Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -196
ଜହ୍ନମାମୁଁ -196
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

3 Minutes   7.4K    20


Content Ranking

ଦକ୍ଷିଣା -୩

ଦୁର୍ଭାଗ୍ୟକୁ ସେହିଦିନ ରାତିରେ ସୁନନ୍ଦଙ୍କୁ ଖୁବ୍ ଜୋର୍ରେ ଜର ହେଲା । ସୁସ୍ଥ ହେବାକୁ ତାଙ୍କୁ ପ୍ରାୟ ଏକ ସପ୍ତାହ ସମୟ ଲାଗିଲା । ଇତିମଧ୍ୟରେ ସେଠାରେ ରାଜଗୁରୁ ମଧ୍ୟ ଆସି ପହଁଚିଲେ ଓ କହିଲେ, “ପୁତ୍ର ନୂଆମନ୍ତ୍ରୀଙ୍କ ନିଯୁକ୍ତି ତ ହୋଇସାରିଛି । ତୁମେ ଆସିବା ଖବର ମୁଁ ଅନେକ ପରେ ଜାଣିଲି । ଏବେ ମଧ୍ୟ ସମୟ ଅଛି । ତୁମେ ମୋ ସହିତ ଆସ । ମୁଁ ରାଜାଙ୍କ ସହିତ ତୁମର ପରିଚୟ କରାଇ, ଯଦି କହିବି ତେବେ ରାଜା ହୁଏତ ଦୁଇଜଣ ମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ଦରବାରରେ ସ୍ଥାନ ଦେବେ ।”

ସୁନନ୍ଦ ରାଜଗୁରୁଙ୍କ କଥାକୁ ସ୍ୱୀକାର କଲେ; କିନ୍ତୁ ସେ କହିଲେ ରାଜାଙ୍କ ପାଖକୁ ଯିବା ପୂର୍ବରୁ ନୂଆମନ୍ତ୍ରୀଙ୍କ ସହିତ ଟିକିଏ ଦେଖା କରିବେ । ରାଜଗୁରୁ ସୁନନ୍ଦଙ୍କୁ ନୂଆ ମନ୍ତ୍ରୀଙ୍କ ପାଖକୁ ନେଇଗଲେ । ନୂଆମନ୍ତ୍ରୀ ହେଉଛନ୍ତି ରମାକାନ୍ତ ଯିଏ କି ଦିନେ ଆଚାର୍ଯ୍ୟଙ୍କ ଆଶ୍ରମ ଛାଡି ଚାଲି ଆସିଥିଲେ । ଦୁହେଁ କିଛି ସମୟ କଥାବାର୍ତ୍ତା ହେଲେ । ରାଜଗୁରୁ ସେଠାରେ ଉପସ୍ଥିତ ଥିଲେ ଓ ନିଜର ମନକଥା ସେ କହିଲେ । ଏକଥା ଶୁଣି ରମାକାନ୍ତ ଖୁସି ହୋଇ କହିଲେ, “ଏହା ତ ଅତ୍ୟନ୍ତ ସୌଭାଗ୍ୟର କଥା । ଆମେ ଦୁଇଜଣ ମନ୍ତ୍ରୀ ହୋଇ ରହିବା ।”

କିନ୍ତୁ ସୁନନ୍ଦ କହିଲେ, “ମୁଁ ତ କେବଳ ତୁମକୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲି । ଆଚାର୍ଯ୍ୟ କହିଛନ୍ତି ଯେ ମୁଁ ଯଦି ତାଙ୍କ ଆଶ୍ରମର ଦାୟିତ୍ୱ ଗ୍ରହଣ କରେ ତେବେ ସେ ଅତ୍ୟନ୍ତ ଖୁସି ହେବେ ଓ ତାହାକୁ ମୋର ଗୁରୁଦକ୍ଷିଣା ବୋଲି ମାନିନେବେ । ମୁଁ ପୁଣି ଦଣ୍ଡକାରଣ୍ୟରେ ଥିବା ଆଚାର୍ଯ୍ୟଙ୍କ ଆଶ୍ରମକୁ ଫେରିଯିବି ।” ତା’ପରେ ସୁନନ୍ଦ ଘରକୁ ଫେରିଆସି ମାଙ୍କୁ ସାଥିରେ ଧରି ଆଚାର୍ଯ୍ୟଙ୍କ ଆଶ୍ରମକୁ ଚାଲିଗଲେ ।

