁମକୁ ବହୁତ କଷ୍ଟ ହେଉଛି ନା ।ସରି

ସିପୁ- ସତ କହିଥିଲେ ଆମେ ଦୁଇ ଜଣ ମାଡ ଖାଇଥାନ୍ତେ ।ତୁ କହ ମୁଁ ତୋ କଷ୍ଟ କଣ ଦେଖିପାରିଥାନ୍ତି ।

ପୂଜା- ତମେ ମତେ ଏତେ ଭଲପାଅ।

ସିପୁ- ନିଜ ଜୀବନ ଠୁ ବି ବେଶି।

ପୂଜା- ତମେ କାଲି ସକାଳେ ସେ ମନ୍ଦିର ପାଖକୁ ଆସିପାରିବ ।

ସିପୁ- ହୋଉ।

ସିପୁ ସକାଳୁ ସକାଳୁ ବାହାରି ପଡିଲା ଆଉ ସେଠି ପହଂଚି ଗଲା ।

ହେଲେ ପୂଜା ଆସିନଥିଲା ।

କିଛି ସମୟ ଅପେକ୍ଷା ପରେ ପୂଜା ଆସି ପହଁଞ୍ଚିଲା।

ସିପୁ- ଏତେ ଡେରି କଲା ଯେ।

ପୂଜା- ତମେ ପୁଅ ପିଲା । କୁଆଡେ ବି ଯାଇପାରିବ ।କେହି ପଚାରିବେନି । ହେଲେ ଆମ ପାଇଁ କୁଆଡେ ଯାଉଛୁ। କେତେବେଳେ ଆସିବୁ ଏ ସବୁ ବାହାନା କରି କହି ଆସିବାକୁ ପଡୁଛି।

ସିପୁ- ଆଛା ହୋଉ।

ପୂଜା- ନିଅ ମୁଁ ତୁମ ପାଇଁ ଚକଲେଟ ଆଣିଛି।

ଖାଇଦିଅ ମନ୍ଦିର ଭିତରକୁ ଯିବା।

କିଛି ସମୟ କଥା ହେଲା ପରେ।

ପୂଜା- ଆସ ମନ୍ଦିର ଭିତରକୁ ।

ସିପୁ ର ହାତ ଧରି ତାକୁ ମନ୍ଦିର ଭିତରକୁ ନେଇଗଲା।

ସିପୁ- ଏଥର ତ କୁହ ମତେ ଏଠିକି କଣ ପାଇଁ ଡାକିଲ।

ପୂଜା- ତମେ ମାଙ୍କୁ ଶପଥ କରି କୁହ ମତେ କେବେ ଧୋକା ଦେବନି।

ସିପୁ- ମୁଁ ଶପଥ କରି କହୁଛି ।ତୁମକୁ ମୁଁ ଏ ଜନ୍ମ କଣ ସାତ ଜନ୍ମରେ ବି କେବେ ହାତ ଛାଡି ଯିବିନି।

ପୂଜା ମନ ଖୁସିରେ ସିପୁର ଛାତିରେ ମଥା ଦେଇ ଆଲିଙ୍ଗନ କଲା।

ଏମିତି କିଛି ଦିନ ପରେ ଦଶମ ପରୀକ୍ଷା ସରିଗଲା।

ତା ପରେ ପୂଜା ତା ନିଜ ଘରକୁ ଚାଲିଗଲା ସିପୁକୁ ନଜଣେଇ।

ସିପୁ ପୂଜାର ଖବର ନପାଇ ବହୁତ ଦୁଃଖରେ ରହିଲା ।ତା ପରେ ପୂଜାର ସାଙ୍ଗ ସୋନି କହିଲା କି ସେ ତା ଘରକୁ ଯାଇଛି ।

ସିପୁ- ମତେ କେମିତି ନକହି ପଳେଇଲା ।

ତାର ଫୋନ ନଂ ଅଛି କି ।

ସୋନି- ନା।

କିଛି ଦିନ ପରେ ପରୀକ୍ଷା ଫଳ ପ୍ରକାଶିତ ହେଲା ।

ସିପୁ ଆଉ ପୂଜା ଦୁଇ ଜଣ ଭଲ ନଂ ରଖି ପାସ ହେଇଥିଲେ ।

ଦିନେ ସିପୁ ପାଖକୁ କଲ ଆସିଲା ।

ସିପୁ- ହାଲୋ କିଏ?

