Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶାଶ୍ୱତ ପ୍ରେମ
ଶାଶ୍ୱତ ପ୍ରେମ
★★★★★

© Seetaram Dash

Tragedy

3 Minutes   278    5


Content Ranking

କଟକର ଶ୍ରୀରାମଭଞ୍ଜ ମେଡ଼ିକାଲରୁ କଲଟିଏ ପାଇ ଯଥା ଶୀଘ୍ର ପହଁଚିଲେ ଥାନା ଅଧିକାରୀ ମିଶ୍ର ବାବୁ। ତିରିଶ ବର୍ଷର ବିବାହିତ ନାରୀ, ଶରୀରର ଷାଠିଏ ଭାଗ ପୋଡି ଯାଇଛି।ବାହାରେ ଵୃଦ୍ଧ ଶାଶୁ ଶଶୁର ଭୟ ଏବଂ ଆତଙ୍କିତ ହୋଇ ଅଶ୍ରୁପାତ କରୁଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଥାନା ବାବୁ ହତ୍ୟାକାଣ୍ଡ ଘଟଣା ମନେ କରିଛନ୍ତି। କାରଣ ଏବେ ବି ମହିଳାଙ୍କ ମୁଣ୍ଡରୁ କିରୋସିନୀର ଗନ୍ଧ ବାହାରୁ ଥାଏ।

ଶାଶୁ ଶଶୁରଙ୍କୁ ଜେରା କରିବାରୁ ସେମାନେ କହିଲେ ଯମୁନା ଏ ଘରର ବୋହୂ ନୁହେଁ ଝିଅ ପରି ଥିଲା। ଘରେ କେବେ କଳି ଝଗଡା ହୁଏନି। ଆମ ବୋହୁ ଖୁବ ଶାନ୍ତ ଆଉ ସରଳ। ଆଜି ପୁଅ କାମକୁ ଗଲା ପରେ ଆମେ ବୁଢା ବୁଢ଼ୀ ଖାଇ ପିଇ ବିଲକୁ ଯାଇଥିଲୁ। ସାହି ଲୋକେ ହୋ ହା ହୋଇ ଡାକ ପକାଇଲେ। ଆମେ ଆସିଲା ବେଳକୁ ଏସବୁ ଘଟି ସାରିଥିଲା।

ମିଶ୍ର ବାବୁ ସତ୍ୟ ଜାଣିବା ପାଇଁ ପୀଡିତାର ବୟାନ ନେଲେ। ପୀଡ଼ିତା ଯମୁନା ଦାଶ ସ୍ପଷ୍ଟ ଭାବରେ ଜଣାଇଲେ, "ମୋର ଏ ଦୁର୍ଘଟଣାରେ କେହି ଦାୟୀ ନୁହଁନ୍ତି। ରୋଷେଇ କରୁଥିବା ସମୟରେ ଷ୍ଟୋପରୁ ନିଆଁ ଲାଗି ଏପରି ହୋଇଛି। ଏହା କେବଳ ଏକ ଦୁର୍ଘଟଣା"। ହେଲେ ମିଶ୍ର ବାବୁଙ୍କ ମନ ମାନୁ ନ ଥାଏ। କାରଣ ଏପରି ଅନେକ ଅନୁଭୂତି ପାଇଛନ୍ତି ନିଜର ଜୀବନ କାଳରେ। ଏବେ ବୟସ ପଂଚାଵନ ହେଲାଣି। ଖୁବ କଡା ମିଜାଜ ବ୍ୟକ୍ତିତ୍ୱ। ଦୀର୍ଘକାୟ ଶରୀରକୁ ବାଘୁଆ ନିଶ ଖୁବ ଭୟଙ୍କର ଲାଗେ। ଶେଷରେ ସ୍ୱାମୀ ଯୋଗେନ୍ଦ୍ର ଆସି ପହଁଚିଲେ।

