Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

srutakirti Tripathy

Others

3  

srutakirti Tripathy

Others

ବାତ୍ୟା ପୂର୍ବ ପ୍ରସ୍ତୁତି

ବାତ୍ୟା ପୂର୍ବ ପ୍ରସ୍ତୁତି

3 mins
594


ଦୃଶ୍ୟ - (ଏକ )


'ମାଡି ଆସୁଛି 'ଫୋନି '। ସବୁ ପ୍ରସ୍ତୁତି ଆଗରୁ ସାରିବାକୁ ହବ । ହଇହୋ ଶୁଣୁଛ, ଟିକେ ଗ୍ରୋସରୀ ସପ ଯାଇକି ଚୁଡା, ଗୁଡ଼, ଆଳୁ, ପିଆଜ, କ୍ୟାଣ୍ଡେଲ, ପାଉଁରୁଟି, ଜାମ ସବୁ ନେଇକି ଚଞ୍ଚଳ ଆସ । କେଜାଣି କେତେଦିନ ଏ ବାତ୍ୟାର ପ୍ରଭାବ ରହିବ? ଲାଇଟ, ଫୋନ,ସବୁ ଅଚଳ ହୋଇଯିବ । କିଛି ନ ହେଲେ ଏ ସବୁ ଜିନିଷର ଷ୍ଟକ ଥିଲେ ବାତ୍ୟା ହେବା ସମୟରେ ଓ ତା ପରେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ । ' ସକାଳଟାରୁ ସୁନନ୍ଦା ଓ ଝିଅ ମାମୁନି ଟିଭି ଖୋଲି ବସିପଡିଛନ୍ତି l ବାତ୍ୟାର ଗତିବିଧି ଲକ୍ଷ୍ୟ କରି, ଚାଲିଛି ମା ଝିଅଙ୍କ ଭିତରେ ଆଲୋଚନା ।


ମୁହଁଟିକୁ ଶୁଖିଲା କରି କହିଲେ ସୁନନ୍ଦା,  'ସବୁ ବର୍ଷ ଅକ୍ଟୋବର ମାସରେ ଆସୁଥିବା ବାତ୍ୟା, ଏ ବର୍ଷ ମେ ମାସରେ ଆସିବା କଣ ଦରକାର ଥିଲା? ଆମର ଦୁଇ ଦୁଇଟା ବାହାଘର ଅଛି ଏଇ ସମୟରେ l ବାହାଘର, ଭୋଜିଭାତ ସବୁ ବ୍ୟବସ୍ଥାରେ ଏପଟ ସେପଟ ହୋଇଯିବ । ମୋ ନୁଆଁ କାଞ୍ଜିବରମ ଶାଢ଼ୀଟା ପିନ୍ଧିବି ବୋଲି ବ୍ଲାଉଜ ତିଆରି କରିଛି l ତା ସାଙ୍ଗରେ ଶାଢ଼ୀକୁ ଜାଣି ମ୍ୟାଚିଙ୍ଗ ଜୁଏଲାରୀ ପାଇଁ ପୁରା ଗୋଟିଏ ଦିନ ଖରା ରେ ସିଝି ସିଝି ମାର୍କେଟି ବିଲଡିଙ୍ଗ ସାରା ବୁଲି ବୁଲି ସଂଗ୍ରହ କରିଛି l ଏମିତି ବାତ୍ୟା ରେ କେମିତି ବାହାଘରଟା ହବ ଯେ ତାକୁ ପିନ୍ଧିବି ? ଭଗବାନ କରନ୍ତୁ 'ଫୋନି 'ଓଡିଶା ମୁହାଁ ନ ହୋଇ ଆନ୍ଧ୍ର ଆଡକୁ ଚାଲିଯାଉ l'


