Subhalaxmi Das

Others


5.0  

Subhalaxmi Das

Others


ସମ୍ପର୍କ

ସମ୍ପର୍କ

2 mins 350 2 mins 350

ଆଜି ସେ ଥକି ଯାଇଛି; ହଁ, ସେ ଥକି ଯାଇଛି। ନିଜ ଆତ୍ମୀୟସ୍ବଜନମାନଙ୍କ ସହ ଲଢ଼ି ଲଢ଼ି ସେ ସବୁ ସମ୍ପର୍କ ଆଗରେ ହାରି ଯାଇଛି। ସେମାନେ କେବେ ବଦଳି ପାରିବେନି। ଏମିତି ସ୍ୱାର୍ଥୀ, ଅହଙ୍କାରୀ, ଉଗ୍ର ହୋଇ ରହିବେ। ଅତଏବ ଶ୍ରାବଣୀ ଆଜି ହାର୍ ମାନିଛି । ନିସ୍ତେଜ ହୋଇଯାଇଛି ଶରୀର, ତା ସହ ନିସ୍ତବ୍ଧ ହୋଇଯାଇଛି ଘୁଙ୍ଗୁରର ରୁଣୁଝୁଣୁ ସ୍ୱର। ଗୋଟିଏ ଦେବଦାସୀ ହୋଇ ବଞ୍ଚିବାର ଅଭିଶାପରେ ଜଳି ପାଉଁଶ ହୋଇଯାଇଛି ଦୁନିଆ ଆଖି ଆଗରେ।

ଦେବଦାସୀ ଜାଣେ, ତା'ର କେବଳ ଜଣେ ହିଁ ସବୁକିଛି। ସେହି ମୋହନ, କୃଷ୍ଣ, କାହ୍ନା, କହ୍ନେଇ, ଜଗତର ନାଥ ଜଗନ୍ନାଥ। କିନ୍ତୁ ବଡ଼ଦିଅଁଙ୍କ ପରି ସେ ତ ଆଉ ଦାରୁ ହୋଇ ପାରିବନି, କି ସବୁ ଦେଖି ସବୁ ଜାଣି ମଧ୍ୟ ଖାଲି ହସି ପାରିବନି ଏ ସ୍ୱାର୍ଥୀ ଦୁନିଆରେ। କେଜାଣି କେମିତି ସିଏ ସବୁ ଅନ୍ୟାୟ ଅତ୍ୟାଚାର ସହି ଖାଲି ହସି ଦେଉଛି। ବଡ଼ ବଡ଼ ଚକାଆଖି ଦିଟାକୁ ସତରେ କ'ଣ କିଛି ଦେଖାଯାଉନି????

