Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ପ୍ରତିକାର

ପ୍ରତିକାର

1 min
7.3K



ଯୋଗୀ ଜଣେ ଆସିଥିଲେ ଦାଣ୍ଡକୁ l ତାଙ୍କ ମୁଣିରେ ଚାଉଳ ଗିନେ ଅଜାଡି ଦେବା ବେଳକୁ ମୋତେ ହଠାତ୍ ସେ ମୋ ଅତୀତ ବିଷୟରେ କିଛି କହିଲେ l ସେଥିରୁ ଅଧିକାଂଶ ଠିକ୍ ଥିଲା l କୌତୁହଳ ବଶତଃ ମୁଁ ତାଙ୍କୁ ମୋ ଭବିଷ୍ୟତ ବିଷୟରେ ପଚାରି ବସିଲି l ସେ କହିଲେ, “ନିକଟ ଭବିଷ୍ୟତରେ ମୁଁ ଅନେକ ଦୁର୍ଦ୍ଦଶାର ସମ୍ମୁଖୀନ ହେବି l ମୋର ପରିବାର ଉପରକୁ ସଙ୍କଟ ମାଡି ଆସିବ l ପୁଅ, ଝିଅ, ସ୍ୱାମୀ କେହି ବି ବାଦ୍ ପଡିବେନି l ସେଥିପାଇଁ ପ୍ରତିକାର ବ୍ୟବସ୍ଥା କରିବା ଦରକାର l” ପ୍ରତିକାର ପାଇଁ ଯୋଗୀ ଯାହା କହିଲେ, ପ୍ରାୟ 10000 ଟଙ୍କା ଲାଗିବ l ନିମ୍ନ ମଧ୍ୟବିତ୍ତ ପରିବାରରେ ସବୁବେଳେ ନିଅଣ୍ଟିଆ ବଜେଟ୍ l ଲୁଗାକୁ ହେବା ବେଳକୁ କାନିକୁ ନିଅଣ୍ଟ l ଟଙ୍କା ଯୋଗାଡ କରିବାକୁ କହି ଯୋଗୀ ଫେରି ଯାଇଥିଲେ l ମୋର ଚିନ୍ତାକ୍ଲିଷ୍ଟ ମୁହଁକୁ ଦେଖି ଅ ଅକ୍ଷର ବିବର୍ଜିତ ଶାଶୁ ମୋର କହିଲେ, “ହଇଲୋ ! ଯୋଗୀ, ଭିକାରୀ ଯଦି କପାଳ ଦେଖି ସବୁ ଠିକ୍ କହୁଥାନ୍ତେ, ସେମାନେ ଦୁଆର ଦୁଆର ବୁଲି ଭିକ ମାଗନ୍ତେ କାହିଁକି ?”ଏହି ପଦଟେ କଥାରେ ମୁଁ ଆଶ୍ୱସ୍ତ ହୋଇଗଲି ଓ ପ୍ରତିକାର ଚିନ୍ତା ମନରୁ ବାହାର କରି ବର୍ତ୍ତମାନରେ ବଞ୍ଚିବାକୁ ଚେଷ୍ଟା

କଲି l


Rate this content
Log in

Similar oriya story from Inspirational