Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Khirodini Behera

Inspirational

3  

Khirodini Behera

Inspirational

ଅଭିମାନ

ଅଭିମାନ

6 mins
13.5K


ରଥଯାତ୍ରା ପାଖେଇ ଆସିଲାଣି । ପିଲାଙ୍କ ପାଇଁ ମନ ପସନ୍ଦର ପୋଷାକ କିଣା ସରିଲାଣି । ନାନା ପ୍ରକାର ପିଠା ପଣା ହେବ , ସେଥିପାଇଁ ସମସ୍ତ ସାମଗ୍ରୀ ଲିଷ୍ଟ ତିଆରି ସରିଛି । ମାମା ଓ ତା' ବଡ଼ ଭାଇ ପାଖ ମାର୍କେଟକୁ ଯାଇ ନିଜନିଜ ପାଇଁ ସଜ ହେବା ଜିନିଷ ସବୁ କିଣି ଆଣି ଦିନକୁ ପାଞ୍ଚ ଥର ଲେଖାଏ ବାହାର କରି ଦେଖା ଦେଖି ହେଉଛନ୍ତି । ମାମା ଆଣିଥିବା ଚୁଡି ,ଟିକିଲି,ମେହିନ୍ଦି,ଲିପ୍ ଷ୍ଟିକ୍ , ଅଳତାର ରୁ ଅଧା ଅଧା ସରି ଆସିଲାଣି ତଥାପି ସେ ଦିନ ଭୋର୍ ରୁ ଉଠି ଗାଧୋଇ , ସଜ ହୋଇ ଗାଁ ଦାଣ୍ଡରେ ବୁଲିବାର ସ୍ଵପ୍ନ ଖୁବ୍ ମଧୁର । ଯେତେ ଥର ମାମା ଆଖି ବନ୍ଦ କରୁଛି ସେ ସ୍ୱପ୍ନ ଆହୁରି ସୁନ୍ଦରୀ ଦେଖା ଯାଉଛି । ଠିକ୍ ସାଆନ୍ତେଙ୍କ ସାନ ବୋହୂ ପରି ।

ଅଧା ତିଆରି ରଥରେ ସାହି ପିଲା ଖେଳୁଛନ୍ତି । ହଠାତ୍ କଳାହାଣ୍ଡିଆ ମେଘ ଗାଁକୁ ଢାଙ୍କି ଦେଲା ତା ପତଳା କାନୀ ପଣତରେ । ଅଳ୍ପ ବର୍ଷା ଓ ସାମାନ୍ୟ ପବନରୁ କିଏ ଜାଣିଥିଲା ବନ୍ୟା ହେବ , କିଏ ବା ଜାଣିଥିଲା ବଦଳି ଯିବ ଗାଁର ମାନଚିତ୍ର । ଚାଳ ଘର କଥା କିଏ ପଚାରେ , ଗାଁରେ ଥିବା ଚାରି ଚାରିଟା କୋଠା ଘର ପରା ତା ଅସ୍ତିତ୍ଵ ହରେଇ ବସିଲା ।

ଗାଈଗୋରୁ, ଛେଳି ମେଣ୍ଢା ଭାସି ଗଲେ ସେ ବନ୍ୟା ପାଣିରେ । ଏହା ବ୍ୟତୀତ ଗାଁର କେଇଜଣ ଲୋକ ମଧ୍ୟ ନିଖୋଜ ଥିଲେ ।ସେ କେଇ ଜଣଙ୍କ ଭିତରେ ଥିଲେ ମାମାର ବାପା ମା ଭାଇ ଓ ଅତି ଅସହାୟ ଜେଜେ ।

ମାମା ସେ ଦିନଠୁ ଅନେକ ଦିନ ଯାଏ ସମୁଦ୍ର କୂଳରେ ବସି ଅପେକ୍ଷା କରିଛି ତା ବାପା ମାଁ ଜେଜେ ଓ ଅତି ଆପଣାର ମନୋଜ ଭାଇକୁ । ମାମା ବାପାଙ୍କଠୁ ଶୁଣିଥିଲା "ସମୁଦ୍ର କେବେ କାହାରି କିଛି ରଖେନି "।

ମାମାକୁ ସେତେବେଳେ ଦଶ ବର୍ଷ ପୁରି ଏଗାର ଚାଲୁଥାଏ ।କିନ୍ତୁ କଠୋର ନିୟତି ଜୀବନର ମାନେ ଖୁବ୍ ଭଳ ଭାବରେ ବୁଝେଇ ଯାଇଛି । ଏବେ କେବଳ ଗୋଟେ ପ୍ରଶ୍ନ ଭୋକ ପାଇଁ ସଂଗ୍ରାମ କରିବ ନା ବଞ୍ଚିବା ପାଇଁ ।ସେ କିଛି ବି ବୁଝି ପାରିଲାନି ଠିକ୍ ଏତିକି ବେଳେ କେହି ଜଣେ ସମ୍ପର୍କିୟ ଆସି ହାତ ଧରି ନେଲା । କିଛି ମୁହୂର୍ତ୍ତ ପାଇଁ ମାମା ଜଗନ୍ନାଥଙ୍କୁ ଧନ୍ୟବାଦ ଦେଇ ଅନୁଭବ କଲା ସଂସାରରେ ଭଗବାନ ନିଶ୍ଚୟ ଅଛନ୍ତି । ମାମା ଅନେକ ଦିନ ପରେ ଶୋଇପଡିଲା ଟିକିଏ ଶାନ୍ତି ରେ । ହଠାତ୍ କାହା କର୍କଶ ସ୍ୱର ଶୁଣି ଉଠି ବସିଲା ..ଦେଖିଲା ମୁଣ୍ଡ ଉପରେ ଛାତ , ଓ ପାଦ ତଳେ ମାର୍ବଳ୍ । ମାଟିରୁ ସିଧା ମାର୍ବଳ ଉପରେ ପାଦକୁ ପାଇ ମାମା କିଛି ବୁଝିବା ବେଳକୁ ତା ଆଗରେ ପଡିଥାଏ କିଛି ଅଇଁଠା ବାସନ , ଘର ସଫା କରିବାକୁ ପାଣି ପାଖରେ ଫିନାଇଲ୍। । ଓଃ ଏ କଣ ଚାଳ ଘର ରାଣୀ ପକ୍ଳା ଘରର ଚାକରାଣୀ ।