ଦିନେ ମା'ର ତାଗିଦରେ ସେ ଘର ଛାଡିଥିଲା,ନିଜର ଅନ୍ୟ ଦୁଇ ଭଉଣୀଙ୍କର ଜୀବନରେ ବାଧାବିଘ୍ନ ନ ଆସିବା ପାଇଁ। କିନ୍ତୁ ସମ୍ପର୍କ ଆଗରେ ସଚ୍ଚୋଟପଣିଆ ହାରିଗଲା। ପ୍ରତିଜ୍ଞାକୁ ସିନା ଭାଙ୍ଗିପାରିଲାନି, ତାକୁ ମିଳିଲା କ'ଣ? ଖାଲି ଦୁଃଖ, ଦୁଃଖ ଆଉ ଅସରନ୍ତି ଦୁଃଖ। ଧାରା ଶ୍ରାବଣର ଝଡ଼ ପରି ଦୁଃଖ ତା' ଜୀବନର ସାଥୀ ହୋଇସାରିଥିଲା ଅଜାଣତରେ। ସେ ତ କେବେ ପ୍ରଭୁ ଭାବଗ୍ରାହୀଙ୍କ ଇଚ୍ଛାକୁ ହେୟଜ୍ଞାନ ମଣିନି। ବରଂ ଆଜ୍ଞାକୁ ଶିରୋଧାର୍ଯ୍ୟ ମନେକରି ସେବା କରିଛି ମନ ପ୍ରାଣ ଏକାକାର କରି। ଏବେ ପ୍ରଶ୍ନ ଉଠେ, ସତରେ କ'ଣ ସେ ଦିନେ ଜିତିବ? ସତରେ କ'ଣ ସୌଭାଗ୍ୟବତୀ ସେ? ତା'ର ପ୍ରଭୁ, ସେଇ ଦାମୋଦରଙ୍କର କୃପା ବର୍ଷିବ ତା' ଉପରେ? ମୁକ୍ତି ମିଳିବ ଏ ମାୟାବୀ ସଂସାରରୁ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଆଶାରେ ପାଦରେ ଅଳତା ଲଗାଇ ନୂପୁର ବାନ୍ଧି ସଧବା ବେଶରେ ସଜ୍ଜିତ ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ଭିତରକୁ ପଶିଗଲା। ମନେ ମନେ ଅଭିମାନ ଭରି ନିଜକୁ ନିଜେ କହୁଥାଏ, "ନା' ଆଜି ତାଙ୍କୁ ଜବାବ ଦେବାକୁ ହିଁ ପଡ଼ିବ......ସହନଶକ୍ତି ଓ ଧୈର୍ଯ୍ୟର ଗୋଟେ ସୀମା ଅଛି......ଆଜି ସବୁ ପ୍ରଶ୍ନର ବୋଝ ଉତାରି ଆସିବି.....ନ ହେଲେ ମୋ ଅନ୍ତେ ଏମିତି ଅନେକ ଦାସୀ ଶୋଷଣର ଶିକାର ହୋଇ ବଞ୍ଚିବାର ଅଭିଶାପରେ ଜଳିବେ....."

ହାୟ!!!!!! ଜୀର୍ଣ୍ଣ ଶରୀର ବାଇଶି ପାହାଚ ଅତିକ୍ରମ କରିପାରିଲା ନାହିଁ। ଟଳି ପଡ଼ିଲା ସେଇଠି ସେ। ଅବଶ ନଶ୍ୱର ଶରୀର ଭିତରୁ ନୀଳ ଆଲୋକଟିଏ ତ୍ୟାଗ କରି ଚାଲିଗଲା। ନିର୍ଜୀବ ଶରୀର ସିନା କଳା ଶ୍ରୀମୁଖ ସାମନାକୁ ଉତ୍ତର ଆଶାରେ ଯାଇପାରି ନଥିଲା, କିନ୍ତୁ ସେ ସମ୍ପର୍କର ଦ୍ୱାହି, ନିଷ୍ଠାପର ସେବା ଓ ସମର୍ପଣ ପାଇଁ ସେଇ ମହାନ୍ ଆତ୍ମାଙ୍କୁ ଜଗତରନାଥ ତାଙ୍କ ଚରଣକମଳରେ ଆଶ୍ରୟ ଦେଇଦେଲେ। ସବୁଦିନ ପାଇଁ ତ୍ୟାଗ କରିଥିଲା ନିଜର ମଣିଷ ରୂପକୁ। ସେଇ ମହାନ୍ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ ଧାରା ଶ୍ରାବଣର କଳାମେଘ ଆଢୁଆଳରେ ଲୁହ ଢାଳି ଚାଲିଥିଲା ବିସ୍ତୃତ ବ୍ୟାପି ଆକାଶ। ଅତଏବ ଶ୍ରାବଣ ଲୁହ ଢ଼ାଳୁଥିଲା, ଏମିତି ଆଗତ ଭବିଷ୍ୟତରେ ଅନେକ ଦେବଦାସୀଙ୍କର ଦୁଃଖଦ ମୁହୁର୍ତ୍ତର ମୁକସାକ୍ଷୀ ହେବାକୁ, ସମର୍ପଣ ଓ ଅସୀମ ଧୈର୍ଯ୍ୟର ପ୍ରମାଣ ପାଇବାକୁ.........ସମ୍ପର୍କ ଆଗରେ ହାରି ଠିକଣା ହଜେଇବାକୁ ।


Rate this content
Originality
Flow
Language
Cover Design