Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

5.0  

Dr Jharana Satapathy

Others

ବିଶ୍ବସ୍ତ କାଳୁ

ବିଶ୍ବସ୍ତ କାଳୁ

2 mins
789


ବିଶ୍ବସ୍ତ କାଳୁ

ମୁଁ ପଶୁ ପକ୍ଷୀମାନଙ୍କୁ ଭାରି ଭଲପାଏ ଏବଂବହୁତ ଭଗବତ ବିଶ୍ବାସି ମଧ୍ୟ।ପ୍ରତ୍ୟେକ ଦିନ ଘରର ଖାଦ୍ୟ ବଳକା ହେଲେ ବୁଲା କୁକୁର ମାନଙ୍କୁ ଖାଇବାକୁ ଦିଏ ।କୁକୁର ମାନଙ୍କର ମୁଁ ଅତି ବିଶ୍ବସ୍ତ ପାଲଟିଯାଇଥାଏ ।ଯେତେବେଳେ କିଛି ସମୟ ମିଳେ କୁକୁର ମାନଙ୍କୁ ପାଖକୁ ଡାକି ବିସ୍କୁଟ ଇତ୍ୟାଦି ଦିଏ ।କୁକୁର ମାନେ ମଧ୍ୟ ଲାଞ ହଲେଇ ମୋ ପାଖକୁ ଦୌଡି ଚାଲିଆସନ୍ତି ।

କୁକୁର ଭଲ ଲାଗେ ଵୋଲି ମୁଁ ମୋ ଘରେ କିଛିଦିନ ହେଲା ଏକ ପାମୋରନିଆନ ଧଳା କୁକୁରକୁ କିଣି ଆଣି ରଖିଥାଏ। ମୋ କୁକୁର (ଜିନି)ର ସବୁ ଯତ୍ନ ମୁଁ ନିଜେ ନିଏ ।ମୁଁ ମୋ କୁକୁରକୁ ଖାଇବାକୁ ଦିଏ ଯାହା ଵଳିଲା ଆମ ଆପାଟମେନ୍ଟ ଵାହାରେ ଥିବା ଅନ୍ୟ କୁକର ମାନଙ୍କୁ ଖାଇବାକୁ ଦେଇଦିଏ ।ସେମାନେ ମୋ କୁକୁର ଜିନିକୁ ଦେଖି ଲାଞ ହଲାନ୍ତି ।ଆଉ ଟିକେ ଭୋକନ୍ତି ତାକୁ ଦେଖି ।ମୋ ଜିନି ମଧ୍ୟ ସେମାନଙ୍କୁ ଦେଖି ଟିକେ ଲାଞ ହଲାଇଦିଏ ।

ସେହି କୁକୁରମାନଙ୍କୁ ବିଭିନ୍ନ ନାମରେ ମୁଁ ଡାକି ଥାଏ ।ସେହି କୁକୁର ମାନଙ୍କ ଭିତରେ କାଳୁ, ଜାକି, ଟମି ମୋର ଭାରି ପ୍ରିୟ ।ମୁଁ ଯେତେଵେଳେ କୌଣସି କାମରେ ବାହାରକୁ ଯାଏ ସେମାନେ ମଧ୍ୟ ମୋ ସହ କିଛି ସମୟ ପଛରେ ଯାଆନ୍ତି ।ମୋ ଗାଡି ଆଓ୍ବାଜ ହେବା କ୍ଷଣି ସେମାନେ ପଛେ ପଛେ ଅଳ୍ପ ଦୂର ଯାଆନ୍ତି ପୁଣି ଫେରିଆସନ୍ତି ।

ଦିନେ ହଠାତ୍ ମୋ ଜିନି ଭୁଲବଶତଃ ମୋ ହାତରୁ ଖସି ଗେଟ୍ ବାହାରୁକୁ ଚାଲିଆସିଥିଲା ।ସେ ଦୌଡି ଦୌଡି ଯାଇ ଏକ ସାହି ଭିତରେ ପଶିଯାଇଥିଲା ।ମୁଁ ମଧ୍ୟ ତାର ପିଛା କରୁଥାଏ ।ଠିକ୍ ଏହି ସମୟରେ ଅନ୍ୟ ସାହିବସ୍ତିର କୁକୁର ପାଞ୍ଚ ଛଅଟି ଆସି ମୋ ଜିନି ଉପରେ ମାଡିବସିଥିଲେ ।ମୁଁ ଯେତେଵେଳେ ସେମାନଙ୍କ ପାଖକୁ ଗଲି ଓଲଟା ମତେ କାମୁଡିବା ପାଈଁ ଆସିଗଲେ । ମୁଁ ବହୁତ ଜୋରରେ ଚିତ୍କାର ଛାଡିଲି । କରିବି କଣ ? କିଛି ବୁଦ୍ଧି ଦିଶୁନଥାଏ ।ମୋ ଜିନି ବିଚାରି କୁଁ କୁଁ ହୋଇ କାନ୍ଦୁଥାଏ ।ମୁଁ ମଧ୍ୟ କିଛି କରିପାରୁନଥାଏ ।କିନ୍ତୁ ଜିନିର ପାଟି ଶୁଣି କାଳୁ କେଜାଣି କେଉଁଠି ଥିଲା ପ୍ରବଳ ବେଗରେ ମାଡି ଆସି ଜିନିର ଜୀବନ ବଞ୍ଚାଇବା ପାଈଁ ଚେଷ୍ଟା କରିଥିଲା ।ଅନ୍ୟ କୁକୁର ମାନଙ୍କ ସହ ଲଢି ଜିନିର ଜୀବନ ରକ୍ଷା କରିଥିଲା ।

କାଳୁକୁ ଏଥିପାଇଁ ଲହୁଲୁହାଣ ହେବାକୁ ପଡିଥିଲା । କାଳୁ ନିଜେ ବିପଦରେ ପଡି ମୋ ଜିନିର ଜୀବନ ରକ୍ଷା କରିଥିଲା ଏବଂ ମତେ ମଧ୍ୟ ରକ୍ଷାକରିଥିଲା ।ମୁଁ ସଗେଂ ସଗେଂ ଜିନିକୁ ଡାକ୍ତରକୁ ଦେଖାଇଥିଲି ତାହା ସହ କାଳୁକୁ ମଧ୍ୟ ଡାକ୍ତର ଖାନା ନେଇଥିଲି ।ବର୍ତମାନ ଦୁହେଁ ସୁସ୍ତ ଅଛନ୍ତି ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in