Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୩୬
ବିକ୍ରମ ବେତାଳ - ୩୬
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.4K    16


Content Ranking

ଶନି ଓ ଧନ ଦେବୀଙ୍କ କଳହ

ଦିନକର କଥା । ବିକ୍ରମାଦିତ୍ୟ ତାଙ୍କର ମନ୍ତ୍ରୀ ଅମାତ୍ୟଙ୍କ ସହିତ ରାଜ ସଭାରେ ଥିଲେ । ନବରତ୍ନ ପଣ୍ଡିତଙ୍କ ମଧ୍ୟରେ ବିକ୍ରମାଦିତ୍ୟ ଅରୁଣଙ୍କ ପରି ଦେଖାଯାଉଥିଲେ । ରାଜାଙ୍କର ଉପସ୍ଥିତି ଜାଣି ନାନା ଦେଶର ଦୂତମାନେ ଆସି ବାର୍ତା ଦେଉଥିଲେ । ପ୍ରଜାମାନଙ୍କର ହାନିଲାଭ ଭଲମନ୍ଦ ଶୁଣୁଥିଲେ ରାଜା ବିକ୍ରମାଦିତ୍ୟ ।

ବୈକୁଣ୍ଠ ପୁରରେ ଜଗତମାତ କମଳିନୀ ଥିଲେ । ସୂର୍ଯ୍ୟଙ୍କର ସୁତ ଶନିଶ୍ଚର ତାଙ୍କ ପାଖରେ ପହଁଚିଲେ । କମଳିନୀଙ୍କୁ ଡାକି କହିଲେ ମୁଁ ଯାହା କହୁଛି ଶୁଣ । ତୁମ୍ଭକୁ ତିନିପୁରରେ ଲୋକେ ପୂଜା କରୁଛନ୍ତି କିନ୍ତୁ ମୋଠାରେ ତୁମ୍ଭଠାରୁ ଅଧିକ ସୁଗୁଣ ଥିଲେ ମଧ୍ୟ ଲୋକେ ମୋତେ ପୂଜୁନାହାଁନ୍ତି କାହିଁକି? ଏଥି ମୁଁ ଚିନ୍ତା କରୁଛି ଏ ଲୋକମାନେ ମୋ ସମ୍ପର୍କରେ ଅଜ୍ଞ । ଶନିଙ୍କ ମୁଖରୁ ମା’ ଜଗତଜନନୀ କମଳିନୀ ଏକଥା ଶୁଣି କହିଲେ ମୁଁ ପଡିଦାତ୍ରୀ । ତୁମେ ମୋ ଠାରୁ କେଉଁ ଗୁଣରେ ବଡ । ନିଜକୁ ନିଜେ ବଡ କହିଲେ କ’ଣ ହୁଏ । ଯାହାକୁ ସଂସାର ଲୋକେ ବଡ କହିବେ, ସେ ସିନା ବଡ । ଶନିଶ୍ଚର ଧନ ଦେବୀଙ୍କ କଥା ଶୁଣି କହିଲେ ମୁଁ ତୁମ୍ଭଠାରୁ ବଡ । ଧନ ଦେବୀ କହିଲେ ତୁମ୍ଭେ ମୋଠାରୁ ତୁଚ୍ଛ । ଦୁହେଁ ପରସ୍ପର ମଧ୍ୟରେ କଳିକଲେ । ଶେଷରେ ସୁଧର୍ମା ସଭାରେ ବସିଥିବା ଦେବତାଙ୍କ ନିକଟରେ ଦୁହେଁ ପ୍ରବେଶିଲେ । ସେତେବେଳକୁ ଯୁଗଟିଏ ଅତୀତ ହେଲାଣି । ଦେବଗଣମାନେ ଦୁହିଁଙ୍କର କଳି କଥା ଜାଣିଲେ; ମାତ୍ର ସମାଧାନ କରିବାକୁ କା’ର ସାହସ ଖଟିଲାନି । ଦେବତାମାନେ କହିଲେ ତୁମ୍ଭେ ମର୍ତ୍ୟପୁରରେ ବିକ୍ରମାଦିତ୍ୟ ନାମରେ ଉଜ୍ଜୟିନୀରେ ଜଣେ ଧୀଶକ୍ତି ସମ୍ପନ୍ନ ନ୍ୟାୟବନ୍ତ ରାଜା ଅଛନ୍ତି । ତାଙ୍କରି ନିକଟକୁ ଯାଅ । ସେ ତୁମ୍ଭ ଦୁହିଁଙ୍କର କଳିକାର୍ଯ୍ୟ ନିଷ୍ପତି କରିଦେବେ ।

