Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାଣିକ କୁମାର
ମାଣିକ କୁମାର
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Classics

4 Minutes   7.4K    15


Content Ranking

ଶ୍ରୀ ଅମରନାଥ ବେହେରା

ଅନେକ ଦିନ ତଳେ କଳିଙ୍ଗର ଗୋଟିଏ ଗାଁରେ ଜଣେ ବ୍ରାହ୍ମଣ ବାସକରୁଥିଲେ l ସେ ଥିଲେ ଅତି ଗରିବ l ଭିକ୍ଷାକରି ଯାହା ଆଣୁଥିଲେ ସେଥିରେ ତାଙ୍କର ସ୍ତ୍ରୀ, ତାଙ୍କର ଚାରୋଟି ପିଲାଙ୍କୁ ଦୁଃଖ କଷ୍ଟେ ଚଳାଇ ନେଉଥାନ୍ତି l ଦିନେ ସେ ତାଙ୍କର ସ୍ତ୍ରୀଙ୍କୁ କହିଲେ, ‘’ ମାଗିଯାଚି ଚଲିବାରେ ଆମକୁଟ ବଡ଼ କଷ୍ଟ ହେଉଛି ମୁଁ ଯାଉଛି ବିଦେଶରୁ କିଛି ଉପାର୍ଜନ କରି ଆଣିବି l ‘’ ଏଥିରେ ବ୍ରାହ୍ମଣୀ ହଁ ଭରିଲା l ବ୍ରାହ୍ମଣ ମାସ୍କ ପାଇଁ ପିଲାମାନଙ୍କର ଖାଇବା ଜିନିଷ ଯୋଗାଇ ଦେଇ ବିଦେଶ ଗଲେ ଓ ମାସ ଶେଷରେ ଟଙ୍କା ପଠାଇବେ ବୋଲି କହିଥିଲେ l କିନ୍ତୁ ଛମାସ ବିତିଗଲେ ମଧ୍ୟ ବ୍ରାହ୍ମଣଙ୍କ ପାଖରୁ ଟଙ୍କା ଆସିଲା ନାହିଁ l ଏଣେ ଭୋକରେ ଆଉଟୁ ପାଉଟୁ ହେଲେ l ବ୍ରାହ୍ମଣୀ ବାର ଘରେ ପାଇଟି କରି ପାଞ୍ଚପ୍ରାଣୀ କୁଟୁମ୍ବଙ୍କୁ ବା କେତେ ଦିନଚଳାଇବ l ସମୟେ ସମୟେ ତାଙ୍କୁ ଉପବାସରେ ଦିନ କଟାଇବାକୁ ହେଉଥାଏ l

ଦିନେ ରାତିରେ ପିଲାମାନେ ଖାଇବା ପାଇଁ ବିକଳ ହୋଇ କାନ୍ଦିଲେ l ବ୍ରାହ୍ମଣୀ ଅନ୍ୟ ଉପାୟ ନପାଇ ପିଲାମାନଙ୍କୁ ପାଣି ମନ୍ଦିଏ ମନ୍ଦିଏ ଦେଇ ଶୁଆଇ ପକାଇବ ଭାବି, ନଈକୁ ପାଣି ମାଠିଆ ଧରି ଚାଲିଲା l ପାଣି ନେଇ ଘରକୁ ଫେରି ମାଠିଆ ଭିତରେ ମାଛଟାଏ ଆସିଛି l ବ୍ରାହ୍ମଣୀର ଆନନ୍ଦ କହିଲେ ନସରେ l ମାଛକୁ କାଟି ତରକାରୀ କରିବାକୁ ବସନ୍ତେ ମାଛଟି ମଣିଷସ୍ଵରରେ କହିଲା, ‘’ମା’ମୋତେ ମାରନାହିଁ, କାଲି ସକାଳୁ ଏ ମାଠିଆ ଭିତରୁ ତୁମେ ଯାହା ପାଇବ ତାକୁ ନେଇ ରାଜାଙ୍କୁ ଦିଅ,ତୁମର ଦୁଃଖ ଘୁଞ୍ଚିଯିବ l ‘’ ମାଛ କଥା ସୂନୀ ବ୍ରାହ୍ମଣୀ ତାକୁ ନ କାଟି ମାଠିଆ ଭିତରେ ଛାଡ଼ି ଦେଲା l ସକାଳୁ ଦେଖିଲା ବେଳକୁ ମାଠିଆରେ ମାଛ ବଦଳରେ ଗୋଟାଏ ମାଣିକ୍ୟ l ବ୍ରାହ୍ମଣୀ ମାଣିକ୍ୟକୁ ଏକ ସୁନ୍ଦର ସିନ୍ଦୁକ ଭିତରେ ପୁରାଇନେଇ ରାଜାଙ୍କୁ ଭେଟି ଦେଲା ଏବଂ କହିଲା, ‘’ମଣିମା ! ଗଭୀର ଦୁଃଖ ସମୟରେ ଆପଣ ଏ ସିନ୍ଦୁଙ୍କ ଖୋଲିଲେ ଆପଣଙ୍କ ଦୁଃଖ ଦୂର ହୋଇ ଯିବ l ‘’ ରାଜା ଏକାଥାକୁ ବିଶ୍ବାସ କାଲେ ଓ ମାଣିକ୍ୟ ବଦଳରେ ଗୋଟାଏ ସୁନ୍ଦର ପ୍ରାସାଦ ତୋଳାଇ ବ୍ରାହ୍ମଣୀକୁ ସେଥିରେ ରଖାଇଲେ l ଆଉ ବହୁତ ଧନରତ୍ନ ମଧ୍ୟ ଦେଲେ l