ଏତିକିରେ ନିଜ କାହାଣୀଟି ସମାପ୍ତ କରି ବେତାଳ କହିଲା, “ରାଜନ୍, ସୁନନ୍ଦ କହିଲେ ଯେ ଗୁରୁଦକ୍ଷିଣାଠାରୁ ମାତୃଦକ୍ଷିଣା ଅଧିକ, ସେଥିପାଇଁ ସେ ଫେରି ଆସିଲେ ଓ ରାଜ୍ୟକୁ ଭଲ ଦିଗରେ ଚଳାଇବା ପାଇଁ ମନ୍ତ୍ରୀତ୍ୱ ପଦ ନେବାକୁ ଚାହିଁଲେ । କିନ୍ତୁ ଏଭଳି କ’ଣ ହେଲା ଯେ ସେ ନିଜର ବିଚାର ବଦଳାଇ ଦେଲେ । କ’ଣ ରମାକାନ୍ତ ପରି ଲୋକ ସହିତ ଏକା ସ୍ଥାନରେ ରହି ସେ କାମ କରିପାରିବେ ନାହିଁ? ବା ସେ ସମୟ ଓ ପରିସ୍ଥିତି ସମ୍ପର୍କରେ ଅଜ୍ଞ ଥିଲେ; ତେଣୁ ନିଜର ଲକ୍ଷ୍ୟରୁ ସେ କ’ଣ ଭ୍ରଷ୍ଟ ହୋଇଗଲେ? ଏସବୁ ମୁଁ କାହିଁ ମୋଟେ ବୁଝିପାରୁନାହିଁ; ତମେ ମୋତେ ବୁଝାଇ କୁହ । ଉତ୍ତର ଜାଣିକିବି ତମେ ଯଦି କିଛି ନ କହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ବେତାଳର କଥା ଶୁଣି ରାଜା ବିକ୍ରମ କହିଲେ, “ସୁନନ୍ଦଙ୍କୁ ତାଙ୍କ ଗୁରୁ କହିଥିଲେ ଯେ ତାଙ୍କର ବୁଦ୍ଧି ଓ ଜ୍ଞାନ ପ୍ରଖର । ତେଣୁ ତାହା ରାଜ୍ୟରେ ମନ୍ତ୍ରୀ ହେବା ମଧ୍ୟରେ ସୀମିତ ହୋଇ ରହିବା ଆଦୌ ଉଚିତ୍ ନୁହେଁ । ସେ ଘରକୁ ଫେରିଥିଲେ କାରଣ ମାତାଙ୍କ ସହ ସେ ବଚନବଦ୍ଧ ଥିଲେ । ସେ ତାଙ୍କ ମା’ଙ୍କୁ ଅଧିକ ଶ୍ରଦ୍ଧା ଓ ସମ୍ମାନ ଦେଉଥିଲେ । ନୂଆମନ୍ତ୍ରୀଙ୍କୁ ଦେଖି ସେ ଭାରି ଆଶ୍ଚର୍ଯ୍ୟ ହେଲେ । କାରଣ ଜ୍ଞାନ ବୁଦ୍ଧିରେ ରମାକାନ୍ତ ଏକବାରେ ଅସହାୟ । କିନ୍ତୁ ରାଜା ବୀରସେନ ଅତ୍ୟନ୍ତ ବୁଦ୍ଧିମାନ ଥିଲେ । ଯଦି ରାଜା ବୁଦ୍ଧିହୀନ ହୋଇଥା’ନ୍ତେ ତେବେ ସୁନନ୍ଦ ତାଙ୍କୁ ସହାୟତା କରିଥା’ନ୍ତେ । ରମାକାନ୍ତଙ୍କୁ ଯିଏ ମନ୍ତ୍ରୀ ଭାବରେ ମନୋନୀତ କରିଛି, ତା’ର ନିଜର ଶକ୍ତିସାମର୍ଥ୍ୟ ବିଷୟରେ ସେ ଯଥେଷ୍ଟ ସଚେତନ । ତାଙ୍କ ଦୃଷ୍ଟିରେ ମନ୍ତ୍ରୀପଦ କେବଳ ଏକ ଅଳଙ୍କାର ପରି । ତେଣୁ ସେ ବୁଝିଗଲେ ଯେ ଏଠାରେ ମନ୍ତ୍ରୀ ହୋଇ ରହିବା ମାନେ ରାଜାଙ୍କ ହାତରେ ଏକ ଖେଳନା ହୋଇ ରହିବା ସହ ସମାନ ତଦ୍ୱାରା ତାଙ୍କର ବୁଦ୍ଧି ଜ୍ଞାନ କୌଣସି କାମକୁ ବି ଆସିବ ନାହିଁ । ମା’ଙ୍କୁ ଏସବୁ ବୁଝାଇବା ପରେ ସେ ଯଥାର୍ଥ ଗୁରୁଦକ୍ଷିଣା ଦେବାକୁ ଆଶ୍ରମକୁ ଚାଲିଗଲେ । ତେଣୁ ସୁନନ୍ଦଙ୍କର ବ୍ୟବହାର ବୁଦ୍ଧି କିଛି କମ୍ ନଥିଲା । ପ୍ରକୃତରେ ସେ ବୁଦ୍ଧିମାନ ଓ ଜ୍ଞାନୀ ମଧ୍ୟ ଥିଲେ । ତେଣୁ ସମୟ ଓ ପରିସ୍ଥିତି ଦେଖି ସେ ଯଥାର୍ଥ କାର୍ଯ୍ୟ କରିଛନ୍ତି ।”

ବେତାଳକୁ ଉତ୍ତର ଦେବାରୁ ରାଜା ବିକ୍ରମଙ୍କର ମୌନଭଙ୍ଗ ହେଲା । ତା’ପରେ ବେତାଳ ଶବ ସହିତ ରାଜାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ପୂର୍ବୋକ୍ତ ସେହି ବୃକ୍ଷରେ ଯାଇ ଝୁଲି ପଡିଲା ।

ଦୁର୍ଭାଗ୍ୟ ସୁନନ୍ଦ ରାଜଗୁରୁ

Rate the content


Originality
Flow
Language
Cover design

Comments

Post

Some text some message..