ସ୍ୱାଗତମ
ସ୍ୱାଗତମ
ଓଃ ....
ଏ କାର୍ ଟା ଏବେ ଖରାପ୍ ହେବାର ଥିଲ।ଘରେ ପହଞ୍ଚିବାକୁ ଆହୁରି ତିନି ଘଣ୍ଟା ଲାଗିବ।ଓଃ ମାଇଁ ଗଡ୍ ।ମୁଁ କଣ କରିବି।
ଆରେ ଆରେ ...ଏ ଏ ଏ ...!!!!!
ଛେ ....
ଏମିତି ସମୟ ରେ ବର୍ଷା ହେବାର ଥିଲା।ଲାଗୁଛି ଆଜି ମୋର ବେଳା ଭଲ ନାହିଁ।ନହେଲେ ଏମିତି ଅସୁବିଧା ସବୁ ହୁଅନ୍ତା ନା !!!
ଓଃ ସିଟ୍ ....
ଆଖ ପାଖରେ କିଛି ଗ୍ୟାରେଜ ଥିବ କି ନାହିଁ !!!ଉହୁଁ !!!
ସୋ ସ୍ୟାଡ୍ ଅଫ୍ ମି ...
ମୁଁ ତ ଏ ବର୍ଷା ରେ ଭିଜିଯିବି ।।
ହେଲପ୍..... ହେଲପ୍ .......
ଓଃ ନୋ !!!!
କେହି ବି ଶୁଣୁ ନାହାନ୍ତି।
ଏ ଦୁନିଆ ବଡ଼ ସେଲଫିଶ୍ ହେଇଗଲାଣି।
-ମ୍ୟାଡମ୍ କଣ ହେଇଛି ।
ଏମିତି ରାସ୍ତା ରେ ଭିଜୁଛନ୍ତି ଯେ....
ସର୍ଦି ଲାଗିଯିବ ।ଏ ବର୍ଷା ପାଣି ଗୁଡା ପିଉର୍ ୱାଟର ।ପୁରା ଦେହ ଖରାପ୍ କରି ଛାଡିବ।
-ତୁମେ କିଏ ??
ଏମିତି ଅନର୍ଗଳ ଗପି ଚାଲିଛ ଯେ!!!
-ମ୍ୟାଡମ୍ ଆପଣ ତ ଚିଲ୍ଲେଇ ଚିଲ୍ଲେଇ ସାହାଯ୍ୟ ମାଗୁଥିଲେ!!!
-ଓଃ ତାହେଲେ ତୁମେ ମୋତେ ସାହାଯ୍ୟ କରିବାକୁ ଅଟକି ଗଲ।
-ଥ୍ୟାଙ୍କ ଗଡ୍ !!!!
-ମୋ ଗାଡ଼ି ଟା ଷ୍ଟାର୍ଟ ହେଉନି ଜମା।ଏଠି ପାଖରେ କେଉଁଠି ଗ୍ୟାରେଜ ଅଛି କି ???
-ମ୍ୟାଡମ୍ ..........
ନନ୍ଦୁ...!!!ନାଁ ମୋର୍ ନନ୍ଦୁ।
ସମସ୍ତେ ଡାକନ୍ତି ମୋତେ ବନ୍ଧୁ।
ଓଃ ....ଡାଇଲଗ ବନ୍ଦ କର।
କୁହ ମୋତେ ହେଲପ୍ କରିପାରିବ କି ??
-ମ୍ୟାଡମ୍ ମୋତେ ତୁମେ ଛୋଟ ପିଲା ଭାବୁଛ କି ??
ମୋ ବୟସ ସିନା ଅଠର।କିନ୍ତୁ ମୋ ଲାଇଫ୍ ହେଉଛି ସ୍ପାନର।
ସ୍ପାନର ମୋର୍ ଜୀବନ।ଛୋଟ ବେଳୁ ସ୍ପାନର ସଙ୍ଗେ ମୋର ବନ୍ଧୁତା।
ମ୍ୟାଡମ୍ ମୁଁ କାର୍ ମେକାନିକ।
-ଆଇ ସି !!!
