Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବୋଲକରା କାହାଣୀ - ୨
ଅବୋଲକରା କାହାଣୀ - ୨
★★★★★

© ଓଡିଆ ଶିଶୁ ଗପ

Children Comedy

4 Minutes   7.3K    17


Content Ranking

ସୁବର୍ଣ୍ଣ ଫୁଲର ରହସ୍ୟ - ୧

ଯେଉଁ ସମୟରେ ଆଠଗଡ ରାଜାଙ୍କର ଖୁବ୍ ପ୍ରତିପତି ତଥା ସୁନାମ ଥିଲା, ସେହି ସମୟରେ ଉପଦେଷ୍ଟାଙ୍କର କାଟେତି ଓ ସୁଖ୍ୟାତି କଥା କହିଲେ ନସରେ । ଚତୁର ବ୍ୟଙ୍ଗକାର ଥିଲେ ଜଣେ ଖୁବ୍ ନାମକରା କବିରାଜ ବା ବୈଦ୍ୟରାଜ । ଏହା ସହିତ ରାଜାଙ୍କ ଦରବାରରେ ସେ ଥିଲେ ଜଣେ ଶ୍ରେଷ୍ଠ ଉପଦେଷ୍ଟା । ଆଉ ଉପଦେଷ୍ଟା ଭାବରେ ସେ ଥିଲେ ଅସ୍ତବୁଦ୍ଧିଦତ୍ତ ନାମରେ ପରିଚିତ ।

ଏହା ଯେଉଁ ସମୟର କଥା, ସେ ସମୟରେ ଯାତାୟତ ନିମନ୍ତେ ସୁଖପ୍ରଦ ରାସ୍ତାଘାଟ ନଥିଲା, ନଥିଲା ଗାଡି ମୋଟର । ତେଣୁ ଯେଉଁ ସ୍ଥାନକୁ ଯିବାକୁ ପଡେ ସେ ସ୍ଥାନକୁ ଉଚ୍ଚ ସମ୍ମାନୀୟ ବ୍ୟକ୍ତି ମାନେ ଅଶ୍ୱ ସାହାଯ୍ୟରେ ଯା ଆସ କରୁ ଥିଲେ । ହେଲେ ଓଡିଶାର ଉପଦେଷ୍ଟା ମାନେ ସିନା ବିଦ୍ୟା ବୁଦ୍ଧିରେ ଉନ୍ନତ, ହେଲେ ଧନ କ୍ଷେତ୍ରରେ ସେମାନେ ସର୍ବଦା ଦରିଦ୍ରତା ମଧ୍ୟରେ ସମୟ ଅତିବାହିତ କରୁ ଥିଲେ ।

ସେଦିନ ଧନ ହୀନ ଚତୁର ବ୍ୟଙ୍ଗକାର ସାଥିରେ ଖୁବ୍ ବଳିଷ୍ଠ ଚେହେରାର ଜଣେ ଶକ୍ତିବାନ ସେବାକାରୀ ମକରାକୁ ସାଥିରେ ଧରି ତୀର୍ଥ ଭ୍ରମଣରେ ବାହାରି ପଡିଲେ । ମକରା ଯେପରି ଶକ୍ତିରେ ବଳୁଆ ସେପରି ମୂର୍ଖଟାଏ ମଧ୍ୟ । ନାଇଁ ମାମୁଁ ଠାରୁ କଣା ମାମୁଁ ଭଲ ସଦୃଶ ମକରାକୁ ଉପଦେଷ୍ଟା ସାଥିରେ ଧରି ତୀର୍ଥ ଯିବା ପରେ ବାଟରେ ପଡିଲା ଅନେକ ଅରଣ୍ୟ । ପାହାଡ, ପର୍ବତ, ନଦୀ, ନାଳ, ଝରଣା । ଚତୁର ବ୍ୟଙ୍ଗକାର ଓ ମକରା ସେସବୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ପଥ ଅତିକ୍ରମ କରୁ ଥାଆନ୍ତି । ଏମିତି ପଥ ଅତିକ୍ରମ କରିବା ମଧ୍ୟରେ ସମସ୍ତ ଅରଣ୍ୟାଦିକୁ ଅତିକ୍ରମ କରି ଗଲେ । ସେ ଥିଲା ବୃନ୍ଦାବନ ଯିବାର ରାସ୍ତା । ପାଦ ଚଲା ରାସ୍ତାରେ ଯିବାକୁ ହେଉଛି, କେତେ ଦିନ ଯେ ଲାଗିବ କିଛି କହି ହେବ ନାହିଁ । ସାଥିରେ ମଧ୍ୟ ସେଦିନ କେହି ବୃନ୍ଦାବନ ଯିବାର ଯାତ୍ରୀ ସାଥିରେ ମିଳି ନାହାଁନ୍ତି । ଚାଲି ଚାଲି ପାଦ ଥକି ପଡିବାରୁ ଚତୁର ବ୍ୟଙ୍ଗକାର କହିଲେ ବାବା ଅବୋଲକରା, ଏହି ଠାରେ ଏକ ଶିବ ମନ୍ଦିର ଅଛି । ତା’ପାଶ୍ୱର୍ରେ ପାନ୍ଥଶାଳା, ସୁନ୍ଦର ପୁଷ୍କରିଣୀ । ଏହି ଠାରେ ହିଁ ଆମେ ବିଶ୍ରାମ ନେବା ଉଚିତ୍ । ତେଣୁ ମୁଁ ତୁମକୁ ଯାହା କହୁଛି ତାହା ମନ ଦେଇ ଶୁଣ :-

