Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜଙ୍ଗଲ ପ୍ରଦେଶ
ଜଙ୍ଗଲ ପ୍ରଦେଶ
★★★★★

© maheswar sahoo

Children Stories Inspirational

6 Minutes   300    22


Content Ranking

ଅଗନା ଅଗନି ବନସ୍ତ । ବନସ୍ତରେ ରହିଥାନ୍ତି ନାନା ପ୍ରଜାତିର ପକ୍ଷୀ, ପଶୁ ଓ ସରୀସୃପ ମାନେ । ସମସ୍ତ ପ୍ରାଣୀ ମାନେ ନିଜ ନିଜର କର୍ମ ଗୁଡିକୁ ସୁଚାରୁ ରୂପେ ପାଳନ କରି ସୁଖ ଶାନ୍ତିରେ ବାସ କରିଥାନ୍ତି । ଜଙ୍ଗଲର ରାଜା ଥାଏ ସିଂହ । ସିଂହ ରାଜାଙ୍କର ରାଜ୍ୟ ଶାସନ ଅତ୍ୟନ୍ତ ଶାନ୍ତି ଦାୟକ ଥିଲା । ସେ ସମସ୍ତ ତୃଣ ଭୋଜି ଓ ମାଂସାସି ପ୍ରାଣୀ ମାନଙ୍କୁ ସମ ବ୍ୟବହାର ଓ ସମ ଅଧିକାର ଜ୍ଞାପନ୍ କରୁଥିଲେ । ଜଙ୍ଗଲଟି ବିଶାଳ କାୟ ଥିବାରୁ ପଶୁ ମାନଙ୍କର ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା ।

ଜଙ୍ଗଲର ବାତାବରଣ ଅନୁକୂଳତା ଦୃଷ୍ଟିରୁ ପଶୁ ପକ୍ଷୀ ମାନେ ନିଜ ନିଜର ଖାଦ୍ୟାଭାବରୁ ବଞ୍ଚିତ କରିପାରୁଥିଲେ । ଜଙ୍ଗଲର ଗୋଟିଏ ପାର୍ଶ୍ଵରେ ବିସ୍ତୀର୍ଣ୍ଣ ତୃଣଭୂମି । ବିସ୍ତୀର୍ଣ୍ଣ ତୃଣ ଭୂମିରେ ହରିଣ, ଗୋରୁ, ଗାଈ, ମେଣ୍ଢା, ଛେଳି, ଠେକୁଆ, ଘୋଡା, ମଇଁଶି ଆଦି ପଶୁମାନେ ନିଜ ନିଜର ଖାଦ୍ୟ ମନ ଭରି ଭୋଜନ କରୁଥିଲେ । ଜଙ୍ଗଲ ମଝିରେ ଥିବା ମଧୁର ଓ ଶୀତଳ ଜଳର ଝରଣା ପଶୁ ପକ୍ଷୀ ମାନଙ୍କର ମନମୁଗ୍ଧକର ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ବିନ୍ଦୁ ଥିଲା । ଝରଣାଟି କେଉଁ ଅନାଦି କାଳରୁ ଜଙ୍ଗଲର ବକ୍ଷ ଫାଡ଼ି କୁଳୁ କୁଳୁ ନାଦ କରି ବହିଚାଲିଥିଲା । ଏକ ପ୍ରକାର କହିବାକୁ ଗଲେ ଝରଣାଟି ଜଙ୍ଗଲର ବାତାବରଣ କୁ ଶାନ୍ତ ଓ ଶୀତଳ ରଖୁଥିଲା । ଯେତେ ବଡ଼ ଗ୍ରୀଷ୍ମରେ ମଧ୍ୟ ଝରଣାର ଜଳ ସେମିତି ଶୀତଳତାରେ ପରିପୂର୍ଣ ଥିଲା ।

