Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Comedy Inspirational

3  

Trupti Paikaray

Comedy Inspirational

ଚାଇନା ଭୂତ (ଭାଗ-୨) ଦଶ ବର୍ଷ ପରେ ଚାଇନା ଭୂତ ଛଡା ଉପରେ ଆଧାରିତ

ଚାଇନା ଭୂତ (ଭାଗ-୨) ଦଶ ବର୍ଷ ପରେ ଚାଇନା ଭୂତ ଛଡା ଉପରେ ଆଧାରିତ

3 mins
7.1K


ଚାଇନା ଭୂତ (ଭାଗ-୨)

ଦଶ ବର୍ଷ ପରେ ଚାଇନା ଭୂତ ଛଡା ଉପରେ ଆଧାରିତ

ବାଳବ୍ରହ୍ମଚାରୀ ଭାଇନା, ଘରେ ଅଛ ନା ନାହିଁ?

ଆରେ, ହଁ..ହଁ ଭାଇ ପ୍ରେମାନନ୍ଦ କୁଆଡେ ଆଉ ଯିବି, ରିଟାୟାର୍ଡ଼ କଲି, ଏବେ ଘରେ ବସିଛି ଆଉ I

ହଉ ହଉ ପ୍ରେମାନନ୍ଦ ଆସ ଆସ,ଭାରି ଭଲ ହେଲା ତମେ ଆସିଲ, ମୁଁ ତ ତମକୁ ମନେମନେ ଖୋଜୁଥିଲି ଆଉ I

ଏତିକି କହି ସାରି, ବାଳବ୍ରହ୍ମଚାରୀ ପ୍ରେମାନନ୍ଦଙ୍କୁ ବସିବାକୁ କହିଲେ ।

ପ୍ରେମାନନ୍ଦ କହିଲେ ନାତି ଜନ୍ମଦିନ ତ, ଆସିଥିଲି ନିମନ୍ତ୍ରଣ କରିବାକୁ, ଆଉ କିଓ ଭାଇନା, ଏବେ କଣ ପୁରା ଘରଦ୍ୱାର ମାର୍ବଲ ପକେଇ ଚକାଚକ ଆଉ ଘରଦ୍ୱାର ସବୁଆଡେ ପୁରା ଭଲ ଆଲୁଅ ଜଳୁଛି I ଭାଇନା କଣ ଆଉ ଚାଇନା ମିଟର ନାହିଁ କି? ଏତିକି କହି ହସିଦେଲେ ପ୍ରେମାନନ୍ଦ ଆଉ ତାପରେ ବାଳବ୍ରହ୍ମଚାରୀ କହିଲେ ଆରେ ଭାଇ ସେ ଚାଇନା ଭୁତରୁ ଏବେ ଟିକେ ଛୁଟି ମିଳିଛି I ଏବେ ମୁଁ ଘରଦ୍ୱାର ସବୁ ସୋଲାର ଲାଇଟ କରିଦେଇଛି, ଆଉ ଚାଇନାଭୁତ ଡର ନାହିଁ, ଘରେ ଏବେ ସବୁ କାମ ଆମର ଆରାମରେ ଆଉ ଅଳ୍ପ ଖର୍ଚ୍ଚରେ ହେଇଯାଉଛି I ସେତେବେଳେ ସିନା ସେ ଚାଇନା ମିଟର ଥିଲା, ମୋତେ ଅଧମରା କରିସାରିଥିଲା ଆଉ ଖାଲି କଣ ହୁ ହୁ ହେଇ ଇଲେକ୍ଟ୍ରିକ ବିଲ ବଢି ଚାଲିଥିଲା I ମୋ ଲୁଗାପଟା ତ ଆଉ ସଫା ହେଉନଥିଲା,  ଟିଭି ଦେଖିବା ବନ୍ଦ ଥିଲା I ଛାଡ ସେ ଦୁଃଖ  ମନେପଡିଲେ ମୋ ଦେହ କଣ ହେଇଯାଏ l