ଥକ୍କା ଲାଗିଲା ପାଦ ଥକିଲା

ଗଣ୍ଠିଲି ରଖ ଏଇଠି ।

ପକ୍କା କମ୍ବଳ ପୋଅତ ଛତା

ଥକ୍କା ମେଂଟାଇବା ଏଠି ।

ଏ ଝରଣା ଜଳ ବଡ ସୁନ୍ଦର

ପୁଣି ପଦୁଅଁ ପୋଖରୀ ।

ରହିବାରେ ଏଠି ରେ ଅବୋଲକରା

ବିଶ୍ରାମ ହେବ ଏପରି ।

ହାଟ ଯାଇଣ ସଉଦା ଆଣ

ପାକ କରିବାଟି ଜାଣ ।

ଭଲରେ ନିଦ୍ରା କାଟିବା ବାବା

ବିଳମ୍ବରେ ନାହିଁ ମନ ।

ମୁଁ ଯାଉଛି, ମୋର ନିତ୍ୟ କର୍ମ ସାରିବି । ତୁମେ ଯେତେ ଶୀଘ୍ର ଯାଇ ପଡିଶା ହାଟରୁ କିଛି ତଣ୍ଡୁଳ, ମୁଗ ଜାଇ, ସାରୁ, ବାଇଗଣ, କଦଳୀ ଓ ମାଟି ଆଳୁ ଧରି ଆସ । ମନେ ରଖ ବିଳମ୍ବ କରିବ ନାହିଁ ।

ଉପଦେଷ୍ଟାଙ୍କ ମୁଖରୁ ଏକଥା ଶୁଣିବା ମାତ୍ରେ ଅବୋଲକରା ହାଟରୁ ସଉଦା ଆଣିବା ଉଦ୍ଧେଶ୍ୟରେ ହାଟକୁ ଚାଲି ଗଲା । ହାଟକୁ ଯିବା ରାସ୍ତାରେ ଅବୋଲକରା ଅନେକ ବାଟ ଚାଲି ଯାଇଛି, ଯିବା ପଥ ମଧ୍ୟରେ ସେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଛି । ଆଉ ତାହା ମଧ୍ୟରେ ଦେଖି ନେଇଛି ଏକ ଅପୂର୍ବ ସୌନ୍ଦର୍ଯ୍ୟର ରାଜବାଟୀ ।

ଘଡିଏ କାଳ ଅବୋଲକରା ସେହି ରାଜବାଟୀର ସୌନ୍ଦର୍ଯ୍ୟ ଦେଖିବା ମଧ୍ୟରେ ସେ ଦେଖିଛି ଯେ – ରାଜବାଟୀର ତୋରଣ ଉପରେ ଗୋଟିଏ ସୁବର୍ଣ୍ଣର ପଦ୍ମ ଫୁଲ ଖଂଜା ଯାଇଛି । ସେ ପଦ୍ମ ଫୁଲଟି ଏପରି ସୁନ୍ଦର ଯେ ଅବୋଲକରା ତାହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଉପଦେଷ୍ଟାଙ୍କର ସଉଦା ଆଣିବା ପରିବର୍ତେ ସେ ଶୂନ୍ୟ ହସ୍ତରେ ଫେରି ଆସିଛି ପୁଣି ଉପଦେଷ୍ଟାଙ୍କ ପାଖକୁ । ଚତୁର ବ୍ୟଙ୍ଗକାର ଅବୋଲକରାର ଏପରି ଧଇଁ ସଇଁ ଅବସ୍ଥା ଦେଖି ପଚାରି ଛନ୍ତି କିରେ ଅବୋଲକରା, ହାତରେ ତୋର ସଉଦା ନାହିଁ । ସଉଦା ନଆଣି ଫେରି ଆସିଲୁ କାହିଁକି?