ଶନିଶ୍ଚର ଓ ଜଗତଜନନୀ ମାତା ଧନ ଦେବୀ ସ୍ୱର୍ଗପୁରରୁ ଆସି ମର୍ତ୍ୟପୁରରେ ବିକ୍ରମାଦିତ୍ୟଙ୍କ ସଭାରେ ପହଁଚିଲେ । ପାତ୍ରମନ୍ତ୍ରୀ ଅମାତ୍ୟଙ୍କ ସହିତ ନବରତ୍ନ ପଣ୍ଡିତଙ୍କୁ ନେଇ ରାଜା ବସିଥିଲେ । ଦୁହିଁଙ୍କର ଶରୀରରେ ଜ୍ୟୋତି ଉକୁଟି ଉଠୁଛି । ବିକ୍ରମାଦିତ୍ୟ ସେ ଦୁହିଁଙ୍କୁ ଦେଖିବାମାତ୍ରେ ଆସନ ଛାଡି ଦୁହିଁଙ୍କୁ ପାଛୋଟି ଆଣିଲେ । ସଭାସଦ୍ବର୍ଗମାନେ ଦୁଇ ଠାକୁର ଓ ଠାକୁରାଣୀ ଚିହ୍ନିପାରି ପ୍ରଣାମ କଲେ । ନିଜେ ରାଜା ବିକ୍ରମାଦିତ୍ୟ ତାଙ୍କୁ ଦଣ୍ଡବତ କରି ସିଂହାସନରେ ଉପବିଷ୍ଟ କରାଇଲେ । ବେନିକରଯୋଡି ଆଗମନର କାରଣ ପଚାରିବାକୁ ଯାଇ କହିଲେ ମା’ ତୁମ୍ଭେତ ଜଗତର ମାତ ଅନ୍ନପୂର୍ଣ୍ଣା । ବିଷ୍ଣୁ ଠାକୁରଙ୍କ ପାଟରାଣୀ । ତୁମ୍ଭର ଦର୍ଶନପାଇ ମୁଁ ଧନ୍ୟ ହେଲି । ଆପଣଙ୍କ ସଙ୍ଗରେ ଗ୍ରହରାଜ ଶନି ଆସିଛନ୍ତି କାହିଁକି? ମାତା ଦୟାକରି ପ୍ରକାଶ କରନ୍ତୁ । ଗ୍ରହରାଜ ଶନିଶ୍ଚର କହିଲେ ହେ ରାଜା ବିକ୍ରମାଦିତ୍ୟ, ଆସିବାର କାରଣ ଏବେ ମନ ଦେଇ ଶୁଣ ।

ଆମ୍ଭେ ଦୁହେଁ କଳି ଲାଗିଛୁ । ଆମ୍ଭ ଦୁହିଁଙ୍କ ମଧ୍ୟରେ କିଏ ବଡ ଆଉ କିଏ ସାନ । ସ୍ୱର୍ଗପୁରରେ ଦେବତାମାନେ ମୀମାଂଶା କରି ପାରିଲେ ନାହିଁ । ତେଣୁ ତୁମ୍ଭେ ଆମ୍ଭ ଦୁହିଁଙ୍କର କଳିର ମୀମାଂଶା କରି କୁହ ଆମ୍ଭ ଦୁହିଁଙ୍କ ମଧ୍ୟରୁ କିଏ ବଡ କିଏ ସାନ । ଶନି କହିଲେ ମୋର ଦୃଷ୍ଟି ପଡିଲେ ଚରାଚର ପ୍ରାଣୀ ମୃତ୍ୟୁ ଲଭନ୍ତି । ଯେଉଁଠାରେ ସୁଦୃଷ୍ଟିପଡେ ସେ ପ୍ରଭୁ ବନିଯାଏ । ଶନିଶ୍ଚରଙ୍କର କଥା ଶ୍ରବଣ କରି କମଳିନୀ ମାତ କହିଲେ ମୋର ଯାହାଠାରେ ଦୟା ହୁଏ ସେ ରାଜଚକ୍ରବର୍ତୀ ହୁଏ । ଶାପରୁ ମୁକ୍ତି କରି ମୁଁ ଚନ୍ଦ୍ରଙ୍କୁ ସ୍ୱର୍ଗରେ ଅଧିଷ୍ଠିତ କରିଛି । ତ୍ରିଭୁବନରେ ପ୍ରାଣୀଙ୍କୁ ମୁଁ ପଡି ରଚୁଛି । ମୁଁ ଯାହାଠାରୁ ଚାଲିଯାଏ ସେ ଧନ ଦେବୀଛଡା ହୁଏ । ଶନିଶ୍ଚର ପୁନର୍ବାର କମଳିନୀଙ୍କ କଥା ଶୁଣି କହିଲେ ମୁଁ ଯାହାପ୍ରତି ନିଷ୍ଠୁରତା ପଣ ଆଚରଣ କରେ, ରୋଗ ଶୋକ ବ୍ୟାଧିମାନ ତା’ଠାରେ ଜାତ କରାଏ, ଅନାବୃଷ୍ଟି ହୁଏ, ଅନ୍ନ ରାଜ୍ୟରେ ମିଳେ ନାହିଁ । ଶନିଶ୍ଚର କହିଲେ କମଳିନୀ କହ କେଉଁ ଗୁଣରେ ତୁ ମୋ’ଠାରୁ ବଡ । ଜଗତଜନନୀ ବିଷ୍ଣୁ ପାଟରାଣୀ ଧନ ଦେବୀ କହିଲେ ମୁଁ ଯାକୁ କୃପା ନେତ୍ରରେ ଚାହିଁଥିବି ଶତଶତ ଶନିଦଶା ତା’ର କିଛି କ୍ଷତି କରିପାରିବ ନାହିଁ । ଶନି କହିଲେ ମୋର କ୍ରୁର ଦୃଷ୍ଟି ପଡିବାରୁ ଗଣେଶଙ୍କ ମୁଣ୍ଡ କଟିଗଲା । ମହାଧନ ଦେବୀ କହିଲେ ଆମ୍ଭେ ନିଜକୁ ବଡ କହିଲେ ବଡ ହେବାନାହିଁ ରାଜା ବିକ୍ରମାଦିତ୍ୟଙ୍କ ବିଚାରରେ ଯିଏ ବଡ ସେ ବଡ ହେବ ।