 

ହେଲେ ଏବେ ଆମେ ସେ ଚାଇନା ଭୁତ ଛଡେଇଛୁ ବହୁତ କଷ୍ଟରେ, ଆଉ ଆମ ସରକାରଙ୍କ ଏବେ ଯୋଉ "ମେକ ଇନ ଇଣ୍ଡିଆ" କାର୍ଯ୍ୟକ୍ରମ, ଭାଇ ତା ବଦଳରେ ଆମେ ସବୁ ଆମ ଭାରତୀୟ ଜିନିଷ ଏବେ ବ୍ୟବହାର କରୁଛୁ, ସେ ଚାଇନା ଜିନିଷ ଗୁଡା ଆମେ କେବେଠାରୁ ଛାଡ଼ିଲୁଣି I ଆଉ ଆମ ବୋହୁ ଚେଁଗିପା ସିଏ ବି ବଦଳିଗଲାଣି,ହେଲେ ତାକୁ ତ ଆଉ ଭାଇ ଛାଡ଼ିହେବନି, ସେ ତ ଯାହାହେଲେ ଆମ ଘର ବୋହୁ, ସେ ଆଗରୁ ବାପଘରକୁ ଗଲେ ଚାଇନା ଜିନିଷ ଗୁଡା ବସ୍ତାବସ୍ତା ନେଇଆସେ, ହେଲେ ସେ ଆମ ଦେଶ ବୋହୁ ହେଇଗଲା ଆଉ ସିଏ ବି ଖୁସିରେ ଆମ ଭାରତୀୟ ଜିନିଷ ସବୁ ବ୍ୟବହାର କଲାଣି I ହେଲେ ତଥାପି ଚୋରାରେ ଅନେକ ବାଜେ ଜିନିଷ ଚାଇନାମେଡ଼ ମିଳୁଛି, ଏଇ କାଲିତ ପେପରରେ ପଢିଛି ନକଲି ଅଣ୍ଡା ଆଉ ଚାଉଳ କୁଆଡେ ଚାଇନା ମାର୍କେଟ ଛାଡ଼ିଛି ଆଉ ଭାରତରେ, କେତେ ଲୋକ ଖାଇ ଅସୁସ୍ଥ, ଏସବୁ ଶୁଣି ଭାରି ଡର ଲାଗୁଛି I

 

ଆମ ମାର୍କଣ୍ଡ ମାଆ ତାର ଆଉ ସେ ଚାଇନା ଜିନିଷ କିଣିବା ନିଶା ପୁରା ଉତୁରି ଯାଇଛି ଏହି ଅଣ୍ଡା ଆଉ ଚାଉଳ କଥା ଶୁଣିକି I ଆମେ ଆଜିକାଲି ଦେଶୀ ଜିନିଷ ପାଇଁ ବେଶୀ ଆଗ୍ରହୀ, ଆମ ଗାଁରେ ମାଣମାଣ ଜମି ପଡିଆ ପଡିଥିଲା, ମୁଁ ଏବେ ଯାଇ ସେଠି ରହୁଛି, ଆଉ ଗାଁରେ ଚାଷବାଷ କାମ ଟିକେ ଦେଖୁଛି ଭାଇ, ସେଠୁ ଆମକୁ ଧାନ, ଗହମ, ପନିପରିବା ସବୁ ମିଳୁଛି, ଆଉ ପୋଖରୀରୁ ଫ୍ରେଶ ମାଛ, କୁକୁଡ଼ା ବି ପାଳିଛି, ଦେଶୀ ଅଣ୍ଡା ନଖାଇ ଏଇ ଚାଇନା ଅଣ୍ଡା ଖାଇ କିଏ ଡାକ୍ତରଖାନା ଦୌଡିବ ଭାଇ, ଏଇ ପ୍ଲାଷ୍ଟିକ ଚାଇନା ଚାଉଳ ଚୋବେଇବା ଅପେକ୍ଷା ଦେଶୀ ଚାଉଳ ଭାତ ଖାଇବା ଭଲ I