ବିଦେଶରେ ଅର୍ଥ ଉପାର୍ଜନ କରି ନପାରି ବର୍ଷକପରେ ବ୍ରାହ୍ମଣ ମନ ଦୁଃଖରେ ଘରକୁ ଫେରିଲେ l ବ୍ରାହ୍ମଣୀଠାରୁ ସମସ୍ତ ଶୁଣି, ନିଜଅବସ୍ଥାର ପାରିବର୍ତ୍ତନ ଦେଖି ଭଗବାନଙ୍କୁ କୋଟି ପ୍ରଣାମ ଜଣାଇଲେ l ଏଣେ କିନ୍ତୁ ରାଜରାଣୀ ଅପୁତ୍ରିକ ଥିବାରୁ ତାଙ୍କ ମନରେ ମୋଟେ ସୁଖ ନଥାଏ l

ଦିନକର କଥା l ସେଦିନ ହୋଇଥାଏ ପ୍ରଥମାଷ୍ଟମୀ ରାଜ୍ୟସାରା ଲୋକେ ଆନନ୍ଦ ଉଲ୍ଲାସରେ ମାତିଥାନ୍ତି l ପିଲାମାନେ ନୂଆ ପୋଷାକ ପିନ୍ଧି ମୁଣ୍ଡରେ ଚନ୍ଦନ ମାରି ଦାଣ୍ଡରେ ବୁଲୁଥାନ୍ତି l ସମସ୍ତଙ୍କ ଆନନ୍ଦ ବେଳେ ରାଜାଙ୍କ ଆଖିରୁ ଲୁହ ଝରୁଥାଏ l ସେ କହୁଥାନ୍ତି, ‘’ ହେ ଭଗବାନ ତମେ ଏତେ ନିର୍ଦ୍ଦୟ, ମୋ କୋଳରେ ଝିଅକି ପୁଅଟିଏ ଦେଲନାହିଁ l ରାଣୀଙ୍କ ଦୁଃଖ ଦେଖି ରାଜାଙ୍କର ବ୍ରାହ୍ମଣୀ କଥା ମାନେ ପଡିଲା l ରାଣୀଙ୍କୁ ସାଙ୍ଗରେ ନେଇ ସେ ସିନ୍ଦୁକ ଫିଟାଇଲେ l ଦେଖିଲା ବେଳକୁ ଦିବ୍ୟ ସୁନ୍ଦର ପୁଅଟିଏ ଖିଲି ଖିଲି ହୋଇ ହସୁଛି l ଏହା ଦେଖି ରାଜାରାଣୀ ଏକବାରେ ବିଭୋର l