ବିକ୍ରମାଦିତ୍ୟ ରାଜା ଏ ଦୁହିଁଙ୍କର କଳି ଦେଖି ହତବାକ୍ । କି ବିଚାର କରିବେ ତାଙ୍କୁ ବୁଦ୍ଧି ଦିଶିଲା ନାହିଁ । ତାଙ୍କର ମନେ ହେଲା ମୁଣ୍ଡରେ ସତେ ଯେପରି ଆକାଶରୁ ବଜ୍ର ପଡିଲା କି? ସେ ଦୁଇ ଦେବ ଓ ଦେବୀ କାହାକୁ ବଡ କାହାକୁ ବା ସାନ କହିବେ । ଯାହାକୁ ସାନ କହିବେ ତା’ରି କ୍ରୋଧର ଶିକାର ହେବେନି! ଏଣୁ ବେନିକର ଯୋଡି କହିଲେ ଆଜି ପ୍ରଜାମାନଙ୍କର ନ୍ୟାୟ ବିଚାର ଅନେକ ବାକି ଅଛି । ଆସନ୍ତୁ ମୁଁ ଆପଣଙ୍କର କଳିର ମିଳାମିଶା କରିଦେବି । ଦୁଇ ଦେବ ଓ ଦେବୀଙ୍କର ଚରଣ ରେଣୁ ମୋ ଗୃହରେ ପଡି ମୁଁ ଧନ୍ୟ ହେଲି । ମୋ ପୁରରେ ବିଶ୍ରାମ କରନ୍ତୁ । ଶନିଶ୍ଚର ଓ ଧନ ଦେବୀମାତ ଦୁହିଁଙ୍କୁ ନିଜ ଗୃହରେ ରଖାଇ କାଳିଦାସଙ୍କୁ ଡାକି ଆଣିଲେ ଏବଂ ସମସ୍ତ ବିବରଣୀ ତାଙ୍କ ଆଗରେ କହିଲେ ଏହା ବିଚାର ଆପଣ କରନ୍ତୁ । କାଳିଦାସ ନବରତ୍ନ ପଣ୍ଡିତଙ୍କ ମଉଡମଣି କହିଲେ ଏ ସାମାନ୍ୟ କଥାପାଇଁ ଏତେ ଚିନ୍ତିତ ଆପଣ । ହେ ରାଜନ, ଆପଣ ସ୍ୱର୍ଣ୍ଣ ଏବଂ ରୌପ୍ୟରେ ଦୁଇଗୋଟି ସିଂହାସନ ନିର୍ମାଣ କରି ସିଂହାସନ ଦୁଇଟିକୁ ଆବୃତ କରି ରାଜ ଦରବାରରେ ରଖିଦେବେ । ଆଗାମି କାଲି ଜଗତମାତ କମଳିନୀ ଓ ମହାଗ୍ରହ ଶନିଶ୍ଚର ନିଜ ନିଜ ଇଚ୍ଛାରେ ସିଂହାସନ ଉପରେ ଉପବିଷ୍ଟ ହେବେ । ତୁମ୍ଭଙ୍କୁ ପ୍ରଶ୍ନ କରିବେ କୁହ ହେ ନ୍ୟାୟବନ୍ତ ରାଜା ଆମ୍ଭଦୁହିଁଙ୍କ ମଧ୍ୟରୁ କିଏ ବଡ କିଏ ସାନ । ଆପଣ କହିବେ ସିଂହାସନ ଦେଖି ସ୍ଥିର କର କିଏ ବଡ କିଏ ସାନ । ବିକ୍ରମାଦିତ୍ୟ କବି କାଳିଦାସଙ୍କର ଚତୁରପଣିଆକୁ ପ୍ରଶଂସା କରି ସ୍ୱର୍ଣ୍ଣ ଓ ରୌପ୍ୟର ଦୁଇଗୋଟି ସିଂହାସନ ଗଢି ତାହାକୁ ଆବୃତ କରି ନିଜ ଗୃହକୁ ଚାଲିଗଲେ । ରାତ୍ରି