ଦିନ କର କଥା ମହାରାଜ ସିଂହ ତାଙ୍କର ଦରବାରରେ ଘୋଷଣା କଲେ ଯେ, ମୁଁ କାଲି ସମ୍ପୂର୍ଣ ଜଙ୍ଗଲ ଭ୍ରମଣରେ ବାହାରିଛି । ସମସ୍ତ ପଶୁ ପକ୍ଷୀ ମାନଙ୍କୁ ମୋର ନିବେଦନ ଏହି କି, ଆପଣ ମାନେ ନିଜ ନିଜର ଦୁଃଖ ଓ ସମସ୍ୟାଗୁଡିକୁ ମୋ ନିକଟରେ ପ୍ରକଟ କରନ୍ତୁ । ଯାହାର ଯେଉଁ ସମସ୍ୟା ମୁଁ ତୁରନ୍ତ ପ୍ରତିକାର କରିବି । ମନ୍ତ୍ରୀ ମହାବଳ ବାଘ ସମସ୍ତ ଜଙ୍ଗଲରେ ଘୋଷଣା କରିଦେଲେ । ଜଙ୍ଗଲର ବିଭିନ୍ନ ଜାଗାରେ ସ୍ଥମ୍ବ, ସ୍ତୁପ ଓ ଢ଼ିପ ଗୁଡିକୁ ସଭା ପାଇଁ ପରିଷ୍କାର ପରିଚ୍ଛନ୍ନ କରାଗଲା । ମହାରାଜ ଆସୁଛନ୍ତି ନିଜର ଗୁହାରି ଶୁଣିବେ କଥାରେ ପ୍ରଜା ବୃନ୍ଦ ଆନନ୍ଦରେ ବିଭୋର ହୋଇଗଲେ ।

ତହିଁଆରଦିନ ମହାରାଜ ନିଜର ମନ୍ତ୍ରୀ ପରିଷଦ ଓ ସୁରକ୍ଷା କର୍ମୀଙ୍କୁ ଧରି ଜଙ୍ଗଲ ଅଭିମୁଖେ ଯାତ୍ରା କଲେ । ପ୍ରଥମେ ସେ ପହଁଚିଲେ ଜଙ୍ଗଲର ଶେଷ ସୀମାରେ । ମହାରାଜ କହିଲେ ଆମେ ପ୍ରଥମେ ଆମର ଜଙ୍ଗଲର ସୁରକ୍ଷା ପାଇଁ ସୀମାର ପରିସ୍ଥିତି ନିରୀକ୍ଷଣ କରିବା ତା ପରେ ଜଙ୍ଗଲ ଭ୍ରମଣ କରିବା । ସୀମାରେ ପହଞ୍ଚି ଦେଖିଲେ ସୀମାନ୍ତରେ ପଶୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବାହାର ଜଙ୍ଗଲରୁ ପଶୁମାନେ ଆସି ମନ ଇଛା ଜଙ୍ଗଲର ପଶୁ ମାନଙ୍କୁ ଶିକାର କରି ଖାଇ ଯାଉଛନ୍ତି । ରାଜାଙ୍କର ମନ ବହୁତ ଦୁଃଖ ହେଇଗଲା । ସେ ବହୁତ ଅନୁତପ୍ତ ହେଲେ ଯେ କି ବାହାର ଜଙ୍ଗଲର ରାଜା ନିଜ ପ୍ରଜା ଆଉ ସୈନ୍ୟ ମାନଙ୍କ ଦ୍ୱାରା ଆମ ଜଙ୍ଗଲରୁ ପଶୁ ଶିକାର କରୁଛନ୍ତି । ତା ସହିତ ବଳପ୍ରୟୋଗ କରି ତୃଣ ଭୂମି ସଫା କରୁଛନ୍ତି । ଏମିତି ତଥ୍ୟ ଓ ସୂଚନା ମୋ ପାଖକୁ କେବେବି ଆସିନଥିଲା ଯେ । ହଉ ଏହାର କିଛି ଉପଚାର କରିବାକୁ ପଡିବ । ଏବେ ସୀମାରେ ଏକ ସହସ୍ର ହସ୍ତୀ ଓ ଏକ ସହସ୍ର ଭାଲୁ ଓ ବାଘଙ୍କୁ ନିଯୁକ୍ତି ଦିଆଯିବ । ଅତ୍ୟନ୍ତ ମର୍ମାହତ ହେଲେ ମହାରାଜ ସିଂହ । ସୀମାରେ ଜଙ୍ଗଲ ହ୍ରାସ ପାଉଛି । ତୃଣ ଭୂମି କମିବାରେ ଲାଗିଛି ଏହାଦ୍ୱାରା ପରିବେଶ ଭାରଶ୍ୟାମ ରେ ପାର୍ଥକ୍ୟ ଦେଖାଦେବ । ତୃଣ ଭୂମି କମିଲେ, ତୃଣ ଭୋଜି ପ୍ରାଣୀ କମିବେ । ତୃଣ ଭୋଜି କମିଲେ, ମାଂଶ ବିକଳରେ ମାଂଶାସି ପ୍ରାଣୀମାନେ ମରିଯିବେ । ଶେଷରେ ମୁଁ ନିଜେ ରାଜା ହୋଇ ନିଜର ଖାଦ୍ୟ ପାଇବା କଷ୍ଟ ଅନୁଭବରେ ମରିଯିବି । ଏମିତି ବହୁତ ଚିନ୍ତା କରି ସୀମାନ୍ତରୁ ରାଜା ମାଧ୍ୟମ ଜଙ୍ଗଲକୁ ଆସିଲେ ।