ଏକଥା ନିମିଷକେ ଚାରିଆଡ଼େ ପ୍ରଚାର ହୋଇଗଲା l ରାଇଜସାରା ବାଇଦ ବାଜଣା ବାଜି ଉଠିଲା l ଖିଆପିଆରେ ଧୂମ୍ ଧାମ୍ ଚାଲିଲା l ସମସ୍ତଙ୍କ ମନରେ ଆନନ୍ଦର ଜୁଆର ଖେଳିଗଲା l ପୁଅର ନାଆଁ ଦିଆଗଲା ମାଣିକ କୁମାର l ସମୟକ୍ରମେ ରାଜ କୁମାରଙ୍କର ବିବାହ ବୟସ ହେଲା l ଯୁବରାଜ ଚାହୁଁଥିଲେ ସେଇ ରାଇଜର ମନ୍ତ୍ରୀ ଝିଅ ଯୋଜନ ଗନ୍ଧାକୁ ବିବାହ କରିବାକୁ l ମାନ୍ତ୍ରିକନ୍ୟା ସର୍ବଗୁଣରେ ପରିପୂର୍ଣ୍ଣା ଥିଲେ ମଧ୍ୟ ଏଥିରେ ଏକମତ ହେଲେ ନାହିଁ l ଏଣୁ ଦିନେ ମାଣିକ କୁମାର ଓ ଯୋଜନ ଗନ୍ଧା ରାଜ୍ୟ ଛାଡି ଚାଲିଗଲେ l କେତେ ବଣ ପାହାଡ଼ ନଈ ପାରି ହୋଇ ପହଞ୍ଚିଲେ କୋଶଳ ଦେଶରେ l ରାଜ୍ୟସୀମାରେ ଏକ ଘଞ୍ଚ ଜଙ୍ଗଲ l ସେଇ ଜଙ୍ଗଲରେ ବନଦୁର୍ଗାଙ୍କ ମନ୍ଦିର ପାଖରେ ଯୋଜନ ଗନ୍ଧାକୁ ବସାଇ ଦେଇ ରାଜାପୁଅ ଗଲେ ମାଳି ଘରକୁ ଫୁଲହାର ଓ ମୁକୁଟ ପାଇଁ l କହି ଯାଇଥିଲେ, ଫୁଲହାର ମୁକୁଟ ଘେନି ଫେରିଲେ ବିବାହ କରିବା l କିନ୍ତୁ ସେ ଆଉ ଫେରିଲେ ନାହିଁ l ଏଣେ ନିଛାଟିଆ ଜାଗାରେ ମାନ୍ତ୍ରିକନ୍ୟା ବସି କାନ୍ଦିବାକୁ ଲାଗିଲା l ଆକୁଳ ହୋଇ ଠାକୁରାଣୀଙ୍କୁ ନିଜ ଦୁଃଖ ଜଣାଇଲା l ଦେବୀ ତା ପ୍ରାଥନାରେ ଖୁସିହୋଇ ତା ପାଖରେ ପହଞ୍ଚି କହିଲେ, ‘’ମା’ ତୋ ସ୍ଵାମୀକୁ ରାଜା ଘରର ମାଲୁଣୀ ମନ୍ତବଳରେ ଶୁଆ କରି ରଖିଛି l ତା’ର ସେଠାରୁ ଆଉ ଖସିବାର ଉପାୟ ନହିଁ l ତୁ ଏପରି ଅଧର୍ଯ୍ୟ ନ ହୋଇ ପୁଅ ବେଶଧରି ରାଜାଙ୍କ ନିକଟକୁ ଯା,ରାଜ ଜେମାଙ୍କ ଦେହ ଭାରି ଖରାପ l ତାକୁ କେହି ଭଲ କରି ପାରୁ ନାହାନ୍ତି l ତା ରୋଗର ଔଷଧ ହେଉଛି ଜିଅନ୍ତା ବାଘର ଜିଭ l ଜୀବନ୍ତ ଅବସ୍ଥାରେ ବାଘ ଜିଭ କାଟିବା କାହା ପକ୍ଷରେ ସମ୍ଭବ ହେଉ ନାହିଁ l ମାତ୍ର ମୋ ଆଶୀର୍ବାଦରୁ ତୁ ତୋ ବୁଦ୍ଧିବଳରେ ସବୁ ସମ୍ଭବ କରି, ତୋ ସ୍ଵାମିଙ୍କୁ ପାଇ ପାରିବୁ l ‘’ ଏଇଆ କହି ଦେବୀ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ l

ଯୋଜନଗନ୍ଧାକୁ ରାହା ମିଳିଗଲା l ଦେବୀଙ୍କ କହିବା ମୁତାବକ ସେ ପୁରୁଷ ବେଶରେ ଯାଇ ରାଜକନ୍ୟାକୁ ଆରୋଗ୍ୟ କଲା l ରାଜା ଜାଣି ନଥିଲେ ସେ ସ୍ତ୍ରୀ ଲୋକ ବୋଲି l ସୁତରାଂ ସେ ପୁରୁଷ ବେଶରେ ଥିବା ମନ୍ତ୍ରୀ ଝିଅକୁ ତାଙ୍କ ଝିଅ ସହିତ ବିଭା ଦେବାକୁ ଚାହିଁଲେ l ଯୋଜନଗନ୍ଧା କିନ୍ତୁ କହିଲା, ‘’ ମଣିମା ମୋର ଈଚ୍ଛା ହେଉଛି, ଏ ରାଜ୍ୟରେ ଏକ ଶୁଆ ପଦର୍ଶନୀ କରାଇବି l ବୁଦ୍ଧିମାନ ଓ ସୁନ୍ଦର ଶୁଆର ମାଲିକକୁ ଏକ ଲକ୍ଷ ସ୍ଵର୍ଣ୍ଣମୁଦ୍ରା ଦିଆଯିବ, ଆପଣ ଏକଥା ଘୋଷଣା କରନ୍ତୁ l ତାପରେ ମୁଁ ଆପଣଙ୍କ କନ୍ୟାକୁ ବିଭାହ କରିବି,

