Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

2  

Prasant Kumar Nath

Inspirational

ଦୃଢ ଆତ୍ମ ବିଶ୍ୱାସ

ଦୃଢ ଆତ୍ମ ବିଶ୍ୱାସ

2 mins
8.1K



ମୋର ଠିକ୍ ମନେ ଅଛି । ଶ୍ରାବଣ ମାସର ଏକ ବର୍ଷା ଭିଜା ସକାଳ । ସବଦିନ ପରି ସେଦିନ ମଧ୍ୟ ମୋର ହାତକୁ ଆସିଥିଲା ଧରିତ୍ରୀ ଖବରକାଗଜ । କେଜାଣି କାହିଁକି ସବୁଦିନ ଠାରୁ ସଦିନର ଖବରକାଗଜଟି ମୋତେ ଅଲଗା ଅଲଗା ଲାଗୁଥିଲା । ପ୍ରଥମ ପ୍ରେମର ପାଗିଲି ସ୍ପର୍ଶ ପରି ଲାଗୁଥିଲା ତାର ଛୁଆଁ । ମନରେ ଖେଳିଯାଉଥାଏ ଖୁସିର ଲହରୀ । କିନ୍ତୁ କଣ ଥିଲେ ସେହି ଖୁସି ।
ସେଦିନ ଥିଲା ଶନିବାର । ସବୁ ଶନିବାର ପରି ସେଦିନ ମଧ୍ୟ ଧରିତ୍ରୀରେ ବାହାରିଥିଲା 'ପିଲାଙ୍କ ଧରିତ୍ରୀ'ପୃଷ୍ଠା । କିନ୍ତୁ ସେଦିନର ସେହି ପୃଷ୍ଠା ମୋତେ ନୂଆ ନୂଆ ଲାଗୁଥିଲା । ଯେତେ ପଢିଲେବି ଆଉ ଥରେ ପଢିବାକୁ ଇଛା ହେଉଥିଲା । କାହିଁକିନା ସେଥିରେ ପ୍ରକାଶିତ ହୋଇଥିଲା ମୋର କବିତା 'ଶ୍ରାବଣ ଆସିଛି ମାଡି' । କୌଣସି ଖବର କାଗଜରେ ପ୍ରଥମ କରି କବିତା ପ୍ରକାଶିତ ହେବା କେତେଯେ ଖୁସି ଦାୟକ ତାହା ଅନୁଭବୀ ହିଁ ଜାଣେ ।
ପାଠ ପଢା ସହିତ ଛୋଟ ଏକ ପାନ ଦୋକାନ କରିଥିଲି । କାହିଁକିନା ସେତେବେଳେ ଆମର ଆର୍ଥିକ ଅବସ୍ଥା ଏତେ ସ୍ଵଛ ନଥିଲା । ମୋ ବାପା ଯାହାଙ୍କ ଉପରେ ପରିବାରର ସମସ୍ତ ଦାୟିତ୍ୱ ଥିଲା । ସ୍ୱଳ୍ପ ଆୟରେ ପରିବାର ପୋଷଣ କରିବା ସହିତ ଆମ ଭାଇ ଭଉଣୀ ସମସ୍ତଙ୍କ ପଢା ଖର୍ଚ୍ଚ ବହନ କରିବା ବହୁତ କଷ୍ଟ ହୋଇ ପଡ଼ିଥିଲା ତାଙ୍କ ପାଇଁ । କାହାକୁ କିଛି ନକହିଲେ ବି ତାଙ୍କର ମୁହଁକୁ ଦେଖି ସବୁ କିଛି ବୁଝି ହେଇ ଯାଉଥିଲା । ସେହି କଷ୍ଟର ସାମାନ୍ୟ ଭାଗିଦାରୀ ହେବାକୁ ଚେଷ୍ଟା କରି ଭାବିଲି ବଳକା ସମୟରେ ଖେଳ ବୁଲା କରିବା ଅପେକ୍ଷା କିଛି ଗୋଟେ କରିବି । ତେଣୁ ଛୋଟ ପାନ ଦୋକାନ କରିଥିଲି । ଆଉ ସବୁଦିନ ଧରିତ୍ରୀ ଖବରକାଗଜ ମଗାଇଥାଏ । ସେତେବେଳେ ପ୍ରାୟ ସମସ୍ତେ ଖବରକାଗଜ ମଗାନ୍ତିନି । ସେଥିପାଇଁ ସକାଳ ହେଲେ ମୋ ଦୋକାନ ଆଗରେ ପିଲା ଛୁଆ, ଯୁବକ ଆଉ ବୟସ୍କ ବ୍ୟକ୍ତି ମାନେ ମଧ୍ୟ ରୁଣ୍ଡ ହୁଅନ୍ତି ଖବରକାଗଜ ପଢିବା ପାଇଁ ।