ଇଉ ଆର୍ ସୋ ସ୍ବିଟ୍ !!!
ତୁମେ ତାହେଲେ ମୋତେ ଠିକ୍ ସାହାଯ୍ୟ କରିପାରିବ।।
ମେମ୍ ସାହେବ୍ ଭିତରୁ ଏତେ ଖୁସି ହେଇଗଲେ ଯାହା ତାଙ୍କ ତୋଫା ମୁହଁରୁ ସହଜରେ ଅନୁମାନ କରିହେଉଥିଲା।
ନନ୍ଦୁ କାର୍ ର ହୁଡ୍ କୁ ଟେକି ଯନ୍ତ୍ରାଂଶ ଗୁଡିକୁ ଚେକ୍ କରୁଥିଲା।
ଅନେକ ନିରୀକ୍ଷଣ କଲା ପରେ ନନ୍ଦୁ କହିଲା।
-ମ୍ୟାଡମ୍ ..ସ୍ପାର୍କ ପ୍ଲଗ୍ ରେ ଟିକେ ଅସୁବିଧା ଅଛି।
ଏଇ ନିକଟରେ ମୋର୍ ଗ୍ୟାରେଜ ।ଆପଣଙ୍କ କାର୍ କୁ ସେଇଠିକି ନେଇ ଯିବାକୁ ପଡିବ।
ବର୍ଷା ରେ ଅଧା ଭିଜିଯାଇଥିବା ମେମ୍ ସାହେବ୍ ଙ୍କୁ ନନ୍ଦୁ ଏକ ବିଚିତ୍ର ଚାହାଣୀ ରେ ଉଣ୍ଡୁ ଥିଲା।
ଯେଉଁ ସମୟ ରେ ମେମ୍ ସାହେବ୍ ନଜର ଏଣେ ତେଣେ ପକାଉଥିଲେ ,ସେଇ ସମୟ ରେ ନନ୍ଦୁ ମ୍ୟାଡମ୍ ଙ୍କୁ ଅତ୍ୟନ୍ତ ଭାବ ଗର୍ଭକ ହୋଇ ଚାଁହୁଥିଲା।ନିଜର ଘନ କେଶ ରୁ ପାଣି ଛଡେଇବା ଉଦ୍ଦେଶ୍ୟରେ କେଶ ଝାଡ଼ି ଦେଲା ବେଳେ ନନ୍ଦୁ ମୁଁହ ରେ ଟିକେ ପାଣି ର ଛିଟିକା ପଡିଗଲା।ନନ୍ଦୁ ପାଟିକୁ ଆଁ କରି ମେମ୍ ସାହେବ୍ ଙ୍କ ଗ୍ରୀବା ଆଉ ଲିପିଷ୍ଟିକ ବୋଳା ଓଠକୁ ନିମିଷେ ଚାହିଁ ରହିଲା।ନଜର ବକ୍ଷୋଜ ଉପରେ କିଛି କ୍ଷଣ ଅଟକି ଗଲା।
-ଆରେ ...ମୋତେ ଏମିତି ହାଁ ଟା କରି ଅନେଇଛୁ।
ମୋ କାର୍ କୁ କେମିତି ତୋ ଗ୍ୟାରେଜ ପାଖକୁ ନେବୁ ଚିନ୍ତା କର।
-ନାଇଁ ...
ହଁ...