ମଧ୍ୟମ ଜଙ୍ଗଲରେ ଏକ ଅରୁଙ୍ଖଳିତ ସଭାର ଆୟୋଜନ ହୋଇ ଥାଏ । ପ୍ରଜା ଗଣ ସଭାରେ ଉପସ୍ଥିତ ରହି ସଭା ମଣ୍ଡନ କରୁଥାନ୍ତି । ମହାରାଜ ନିଜର ଆସନ ଗ୍ରହଣ କରି ସମସ୍ତଙ୍କୁ ସୁବେଛା ଦେଇ କହିଲେ, କୁହନ୍ତୁ ଆପଣମାନଙ୍କର ସମସ୍ୟା ।

ପ୍ରଥମେ ହରିଣ କହିଲା ମହାରାଜ, ଆମେ ହେଲୁ ଦୁର୍ବଳ ପ୍ରାଣୀ । ମୋ ପରିବାରରେ ଆଗରୁ ଦଶ ଜଣ ସଦସ୍ୟ ଥିଲେ । ହେଲେ ଏଠିକାର ଆପଣଙ୍କ କୁଜିନେତା ମୋ ପରିବାରକୁ ଲୋପ କରିବାରେ ବସିଛି । ମନ ମୁଖୀ ଆକ୍ରମଣ କରୁଛି । କହିଲେ ଦେଖି ମହାଶୟ ମାଆ ହରିଣ ଓ ଗର୍ଭବତୀଙ୍କୁ ମାରି ଖାଇଲେ ଆମର ବଂଶ ଲୋପ ପାଇଯିବ ଆଜ୍ଞା ।

ଠେକୁଆ ଠିଆ ହୋଇ କହିଲା ମଣିମା ! ମୁଁ ତ ଦୁର୍ବଳ ପ୍ରାଣୀ । ମୋତେ ମୋ ପିଲା ପିଲିଙ୍କୁ ନେଇ ବାଟରେ ଚାଲିବା କଷ୍ଟ ହୋଇପଡିଛି ମଣିମା । ସବୁବେଳେ ଲୁଚି ରହିବାକୁ ପଡୁଛି ।

ଆଉ ଅନ୍ୟ ପ୍ରାଣୀଙ୍କୁ ସେମାନଙ୍କର ସମସ୍ୟା ପଚାରିବା ପୂର୍ବରୁ ମହାରାଜ ସିଂହ ନିଜକୁ ବହୁତ ଶର୍ମିତ ଅନୁଭବ କଲେ । ମୋ ଜଙ୍ଗଲ ପ୍ରଦେଶ ଶାନ୍ତିରେ ଚାଲିଛି ବୋଲି ମୁଁ ଯାହା ଶୁଣେ ତେବେ ତାହା କଣ ଭୁଲ । ମୋର ବାହୁବଳୀ ନେତା ମାନେ ଏମିତି ପଶୁ ପକ୍ଷୀ ମାନଙ୍କୁ ଅତ୍ୟାଚାର କରି ସେମାନଙ୍କ ବଂଶ ଲୋପ କରିବାକୁ ପଛାଉ ନାଁହାନ୍ତି । ହେ ଈଶ୍ୱର ମୁଁ ଏମାନଙ୍କୁ ବିଶ୍ୱାସ କରି ମୋର ସମସ୍ତ ରାଜ୍ୟକୁ ଧ୍ୱଂସ ମୁଖକୁ ନେଇ ସାରିଲେଣି । ଧିକ ମୋର ରାଜ ଗାଦି । ଧିକ ମୋର ରାଜା ପଣିଆ । ଏମିତି ଧିକାର କଲେ ରାଜା ନିଜକୁ ନିଜେ ।

