Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -92
ଜହ୍ନମାମୁଁ -92
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

2 Minutes   7.3K    10


Content Ranking

ଦେଶ ଭକ୍ତ

ସପ୍ତମ ଶତାଦ୍ଦୀର କଥା । ସେତେବେଳେ କାଶ୍ମୀରରେ ରାଜା ଶିଳାଦିତ୍ୟ ଶାସନ କରୁଥିଲେ । ନିଜର ବାହୁବଳରେ ସେ ଏକ ବହୁତ ବଡ ରାଜ୍ୟର ଶାସକ ହୋଇପାରିଥିଲେ । ମାତ୍ର ଯେତେ ରାଜ୍ୟ ଜୟକରି ନିଜ ରାଜ୍ୟର ଆୟତନ ବଢାଇଲେ ମଧ୍ୟ ତାଙ୍କ ମନରେ ଟିକିଏବି ଶାନ୍ତି ନଥିଲା । କାହିଁକିନା ସେ ତାଙ୍କ ରାଜ୍ୟକୁ ଆହୁରି ବୃହତ ଆକାରରେ ଦେଖିବାକୁ ଚାହୁଁଥିଲେ । ଥରେ ତାଙ୍କର ଲୋଲୁପଦୃଷ୍ଟି ଗୋବି ମରୁଭୂମି ସୀମାରେ ଥିବା ଏକ କ୍ଷୁଦ୍ର ରାଜ୍ୟ ଉପରେ ପଡିଲା । ତେଣୁ ସେ ସେହି ରାଜ୍ୟକୁ ଜୟକରିବା ପାଇଁ ନିଜର ବିଶାଳ ସୈନ୍ୟବାହିନୀ ଧରି ବାହାରି ପଡିଲେ ।

ଦିନପରେ ଦିନ ଗଡି ଚାଲିଥାଏ । ଦିନେ ପଥ ମଧ୍ୟରେ ସମ୍ଭ୍ରାନ୍ତ ପରିବାରର ଦିଶୁଥିବା ଜଣେ ବ୍ୟକ୍ତିଙ୍କୁ ଆସୁଥିବାର ଦେଖାଗଲା । ବ୍ୟକ୍ତି ଜଣକ ଆସି ରାଜା ଶିଳାଦିତ୍ୟଙ୍କର ଘୋଡା ସମ୍ମୁଖରେ ପଡିଗଲେ । ରାଜା ଘୋଡା ଅଟକାଇ ତାଙ୍କର ଅଭିପ୍ରାୟ ପଚାରିଲେ । ବ୍ୟକ୍ତି ଜଣକ ନିଜର ପରିଚୟ ପ୍ରଦାନପୂର୍ବକ କହିଲେ ଯେ, ସେ ସେହି ରାଜ୍ୟର ମନ୍ତ୍ରୀ ଯେଉଁ ରାଜ୍ୟକୁ କି ଶିଳାଦିତ୍ୟ ଏବେ ଆକ୍ରମଣ କରିବାକୁ ଯାଉଛନ୍ତି । ମାତ୍ର ରାଜା ଶିଳାଦିତ୍ୟ ତାଙ୍କର ଆଗମନର କାରଣ ପଚାରିଲେ । ଏଥିରେ ସେ ମନ୍ତ୍ରୀ ଜଣକ କହିଲେ ଯେ, “ସେ ତାଙ୍କ ରାଜାକୁ ରାଜା ଶିଳାଦିତ୍ୟଙ୍କର ଶରଣ ପଶିବାର ପରାମର୍ଶ ଦେଲେ । କାରଣ ଶିଳାଦିତ୍ୟଙ୍କର ପରାକ୍ରମ ଆଗରେ ପୂରା ରାଜ୍ୟ ଛାରଖାର ହୋଇଯିବ । ମାତ୍ର ତାଙ୍କ ରାଜା ତାହା ପ୍ରତ୍ୟାଖ୍ୟାନ କରିଦେଲେ ଏବଂ ତାଙ୍କୁ ରାଜ୍ୟରୁ ତଡି ଦେଲେ । ପରିଶେଷରେ ଶିଳାଦିତ୍ୟଙ୍କୁ ମଧ୍ୟ ଅପମାନିତ କରି ସେ ବହୁତ କଥା କହିଲେ ।”

ମନ୍ତ୍ରୀଙ୍କ କଥାଶୁଣି ଶିଳାଦିତ୍ୟ ଖୁବ୍ ଜୋର୍ରେ ରାଗି ଉଠିଲେ ଏବଂ ଏହି ଅପମାନର ପ୍ରତିଶୋଧ ନେବାଲାଗି ସଙ୍କଳ୍ପବଦ୍ଧ ହେଲେ । ମନ୍ତ୍ରୀ ରାଜାଙ୍କ କଥାଶୁଣି କହିଲେ, “ମହାରାଜ, ଆପଣଙ୍କ ରାସ୍ତାରେ ଗଲେ ଆପଣଙ୍କୁ ବହୁ ସମୟ ଲାଗିବ ମାତ୍ର ମୁଁ ଜାଣିଥିବା ବାଟରେ ଗଲେ ଆମେ ଖୁବ୍ ଶୀଘ୍ର ସେଠାରେ ପହଁଚିଯିବା ।” ରାଜା ମନ୍ତ୍ରୀଙ୍କ କଥାରେ ପ୍ରୀତ ହେଲେ ଏବଂ ମନ୍ତ୍ରୀଙ୍କ କଥାନୁସାରେ ସୈନ୍ୟ ନେଇ ମରୁଭୂମି ମଧ୍ୟରେ ଏକ ପଥ ଦେଇ ସେଇ କ୍ଷୁଦ୍ରରାଜ୍ୟ ଉଦ୍ଧେଶ୍ୟରେ ଚାଲିଲେ ।

