Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Comedy

2  

ଓଡିଆ ଶିଶୁ ଗପ

Comedy

ଗୋପାଳର ସ୍ତ୍ରୀ

ଗୋପାଳର ସ୍ତ୍ରୀ

1 min
7.8K


ପାଠକେ! ଗୋପାଳର ସ୍ତ୍ରୀ ମଧ୍ୟ ସ୍ୱାମୀର ଚତୁରତା ଦେଖି ଶୁଣି ସେ ମଧ୍ୟ ବଡ ଚତୁରୀ ହୋଇ ଯାଇ ଥିଲା । ରସିକତା କଥା ବେଶ୍ ଜାଣେ । ଦିନେ ଗୋପାଳର ସ୍ତ୍ରୀ ତାର ପାଂଚ ବର୍ଷର ପୁଅକୁ ସାଙ୍ଗରେ ନେଇ ଗଙ୍ଗାକୁ ଯାଇ ପୁଅକୁ ସ୍ନାନ କରାଇ ଦେଉଛି, ଏହି ସମୟରେ ଆହୁରି ଅନେକ ସ୍ତ୍ରୀ ସେଠି ସ୍ନାନ କରୁଛନ୍ତି । ତାଙ୍କ ମଧ୍ୟରେ ଜଣେ ସ୍ତ୍ରୀ ଲୋକ ଗୋପାଳ ଭାଣ୍ଡ ପୁଅକୁ ଦେଖି ଆଉ ଜଣେ ସ୍ତ୍ରୀକୁ ଡାକି କହିଲା, ଦେଖ ଦିଦି ଏ ପିଲାଟି ଠିକ୍ ମୋରି ଘନଶ୍ୟାମ ପୁଅ ପରି ଦିଶୁଛି ।

ଗୋପାଳର ସ୍ତ୍ରୀ ସେ ସ୍ତ୍ରୀକୁ ଅପଦସ୍ତ କରିବା ଅଭିପ୍ରାୟରେ ତାର ପୁଅକୁ ଏକ ଚାପୋଡା ମାରି କହିଲା –

ହଇରେ ହତଭାଗା ଶୁଣ, ତୋ ବାପା ପରା କହେ ମୁଁ କାହାରିଠାକୁ ଯାଏ ନାହିଁ, ତେବେ ଠିକ୍ ତୋରି ପରି ପୁଅ ତାଙ୍କର କିପରି ହେଲା? ଆଜି ଚାଲ ତୋ ବାପର ସତୀ ପଣିଆ ଦେଖିବି ।

ଏ କଥା ଶୁଣି ସେ ସ୍ତ୍ରୀ ଲୋକଟି ଅବାକ୍ ହୋଇ ଗାଲରେ ହାତ ଦେଇ ଚାହିଁ ରହିଲା । ମନରେ ଭାବିଲା ଆଜି କା ମୁହଁ ଚାହିଁ ଥିଲି, ମୁଁ ହତଭାଗୀ କାହିଁକି ଏହାକୁ ପଦେ କଥା କହି ଏହା ଠାରୁ ଦୁଇ ପଦ କଥା ଶୁଣିଲି । ଲୋକେ ଶୁଣି କ’ଣ ଭାବିବେ? ବଡ ବ୍ୟସ୍ତ ହେଲା ।


Rate this content
Log in

Similar oriya story from Comedy