Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ସାଗର୍ କିନାରେ

ସାଗର୍ କିନାରେ

1 min
1.7K


ସାଗର୍ କିନାରେ

  • ବାଳ କେରାକ ଯଦି ପିଠିଉପରୁ ହଟିଯା'ନ୍ତା, ମୁଁ ନିଶ୍ଚିତ ହୋଇଯା'ନ୍ତି .....।

       ସମୁଦ୍ର ଅବିବେକୀ । ସଂପର୍କ ଗଢେ, ଭାଙ୍ଗେ ବି । ଲହଡ଼ି ପରି । କଲେଜ ପିକ୍-ନିକ୍ ରେ ସମୁଦ୍ରକୁ ଦେଖି ବିହ୍ୱୋଳ ହୋଇଯାଇଥିଲା ସିପ୍ରା । କହିଲା - "ପ୍ରେମ କରିବାକୁ ହେଲେ ହୃଦୟକୁ ସମୁଦ୍ର ପରି ବିଶାଳ କରିବାକୁ ହେବ ତୁମକୁ ।" ମୁଁ ହସିଲି - "ସମୁଦ୍ର ପରି କ'ଣ, ସମୁଦ୍ରଠୁଁ ବି ବଡ଼ କରିଦେବି ତୁମପାଇଁ । ବାସ୍ ସେଇ ଦିନୁ ଢେରଥର ସମୁଦ୍ରମନସ୍କ ହୋଇଛୁ ଆମେ । ଅଥଚ ସେଇ ସମୁଦ୍ର କୂଳେ କିଛି ଅସମ୍ଭବ ସର୍ତ୍ତ ରଖି ମୋ ହୃଦୟର ବିଶାଳତାକୁ ତୁଚ୍ଛ କରି ସିପ୍ରା ଫେରିଗଲା ଦିନେ ।

  - "ପ୍ରେମରେ ଏମିତି ହୁଏ । ଧୈର୍ଯ୍ୟ ଧର । ମୁଁ ସମୁଦ୍ର । ଯାହା ନିଏ, ଫେରାଇ ବି ଦିଏ ।"

       ବାଳ କେରାକ ଆଗକୁ କଲାପରେ ବେକତଳ ଜାଇମନ୍ଦା ସ୍ପଷ୍ଟ କରିଦେଲା ମୋ ଦଶବର୍ଷ ଅତୀତକୁ । ସମୁଦ୍ରର ଛାତିରେ ଏଭଳି ଅନ୍ତରଙ୍ଗ ହୋଇ ଓଦା ହେଉଥିବା ମଣିଷଟି ତା' ସ୍ବାମୀ ଭିନ୍ନ ଆଉ କିଏ ହୋଇପାରେ ! ଥାଉ ଭାବି ମୁଁ ମୁହଁ ଫେରାଇବାବେଳେ ଆଖି ମିଶିଗଲା ସିପ୍ରା ସହ ମୋର । ବିଶାଳ ସମୁଦ୍ର ଓ ସହସ୍ର ଲୋଲୁପ ଆଖିଙ୍କୁ ବେଖାତିର୍ କରି ଟିକେ ଆଗରୁ ସ୍ୱାମୀ ସହ ନିଜକୁ ମୁକୁଳା କରିଦେଇଥିବା ସିପ୍ରା, ମୁଁ ପଢିସାରିଥିବା ଦେହଟାକୁ ସଂକୁଚିତ କରି ଏମିତି ସରମୁଥିଲା ଯେ - ମୋ ବିଶ୍ବାସର ମାତ୍ରା ଆଉରି ବଢିଯାଇଥିଲା, "ହଁ ବୋଧେ, ସମୁଦ୍ର ଯାହା ନିଏ, ଫେରାଇ ବି ଦିଏ ।"

 

ଅମିୟ ବେଜ୍, ଘଟଗାଁ, କେନ୍ଦୁଝର


Rate this content
Log in