ନାଇଁ ...ହଁ
ହଁ ହଁ ମ୍ୟାଡମ୍ ।ମୋ ଗାଡ଼ିରେ ସ୍ଲିଙ୍ଗ ଅଛି।ମୋ ଗାଡ଼ିରେ ଆପଣଙ୍କ ଗାଡ଼ିକୁ ବାନ୍ଧି ଟାଣି ଟାଣି ନେଇଯିବି।
ହଉ ହଉ...ଆପଣ କାର୍ ରେ ବସନ୍ତୁ।
ନହେଲେ ଆହୁରି ଭିଜିଯିବେ।
କାର୍ ନନ୍ଦୁର ଘର ତଥା ଗ୍ୟାରେଜ ରେ ପହଁଚିଲା।ନନ୍ଦୁ ର ରୁମ୍ ଆଗଟା ହେଉଛି ତାର ଗ୍ୟାରେଜ।ମ୍ୟାଡମ୍ ଏଇ ମୋର୍ ରୁମ୍ ।ଆପଣ ଭିତରକୁ ଜାନ୍ତୁ।ସେଇଠି ଚୌକି ରେ ବସନ୍ତୁ।ମୁଁ ରେଡି କରି ଦେଉଛି ଆପଣଙ୍କ କାର୍।
ଟାଂ ଟାଣା ....
ଉଞ୍ଚି ହେ ବିଲ୍ଡିଂଗ....
ଲିଫ୍ଟ ତେରି ବଂଦ୍ ହେ...
ଟ୍ୟାଉଁ ଟ୍ୟାଉଁ....
ମେମ୍ ସାହେବ୍ ଙ୍କୁ କଣେଇ କଣେଇ ଚାଁହୁଥାଏ।
-ଆରେ ବାଃ ।ବଢିଆ ଗୀତ ତ ଗାଉଛୁ।
ହେ ହେ ।।ନାଇଁ ମ୍ୟାଡମ୍ ଏମିତି କାମ ଭିତରେ ଟାଇମ ପାସ୍ ପାଇଁ।
ଗୋଟେ ନିର୍ଦ୍ଧିଷ୍ଟ ରେଂଚ୍ ନେବା ଅଭିନୟ କରି ନନ୍ଦୁ ରୁମ୍ କୁ ପଶିଲା।
-ଆରେ ଆରେ ....ମ୍ୟାଡମ୍ ଆପଣ ତ ପୁରା ଭିଜି ଯାଇଛନ୍ତି।
ଏଇ ଅଳ୍ପ ଦୂର ରେ ଆମ ଘର।ସେଇଠି ମୋର୍ ମା ଆଉ ସାନଭାଇ ରହେ।ଆପଣ ଯଦି ଖରାପ ନଭାବିବେ ମୁଁ ମୋ ମା'ର ଶାଢ଼ୀ ନେଇ ଆସିବି।
-ନାଇଁ ଥାଉ ଥାଉ।
ଆଉ କେତେ ସମୟ ଲାଗିବ ?
-ଆଉ ଅଧଘଣ୍ଟା ତ ଲାଗିବ।
ହମ୍.....
ଆଇଡ଼ିଆ ....
ମ୍ୟାଡମ୍ ଆପଣ ତ ମଡର୍ଣ ଲାଗୁଛନ୍ତି।ଆପଣ ଚାହିଁଲେ ମୋ ବରମୁଡା ଆଉ ଟି ସାର୍ଟ ବ୍ୟବହାର କରିପାରିବେ।
-ଆର୍ ଇଉ ମ୍ୟାଡ୍ ???
ତୋର ଏଇ ଗ୍ରିଜ୍ ଆଉ ତେଲ ଲଗା ମଇଳା କପଡା କୁ ମୁଁ ପିନ୍ଧିବି !!
ନେଭର...