  ମାମୁନି ବ୍ୟସ୍ତ ହୋଇ କାନ୍ଦି କାନ୍ଦି କହିଲା, 'ମାମା ମୋର ସମର କ୍ୟାମ୍ପ ? କାଲିଠୁ ଆରମ୍ଭ ହେବାକୁ ଯାଉଛି l ଏମିତି ବାତ୍ୟା ହେଲେ ସବୁ କ୍ୟାନସଲ ହୋଇଯିବ l ପଟ ପେଣ୍ଟିଂ, ନୂଆ ଡାନ୍ସ ଷ୍ଟେପ୍ସ, ନନ ଫାୟାର କୁକିଙ୍ଗ ଏବଂ ସବୁଠୁ ମଜାଦାର    ରେନ ଡାନ୍ସ , ସବୁ ବେକାର ହୋଇଯିବ ମାମା l କାହିଁକି ଏ 'ଫୋନି ' ଆସି ଆମକୁ ହଇରାଣ କରୁଛି ଯେ? ମୁଁ ଠାକୁର ଙ୍କୁ   ରିକ୍ୱେଷ୍ଟ କରିବି ସେ 'ଫୋନି ' କୁ ଅନ୍ୟରାଜ୍ୟ କୁ ପଠେଇଦିଅନ୍ତୁ, ଆମ ଓଡିଶାକୁ ନ ଆସୁ l ସମର କ୍ୟାମ୍ପର ମଜା କେମିତି ଆସିବ ସମର ନ ହୋଇ ରେନ ହେଲେ? '


ତରତର ହୋଇ ଦିବାକର ବାବୁ ଦୁଇଟା ବ୍ୟାଗ ଧରି ବାହାରିପଡିଲେ ସଉଦା ଓ ପରିବାପତ୍ର ଆଣିବା ପାଇଁ l ସୁନନ୍ଦା ତାଙ୍କୁ ଚା କି ଜଳଖିଆ ବି 'ଆସିଲେ ଖାଇବ, ଯାଅ ଶୀଘ୍ର ଆଗେ ସବୁ ନେଇଆସ ' ବୋଲି କହି ବ୍ୟସ୍ତ କରିପକେଇଲେ l ସ୍କୁଟି ଚାବି ଆଣି ବାବାଙ୍କୁ ଧରେଇଲାବେଳେ ମାମୁନି ଚୁପ କରି ଦିବାକର ବାବୁଙ୍କ କାନରେ କହିଲା, 'ବାବା ମୋ ପାଇଁ ମ୍ୟାଗି, ଆଉ ଚିପ୍ସ ବି ନେଇକି ଆସିବ l କୁଲ କୁଲ ବର୍ଷା ପାଗରେ ହଟ ହଟ ମ୍ୟାଗି ଓ ତା ସାଙ୍ଗରେ ଚିପ୍ସକୁ ସ୍ନାକ୍ସରେ ଖାଇଲେ ବହୁତ ଟେଷ୍ଟି ଲାଗେ l ' ଦିବାକର ବାବୁ ମାଆ, ଝିଅଙ୍କ ବାତ୍ୟା ପାଇଁ ପୂର୍ବ ପ୍ରସ୍ତୁତି ବିଷୟରେ ଶୁଣି ମୁଚୁକୁନ୍ଦ ହସଟିଏ ମାରି ସ୍କୁଟି ଷ୍ଟାଟ କଲେ l 


ଦୃଶ୍ୟ - (ଦୁଇ )


ସହର ତଳମୁଣ୍ଡ ସାହିରେ ଲୋକେ ହୋ ହୋ ହେଉଥିଲେ ବାତ୍ୟାର ପ୍ରାକ ଘୋଷଣା ଶୁଣି l 'ବାତ୍ୟାର ଯୋଉ ବେଗ ଟିଭିରେ ହାଇଲାଇଟ ହଉଛି, ଲାଗୁଛି ଆଉ କିଛି ରହିବ ନାହିଁ l ସମସ୍ତେ ନିଜ ନିଜର ଜରୁରୀ ଜିନିଷ ଯାହା ଯେମିତି ଅଛି ତାକୁ ପୁଟୁଳି କରି ବାନ୍ଧି ରଖିଦିଅ l '