ଯୋଗେନ୍ଦ୍ର ଥିଲେ ଜଣେ ସାଧାରଣ ଆଉ ସରଳ ମଣିଷ।ମିଶ୍ର ବାବୁଙ୍କ ପ୍ରଶ୍ନରେ ଖୁବ ଆତଙ୍କିତ ହୋଇ ଭୋ ଭୋ କାନ୍ଦି କାନ୍ଦି କହିଲେ "ମୋ ସ୍ତ୍ରୀକୁ ମୁଁ ମୋ ଜୀବନ ଠୁ ଅଧିକ ଭଲ ପାଏ। ଆମ ଭିତରେ କେବେ କିଛି କଳି ଝଗଡା,ମତାନ୍ତର ହୋଇନି। ବାପା ମା ବି ବୋହୂକୁ ନିଜ ଝିଅ ଭଳି ଦେଖନ୍ତି। ମୁଁ ସକାଳୁ କାମକୁ ଯାଇଥିଲି, ଖବର ପାଇ ସିଧା ମେଡ଼ିକାଲକୁ ଆସିଛି" କିନ୍ତୁ ଥାନା ବାବୁଙ୍କ ମନ କାହା କଥାରେ ମାନୁ ନ ଥାଏ।

ଯମୁନା ଶୋଇଥାଏ ନିରବ ନିସ୍ତେଜ ହୋଇ ମେଡ଼ିକାଲ ର ବେଡ଼ ଉପରେ। ନିରିହ କୋମଳ ତରୁଣୀ କଣ ପାଇଁ ଅଗ୍ନି ସ୍ନାନ କରିବ। ଅନେକ ପ୍ରଶ୍ନ ମିଶ୍ର ବାବୁଙ୍କ ମନରେ। ସତ୍ୟର ସନ୍ଧାନରେ ବାହାରିଲେ ମେଡ଼ିକାଲକୁ। ଥାନାବାବୁଙ୍କୁ ଦେଖି ଭୟଭୀତ ଯମୁନା। ମିଶ୍ର ବାବୁ କହିଲେ ଯମୁନା ତୁମେ ମୋ ଝିଅ ପରି। ତୁମେ ବି ଆମ ବ୍ରାହ୍ମଣ ଜାତିର। ଠିକ ତୁମ ପରି ମୋର ଗୋଟେ ଝିଅ ଥିଲା। ଅନେକ ବର୍ଷ ତଳେ ସଡକ ଦୁର୍ଘଟଣାରେ ଆମ ସମସ୍ତଙ୍କୁ ଛାଡି ଚାଲିଗଲା। ଏବେ ବି ତୁମ ମଥାରେ କିରୋସିନୀର ବାସ୍ନା ଆସୁଛି, ସତ କୁହ ପ୍ରକୃତ କାରଣ କଣ? ମୁଁ କଥା ଦେଉଛି ତୁମର କିଛି ଆସୁବିଧା ହେବନି। ଦୋଷୀ ଦଣ୍ଡ ପାଇବା ଉଚିତ।

ଯମୁନା କହିଲେ "ଆଜକୁ ଆଠ ବର୍ଷ ତଳେ ଏ ଘରକୁ ମୁଁ ବୋହୁ ହୋଇ ଆସିଥିଲି ମନରେ ଅନେକ ସ୍ବପ ନେଇ। ଏ ପରିବାରରେ ମତେ ଅନେକ ସ୍ନେହ ଆଦର ମିଳିଥିଲା। ମୋ ସ୍ୱାମୀ ଯୋଗେନ୍ଦ୍ର ଥିଲେ ଦେବତୁଲ୍ୟ ମଣିଷ। ଆମେ ଦୁଇଜଣ ଥିଲୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି। ଆମ ଦୁଇ ଜଣଙ୍କ ମଧ୍ୟରେ ପ୍ରଗାଢ ପ୍ରେମ ଥିଲା। ବିବାହର ଆଠବର୍ଷ ପରେ ମଧ୍ୟ କିଛି ସନ୍ତାନ ସନ୍ତତି ନ ହେବାରୁ ଅନେକ ଡାକ୍ତରଙ୍କୁ ଦେଖାଇ ନିରାଶ ହୋଇ ରହିଲୁ। ଯମୁନା ମାତୃତ୍ୱ ଲାଭ କରିପାରିବେନି ଜାଣି ମଧ୍ୟ ଯୋଗେନ୍ଦ୍ର କେବେ ବି କିଛି ମନ କଷ୍ଟ ହେଲା ଭଳି କାଟୁ କଥା କୁହନ୍ତି ନି।