ପୂଜା- ଏତେ ଶୀଘ୍ର ଭୁଲିଗଲା ।

ସିପୁର ଆଖିରୁ ଖୁସିର ଲୁହ ଚାଲିଆସିଲା।

ସିପୁ- ତୁ କୁଆଡେ ଗଲୁ ଟିକେ ମତେ ଜଣେଇ ଦେଇଥିଲେ କଣ ହେଇଥାନ୍ତା । ମୁ ତତେ କେତେ ନଖୋଜିଛି ।

ପୂଜା- ସରି। ମୁଁ ତୁମକୁ କହିବା ପାଇଁ ଚାହୁଁଥିଲି ହେଲେ କହିପାରିଲିଣି ।

ସିପୁ- ହୋଉ ।ତୁ କେମିତି ଅଛୁ।

ପୂଜା- ହଁ ଭଲ ।

ଏମିତି ବହୁତ ସମୟ କଥା ହେଲେ ।

ପୂଜା +୨ ପଢିଲା । ଆଉ ସିପୁ ITI କଲା ଗାଁ ପାଖରେ।

୨ୟ ବର୍ଷ ବେଳକୁ ପୂଜା ଧୀରେ ଧୀରେ ସିପୁ ସହ କଥା ବାର୍ତ୍ତା ବନ୍ଦ କରିଦେଲା।

ସିପୁ ବାରମ୍ବାର କଲ କରୁଥାଏ ହେଲେ ପୂଜା ପାଖରୁ କିଛି ରିପ୍ଳାଏ ଆସୁନଥାଏ। ୧୦୧୫ ଥର ରିଂରେ ଥରେ ଉଠାଏ।

ସିପୁ - ଇଞ୍ଜିନିଅରିଂ କରିବା ପାଇଁ ସହରକୁ ଆସିଲା । ରାସ୍ତାରେ ଦେଖେ ତ ପୂଜା ଗୋଟେ ପିଲା ସହ ବାଇକରେ ବୁଲୁଛି ।

ସିପୁ ଭାବିଲା ବୋଧହୁଏ ସେ ତା ଭାଇ ହେଇଥିବା ।

ସେ ପୂଜା ପାଖକୁ କଲ କଲା।

ସିପୁ- ତମେ ଏବେ କଉଠି?

ପୂଜା- ମୁଁ କଲେଜରେ ପରେ ଫୋନ କରୁଛି।

ସିପୁ- ମୁଁ ତୁମ ସହରକୁ ଆସିଛି । ଦେଖା କରିବନି ମୋ ସହ ।

ପୂଜା- ହୋଉ। ମୁଁ ଫୁରସତ ପାଇଲେ ଯିବି।

ସିପୁ ଭାବୁଥାଏ ଏମିତି କି ବେସ୍ତରେ ଅଛି ଯେ ଫୁରସତ ପାଉନି। ପୁଣି କିଛି ଦିନ ପରେ ସିପୁ ପୂଜାକୁ ଆଇସ କ୍ରିମ ସେ ପୁଅର ତାର ଖାଉଥିବାର ଦେଖି ନିଜକୁ ସମ୍ଭାଳି ପାରିଲାନି।

ତା ପରେ ସେ ପୂଜାକୁ କଲ ଲଗେଇଲା ।

ସିପୁ- କୋଉଠି?

ପୂଜା- ଘରେ ଅଛି ମାମା ଅଛନ୍ତି ।ପରେ କଥା ହେବି।

ସିପୁ ଫୋନ କାଟିଦେଇ କାନ୍ଦିବାକୁ ଲାଗିଲା । ଏ କଣ ସେଇ ଝିଅ ଯିଏ ମତେ ଦନେ ନଦେଖି ରହିପାରୁନଥିଲା । ସିପୁ ବହୁତ ଭାଙ୍ଗି ପଡିଥିଲା ତଥାପି ପୂଜା ନା ତାକୁ ଦେଖିବାକୁ ଆସୁଥିଲା ନା ତା ସହ ଟିକେ କଥା ହେଉଥିଲା।

ସିପୁର ସାଙ୍ଗ ତାକୁ ସିନେମା ଦେଖି ମାଇଣ୍ଡ ଫ୍ରି କରିବାକୁ ନେଇଗଲା । ସିପୁ ସେଠି ପୁଣି ଥରେ ପୂଜାକୁ ଦେଖିଲା । ସେ ସେଠି ଯାଇ ପୂଜାର ଆଖି ବନ୍ଦ କରିଦେଲା।

ପୂଜା- ଓଃ ଅବିନାଶ ମୁଁ କେତେବେଳରୁ ଅପେକ୍ଷା କଲିଣି ଆଉ ତମେ ଏବେ ଆସୁଛ ।

ସିପୁ- ଅବିନାଶ କିଏ ।

ଚୁପ ରହିଲୁ କ’ଣ ପାଇଁ।

ପୂଜା ପୁରା ଡରିଯାଇଥାଏ ।

ସିପୁ- ମୁଁ ପଚାରୁଛି ପା’ କିଏ?