  ସମସ୍ତଙ୍କୁ ସଚେତନ କରି କହିଦେଇଗଲା ସାହିର ମୁଖିଆ ଜନାର୍ଦ୍ଦନ l ପୁଣି ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲା, 'ଆରେ ବ୍ୟସ୍ତ ହୁଅନି, ପାଖ ସ୍କୁଲ ଘରେ ଆମ ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇସାରିଛି l ଏ ଚାଳିଆ ଘର ଗୁଡିକ ଉଡିଗଲେ ଉଡିଯାଉ l ବାତ୍ୟା ପରେ ତ ପୁଣି ସରକାରଙ୍କ ପାଣ୍ଠିରୁ ଟଙ୍କା ଆସିବ, ପୁଣି ଘର ତିଆରି କରିଦେବାନି ? ଖାଲି ଛୁଆପିଲା, ଜୀବଜନ୍ତୁ ଓ ଜରୁରୀ ଜିନିଷ ତକ ଜଗିଦେଲେ କାମ ସରିଲା l ଖାଇବା କଥା ତ ଜମା ବି ଚିନ୍ତା କରିବନି l ତିନିବେଳା ଆହାର କେନ୍ଦ୍ରର ବ୍ୟବସ୍ଥା ହୋଇଛି ବାତ୍ୟା ପୀଡିତଙ୍କ ପାଇଁ ବୋଲି ମୁଁ ପକ୍କା ଖବର ପାଇଛି l ଜଳଖିଆରେ ଚୁଡାଗୁଡ ମଧ୍ୟାହ୍ନ ଖାଇବାରେ ଭାତଡାଲମା ଓ ରାତି ପାଇଁ ପାଉଁରୁଟି l ତା ସାଙ୍ଗରେ ମହମବତୀ, କମ୍ବଳ ସବୁ ମିଳିବ l 

 'ଆରେ ଆମର ଲାଭ ,ଏହି ବାତ୍ୟା ଥିଲା ଯାଏଁ କିଛି କାମ କରିବାକୁ ତ ପଡ଼ିବନି ଓଲଟି ମାଗଣାରେ ଖାଇବା, ପକ୍କାସ୍କୁଲଘରେ ରହିବାକୁ ମିଳିବ l ଆରାମରେ ଖାଇପିଇ ବାତ୍ୟାକୁ ଉପଭୋଗ କରିବା l '  

  'ଆରେ ହେ ମଦନା, ସୁକୁଟା, ବାବାଜୀ, ଆରେ !ଶୁଣରେ.....ତାସ ମୁଠାକ ଯେମିତି ପୁଟୁଳି ଭିତରେ ରଖିବାକୁ ଭୁଲିବନି, କେତେ ଖାଲିଟାରେ ବସିବା? ବର୍ଷାରେ ଟାଇମପାସ କରିବା ପାଇଁ ବି ତ କିଛି ଦରକାର !'


ଉପରକୁ ହାତ ଟେକି ଜନାର୍ଦ୍ଦନ କହିଲା, 'ଭଗବାନ ବର୍ଷକୁ ଥରେ, ଦୁଇଥର ଏମିତି ବାତ୍ୟା କରୁଥାଅ ପ୍ରଭୁ, କେତେ ଭଲରେ ଖାଇବା, ରହିବା ସବୁ ମିଳିଯାଉଛି l ଠାକୁରେ ତାଙ୍କର କୃପାଦୃଷ୍ଟି ଏମିତି ଆମ ମାନଙ୍କ ଉପରେ ରଖିଥାନ୍ତୁ l '


 ସମସ୍ତଙ୍କୁ ସବୁ ବୁଝେଇଦେଇ ଶୀଘ୍ର କାମ ସାରିବାକୁ କହିଲା ଜନାର୍ଦ୍ଦନ l ବସ୍ତିବାସୀ ମଧ୍ୟ ଖୁସିରେ ସବୁ ବନ୍ଧାବନ୍ଧି କରିବାକୁ ଲାଗିଲେ l ବସ୍ତି ରେ ଜୋରସୋର ରେ ପ୍ରସ୍ତୁତି ଚାଲିଥିଲା ଆସନ୍ତା ତିନି ଚାରି ଦିନର ବାତ୍ୟାଜନିତ ମହୋତ୍ସବ ପାଳନର l



Rate this content
Log in