ରାଜା ନିଜ ଜଙ୍ଗଲ ପ୍ରଦେଶରେ ଯେଉଁ ସ୍ଥାନକୁ ଗଲେ ସବୁଠାରେ ଏମିତି ସମସ୍ୟା । ତାଙ୍କର ପ୍ରତିନିଧି ମାନଙ୍କର କୁକର୍ମର ଚର୍ଚ୍ଚା । ନିଜେ ମନମୁଖୀ ଶାସନ କରୁଛନ୍ତି । ପଶୁ ମାନଙ୍କୁ ନିର୍ମମ ହତ୍ୟାକାରୀ ସେମାନଙ୍କ ସୁସ୍ୱାଦୁ ମାଂଶ ଭକ୍ଷଣରେ ଲିପ୍ତ ରହୁଛନ୍ତି । ପଶୁମାନଙ୍କ ବଂଶ ବୃଦ୍ଧିକୁ ଲକ୍ଷ ନ ଦେଇ, ଯଦି ସେମାନଙ୍କର ଜନ୍ମଧାତ୍ରୀକୁ ମାରି ଖିଆ ଯାଏ ତେବେ ୟେ ଜଙ୍ଗଲ ପଶୁ ଶୂନ୍ୟ ହେଇଯିବି । ମହାରାଜ ବହୁତ ଚିନ୍ତାରେ ପଡ଼ି ଗଲେ । କହିଲେ ମାଂଶାସି ପ୍ରାଣୀ ମାନଙ୍କୁ ଗାଦି ଚ୍ୟୁତ କରାଯାଇ ସମସ୍ତ ତୃଣ ଭୋଜି ପ୍ରାଣୀଙ୍କୁ ନେତା ଓ କର୍ମଚାରୀ ଆସନରେ ରଖାଯିବ । ଜଙ୍ଗଲର ସମସ୍ତ ଇଲାକାରେ ଜଣିଏ ଲେଖାଏଁ ହାତୀଙ୍କୁ ନିଯୁକ୍ତି ଦିଆ ଗଲା । ସେମାନେ ସମସ୍ତ ପଶୁଙ୍କର ଭଲ ମନ୍ଦ ସୁଚାରୁ ରୁପେ ବୁଝିବାର ଦାୟିତ୍ୱ ଦିଆଗଲା । ମାଂଶାସି ପ୍ରାଣୀ ମାନେ କିଛି ରାଜ ଦରବାରରେ ନିଯୁକ୍ତି ପାଇଲେ ଓ ଅନ୍ୟମାନେ ସୀମାରେ ସୈନିକ ନିଯୁକ୍ତି ପାଇଲେ ।