ପାହିଲା, ରାଜା ବିକ୍ରମାଦିତ୍ୟ ନିଜର ପ୍ରାତକୃତ୍ୟ ସମାପ୍ତ କରି ରାଜଦରବାରରେ ଉପସ୍ଥିତ ହେଲେ । ତାଙ୍କର ପାରିଷଦ ବୃନ୍ଦ, ମନ୍ତ୍ରୀ, ଅମାତ୍ୟମାନେ ମଧ୍ୟ ଅପୂର୍ବ ବିଚାର ଦେଖିବାପାଇଁ ଉପସ୍ଥିତ ହେଲେ । ବତ୍ରିଶ ପିତୁଳି ଖଚିତ ସିଂହାସନ ଉପରେ ବିକ୍ରମାଦିତ୍ୟ ଉପବେଶନ କରିଛନ୍ତି । ଶନି ଓ ଜଗତଜନନୀ ଧନ ଦେବୀମାତ ରାଜ ସଭାରେ ଉପସ୍ଥିତ ହେଲେ, ଦୁଇଟି ଶୂନ୍ୟ ସିଂହାସନ ପଡିଛି । ରାଜା ଦେବ ଓ ଦେବୀଙ୍କୁ ବସିବା ନିମିତ୍ତ ନିର୍ଦେଶ ଦେଲେ । ଦୁହେଁ ସିଂହାସନରେ ଉପବିଷ୍ଟ ହୋଇ ପ୍ରଶ୍ନ କଲେ ହେ ନୃପ କୁହ ଦୁହିଁଙ୍କ ମଧ୍ୟରେ କିଏ ବଡ କିଏ ସାନ । ରାଜା ବିକ୍ରମାଦିତ୍ୟ କହିଲେ ତୁମ୍ଭଙ୍କୁ ବଡ ସାନ କେହି କହିପାରିବେ ନାହିଁ ମାତ୍ର ବସିଥିବା ସିଂହାସନ ଦେଖି ନିଜର ଲଘୁ ଓ ଗୁରୁତ୍ୱ ଉପଲବ୍ଧି କରନ୍ତୁ । ଧନ ଦେବୀ ବସିଥିବା ଆସନ ସ୍ୱର୍ଣ୍ଣର ଦେଖି ଆନନ୍ଦିତ ହେଲେ । ରାଜାଙ୍କୁ ବହୁତ ପ୍ରଶଂସା କଲେ । ଗ୍ରହରାଜ ଶନିଶ୍ଚର ନିଜର ରୌପ୍ୟ ସିଂହାସନ ଦେଖି ରାଜାଙ୍କ ଉପରେ ବହୁ କୋପିତ ହୋଇ କହିଲେ ହେ ରାଜନ ତୁ ମୋତେ ନୀଚ କରିଦେଲୁ । ଧନ ଦେବୀଙ୍କୁ ଉଚ୍ଚ କରିଦେଲୁ । ଦେଖିବି କିଏ ତୋତେ ମୋ କୋପରୁ ରକ୍ଷା କରିବ । ଏହା କହି କ୍ରୋଧାନ୍ୱିତ ହୋଇ ସ୍ୱସ୍ଥାନକୁ ଚାଲିଗଲେ । ଧନ ଦେବୀଦେବୀ ଜଗତମାତ ରାଜାଙ୍କୁ ଆଶୀର୍ବାଦ ଦେଇ ନିଜ ପୁରକୁ ଗଲେ । ବିକ୍ରମାଦିତ୍ୟ ରାଜା ଚିନ୍ତିତ ହୋଇ ରାଜ ଅନ୍ତପୁରକୁ ଗଲେ ।

କମଳିନୀ ଶନିଶ୍ଚର ବିକ୍ରମାଦିତ୍ୟ

Rate the content


Originality
Flow
Language
Cover design

Comments

Post

Some text some message..