ଝିଅ ଦୁର୍ଗେଶ୍ୱରୀ ବାହା ହେଇ ତା ଘରସଂସାରରେ ବ୍ୟସ୍ତ, ସେ ବି ତା ଶାଶୁଘରେ କିଛି ଚାଇନା ଜିନିଷ ଆଉ ବ୍ୟବହାର କରୁନି, ଜ୍ୱାଇଁ ଆମର ନିଜର ଗୋଟେ ସୋଲାର ପ୍ରଡକ୍ଟ ବିଜନେସ କରୁଛନ୍ତି, ଗାଁ ଗାଁରୁ ଲୋକ ଆସି ସବୁ ସୋଲାର ଜିନିଷ ନେଉଛନ୍ତି, ଆମେ ବି ତାଙ୍କ ଦୋକାନରୁ ସବୁ ସୋଲାର ଜିନିଷ ଆଣି ବ୍ୟବହାର କରୁଛୁ I

ବଡ ପୁଅ ତାର ଭଲରେ ଅଛି ଏବେ, ଆଗରୁ ସେ ଫେଙ୍ଗସୁଇ ଆଉ ସେ କଣ ବାସ୍ତୁଶାସ୍ତ୍ର ଚକ୍କରରେ ପଡି ଗୁଡ଼ାଏ ପଇସା ବର୍ବାଦ କରି ଏବେ ମୁଣ୍ଡରେ ଚିନ୍ତା ପଶିଛି ଭାଇ, ଏବେ ସେସବୁ ସେ ଆଉ କରୁନି, ଭଲରେ ଅଛି I

ଆଉ ସାନପୁଅ ଗୋବରା, ଚାଇନା ଯାଇ ପାଠ ତ କମ୍ପ୍ଲିଟ କଲାନି, ପୁଣି ଏଠି ଆସି କଣ ପଢିଲା, ମୋର ପଇସା ନଷ୍ଟ କଲା, ଏବେ ବଡ ଚାକିରୀ ଗୋଟେ ପାଇଛି ଭଲ ଦରମା ପାଉଛି I ଚେଁଗିପା ଆମର ଓଡ଼ିଆ କହିବା ଶିଖିଗଲାଣି ଆଉ ଆମ ସହ ଭଲରେ କଥା ହେଉଛି I  ସେ ବି ପୁରା ବଦଳିଗଲାଣି ଆଉ ଆଗପରି ନାହିଁ, ତେଣୁ ମୁଁ ଭାବୁଛି ଭଗବାନଙ୍କ କୃପାରୁ ଏହି ଚାଇନାଭୁତ ଗଲାରୁ ଆମେ ଟିକେ ଖୁସିରେ ଅଛୁ I ଏବେ ମୋର ଆଉ ଏତେ କିଛି ଅସୁବିଧା ନାହିଁ, ଆମ ପରିବାର ଖୁସିରେ ଅଛୁ ଭାଇ I ଯାହାହେଉ ସରକାରଙ୍କ ଯେଉଁ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ସତସତିକା ଚାଇନା ଭୁତାଛଡ଼ା କାମରେ ଲାଗିଛି, ଯାହାହେଉ ଲୋକମାନେ ବି ଆମର ସତର୍କ ହେଲେଣି ଟିକେଟିକେ, ସବୁ କଥା ଶୁଣିଶୁଣି ପ୍ରେମାନନ୍ଦ କହିଲେ ଯାହେଉ ଭାଇନା ଆପଣଙ୍କ ଦୁଃଖ ଗଲା, ଭାରି ଭଲ ଲାଗିଲା ସେ ଚାଇନା ଭୁତ ଛାଡିଲା I   (By-Trupti)


Rate this content
Log in

Similar oriya story from Comedy