ଉପଦେଷ୍ଟାଙ୍କ ପ୍ରଶ୍ନର ଉତ୍ତର ଦେଇ ଅବୋଲକରା କହିଛି –

ଶୁଣିମା ହେଉ ବ୍ୟଙ୍ଗକାର ମୋର ବଚନ

ସଜ୍ଜା ଖଂଜା ହୋଇ ଅଛି ଫୁଲଯେ ସୁବର୍ଣ୍ଣ

ଦିଶୁଛି ସୁନ୍ଦର କେତେ କି ମୋହିତ କଲା ମୋତେ

ଜଗିଛି ପ୍ରହରୀ

କି କାରଣେ ତାହା ସେଠାରେ ଅଛି ବୁଝାଇ କହିବେଟି ସତ୍ୟକୁ ଯେପରି ।

ଚତୁର ବ୍ୟଙ୍ଗକାର ଦେଖିଲେ ଏ ମକରାଟା ଏକଜିଦିଆ । ଥରେ ତା ମନକୁ ଯାହା ଆସିଛି, ତା’ର ସମାଧାନ ନ ପାଇବା ଯାଏଁ ସେ ନଛୋଡ ବନ୍ଧା । ସେ ଯାହା ବୁଝି ଥିବ ସେୟା, କେବଳ ଜଣିଏ ମାତ୍ର ଲୋକ ଚତୁର ବ୍ୟଙ୍ଗକାର । ସେ ଯାହା ବୁଝାଇ ଦେବେ ଅବୋଲକରା ସେହିଥିରେ ସନ୍ତୁଷ୍ଟ । ତାହା ନହେଲେ ଅବୋଲକରାକୁ କଥାରେ କିଏ ବାନ୍ଧି ରଖିବ । ଯିବା ମାନେ ସେ ଚାଲି ଯିବ । ଚତୁର ବ୍ୟଙ୍ଗକାର ଆଉ ରୋଷେଇ କରିବେ କ’ଣ, ବୋକାକୁ ଯେପରି ହେଉ ବୁଝାଇ ଦେବାକୁ ହେବ । ନ ହେଲେ ଏ ଜିଦ୍ଖୋର ଅବୋଲକରା ସେମିତି ନିଜ ଜିଦ୍ରେ ଅଟକି ଯିବ । ୟା ପାଇଁ ଅଧା ରାସ୍ତାରୁ ରାଣ୍ଡ ହେବା ବିନା ଆଉ କିଛି ନାହିଁ । ତହୁଁ ଚତୁର ବ୍ୟଙ୍ଗକାର ଅବୋଲକରାକୁ କହିଲେ – ହେଲା ବାବା, ତୋତେ ତୋ ପ୍ରଶ୍ନର ଉତ୍ତର ମିଳି ଯିବ । ହେଲେ ସଂନ୍ଧ୍ୟା କାର୍ଯ୍ୟଟି ମୁଁ ପ୍ରଥମେ ସାରି ଦିଏ, ମୋର ଏହି ସଂନ୍ଧ୍ୟା କରିବା ମଧ୍ୟରେ ତୁ ଯାଇ ଚୁଲାଟିଏ ଖୋଳି ଦେଇଥା ।

