Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିଅତିର ଖେଳ
ନିଅତିର ଖେଳ
★★★★★

© Sasmita Rout

Inspirational

3 Minutes   8.0K    24


Content Ranking

ରବିବାର ସକାଳଟା ଭାରି ଅଳସଭରା ଆମ ପରି କର୍ମଜୀବୀଙ୍କ ପାଇଁ।ରାତିରେ କାମସାରି ଶୋଇବା ବେଳକୁ ଟିକେ ଡେରି ହୋଇ ଯାଇଥିଲା।ସକାଳୁ ଶିଘ୍ର ଉଠିବାର ପାବନ୍ଧି ନଥିବାରୁ କାମସାରି ଶୋଇବାକୁ ଯାଇଥିଲି ।ମୋବାଇଲ ମଧ୍ୟ ସୁଇଜ୍ ଅଫ୍ କରିଦେଇଥିଲି।ସେଥିପାଇଁ ଲେଣ୍ଡଫୋନ ଗର୍ଜୁଛି,ମନରେ ବିରକ୍ତି ଭାବକୁ ଚାପି ହେଲ କହିଲି।ଆରପଟୁ ଏଡଭୋକେଟ୍ ବିଜୟ ସାହୁଙ୍କ ଫୋନ

ଆରେ ଏତେ ସକାଳୁ ଫୋନ ଏନି ପ୍ରବଲେମ୍ ।ନା ସେମିତି କିଛି ନାହିଁ ,ମୋର ଜଣେ ସମ୍ପର୍କୀୟାଙ୍କୁ ଆପଣଙ୍କ ପାଖକୁ ପଠାଇଛି।ମିଉଚୁଆଲ୍ ଡିଭୋର୍ସ କେସ୍ ,ପୁଅ ତରଫରୁ ମୁଁ ଅଛି।ଝିଅ ତରଫରୁ ଆପଣଙ୍କୁ ରେଫର୍ କରିଛି।ଓକେ ,ଅଫିସ ପଠାଇ ଦିଅନ୍ତୁ କହି ଫୋନ ରଖିଲି।ମତେ ଏବେ ସହଳ ନିତ୍ୟକର୍ମ ସାରି ଅଫିସରେ ପହଞ୍ଚିବାକୁ ପଡ଼ିବ।

ଯଥାଶୀଘ୍ର କାମସାରି ଅଫିସ ପହଞ୍ଚିଲି।ସେମାନେ ପହଞ୍ଚି ସାରିଥିଲେ ମୋ ପାଇଁ ଅପେକ୍ଷା କରିଥିଲେ।ମତେ ଦେଖି ଝିଅଟି ନମସ୍କାର କଲା, ତା ସହିତ ଆଉ ଜଣେ ବୟସ୍କ ସ୍ତ୍ରୀଲୋକ ଥିଲେ।ଉଭୟଙ୍କୁ ବସିବାକୁ କହିଲି।ବୟସ ୨୪ ରୁ ୨୫ ବର୍ଷ ଭିତରେ ହେବ ।ସୁନ୍ଦର ଟଣା ଟଣା କଥାକୁହା ଆଖି ଯୋଡ଼ା ଯେମିତି ସବୁ ବୟାନ କରିଦେଉଥିଲା।କୋଳରେ ୩ ରୁ ୪ ବର୍ଷର ଗୁଲ୍ ଗୁଲିଆ ପୁଅଟିଏ।

ମୁଁ ତା ହାତରୁ ଫାଇଲଟି ନେଉ ନେଉ ପଚାରିଲି, ମିଉଚୁଆଲ୍ ଡିଭୋର୍ସ ପାଇଁ ତୁମେ ମାନସିକ ଭାବେ ରେଡିତ ।ସେ କିଛି କହିବା ପୂର୍ବରୁ ବୟସ୍କ ସ୍ତ୍ରୀ ଲୋକଟି କହିଲେ ଯେତେ ଶିଘ୍ର ହେବ ଆମେ ଖୁସି।ମୁଁ ତାଙ୍କୁ ବୁଝାଇ କହିଲି ଏଥିପାଇଁ ୬ ମାସ ମିଆଦୀ ତାଭିତରେ ଅନ୍ୟ ପ୍ରସିଡିଙ୍ଗ ସାରିଦେଲେ କେସ ଶିଘ୍ର କ୍ଲଜ ହୋଇଯିବ।