ପୂଜା- ସେ ମୋ bf । ତାଙ୍କୁ ମୁଁ ବହୁତ ଭଲପାଏ।

ସିପୁ- ଆଉ ମୋ ସହ କଣ କୀର୍ତ୍ତନ କରୁଥିଲୁ ।

ସିପୁର ଆଖିରେ ଲୁହ ଆସିଗଲା । କେତେ ଭଳପାଇ ଥିଲିରେ ତତେ । କ’ଣ କମି ରହିଗଲା ମୋ ଭଲପାଇବାରେ କାହିଁକି ତୁ ଏମିତି କଲୁ ।ମୋ କଥା ଥରେ ଭାବିଲୁନି।

ପୂଜା- ଦେଖ ମୁଁ ସେତେବେଳେ ପିଲା ଥିଲି କଣ ଠିକ କଣ ଭୁଲ ଜାଣିପାରିଲିନି ତମ ଭଳି ଗୋଟେ ଗାଉଁଲି ପିଲାକୁ ଭଲପାଇଲି ।

ମୁଁ ତୁମକୁ ବାହା ହେଇ କ’ଣ ପାଇଥାନ୍ତି ।ଆଉ ମତେ ସେ ଗାଁରେ ବି ରହିବା ପସନ୍ଦ ନୁହଁ।

ସିପୁ- ଆଉ ମନ୍ଦିରରେ ଯୋଉ ଶପଥ କରିଥିଲୁ।

ପୂଜା- ମୁଁ କରିନଥିଲି । ତମେ କରିଥିଲ।

ସିପୁ- ପାଗିଳି । ତୁ ଥରେ ମ..ମୋ କଥା ଭାବିଲୁନି ।ମୁଁ ତୋ ବିନା କେମିତି ବଞ୍ଚିବି ।ପ୍ଲିଜ଼ ମୋ ପାଖକୁ ଫେରିଆ । ବହୁତ କଷ୍ଟ ହେଉଛିରେ ।

ପୂଜା- ତୁ ମର କି ବଂଚ ମୋର କିଛି ଯାଏ ଆସେ ନାହିଁ କହି ସେଠୁ ଚାଲିଗଲା ।

ସିପୁ ତା ପରେ ସିନେମା ନଦେଖି ସିଧା ଘରକୁ ପଳେଇଲା। ଆଉ ବହୁତ କାନ୍ଦିଲା । ସେତେବେଳେ ସେ ମରିଯିବାକୁ ଚେଷ୍ଟା କଲା ହେଲେ ତା ବିବେକ ବାଧା ଦେଲା । ତା ହାତରେ ବନ୍ଧା ତା ବାପା ମା’ । ସେ ଗୋଟେ ଝିଅ ପାଇଁ ତା ପରିବାରକୁ କଷ୍ଟ ଦେବ ନା ନା ମତେ ବଦଳିବାକୁ ହେବ ।

ସେ ଦିନ ଠୁ ତାର ପ୍ରେମ ଉପରେ ଘୃଣା ଭାବ ଆସିଗଲା ।ଏବେ ସେ କାମ କରି ତା କାମରେ ବେସ୍ତ ରହୁଛି ।

ମନୋଜ କୁମାର ପଣ୍ଡା

ଅଡା ବାଲେଶ୍ବର

ଆପଣଙ୍କ ପାଇଁ ସନ୍ଦେଶ - ପ୍ରେମ ଭାଗ୍ୟରେ ଥିଲେ ମିଳେ । ଆପଣ ମାନେ ପ୍ରେମ କରିବା ପୂର୍ବରୁ ନିଜକୁ ଥରେ ପଚାରନ୍ତୁ "ତମେ କଣ ଏତେ ଭାଗ୍ୟବାନ ଯେ ତମକୁ ଭବିଷ୍ୟତରେ ତୁମ ପ୍ରେମ ମିଳିଯିବ"। ହୋଉ ଯଦି ବା ପ୍ରେମରେ ଅନ୍ଧ ହେଉଛ ହେଲେ ଧୋକା ଖାଇ ନିଜ ଆଖି ଫୁଟେଇ ଦିଅନି। ତୁମଠୁ କିଛି ଆଶା ତୁମ ପରିବାର କରିଛନ୍ତି । ତୁମେ ଆତ୍ମହତ୍ୟା କରି ନିଜେ ଗୋଟେ ଧୋକାବାଜ଼ ହେଇଯାଉନ ତ?

ପୂଜା ତୁମ ସିପୁ

Rate the content


Originality
Flow
Language
Cover design

Comments

Post

Some text some message..