ସେମାନେ ସେଦିନ ପରସ୍ପର କୁହାକୁହି ହେଉଥାନ୍ତି - ହେଇ ଦେଖ ଆମ ପପୁନାର କବିତା ବାହାରିଛି (ପପୁନା ମୋର ଡାକ ନାମ) । ପ୍ରାୟ ସମସ୍ତେ ଖୁସି ହେଉଥାନ୍ତି । କିନ୍ତୁ ମୋର ଜଣେ ଦାଦା କବିତା ପଢି ସାରି କହୁଥାନ୍ତି, ପପୁନା ପୁଣି ଏମିତି କବିତା ଲେଖିବ ? କେଉଁଠୁ ଟିପିଟାପିକି ପଠେଇ ଦେଇଥିବ । ମୋତେ ଯେତିକି କଷ୍ଟ ହେଲା ତା ଠାରୁ ଅଧିକ ଖୁସି ମଧ୍ୟ ଲାଗୁଥିଲା । ଖୁସି ଲାଗୁଥିଲା ଏଇଥି ପାଇଁ ଯେ ମୋ କବିତା ଟି ତାଙ୍କୁ ବହୁତ ଭଲ ଲାଗିଛି, ଯାହାକୁ ସେ ମୁଁ ଲେଖିଛି ବୋଲି ମଧ୍ୟ ବିଶ୍ୱାସ କରି ପାରୁ ନାହାନ୍ତି । କିନ୍ତୁ କେହି ନଜାଣିଲେ ବି ମୁ ଜାଣିଥିଲି ସେଇ ଲେଖିଟି ମୋର ସମ୍ପୂର୍ଣ ନିଜସ୍ୱ ।
ମନେ ମନେ ସେଦିନ ଠିକ୍ କରି ନେଇଥିଲି, ଦିନେ ନା ଦିନେ ମୁଁ ଏକ କବି ହୋଇ ଦୁନିଆଁକୁ ଦେଖେଇ ଦେବି ଯେ ମୁଁ ବି ଲେଖି ପରେ । ମୋର ଏହି ଜିଦ ଆଉ ସଂକଳ୍ପ ମୋତେ ଆଜି ଜଣେ କବି କରି ପାରିଛି । ଆଉ ଆଜି ପ୍ରାୟ ଓଡ଼ିଶାର ସମସ୍ତ ଖବରକାଗଜ ମାନଙ୍କରେ ମୋର ଲେଖା ନିୟମିତ ଭାବେ ପ୍ରକାଶ ପାଇ ଆସୁଛି ।
କିନ୍ତୁ ମୋତେ ସବୁଠାରୁ ଅଧିକ ଖୁସି ଲାଗେ ଯେତେବେଳେ ସେହି ଦାଦା କୁହନ୍ତି ତାଙ୍କୁ ଲୋକ ମାନେ ପଚାରନ୍ତି । ତୁମ ଗାଁରୁ ପ୍ରଶାନ୍ତ କୁମାର ନାଥ ନାମରେ କିଏ ଜଣେ କବିତା ଲେଖୁଛନ୍ତି । ବହୁତ ସୁନ୍ଦର କବିତା ଲେଖନ୍ତି । ସେତେବେଳେ ସିଏ ବହୁତ ଆଗ୍ରହର ସହି କହି ପକାନ୍ତି ସେ ମୋ' ପୁତୁରା ପରା । ଆଉ ଆଜି ଭାବେ ସତରେ ସେଦିନର ସେହି ଘଟଣା ଆଉ ମୋର ଜିଦ ହିଁ ମୋତେ ଆଜି ଏଠାରେ ପହଞ୍ଚାଇ ପାରିଛି ।
******
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।
ମୋ-୦୮୮୯୨୩୦୧୧୪୩


Rate this content
Log in

Similar oriya story from Inspirational