କମର୍ସ ଷ୍ଟୁଡେଣ୍ଟ ପୁଣି ଫାଷ୍ଟକ୍ଲାସ କେରିଅର,ପୁଣି ଦେଖିବାକୁ ସୁନ୍ଦର ।ଏଭଳି ଝିଅକୁ ଏଇ ବୟସରେ ଏମିତି ଭୋଗିବାକୁ ପଡୁଛି।ଆଜିର ଦୁନିଆରେ ନସିବ ବାଲାକୁ ବି ଏଭୋଳି ସୁନ୍ଦର, ସୁଶୀଳ ଝିଅ ମିଳୁନି।କିଏ ସେ ହତଭାଗା ନିଜ ଗୋଡ଼ରେ ନିଜ ନସିବକୁ ଠୋକର୍ ମାରୁଛି।ମୋ ପାଟିରୁ କଥା ସରିଛି କି ନାହିଁ ,ସେ ବୟସ୍କା ଜଣକ କହିଲେ ...ସେ ହତଭାଗାର ମା ମୁଁ।

ମୋର ୧୦ ବର୍ଷ ପ୍ରାକଟିସ୍ ରେ ବିଭିନ୍ନ ପ୍ରକାର କେସ ନେଇଛି କିନ୍ତୁ ଏଇଟା ଅନ୍ୟ କେସ୍ ଠାରୁ ନିଆରା।ଯୋଉଁଠି ବହୁ ସାଙ୍ଗରେ ଶାଶୁ ଆସିଛି ପୁଅଠାରୁ ଡିଭର୍ସ କରାଇବା ପାଇଁ।ମୋର ଭାବନାରେ ମଜ୍ଜି ଯିବା ଦେଖି ଭଦ୍ର ମହିଳା ଜଣଙ୍କ ବୁଝି ପାରିଲେ ବୋଧହୁଏ ତେଣୁ ସେ ତାଙ୍କ ଆଡୁ କଥା ଆରମ୍ଭ କରି କହିଲେ...

ମୋ ପୁଅ ତା ନିଜ ଇଚ୍ଛାରେ ବିବାହ କରିଥିଲା।ଗୋଟିଏ ସନ୍ତାନ ହୋଇ ଥିବାରୁ ପିଲାଦିନରୁ ଟିକେ ଗେହ୍ଲାରେ ବଢିଥିଲା।କେବେ କୌଣସି କଥାରେ ଆକଟ ନଥିଲା, ସେଥିପାଇଁ ଟିକେ ଯିଦିଆ ହୋଇଯାଇ ଥିଲା।ପାଠପଢା ଠାରୁ ପ୍ରତ୍ୟେକ ଜିନିଷ ତା ଅନୁସାରେ ହେଉଥିଲା।ଯଦିଓ ତା ବିବାହକୁ ନେଇ ଆମେ ବାପ,ମା ଦୁଇ ଜଣ ଅନେକ ସ୍ବପ୍ନ ଦେଖି ଥିଲୁ ।ତଥାପି ଆମେ ଚୁପ ରହିଥିଲୁ ତା ଖୁସି ପାଇଁ।ସେ ଯେତେବେଳେ ବିବାହ କରି ବହୁକୁ ଘରକୁ ଆଣିଲା ଆମ୍ଭେ ବନ୍ଧୁ ବାନ୍ଧବ ଡ଼କେଇ ଭୋଜିଭାତ ,ବିବାହର ସବୁ ବ୍ୟବସ୍ଥା ବିଧିବଦ୍ଧ ଭାବେ କରିଥିଲୁ।ଯେହେତୁ ବହୁର ନିଜର କେହି ନଥିଲେ ।ଆମ୍ଭେ ତାକୁ ଝିଅ ଭଳି ସ୍ନେହ କରୁଥିଲୁ, ସେ ମଧ୍ୟ ନିଜ ବାପ ,ମା ପରି ମିଳୁଥିଲା।ତାକୁ ପାଇ ଆମ ମନରେ ଥିବା ଝିଅର ଅଭାବ ଦୂରାଇ ଯାଇଥିଲା ।

