Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Kumar Muduli

Others

3  

Subrat Kumar Muduli

Others

ଚାନ୍ଦା

ଚାନ୍ଦା

1 min
13.8K


ଦିନସାରା ରାଜରାସ୍ତା ଉପରେ ଚାଲିଥିଲା ବଟି ଆଦାୟ ଦଶରା ପୂଜା ଚାନ୍ଦା ଆଳରେ ବାନର ସେନା ଲଙ୍କାକୁ ସେତୁ ବାନ୍ଧିଲା ପରି ଏକାଠି ହୋଇଥିଲେ ଜଗଦମ୍ବା କ୍ଲବର ସଦସ୍ୟ ମାନଙ୍କ ସହ ଅନେକ ଚେଙ୍ଗେଡା ଆଉ ବଟକରା ଖୋଦ ବିଧାୟକଙ୍କ ଗାଁ ପୂଜା କୋଉ ପୁଲିସ ନିୟମର ଭୟ ନଥିଲା   ରାସ୍ତା ଉପରେ ଅଟକି ଥିଲା ଅନେକ ଛୋଟ ବଡ ଗାଡି ଚାନ୍ଦା ଦେଉ ନଥିବା ଲୋକ ମାନଙ୍କ ସହ ଯୁକ୍ତି ତର୍କରେ ବ୍ୟସ୍ତ ଥିଲେ କିଛି କ୍ଲବର ସଦସ୍ୟ ଅଟକିଥିବା ଗାଡି ମାନଙ୍କ ପଛରେ ଲାଗିଥିଲା ଗୋଟେ ଆମ୍ବାସଡର କାର ଯେଉଁଥିରେ ମେଡିକାଲକୁ ନିଆ ଯାଉଥିଲା ଜଣେ କ୍ୟାନସର ରୋଗରେ ପୀଡିତ ଛୋଟ ଛୁଆଟିକୁ ପିଲାଟିର ବାପା ମା' କେହି ନଥିଲେ ତାକୁ ମେଡିକାଲକୁ ନେଉଥିଲେ ସେ ରହୁଥିବା ମମତା ଅନାଥ ଆଶ୍ରମର କିଛି ସଦସ୍ୟ ଗାଡି ଛାଡିବାକୁ ଯେତେ ନେହୁରା ହେଲେ ବି ଅଲଗା ଗାଡିବାଲାଙ୍କ ସହ ଯୁକ୍ତି ତର୍କ କରୁଥିବା କ୍ଲବର ସଦସ୍ୟ ମାନଙ୍କ ପାଖରେ ତାଙ୍କ ଭାଷା ପହଞ୍ଚି ପାରୁନଥିଲା ଯା' ହେଉ ଶେଷରେ କ୍ଲବ ସଦସ୍ୟ ମାନେ ବୁଝିଲେ ତାଙ୍କ ଗାଡି ଗଡିଲା ପ୍ରାୟ ଅଧଘଣ୍ଟା ବିଳମ୍ବରେ

ପରଦିନ ସକାଳେ ସଦସ୍ୟ ମାନେ କ୍ଲବରେ ଗତ ଦିନର ଚାନ୍ଦାର ହିସାବ କରୁଥିଲେ ଆଜିର ଖବର କାଗଜ ଉପରେ କାହାର ନିଘା ନଥିଲା ଯେଉଁଥିରେ ବଡବଡ ଅକ୍ଷରରେ ପ୍ରଥମ ପୃଷ୍ଠାରେ ଛପିଥିଲା ... ପୁଣି କ୍ୟାନସର ନେଲା ଜୀବନ ମମତା ଅନାଥ ଆଶ୍ରମର ଶିଶୁ ଆଖି ବୁଜିଲେ ସବୁଦିନ ପାଇଁ ବୋଧେ ହିସାବ ଛିଡୁ ନଥିଲା ତେଣୁ ସମସ୍ତେ ପରସ୍ପର ଦୋଷାରୋପରେ ବ୍ୟସ୍ତ ଥିଲେ ଏବେ ବି ଟିଭି ଟେବୁଲ ଡ୍ର ରେ ପଡିଥିଲା ଗତ ବର୍ଷ ଖବର କାଗଜରେ ବାହାରି ଥିବା ଖବର ... ମମତା ଅନାଥ ଆଶ୍ରମର କ୍ୟାନସର ପ୍ରପୀଡିତ ଶିଶୁର ଚିକିତ୍ସା ନିମନ୍ତେ ଜଗଦମ୍ବା କ୍ଲବର ପାଞ୍ଚ ହଜାର ଅର୍ଥରାଶି ଦାନ

 


Rate this content
Log in