ଯମୁନା ସବୁବେଳେ ଯୋଗେନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିବାକୁ କୁହନ୍ତି। ଯିଏ ଯୋଗେନ୍ଦ୍ରଙ୍କୁ ପିତା ହେବାର ସୁଖ ପ୍ରଦାନ କରିବ କିନ୍ତୁ ଯୋଗେନ୍ଦ୍ର କୁହନ୍ତି ଭାବପ୍ରବଣତାରେ ଭାସି ଯାଅନି ଯମୁନା। ତମେ ହେଉଛ ମୋର ସବୁ ସୁଖ ସବୁ ଖୁସି। ତୁମର ସ୍ଥାନ କେହି ନେଇ ପାରିବେନି। ମୁଁ କେବେ ବି ଦ୍ୱିତୀୟ ବିବାହ କରିବିନି।

ଯୋଗେନ୍ଦ୍ରଙ୍କୁ ମୁଁ ବହୁତ ଭଲ ପାଏ ଏବଂ ସବୁବେଳେ ତାଙ୍କର ଖୁସି ଚାହେଁ। ମୁଁ ଥିବା ପର୍ଯ୍ୟନ୍ତ ସେ କେବେ ଦ୍ଵିତୀୟ ବିବାହ କରିବେନି। ବୁଢା ବୟସରେ କିଏ ତାଙ୍କର ସାହା ହେବ। ତେଣୁ ମୁଁ ନିଜେ କିରୋସିନୀ ଢାଳି ହୋଇ ଏମିତି କରିଛି। ଏସବୁ କଥା ଶୁଣି ମିଶ୍ର ବାବୁଙ୍କ ଆଖିରେ ଲୁହ ଆସି ଯାଇଥିଲା।

କିଛିଦିନ ଚିକିତ୍ସା ପରେ ଯମୁନା ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲେ ଆଉ ଯିବା ପୂର୍ବରୁ ଅନେକ ଥର ଅନୁରୋଧ କରିଛନ୍ତି ଯୋଗେନ୍ଦ୍ରଙ୍କୁ ପୁଣି ଘର ସଂସାର କରିବାକୁ। ଉତ୍ତର ବଦଳରେ ଖାଲି ଅଶ୍ରୁ ଧାରା ଢାଳି ଦେଇଛନ୍ତି ଯୋଗେନ୍ଦ୍ର।

ଯମୁନା ଥିଲା ଯୋଗେନ୍ଦ୍ର ପାଇଁ ଏକ ଅଭୁଲା ସ୍ମୁତି। ଆରମ୍ଭ ହେଲା ଖୁସିରୁ ଶେଷ ହେଲା ଲୁହରେ। ଦୁଃଖ ଆଉ ଲୁହ ଯୋଗେନ୍ଦ୍ରର ଚିର ସହଚର। ଆଜି ଲୁହକୁ ନିଜର ଅନ୍ତରଙ୍ଗ ବନ୍ଧୁ ଭାବି ନେଇଛି ଯୋଗେନ୍ଦ୍ର। ଜୀବନର ଅପରାହ୍ନରେ ସେଇ ଛୋଟିଆ ଚାଳ ଘରେ ଯମୁନାର ସ୍ମୁତିକୁ ପାର୍ଥୟ କରି ନୀରବରେ ଏକୁଟିଆ ଦିନ କାଟୁଛନ୍ତି ଯୋଗେନ୍ଦ୍ର।

ଝଗଡା ଶାଶ୍ୱତ ବୟସ

Rate the content


Originality
Flow
Language
Cover design

Comments

Post

Some text some message..