ମୁଁ ଏମିତି ରେ ଠିକ୍ ଅଛି।
-ନାଇଁ ମ୍ୟାଡମ୍ ସେଇଠି ଦେଖନ୍ତୁ ।ମୁଁ ସଫା କରି ଇସ୍ତିରି କରି ରଖିଛି।
ମୋ ଟି ସାର୍ଟ ଟା ଲମ୍ବା ବି ଅଛି ଆପଣଙ୍କୁ ଫିଟ ଆସିଯିବ।
ମ୍ୟାଡମ୍ ନନ୍ଦୁ ର ସଫା ଆଉ ଇସ୍ତିରି ଦିଆ କପଡା କୁ ଦେଖି।
-ନଟ ବ୍ୟାଡ।
ନନ୍ଦୁ ଟିକେ ମୁରୁକି ହସିଲା।ମନେ ମନେ ଭାବିଲା ଯାହା ହେଉ ତାର ଏଇ ଶୁଖିଲା କପଡା ଏଇ ବର୍ଷା ଦିନରେ କାହାର ସାହାଯ୍ୟ ରେ ତ ଲାଗିଲା।
ନନ୍ଦୁ ରୁମ୍ ବାହାରକୁ ଆସିଲା।କାର୍ ଭିତରେ ମୁହଁ ପୁରେଇ ଚେକ୍ କରୁଥାଏ।କବାଟ ଅଧା ଆଉଜା ହୋଇଥାଏ।
ନନ୍ଦୁ ଛୁପି ଛୁପି ମେମ୍ ସାହେବ୍ ଙ୍କୁ ଅନାଉ ଥାଏ।
ମେମ୍ ସାହେବ୍ କବାଟ ଟାକୁ ପୁରା ବନ୍ଦ କରିଦେଲେ।
-ମ୍ୟାଡମ୍ ଆପଣଙ୍କ କାର୍ ରେଡି ।ଟିକେ ବାହାରକୁ ଆସନ୍ତୁ ଟିକେ ପାନା ଟା ଧରିବେ।ମୁଁ ଷ୍ଟାର୍ଟ କରିବି।
-ଆସୁଛି।
ନିଜ ପୋଷାକ ରେ ମେମ୍ ସାହେବ୍ ଙ୍କୁ ଦେଖି ନନ୍ଦୁ ଆଖି ପୁରା ଟିଣ।କିଛି କ୍ଷଣ ସେ ମ୍ୟାଡମ୍ ଙ୍କୁ ଚାହିଁ ରହିଥାଏ।
ମ୍ୟାଡମ୍ ହାତରେ ଫୁଟକି ମାରି ....
ହାଲୋ......
କୋଉଠି ହଜିଗଲୁ ନନ୍ଦୁ !!!!!
ନାଇଁ ମ୍ୟାଡମ୍ ।।ଏମିତି ।।ସେ କିଛି ନାହିଁ।
ନାଇଁ ନାଇଁ... କିଛି ତ ଅଛି।
-ମ୍ୟାଡମ୍ ଟିକେ ପାନା ଟା ଟାଇଟ କରି ଧରନ୍ତୁ।
ନନ୍ଦୁ ଷ୍ଟାର୍ଟ କରିବାକୁ ଗଲା।
ତାର ନଜର ଯେମିତି ମେମ୍ ସାହେବ୍ ଙ୍କ ଉପରେ ଲଦି ହୋଇଯାଇଛି।
ଷ୍ଟାର୍ଟ ମାରୁ ମାରୁ....
ଗାଡ଼ି ର ଷ୍ଟାର୍ଟ ହୋଇଗଲା ,ସେହି ଶବ୍ଦରେ ମିଶାଇ ନନ୍ଦୁ କହିଲା ମ୍ୟାଡମ୍ ଏଇ କପଡା ରେ ପୁରା ମସ୍ତ ଦିଶୁଛନ୍ତି।
-କଣ କହିଲୁ।।ଶୁଭୁନି।
-ମ୍ୟାଡମ୍ ।ମୁଁ କହିଲି ଆପଣ ମୋ ଡ୍ରେଶ୍ ରେ ବହୁତ୍ ବିଉଟିଫୁଲ୍ ଲାଗୁଛନ୍ତି।
-ଓ ...(ସ୍ମିତ ହସି)
ରିଅଲି....!!!
ଆଛା ତୋର କେତେ ଟଙ୍କା ହେଲା କାହ।
-ମ୍ୟାଡମ୍ ବାର ଶହ ପଚାଶ ଟଙ୍କା।
ହଉ ନନ୍ଦୁ ମୁଁ ଦେଉଛି।
ନିଜ ଭ୍ୟାନିଟ୍ ବ୍ୟାଗ ଦେଖିଲେ ।ପଇସା ନାହିଁ।
-ଓ ନୋ।
ନନ୍ଦୁ ମୁଁ ତରବର ରେ ଏ:ଟି:ଏମ୍ ରୁ ଟଙ୍କା ବାହାର କରିବାକୁ ଭୁଲି ଯାଇଛି।
ଏଇ ପାଖରେ କୌଣସି ଏ:ଟି :ଏମ୍ ଅଛି କି ?
