Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅପହଞ୍ଚ ଗାଁ ର ଚିତ୍ର
ଅପହଞ୍ଚ ଗାଁ ର ଚିତ୍ର
★★★★★

© Prakash Sahoo

Others

3 Minutes   409    32


Content Ranking

ମୋ କର୍ମ କ୍ଷେତ୍ରରେ ବନ୍ଧୁ ଜଣେ ପ୍ରଶ୍ନ କରିଲେ ତୁମେ ଗାଁକୁ କାହିଁକି ଏତେ ଭଲ ପାଅ?କଣ ଅଛି ସେ ଧୂଳି ଧୂସରତର ଗାଁରେ? ବନ୍ଧୁ ଜଣଙ୍କ ପ୍ରଶ୍ନ ଶୁଣି ମୁଁ ମୁରୁକି ହସିଦେଲି ଅନିଚ୍ଛା ସତ୍ତ୍ୱେ।

କେଉଁଠୁ ଆରମ୍ଭ କରିବି କେଉଁଠି ଶେଷ କରିବି।କେମିତି ଆଙ୍କିବିକୁହ ସେ ଗାଁର ଚିତ୍ରକୁ ତୁମ ମନ ଭିତରେ।ରଙ୍ଗ ତୁଳୀ ତ ଅଛି ହେଲେ କାନଭାସ ଟିଏ ଆବଶ୍ୟକ ଥିଲା।ତୁମ ପ୍ରଶ୍ନ ହିଁ ଯଥେଷ୍ଟ ।ଗାଁ ହେଉଛି ମୋର ମା।ମୋ ମା ତ ମୋତେ ଦଶ ମାସ ଗର୍ଭରେ ଧରି ଜନ୍ମ କରିଛି।କିନ୍ତୁ ଗାଁର କୋଳରେ ମୁଁ ମଣିଷ ହୋଇଛି।ଗାଁର ସେହି କାଦୁଅ ରାସ୍ତାରେ ପଡି ଉଠି ଚାଲିବା ଶିଖିଛି।ବାଇ ଚଢେଇର ଉଚ୍ଚ ତାଳ ଗଛର ବସାକୁ ଦେଖି ଛୋଟ ହୋଇ ଉଚ୍ଚ ଅଭିଳାଷରଖିବାକୁ ସାହସ ପାଇଛି।

ଆଜି ଗାଁ ଛାଡି ସହରକୁ ଆସିଛି ପରିବାର ପାଇଁ କିଛି ଅର୍ଥ ଯୋଗାଡ କରିବାକୁ।ଘରୁ ପ୍ରଥମ ଥର ପାଇଁ ପାଦ କାଢି ଆସିବା ବେଳେ ମୋ ଗାଁ ମୋତେ ହାତ ଠାରି କହୁଥିଲା ଯା ଚାଲିଯା।ଭଲ ମଣିଷ ଟେ ହେବୁ ଏହି ଗାଁର ନାମକୁ ଉଚ୍ଚାରଖିବୁ ।ତୋ ପାଇଁ ଏହି ଗାଁର ମାଟି ,ପବନ,ଗଛ ଲତା ସବୁ ଗର୍ବ କରିବ କିନ୍ତୁ ମୋତେ କେବେ ଭୁଲିଯିବୁନି ।ଫେରିଆସିବୁ ମୋ କୋଳକୁ ମୁଁ ତୋତେ ଅପେକ୍ଷା କରିରହିଥିବି।

ହଁ ସେହି ଅପହଞ୍ଚ ଗାଁ ଯାହାର ନାମ ମାନଚିତ୍ରରେ ମିଳିବା କଷ୍ଟକର।ତାରି ଚିତ୍ର ଶିତ ସଖାଳର କୁହୁଡି ଭରା ସମୟ ରୁ ଆରମ୍ଭ ପୁଣି ଶେଷ ହୁଏ ଝିପ ଝିପ ବର୍ଷାର କୋହଲା ସନ୍ଧ୍ୟାରେ।ଆରମ୍ଭ ହୁଏ କୋଇଲିର ମଧୁର ସ୍ୱରରେ ଶେଷ ହୁଏ ମଂଦିରର ଶଙ୍ଖ ନାଦରେ ଆଉ ସନ୍ଧ୍ୟା ଆଳତିରେ।