ଦିନପରେ ଦିନ ବିତି ଚାଲିଥାଏ । ସୈନ୍ୟମାନେ ମଧ୍ୟ ସେହି ରାଜ୍ୟ ଉଦ୍ଧେଶ୍ୟରେ ଚାଲିଥାନ୍ତି । ମରୁଭୂମିର ଯାତ୍ରା ଧୀରେଧୀରେ କ୍ଳାନ୍ତିକର ବୋଧହେଲା । ଖାଦ୍ୟଦ୍ରବ୍ୟ ସରି ଆସିଲା ଏବଂ ଧୀରେଧୀରେ ସୈନ୍ୟଙ୍କ ସହିତ ପଶୁମାନଙ୍କର ମଧ୍ୟ ସଂଖ୍ୟା କମିଆସିଲା । ଚାରିଆଡେ କେବଳ ବାଲି ଆଉ ବାଲି; କିନ୍ତୁ କାହିଁ କେଉଁଠି ସେ ରାଜ୍ୟ, ଯାହା ଅଭିମୁଖେ ସମସ୍ତେ ସେହି ମନ୍ତ୍ରୀଙ୍କ କଥାରେ ଚାଲିଛନ୍ତି ।

ଧୀରେଧୀରେ ସେନାପତି ତଥା ରାଜାଙ୍କର ମନ୍ତ୍ରୀମାନେ ସେ ବିଦେଶୀ ମନ୍ତ୍ରୀଙ୍କ ବିଷୟରେ ସନ୍ଦେହ ପ୍ରକାଶ କଲେ; ଶେଷରେ ରାଜା ଶିଳାଦିତ୍ୟ ବିଦେଶୀ ମନ୍ତ୍ରୀଙ୍କୁ ସେ ରାଜ୍ୟରେ ପହଁଚିବା ବିଷୟରେ କିଛି ପ୍ରଶ୍ନ କଲେ । ମାତ୍ର ମନ୍ତ୍ରୀଙ୍କ ମୁଖରେ କୁଟୀଳରେଖା ଫୁଟିଉଠିଲା । ବିଦେଶୀ ମନ୍ତ୍ରୀ – “ମହାରାଜ! ଆପଣମାନଙ୍କର ଜୀବନ ଆଉ ମାତ୍ର କିଛିଦିନ ପାଇଁ । ମୁଁ ଜାଣିଛି ଆପଣ ମତେ ନିଶ୍ଚୟ ହତ୍ୟା କରିବେ; ମାତ୍ର ବର୍ତ୍ତମାନ ଆପଣ ଯେଉଁଆଡେ ବି ଯିବେ ପନ୍ଦର ଦିନରୁ ବେଶି ସମୟ ଲାଗିବ । ରାଜା ତାଙ୍କ କଥା ଶୁଣି ଟିକେ ଶଙ୍କି ଗଲେ । ମନ୍ତ୍ରୀ ପୁଣି କହିଲେ – “ମହାରାଜ! ମୋର କ୍ଷୁଦ୍ର ରାଜ୍ୟକୁ ଆପଣଙ୍କ କବଳରୁ ରକ୍ଷା କରିବାର କେବଳ ଏହି ଏକମାତ୍ର ପନ୍ଥାହିଁ ଥିଲା । ବର୍ତ୍ତମାନ ଆପଣ ଚାହିଁଲେ ମତେ ମାରିଦେଇ ପାରନ୍ତି ।”

ରାଜା ତାଙ୍କ ଲୋକଙ୍କୁ ଜଳର ସନ୍ଧାନ କରିବାକୁ କହିଲେ । ଶେଷରେ ଗୋଟିଏ ସ୍ଥାନରୁ ବାଲିଖୋଳି ଜଳ ବାହାର କରାଗଲା । ରାଜା ମନ୍ତ୍ରୀଙ୍କୁ ତାଙ୍କର ଜୀବନ ଦାନଦେଇ କହିଲେ, “ଯେତେବେଳେ ଭଗବାନ ଆମକୁ ରକ୍ଷାକଲେ ସେତେବେଳେ ତମର ମଧ୍ୟ ବଂଚିବାର ସବୁ ଅଧିକାର ଅଛି । ଯାଅ, ନିଜ ରାଜାଙ୍କୁ ନିର୍ଭୟରେ ଶାସନ କରିବାକୁ କୁହ ।”

ଏହାପରେ ରାଜା ନିଜ ରାଜ୍ୟକୁ ଫେରି ଆସିଲେ । “ପ୍ରକୃତରେ ପ୍ରତିଟି ଲୋକ ଦେଶଭକ୍ତ ହେବା ଦରକାର ।”

କାଶ୍ମୀର ଶିଳାଦିତ୍ୟ ଶାସକ

Rate the content


Originality
Flow
Language
Cover design

Comments

Post

Some text some message..