ହଁ ମ୍ୟାଡମ୍ ।ଏଇଠୁ ହାଲ୍ଫ କିଲୋମିଟର।
ଆଇ ଆମ୍ ସରି ନନ୍ଦୁ ।ମୁଁ ନେଇ ଆସୁଛି।
-ଆରେ ନାଇଁ ମ୍ୟାଡମ୍ ବ୍ୟସ୍ତ ହେବାରେ କିଛି ନାହିଁ।
ଆପଣଙ୍କ ଶାଢ଼ୀ ବି ତ ଏଯାଏଁ ଶୁଖିନି।
ଟିକେ ବର୍ଷା ଛାଡିଯାଉ।ନହେଲେ ପୁଣି ଭିଜି ବେମାର ପଡ଼ିଯିବେ ଯେ...!!!!
-ଇଉ ଆର୍ ସୋ କିଉଟୁ ନନ୍ଦୁ।
ଉଭୟ ରୁମ୍ ଭିତରକୁ ଗଲେ ।
ମେମ୍ ସାହେବ୍ ।ନିଜ ଭ୍ୟାନିଟି ବ୍ୟାଗ ରୁ ହୁଇସ୍କି ବୋତଲ ଗୋଟେ ବାହାର କଲେ
-ନନ୍ଦୁ ଗୋଟେ ଗ୍ଲାସ୍ ଦେ ତ !!!
-ଆପଣ ଡ୍ରିଙ୍କସ କରନ୍ତି।
-କାହିଁକି କଣ ହେଲା??
-ନାଇଁ ଆପଣଙ୍କୁ ମୁଁ ଯେତେବେଳେ ପ୍ରଥମେ ଦେଖିଲି ,ଭାବିଲି ଆପଣ ପୁରା ସଂସ୍କାରୀ ମହିଳା ହୋଇଥିବେ ।କିନ୍ତୁ ...
-କିନ୍ତୁ !!
-ଆରେ ମରଦ ମାନେ କଣ ଖାଲି ଏ ଦୁନିଆରେ ସବୁ ସୁଖ ଲୁଟିବେ ।ଆଉ ଆମେ ମହିଳା ମାନଙ୍କ ବେଳକୁ ସଂସ୍କାର।
ତୁ ବି ତ ଡ୍ରିଙ୍କସ୍ କରୁଥିବୁ।
-ହଁ ଯେ କିନ୍ତୁ କେବେ କେବେ ...(ସ୍ମିତ ହସି )
-ହା ହା ହା ...ମୁଁ ବୁଝିପାରୁଛି ତୋର କେବେ କେବେ ମାନେ କଣ।
-ଆ ମୋ ସାଙ୍ଗରେ ଦୁଇ ପେଗ୍ ମାରି ଦେ।
-ଆପଣ ଙ୍କ ସଙ୍ଗେ !!ନାଇଁ ନାଇଁ ଥାଉ।
-କମ୍ ଅନ୍ !!ଡୋଣ୍ଟ ବି ସାଏ।
-ଆପଣ ଏତେ ଅନୁରୋଧ କରୁଛନ୍ତି ଯେତେବେଳେ।କିନ୍ତୁ ମୋ ପାଇଁ ଛୋଟ ବନେଇବେ।
-ଛୋଟ !!ହା ହା ହା।ଏତେ ବଡ଼ ପିଲା ହେଲୁଣି ।
-ମୁଁ ବିଅର ନିଏ।
-କିନ୍ତୁ ଏ ଗୁଡା ଯେ ହୁଇସ୍କି।
-ହଉ ଚଳେଇ ଦେବା।
ନନ୍ଦୁ ମେମ୍ ସାହେବ୍ ଙ୍କୁ ଏବେ ସହଜ ଦୃଷ୍ଟିରେ ଅନାଇବାକୁ ଲାଗିଲା।ତାକୁ ଯେମିତି ଲାଗିଲା ମେମ୍ ସାହେବ୍ ତାର ଅତି ନିଜର ପାଲଟି ଯାଇଛନ୍ତି।
-ଜାଣିଛୁ ନନ୍ଦୁ ।କେଉଁ ଦାମୀ ବାର୍ ରେ ଯାଇ ଡ୍ରିଙ୍କସ୍ କଲେ,ଏଇ ବ୍ରାଣ୍ଡ ର ଗୋଟେ ପେଗ୍ ର ଦାମ୍ ଆଠ ଶହ ଟଙ୍କା।
-ସତରେ (ନନ୍ଦୁ କୁ ଟିକେ ନିଶା ଚଢି ଯାଇଥିଲା)
-ଥାଉ ମ୍ୟାଡମ୍।
-ଆପଣ କଣ ମୋର୍ ପାଉଣା ତକ ଏମିତି ମଦ ପିଆଇ ଶୁଝି ଦେବେକି !!!!!