ଜଙ୍ଗଲ ସୀମାରେ ଉପଦ୍ରବକୁ ନଜର ରଖିବାକୁ ଚତୁର ଶିଆଳକୁ ରଖା ଗଲା । ଦୈନିକ ଟିକିନିଖି ଖବର ପ୍ରତି ମୁହୂର୍ତ୍ତରେ ଶିଆଳ କେଇଜଣ ରାଜାଙ୍କ ନିକଟକୁ ଆସି ପ୍ରକାଶ କରାଉ ଥାନ୍ତି । ଜଙ୍ଗଲ ଭିତର ଓ ବାହାର ସୁରୁଖୁରୁରେ ଚାଲିଲା । ଏକ ଆଦିବାସୀ ମଣିଷ ଗୋଷ୍ଠୀ ରହିଥାନ୍ତି ଜଙ୍ଗଲ ସୀମାରେ । ସେମାନେ ଜଙ୍ଗଲ ଉପରେ ନିର୍ଭର କରି ଚଳନ୍ତି । ଜଙ୍ଗଲରୁ ଘାସ ଆଣି ନିଜ ଗୋରୁ ଗାଇଙ୍କୁ ଦିଅନ୍ତି । ଜଙ୍ଗଲ ପୋଡି ପୋଡ଼ୁ ଚାଷ ମଧ୍ୟ କରନ୍ତି । ଏହି ଘଟଣା ମହାରାଜ ସିଂହ ଆଗରୁ କେବେ ଜାଣି ନଥିଲେ । ସେତେବେଳେ ମୂର୍ଖ ପ୍ରତିନିଧି ମାନଙ୍କୁ ରଖି ନିଜ ପ୍ରଦେଶକୁ ଧ୍ୱଂସ ମୁଖକୁ ନେବା ପୂର୍ବରୁ ଆଖି ଖୋଲି ଯାଇଛି ରାଜାଙ୍କର । ରାଜା ବର୍ତ୍ତମାନ ନିଜ ପ୍ରଦେଶ ମଙ୍ଗଲର କାର୍ଯ୍ୟରେ ବ୍ୟସ୍ତ ।

ଜଙ୍ଗଲ ସୀମାରେ ମଣିଷର ତାଣ୍ଡବ, ଏଇକଥା ଶୁଣି ରାଜା ନିର୍ଦେଶ ଦେଲେ ତାଙ୍କର ସୈନ୍ୟ ମାନଙ୍କୁ ତୁମେ ସେଇ ମଣିଷ ମାନଙ୍କୁ ଶିକ୍ଷା ଦିଅ ସେମାନେ ଯେମିତି ଆଉ ଥରେ ଆମ ଜଙ୍ଗଲକୁ ଆଡ଼ ଆଖିରେ ନ ଦେଖନ୍ତୁ । ହାତୀକୁ ଦାୟିତ୍ୱ ଦିଆଗଲା ସେମାନନଙ୍କର ଫସଲ ନଷ୍ଟ କରିବାକୁ । ଭାଲୁ ରାମ୍ପୁଡି କାମ୍ପୁଡି ରକ୍ତ ପିଇଯିବାକୁ । ବାଘ ସେମାନନ୍କ ଗୋରୁ ଗାଇଙ୍କୁ ହତ୍ୟାକାରୀ ଖାଇଯିବାକୁ ଏମିତି ଆଦେଶ ଦେଇ ମହାରାଜ ସୈନିକ ମାନଙ୍କୁ ତତ୍ପର କରାଇଲେ ।

ମଣିଷ ବସ୍ତିରେ ଜଙ୍ଗଲୀ ପଶୁ ମାନଙ୍କର ଆକ୍ରମଣ । ଚାରିଆଡେ ହାହା କାର । ମଣିଷର ଖବର କାଗଜ, ଦୂରଦର୍ଶନରେ ଖେଳିଚାଳିଲ ପ୍ରତ୍ୟକ ଦିନ ହାହା କାରର ଦୃଶ୍ୟ । କାହାର ହାତୀ ଉପଦ୍ରବରେ ଫସଲ ନଷ୍ଟ ତ କାହାର ପୁଅକୁ ବାଘ ନେଇଗଲା । ହାତୀ ଜିଭରେ ଆମ୍ପୁଡି କାମ୍ପୁଡି ବହୁତ ମଣିଷଙ୍କୁ ଖଣ୍ଡିଆ ଖବରା କରିପକାଇଲା । ଦୈନିକ ଖବର ଶିଆଳ ଆସି ରାଜାଙ୍କୁ ଦେଉଥାଏ । ବନ ବିଭାଗ ମଧ୍ୟ ବିଚଳିତ ହୋଇଗଲେ । ସରକାରୀ ନିର୍ଦେଶରେ ଜଙ୍ଗଲ ନିକଟରୁ ଲୋକ ମାନଙ୍କୁ ଖାଲି କରି ନିଆ ଗଲା ।

