Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ

ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ

2 mins
7.1K


ଗୋଟିଏ ବଡ ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ‘ଶତବୁଦ୍ଧି’ ଏବଂ ‘ସହସ୍ରବୁଦ୍ଧି’ ନାମକ ଦୁଇଟି ମାଛ ବାସ କରୁଥାଆନ୍ତି । ସେମାନେ ‘ଏକବୁଦ୍ଧି’ ନାମକ ଏକ ବେଙ୍ଗ ସହିତ ବନ୍ଧୁତା ସ୍ଥାପନ କଲେ । ତିନିବନ୍ଧୁ ପୋଖରୀ ମଧ୍ୟରେ ସୁଖରେ ସମୟ କଟାଉଥାନ୍ତି । ପ୍ରତିଦିନ ସନ୍ଧ୍ୟା ସମୟରେ ଏକତ୍ରିତ ହୁଅନ୍ତି । ଦିନେ ସନ୍ଧ୍ୟା ସମୟରେ ତିନିବନ୍ଧୁ ଏକାଠି କଥାବାର୍ତ୍ତା କରୁଥିବା ସମୟରେ ଦଳେ କେଉଟ ସେହି ରାସ୍ତାଦେଇ ଗଲେ । ପୋଖରୀକୁ ଦେଖି ଜଣେ କେଉଟ କହିଲା, ‘ଭାଇମାନେ ଆସନ୍ତାକାଲି ଏଠାକୁ ମାଛ ଧରିବା ପାଇଁ ଆସିବା’ । ତିନିବନ୍ଧୁ କେଉଟ ମାନଙ୍କର କଥା ଶୁଣିପାରିଲେ । ସେମାନଙ୍କ କବଳରୁ କିପରି ମୁକ୍ତି ପାଇବେ ସେ ସଂପର୍କରେ ଚିନ୍ତା କଲେ । ଜଣେ କହିଲା ଶୀଘ୍ର ଏହି ପୋଖରୀ ଛାଡି ଅନ୍ୟତ୍ର ପଳାଇବା । ସହସ୍ରବୁଦ୍ଧି କିନ୍ତୁ କହିଲେ, ‘କେଉଟମାନେ ସିନା କଥାରେ କହିଦେଲେ, ସେମାନେ କ’ଣ ସତରେ କାଲି ଆସିବେ । ଯଦି ବା ଆସିବେ ମୋତେ କଦାପି ଧରିପାରିବେ ନାହିଁ । ସେମାନଙ୍କ କବଳରୁ କିପରି ରକ୍ଷା ପାଇବି ସେ ଉପାୟ ମୋତେ ଜଣା । ଶତବୁଦ୍ଧି ମଧ୍ୟ ସହସ୍ରବୁଦ୍ଧିର କଥାରେ ଏକମତ ହୋଇ ଜନ୍ମସ୍ଥାନ ତ୍ୟାଗ କରି ନଯିବା ପାଇଁ ମତ ପ୍ରକାଶ କଲେ ।

କିନ୍ତୁ ଏକବୁଦ୍ଧି ସଂଗେ ସଂଗେ ନିଜ ପରିବାରବର୍ଗଙ୍କୁ ସାଂଗରେ ଧରି ଅନ୍ୟତ୍ର ଚାଲିଗଲା । ତହିଁ ଆରଦିନ ସକାଳୁ ଧୀବରମାନେ ଜାଲ ଧରି ପୋଖରୀ ନିକଟରେ ଆସି ପହଁଚିଲେ । ଶତବୁଦ୍ଧି ଓ ସହସ୍ର ବୁଦ୍ଧି ଯେତେ ଲୁଚିଲେ ମଧ୍ୟ ଶେଷରେ ଧୀବରମାନଙ୍କର ଜାଲରେ ଧରାପଡିଲେ । ଧୀବରମାନେ ଯେତେବେଳେ ଏମାନଙ୍କୁ ଧରି ନେଉଥାଆନ୍ତି ସେହି ସମୟରେ ଏକବୁଦ୍ଧି ପତ୍ନୀକୁ ଡାକି କହିଲେ, “ଦେଖ! ବନ୍ଧୁ ଦୁଇଜଣ ମୋ କଥାକୁ ହେୟଜ୍ଞାନ କଲେ । ଶେଷରେ ତାଙ୍କୁ ଏହି ପରିଣାମ ଭୋଗ କରିବାକୁ ପଡିଲା ।

ତେଶୁ ବୁଦ୍ଧିକୁ ଏକମାତ୍ର ବଳ ରୂପେ ବିବେଚନା କରାଯାଇନପାରେ । ସୁବର୍ଣ୍ଣସିଦ୍ଧି କହିଲା ସେଥିପାଇଁ ବନ୍ଧୁଙ୍କ ଉପଦେଶ ଗ୍ରହଣ କରିବା ଆବଶ୍ୟକ । ମୁଁ ତୁମକୁ ବାରଣ କରିବା ସତ୍ୱେ ତମେ ମୋ କଥାକୁ ହେୟଜ୍ଞାନ କରି ଅଧିକ ଧନ ଲୋଭରେ ଆଗକୁ ଅଗ୍ରସର ହୋଇ ବିପଦରେ ପଡିଲ ।


Rate this content
Log in

Similar oriya story from Children