ତାର ବର୍ଷା ଭିଜା ମାଟିର ମହକ,ତା ବୁଢା ବରଗଛ ତଳେ ମୃଦୁ ପବନର ସ୍ପର୍ଶ,ନଦୀ ତୁଠର ଗଭୀର ଜଳରେ ସନ୍ତରଣ,ତା ଜଙ୍ଗଲର ଆମ୍ବ ,ପଣସ ,ତା ପାହାଡ ପାଦଦେଶର ଛୋଟିଆ ମଠ,ସବୁଜ ଧାନର କ୍ଷେତ...ହଁ ବନ୍ଧୁ ତୁମେ ଠିକ କହିଛ ସେହି ଗାଁ ସତରେ ଅପହଞ୍ଚ ତା ପାଖକୁ ଯିବାକୁ ହେଲା ମୋତେ ଯିବାକୁ ପଡେ କଟକ କିମ୍ବା ଭୁବନେଶ୍ୱର ତା ପରେ ନିଜ ଜିଲ୍ଳାର ବସ ଧରିବାକୁ ପଡେ ପୁଣି ନିଜ ଜିଲ୍ଳାର ମୁଖ୍ୟ ସହରରେ ପହଂଚିବା ପରେ ଆଉ ଏକ ବସ ଯୋଗେ ନିଜ ବ୍ଲକକୁ ପୁଣି ସେଠୁ ପାଞ୍ଚ କିମି ଚାଲି ଯାଏ ବ୍ରାହ୍ମଣୀ ନଦୀ ପାଖକୁ ପୁଣି ଆପେକ୍ଷା କରିବାକୁ ପଡେ ସେପାରିର ନାଉରି ଭାଇକୁ ଲୋକେ ହେଲେ ଆସିବ ଏକୁଳକୁ ପାଖାପାଖି ଏକ ଘଣ୍ଟା ରୁ ଅଧିକା ସମୟ ପରେ ନଦି ପାର ହୁଏ।ତା ପରେ ଆସେ ମୋ ଗାଁ ଚାରିଆଡେ ଖାଲି ସବୁଜ ଗଛ ଆଉ କଞ୍ଚା ରାସ୍ତା। ଧୀରେ ଧୀରେ ପାଦ ଆଗକୁ ଆଗକୁ ପକାଇବା ସହିତ ମୋ ମନରେ ଅଜଣା ଖୁସୀ ଆସେ।ଗାଁ ମାଟିର ବାସ୍ନାରେ ଶିହରଣ ଖେଳିଯାଏ ଦେହ ସାରା।

ଏହି ଠାରୁ ଆରମ୍ଭ ହୁଏ ଗାଁର ମନଲୋଭା ଚିତ୍ର।କୁନିକୁନି ଅର୍ଧ ନଗ୍ନ ପିଲାଙ୍କର ରାସ୍ତା ପାର୍ଶ୍ଵରେ ଧୂଳି ଖେଳ,ଚାଳ ଛପର ଘର ଉପରେ ମାଡି ଯାଇଥିବା କଖାରୁ,ଲାଉର ଲତା।ଅମଳ ହୋଇଥିବା ଧାନକୁ ବସ୍ତାରେରଖୁଥିବା ଗାଁର ଚାଷୀ ଭାଇ।ବହି ବସ୍ତାନି ଧରି ବିଦ୍ୟାଳୟକୁ ଯାଉଥିବା କିଛି ଛୋଟ ଛୋଟ ପିଲା।ନିଜ କୋଳରେ ନବ ଜାତ ଶିଶୁକୁ ତେଲ ମାଲିସ କରୁଥିବାର ମା।ଗାଁର ବିସ୍ତୀର୍ଣ୍ଣ ପଡିଆରେ ବୁଲୁଥିବା କିଛି ଗୃହ ପାଳିତ ପଶୁ ।ବୟସର ଅପରାହ୍ନରେ ପହଂଚିସାରିଥିବା କିଛି ବୟସ୍କ ମଣିଷ ମାନଙ୍କର ମଦିରା ବେଢାରେ ସମାଗମ।

ପୁରୁଣା ସାଇକେଲକୁ ମରାମତି କରୁଥିବା ଗାଁର ପଣ୍ଡା ନନା।ଚଉଁରା ମୂଳରେ ଧାନ, ମୁଗ,ବିରିକୁ ଶୁଖାଇ ଜଗିରହିଥିବା ବୁଢ଼ୀ ମା।ଚାଳ ଘରର ମାଟି ଅଗଣାକୁ ଲିପୁ ଥିବା ଘରର ନୂଆ ବୋହୂ।ନାତି,ନାତୁଣୀଙ୍କ ସହିତ ଖେଳୁଥିବା ବୁଢା ଜେଜେବାପା।....ଏହି ତ ସେହି ଗାଁର ଶାନ୍ତ ଆଉ ସୁନ୍ଦରର ଚିତ୍ର ଯାହା କବି ଆଉ ଲେଖକର ସ୍ବପ୍ନର ଦୁନିଆ ଟେ।

ମୋ ଉତ୍ତରରେ ମୋ ବନ୍ଧୁ ଜଣଙ୍କ ହସି ଦେଇ କହିଲେ ସତରେ ଗ୍ରାମୀଣ ଜୀବନ ସବୁ ଠାରୁ ନିଆରା...

ପ୍ରକାଶ ସାହୁ

କର୍ମ କ୍ଷେତ୍ର ଧୂଳି ଦଶ ମାସ

Rate the content


Originality
Flow
Language
Cover design

Comments

Post

Some text some message..