ହାତୀ ବାଘ ଓ ଭାଲୁ ମିଶି ମଣିଷ ରହୁଥିବା ସ୍ଥାନ ମାନଙ୍କରେ ଆକ୍ରମଣ ଜାରି ରଖିଲେ । ଯେଉଁ ମଣିଷ ଦିନେ ନିଜର ମାଂଶ ସ୍ଵାଦର ଲାଳଷାରେ ହଜାର ହଜାର ନିରୀହ ପଶୁଙ୍କୁ ମାରି ଖାଇଯାଉଥିଲା । ସେମାନଙ୍କ ହାଡ଼ ଆଉ ଚମଡା ନେଇ ବିଦେଶରେ ବିକୁଥିଲା । ଯେଉଁ ମଣିଷ ପୋଡ଼ ଚାଷରେ ଅଧିକ ଅମଳ କରିବା ପାଇଁ ପ୍ରସସ୍ଥ ଜଙ୍ଗଲକୁ ପୋଡି ଦେଉଥିଲା ସେଇ ମଣିଷ ଆଜି ଜଙ୍ଗଲର ସୀମା ଛାଡିବାକୁ ବାଧ୍ୟ । ରାଜା ନିଜର ଭୁଲ ବୁଝି ପାରିଲେ । ଜଣେ ରାଜା ହେବାକୁ ହେଲେ ତାର ପ୍ରଜା ମଙ୍ଗଳ ପାଇଁ ଯୋଜନା ନିତ୍ୟାନ୍ତ ଆବଶ୍ୟକ । ସେ ନିଜେ ଯାଇ ଲୋକଙ୍କ ଦୁଃଖ ଦୁର୍ଦଶା ବୁଝିବାକୁ ପ୍ରୟାସ କରିବା ଆବଶ୍ୟକ । ସେ ନିଜେ ହାତୀ ପରି ଶାନ୍ତ କର୍ମୀ ଙ୍କୁ ନିଯୁକ୍ତି ଦେବା ଆବଶ୍ୟକ ।

ଆଜି ସେଇ ଜଙ୍ଗଲ ଅଭୟାରଣ୍ୟ ହୋଇ ଯାଇଛି । ପଶୁ ପକ୍ଷୀ ମାନେ ଆନନ୍ଦରେ ବିଚରଣ କରୁଛନ୍ତି । ମାଂଶାସି ଓ ତୃଣ ଭୋଜି ପ୍ରାଣୀଙ୍କର ପ୍ରତିଦ୍ବନ୍ଦିତାରେ ବଂଶବୃଦ୍ଧି ଘଟୁଛି । ଏଣୁ ମୋ ଦେଶର ମାନେ ଆମ ଦେଶର ଯେଉଁ ପ୍ରତି ନିଧି ନିର୍ବାଚନରେ ଲଢ଼ୁଛନ୍ତି ସେମାନଙ୍କର ଜାତି ଗୋତ୍ର ଆଉ ଧର୍ମକୁ ନ ଦେଖି, ସେମାନଙ୍କର ଶିକ୍ଷା ଗତ ଯୋଗ୍ୟତାର ଜ୍ଞାନ ଅନୁସାରେ ପ୍ରାଥି କରାଇଲେ ଦେଶର ପ୍ରତ୍ୟକ ସ୍ଥାନରେ ଶାନ୍ତି ଓ ଶୃଙ୍ଖଳିତ ଶାସନ ଜାରି ରୁହନ୍ତା । ଦେଶର ବିକାଶ ହୁଅନ୍ତା । ଗୁଣ୍ଡା ଗର୍ଦ୍ କମି ଯାଆନ୍ତା । ହତ୍ୟା ବ୍ୟଭିଚାର ଓ ଧର୍ଷଣ ମଧ୍ୟ କମିଯାଆନ୍ତା । ବେକାରୀ ମାତ୍ରା ନିଶ୍ଚୟ ହ୍ରାସ ପାଇବ ।

ଜଙ୍ଗଲ ହାତୀ ଅଗନା

Rate the content


Originality
Flow
Language
Cover design

Comments

Post

Some text some message..