Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Seetaram Dash

Inspirational Others

3  

Seetaram Dash

Inspirational Others

ବାପା

ବାପା

1 min
376


ଗଣେଶ ପୂଜା ଆଉ କିଛିଦିନ ବାକି ଅଛି । ସ୍କୁଲରେ ପୂଜା ଚାନ୍ଦା ଆଦାୟ ଚାଲିଛି। ପ୍ରତି ପିଲାଙ୍କୁ ଶହେଟଙ୍କା । ପୂଜା ସାଙ୍ଗରେ ଭୋଜି ବି। ସମସ୍ତେ ଟଙ୍କା ଦେଇ ସାରିଲେଣି । କେବଳ ରହିଯାଇଛି କାଳୁ ।

କାଳୁ ସପ୍ତମ ଶ୍ରେଣୀର ଛାତ୍ର। ଛ' ମାସର ହୋଇଥିଲା ବାପା ଚାଲିଗଲେ ଆର ପାରିକୁ। ଦାଦା କକାମାନଙ୍କ ହାତ ଟେକାରେ ଚଳନ୍ତି ମା' ପୁଅ । ବୋଉ ଗୁହାଳ ଗୋବର ଘର ବାହାର ସବୁ କାମ କରନ୍ତି । କିନ୍ତୁ ଦିନେ ଭଲ ଖଣ୍ଡେ ପିନ୍ଧିଛନ୍ତି ନା ପେଟ ପୁରା ଖାଇଛନ୍ତି ।

ଆଜି ଗଣେଶ ପୂଜା । କାଳୁର ଟଙ୍କା ଯୋଗାଡ ହୋଇ ପାରିଲାନି। କାଳୁ ବୋଉର ଅସହାୟତା ଜାଣିଛି । ଶେଷରେ କାଳୁ ବୋଉକୁ କହିଲା, ବୋଉ ତୁ ମନ ଦୁଃଖ କର ନା । ମୁଁ ପୂଜାକୁ ଯିବିନି କି ଭୋଜି ଖାଇବିନି । ଶହେ ଟଙ୍କାରେ କ'ଣ ଗୋଟିଏ ଥର ଖାଇବା, ମୋର ସେ ଖାଇବା ଦରକାର ନାହିଁ । କାଳୁର ପୂଜାକୁ ଯିବାର ଇଚ୍ଛା ନ ଥିଲା, ତାହା ନୁହେଁ କେବଳ ବୋଉର ମନ ବୁଝିବାକୁ ଏତକ କହିଦେଲା । ବୋଉ କାଳୁକୁ କୁଣ୍ଢାଇ ଭୋ ଭୋ କାନ୍ଦି ଉଠିଲେ ।

ପୂଜା ସରିଗଲା, ପାଠ ପଢା ଆରମ୍ଭ ହେଲା । ପ୍ରଧାନ ଶିକ୍ଷକ ପ୍ରଥମ ଦିନ ଶ୍ରେଣୀକୁ ଆସି କହିଲେ, "କିଏ କିଏ ପୂଜା ଚାନ୍ଦା ଦେଇନ ଠିଆ ହୁଅ"। କାଳୁ ଅପରାଧୀ ଭଳି ତଳକୁ ମୁଣ୍ଡ କରି ଠିଆ ହେଲା । ଆଉ ସବୁ ପିଲା ବସିଥିଲେ । ପ୍ରଧାନ ଶିକ୍ଷକ କହିଲେ, କାଳୁ ତୁ ଆସିଲୁନି କି ଟଙ୍କା ଦେଲୁନି । କିନ୍ତୁ ତୋ ପାଇଁ ଯେଉଁ ଚାଉଳ ପଡିଥିଲା। ରୋଷେଇ ତ ସବୁ ପିଲାଙ୍କ ପାଇଁ କରାଯାଇଥିଲା। ତୁ ଆମକୁ ଠକୁ ନୁ ନିଜେ ନିଜକୁ ଠକୁଛୁ ।

କାଳୁର ଏ ଅପମାନରେ ଶ୍ରେଣୀ ଛାଡି ଚାଲି ଯିବାକୁ ଇଚ୍ଛା ହେଉଥିଲା କିନ୍ତୁ ଏତକ କରିବାକୁ ସେ ସାହସ ଜୁଟାଇ ପାରିଲାନି । କେବଳ ନୀରବରେ ଭାବୁଥିଲା, "ଯଦି ଆଜି ମୋ ବାପା ଥାଆନ୍ତେ ।"


Rate this content
Log in

Similar oriya story from Inspirational