ପୁଅ ବହୁ ଦୁଇଜଣ ଗୋଟେ ଅଫିସରେ କାମ କରୁଥିଲେ,ଛୁଟିରେ କିଛିଦିନ ଆମ ସହ ରହି ଯାଆନ୍ତି।ନାତି ହେଲା ବେଳକୁ ବହୁକୁ ଆମ ପାଖରେ ଛାଡି ଦେଇ ଯାଇ ଥିଲା ପୁଅ।ସେବେଠାରୁ ସେ ଆମ ସହ ରହିଗଲା, ଆଉ ଚାକିରୀ କରିବାକୁ ଇଛା କଲାନି।ଆମର ତ ଯାହା ଅଛି ସେମାନଙ୍କର,ତା ଶ୍ବଶୁରଙ୍କର ପେନସନରେ ଘର ଚଳିଯାଏ ।ପୁଅର ପ୍ରାଇଭେଟ ଚାକିରୀ ଦରମା କମ ସେଥିପାଇଁ ତାକୁ କିଛି ଦଵା ପାଇଁ ମନାକରି ଦେଇ ଥିଲୁ।ସେ ଏହାର ଫାଇଦା ନେଇ ଯେ ଏମିତି କରିବ ସ୍ବପ୍ନରେ ସୁଧା ଭାବିନଥିଲୁ।

ପ୍ରଥମେ ପ୍ରଥମେ ମାସରେ ଥରେ ଦୁଇ ଥର ଆସୁଥିଲା ,ଫୋନରେ ମଧ୍ୟ ଭଲମନ୍ଦ ଵୁଝୁଥିଲା।ତାପରେ କଣ ହେଲା କେଜାଣି ,କାମର ବାହାନା କରି ଆଉ ଘରକୁ ଆସିଲାନି ଭଲ।ଆମେ ବହୁକୁ ନେଇ ଯିବାକୁ କହିବାରୁ ଟାଳିଲା,ବହୁ ସହ ଟିକେ ଟିକେ କଥାରେ ଝଗଡା କଲା।ତା ଶ୍ବଶୁର କୋଉଠୁ ଖବର ପାଇ ହଠାତ ତା ପାଖକୁ ଚାଲି ଗଲେ। ସେଠି ଦେଖିଲା ବେଳକୁ କୋଉ ଗୋଟେ ଝିଅ ଫାନ୍ଦରେ ପଡ଼ିଛି।ତା ସହ ଭଡା ଘରେ ରହୁଛି, ବୁଝାଇ କହିଲେ ଯେବେ। ବହୁକୁ ଡିଭର୍ସ ଦେବ ବୋଲି ଧମକାଇଲା।ତା ବାପା ସେସବୁ ଦେଖି ଆସି ବିଛଣା ଧରିଲେ ଯେ ଆଉ ଉଠିଲେନି।

ତା ବାପା ଯିବା ପରେ ମୁଖାଗ୍ନି ତ ଦେବାକୁ ଆସିଲାନି,ନାତି ଦେଲା।ସମ୍ପର୍କୀୟ ମାନେ ବୁଝାଇ ସୁଧକୁ ଆଣିଥିଲେ।ଯିବାବେଳେ ରୋକଠକ୍ ଶୁଣାଇ ଦେଇ ଗଲା ଡିଭର୍ସ କଥା।ମୁଁ ମଧ୍ୟ ଠିକ୍ କରିଛି ଇଏ ମୋ ବହୁ ନୁହେଁ ମୋ ଝିଅ ହୋଇ ରହିବ।ସେ ଜୀବନରେ ଆଗକୁ ବଢୁ ମୁଁ ତାର ସାଥିରେ ରହିବି।ପୁଅ ପାଇଁ ଝିଅ ଭଳି ମୋ ବହୁକୁ ମୁଁ ପର କରି ପାରିବି ନାହିଁ।

ମୁଁ ମନେ ମନେ ଭାବୁଥିଲି,ସତରେ ରକ୍ତ ସମ୍ପର୍କ ଠାରୁ ସ୍ନେହଶ୍ରଦ୍ଧା ର ଡୋର ଅଧିକ ମଜବୁତ ଆଜିର ଦୁନିଆରେ।ଏବେ ସମୟ ବଦଳିବାର ବେଳ ଆସିଯାଇଛି। ଆଉ ମିଛ ସମ୍ପର୍କକୁ ଆମ୍ପୁଡି ରଖି ନିଜକୁ ଦହଗଞ କରିବାର ନାହିଁ।ଜୀବନକୁ ଖୁଲିକି ବଞ୍ଚିବାର ବେଳ ଏବେ ଉପନୀତ।

ଶ୍ରୀମତୀ ସସ୍ମିତା ରାଉତ

ସୋର, ବାଲେଶ୍ବର

କେସ୍ ବହୁ ସ୍ନେହଶ୍ରଦ୍ଧା

Rate the content


Originality
Flow
Language
Cover design

Comments

Post

Some text some message..