ଏହା ପରେ ଅବୋଲକରା ଆନନ୍ଦ ହୋଇଯାଇ ସଙ୍ଗେ ସଙ୍ଗେ ଯାଇ ଚୁଲା ଖୋଳିବା କାର୍ଯ୍ୟରେ ଲାଗି ଗଲା । ଚତୁର ବ୍ୟଙ୍ଗକାର ସଂନ୍ଧ୍ୟା କାର୍ଯ୍ୟ ଶେଷ କରି ଦୀପ ଟିଏ ଲଗେଇ ଦେଇ ମୁଣାରେ ଥିବା ଆଳୁ, ଜାଇ, ତଣ୍ଡୁଳ ଯାହା ସବୁ ଥିଲା ତାହାକୁ ବାହାର କରି କହିଲେ ଯାହା ଅଛି ଆଜି ସେହିଥିରେ ଚଳାଇ ଦେବା । ଏବେ ଗୋଡ ହାତ ଧୋଇ ମୋ ପାଖରେ ଆସି ବସ । ରୋଷାଇ କରିବା ମଧ୍ୟରେ ମୁଁ ତୋତେ ସେହି ରାଜବାଟୀର ତୋରଣ ଉପରେ ଥିବା ସୁବର୍ଣ୍ଣ ପଦ୍ମ ଫୁଲ ବିଷୟରେ ବୁଝାଇ ଦେବି ।

ଉପଦେଷ୍ଟାଙ୍କ ମୁଖରୁ ଏ କଥା ଶୁଣି ଅବୋଲକରା ସଙ୍ଗେ ସଙ୍ଗେ ଆନନ୍ଦ ହୋଇ ଯାଇଛି, ସେ ଆଉ କାଳ ବିଳମ୍ବ ନକରି ଚୁଲା ଖୋଳା କାର୍ଯ୍ୟ ସମାପ୍ତ କରି ଗୋଡ ହାତ ଧୋଇ ଉପଦେଷ୍ଟାଙ୍କ ପାଦ ତଳେ ପ୍ରଣାମ କରି ଉପଦେଷ୍ଟାଙ୍କ ଲାଗି ଆସନ ସଜାଡି ଦେଇ ଅନ୍ୟ ଏକ ଆସନରେ ସେ ନିଜେ ଯାଇ ବସି ପଡିଲା ।

ଚତୁର ବ୍ୟଙ୍ଗକାର ସଂନ୍ଧ୍ୟା ସାରି ଆସି ଅବୋଲକରା ପକାଇଥିବା ଆସନରେ ବସି ପଡି କହିଲେ, ତାହା ହେଲେ ଶୁଣ, ତୁ ମୋତେ ଯେଉଁ ସୁବର୍ଣ୍ଣ ଫୁଲ ବିଷୟରେ ପ୍ରଶ୍ନ କରି ଥିଲୁ ସେହି ଫୁଲର ମହାତ୍ମ୍ୟ କଥା ଏବେ ତୋତେ କହୁଛି ।

ପ୍ରାଚୀନ କାଳର କଥା, ଏଠାରେ ଜଣେ ଦୟାଳୁ ତଥା ଧାର୍ମିକ ରାଜା ରାଜତ୍ୱ କରୁ ଥିଲେ । ବୀର ପଣରେ ତାଙ୍କର ସମସାମୟିକ ବୀର ମଧ୍ୟ ଏଠାରେ କେହି ନଥିଲେ । ରାଜା ଗୋଟିଏ ଗୋଟିଏ ପାଟରାଣୀଙ୍କ ସହିତ ଛଅ ଗୋଟି ରାଣୀଙ୍କୁ ବିବାହ କଲେ । ହେଲେ ରାଜାଙ୍କର ମନୋବାଂଛା ପୂରଣ ହେଲା ନାହିଁ । କାହାରି କୋଳକୁ ସନ୍ତାନ ଗୋଟିଏ ଆସିଲା ନାହିଁ । ସେଥି ଲାଗି ରାଜା ବହୁ ଭାବରେ ନାନା ପ୍ରକାର ଯଜ୍ଞାନୁଷ୍ଠାନ କରାଇଲେ । ଏଥିରେ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ରାଜା କୌଣସି ଜଣେ ଉପଦେଷ୍ଟାଙ୍କ ଠାରୁ ଆଦେଶ ପାଇ ଜଗତର କଲ୍ୟାଣ କାରିଣୀ ଦଶଭୁଜାଙ୍କର ପୂଜାନୁଷ୍ଠାନ ଆରମ୍ଭ କଲେ ।

ରାଜବାଟୀ ବ୍ୟଙ୍ଗକାର ଦଶଭୁଜା

Rate the content


Originality
Flow
Language
Cover design

Comments

Post

Some text some message..