ରାଜା ଶୁଆ ପ୍ରଦର୍ଶନୀ କଥା ଘୋଷଣା କାଲେ l ପୁରସ୍କାର ପାଇବା ଆଶାରେ ଅନେକ ଲୋକ ନିଜ ନିଜର ସବୁଠୁ ସୁନ୍ଦର ସୁନ୍ଦର ଶୁଆ ନେଇ ପହଞ୍ଚିଲେ l ମାଲୁଣୀ ମଧ୍ୟ ତିନୋଟି ଶୁଆ ଆଣିଥିଲା l ପ୍ରଦର୍ଶନୀରେ ସମବେତ ହୋଇଥିବା ଶୁଆମାନଙ୍କ ଭିତରୁ ଗୋଟିଏ ଶୁଆ ଯୋଜନଗନ୍ଧାକୁ ଦେଖି କାନ୍ଦିବାକୁ ଲାଗିଲା l ସେ ଶୁଆଟି ଯେ ରାଜକୁମାର ମାଣିକ, ମନ୍ତ୍ରୀ କନ୍ୟାକୁ ଏକଥା ଜାଣିବାକୁ ବାକି ରହିଲା ନାହିଁ l ଯୋଜନଗନ୍ଧା ମାଲୁଣୀକୁ ଆଦେଶ ଦେଲା ଶୁଆକୁ ମଣିଷ କରିବା ପାଇଁ l ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ l ମାଲୁଣୀ ମଧ୍ୟ ଏଥିରେ ଅମଙ୍ଗ ହେଲା l ନିଜର ବେଶ ପରିବର୍ତ୍ତନ କରି ମନ୍ତ୍ରୀଝିଅ ମୂଳରୁ ଶେଷଯାଏ ଘଟିଥିବା ସମସ୍ତ ଘଟଣା କହିଲା l ଦୁଷ୍ଟ ମାଲୁଣୀର ମୁଣ୍ଡ ଲଣ୍ଡାକରି, ତା ମୁହଁରେ ଚୁନ କଳା ଦେଇ, ତାକୁ ସମସ୍ତଙ୍କ ସାମନାରେ ଶହେ ଚାବୁକ୍ ଦିଆଗଲା l ରାଜକୁମାରଙ୍କୁ ନିଜ ରୂପ ଫେରାଇ ନଦେଲେ ତା ମୁଣ୍ଡ କାଟ ହେବ ବୋଲି ଧମକ ଦେଲେ l ବାଧ୍ୟ ହୋଇ ମାଲୁଣୀ ଶୁଆକୁ ରାଜ୍କୁମାର କଲା l

ମାଣିକ କୁମାରଙ୍କୁ ଯୋଜନଗନ୍ଧା ଓ କୋଶଳ ରାଜକୁମାରୀ ଦୁହେଁ ବିବାହ କଲେ l ଅନେକ ଦାନ ଯୌତୁକ ଦେଇ ଆଡ଼ମ୍ବର ସହକାରେ ରାଜା, ଝି ଜ୍ଵାଇଁଙ୍କୁ ବିଦାୟ ଦେଲେ l ଏଣେ ପୁଅ ଦେଶ ଛାଡ଼ି ଯିବାଠୁଁ କଳିଙ୍ଗ ରାଜା ପୁଅକୁ ଝୁରି ହେଉଥିଲେ l ନିଜର ନୟନ ପିତୁଳାକୁ ଫେରିପାଇ, ସମସ୍ତକଥା ଶୁଣି ସେ ଆନନ୍ଦିତ ହେଲେ ଓ ପୁଅ ବୋହୁଙ୍କୁ ନେଇ ସୁଖରେ ରହିଲେ l

କଳିଙ୍ଗ ବ୍ରାହ୍ମଣ ମାଛ

Rate the content


Originality
Flow
Language
Cover design

Comments

Post

Some text some message..