-ଆରେ ନାଇଁ।ତୋ କାମରେ ଖୁସି ହେଇ ମୁଁ ତୋତେ "ପି" ବାକୁ ଦେଉଛି ।ତୁ ମୋର୍ କାର୍ ଠିକ୍ କରିଦେଲୁ।ଆଇ ଆମ୍ ହାପି ଫର ଦ୍ୟାଟ୍।
ଚଲ୍।।ଏ ବୋତଲ ଖାଲି କରିଦେବା।
-ଓକେ ମ୍ୟାଡମ୍।
-ଆଛା ନନ୍ଦୁ ।ତୋର କେଇ ଗାର୍ଲଫ୍ରେଣ୍ଡ୍ ଅଛନ୍ତି?
-ନାଇଁ ମ୍ୟାଡମ୍ ।ଗାର୍ଲଫ୍ରେଣ୍ଡ ପାଳିବାକୁ ଆମର ଔକାତ ନାହିଁ।ତା ଛଡା କାମରୁ ଫୁରସତ ମିଳିଲେ ସିନା।
-ଭେରୀ ବ୍ୟାଡ୍।
ନନ୍ଦୁ ବୋତଲ ମୁହଁ ରେ ଲଗେଇ ଢକ ଢକ କରି ହୁଇସ୍କି ପି ବାକୁ ଲାଗିଲା।
-ଆରେ ଖାଲି ବୋତଲ ଉଠାଇ ଜାଣିଛୁ ନା ଆଉ କିଛି ଉଠାଇ ଜାଣିଛୁ।
-ମା......ନେ ।
-ତୁ ସବୁ ଜାଣିଛୁ।ସବୁ ଶିଖିଛୁ।ତୁ ମୋତେ କେମିତି ଚାଁହୁଥିଲୁ ।ମୁଁ ଫିଲ୍ କରିଛି ।ତୋର ସେ ଚାହାଣୀ ମୋତେ ବି ଭଲ ଲାଗୁଥିଲା ନନ୍ଦୁ।
-ସ...ସ.... ସତରେ ମ୍ୟାଡମ୍ !!
-ଏସ୍ ନନ୍ଦୁ।ମୋତେ ଉଠାଇ ଦେଖ ଜାଣିପାରିବୁ।ତୋ ପାଇଁ ମୋ ହୃଦୟ ରେ କେତେ ଜାଗା ଅଛି।
ନନ୍ଦୁ କିଛି ସମୟ ପାଇଁ ନିଜକୁ ଅଲଗା ଦୁନିଆର ଭାବିନେଲା।ତାକୁ ସ୍ୱପ୍ନ ପରି ଲାଗୁଥିଲା।ମ୍ୟାଡମ୍ ଙ୍କ ପ୍ରଣୟ ନିବେଦନ କୁ ସେ ଆକଣ୍ଠ ପାନ କରିଚାଲିଲା।ସତେ ଅବା କୂଅ ଶୋଷ ପାଖକୁ ଚାଲି ଚାଲି ଆସି ଯାଇଛି।।ନିଜକୁ ସେ ଏମିତି ଭାଗ୍ୟବାନ ସେ କେବେ ପାଇ ନାହିଁ।ଆଜି ପାଖରେ ଯେତେବେଳେ ସୁବର୍ଣ୍ଣ ମୁହୂର୍ତ୍ତ, କେମିତି ହାତଛଡା କରିଥାନ୍ତା।ମିଳନ ର ମହକ ଚତ୍ରୁଦିଗ ବ୍ୟାପିଗଲା।ନନ୍ଦୁ ନିଜକୁ ପୁରିଲା ପୁରିଲା ଅନୁଭବ କରୁଥାଏ।ଦୁହିଁଙ୍କ ଦେହରୁ ବାହାରୁଥିବା ଗରମ ନିଶ୍ୱାସ ଯେପରି ବର୍ଷା ରେ ନିଦାଘ ର ଅନୁଭୂତି ଆଣୁଥିଲା।ନିୟନ୍ତ୍ରଣ ରେଖାରେ ଅଣଦେଖା କଲା ସବୁ ପ୍ରତିଷେଧକକୁ।
ମେମ୍ ସାହେବ୍ ଙ୍କ ବାହୁବନ୍ଧନ ରେ ନନ୍ଦୁ ସ୍ୱର୍ଗସୁଖ ଅନୁଭବ କରୁଥାଏ,ଆଉ ଭାବୁଥାଏ ସତେ ...ଏ ରାତି ଆଉ ଏ ରାତିର ଅଜଣା ସାଥୀ ଆଉ କିଛି ସମୟ ଅଟକି ଯାଆନ୍ତା ନାହିଁ!!!
ସମୟ ଵା କାହାକୁ ଅପେକ୍ଷା କରିଛି ନା କରିବ।ସମୟ ର କଅଁଳ କିରଣ ନନ୍ଦୁ ର ଅଧା ଫୁଙ୍ଗୁଳା ଦେହରେ ପଡି ନନ୍ଦୁକୁ ଯେମିତି ନିଦରୁ ଉଠାଇବାକୁ ଚେଷ୍ଟା କରୁଥିଲା।
ଉଭୟ ପାଖ କୁ ହାତ ପ୍ରସାରିତ କଲା।ଗଲା କାଲି ରାତିର ସେ ପ୍ରେୟସୀ , ମ୍ୟାଡମ୍ ଙ୍କ ଅନୁପସ୍ଥିତି କୁ ସେ ଅନୁଭବ କଲା।
ଗୋଟେ ଝଟକା ରେ ତାର ନିଦ ଭାଙ୍ଗିଲା ।ଆଖି ତାର ସିଧାସଳଖ ପଡ଼ିଲା ବେଡ୍ ସାମ୍ନା ରେ ଥିବା ଲମ୍ବା ମିରର ଉପରେ ।ସେଥିରେ ନାଲି ଲିପିଷ୍ଟିକ ରେ ଲେଖା ଥିଲା.....!!!!
"ୱେଲକମ୍ ଟୁ ଦ ୱାର୍ଲଡ ଅଫ୍ ଏଡ଼ସ୍ "
ନନ୍ଦୁ ର ସଦ୍ୟ ସୁଖନିଦ୍ରା ।ଦାରୁଣ ଝଡ଼ ରେ ପରିଣତ ହୋଇଗଲା।ମୁଣ୍ଡରେ ଦୁଇ ହାତ ବାଡେଇ ଖାଲି ବିକଳ ଚିତ୍କାର କରି କାନ୍ଦୁଥାଏ ଆଉ କହୁଥାଏ ମୁଁ ତୋର କଣ ଦୋଷ କରିଥିଲି ଲୋ ଗଣିକା ନାରୀ ...........
ତୁ କାହିଁକି ମୋ ସହ ଏମିତି କଲୁ........
✍ବଳରାମ ବାରିକ।