ମାମା ଖୁବ୍ ମାଡ ଖାଇଛି ଗଛରୁ ଫୁଲ ଝଡିଲେ କିମ୍ବା ଠିକ୍ ସମୟରେ ଗେଟ୍ ନ ଖୋଲିଲେ ।କାଚ ଗ୍ଳାସଟିଏ ହାତରୁ ଖସି ଭାଙ୍ଗିଗଲେ ମାମାକୁ ଛିଡା ହେବାକୁ ପଡେ ଭଙ୍ଗା କାଚ ପରେ , ଅନେକ ଦିନ ଖାଇବା ମିଳେନି ତଥାପି ମାମା ନିଜକୁ ବୁଝେଇ ଦେଇକି ଭଗବାନ ଯାହା କରନ୍ତି ପ୍ରାଣୀଙ୍କ ମଙ୍ଗଳ ପାଇଁ । ଏହା ବ୍ୟତୀତ ଏମାନଙ୍କ ଛଡା ଏ ଦୁନିଆରେ ନିଜର ବୋଲି କିଏ ଅଛି ...?ଏମିତି ନିଜକୁ ପ୍ରଶ୍ନ କରୁ କରୁ ଗଡି ଗଲା ଦୁଇ ବର୍ଷ । ଏବେ ମାମାର ଚେହେରା ବଦଳି ଗଲାଣି । ଓଠଟା ପାନ ଖାଇଲା ପରି ଲାଲ୍ ଦେଖା ଗଲାଣି , ଆଖି ଲାଜ କରିବା ଜାଣିଲାଣି ,ମନ ସଜେଇ ହେବାକୁ କହିଲାଣି । କାରଣ ମାମା ଏବେ ଯଉବନର ପ୍ରଥମ ପାଦ ଦେଶରେ ପାଦ ଥାପିଲାଣି । ସାଆନ୍ତାଣୀଙ୍କ ଆଇନା ପାଖରେ ଛିଡା ହୋଇ ନିଜକୁ ଆବିଷ୍କାର କଲାବେଳେ ଘର ଭିତରକୁ ପଶି ଆସିଲେ ମା ସାଆନ୍ତାଣୀ ଓ ତାଙ୍କ ସ୍ୱାମୀ ଯାହାକୁ ମାମା ଖୁବ୍ ଡରେ । ମାମାର ମୁଣ୍ଡରେ ହାତ ବୁଲେଇ ନେଇ କହିଲେ ଆଜିଠୁ ମାମା ଏ ଘରର ଝିଅ ହୋଇ ରହିବ ଆଉ ସେ କାମ କରିବନି । ତା ପାଇଁ ଏକ ଭଲ ବରପାତ୍ର ଦେଖି ଖୁବ୍ ଧୂମଧାମରେ ବିବାହ କରିବେ । ମାମା ଶାଶୁଘର ଯିବ ,ରାଣୀ ହୋଇ ରହିବ । ମାମା ଆଖିରେ ଲୁହ ଆସିଗଲା ଏକା ନିଃଶ୍ଵାସରେ ଧାଇଁଲା ଠାକୁର ପାଖକୁ । ହାତ ଯୋଡି ଖୁବ୍ କାନ୍ଦି ପକେଇଲା, ଠାକୁରଙ୍କୁ ଖୁବ୍ ରାଗିଲା କାରଣ ଠାକୁର ତାକୁ କାହିଁକି ଆଗରୁ କହିଲେନି ତା ମା ସାଆନ୍ତାଣୀ ଏତେ ଭଲ ବୋଲି ।

ମାମା ଏବେ ଦାମୀ ଶାଢ଼ୀ, ଦାମୀ ଗହଣା ପିନ୍ଧି ସଜ ହୋଇ ବସି ପଡିଲା ବାହା ବେଦିରେ । ବ୍ରାହ୍ମଣଙ୍କ ମନ୍ତ୍ର ପାଠ , ହାତ ଗଣ୍ଠି ତାପରେ ବିଦାୟ ନେଇ ଚାଲି ଆସିଲା ଭୁବନେଶ୍ଵରରୁ ବ୍ୟାଙ୍ଗାଳୋର। ଗାଡି ଯାଇ ଲାଗିଲା ତିନି ମହଲା କୋଠା ଆଗରେ , ସାଆନ୍ତାଣୀଙ୍କ ଘରଠୁ ବି ଖୁବ୍ ବଡ ।

ମାମା ସେଦିନ ଖୁବ୍ ଅଧିର ହୋଇ ଅପେକ୍ଷା କରିଥାଏ ତା ସ୍ୱପ୍ନର ରାଜ କୁମାରକୁ । କିନ୍ତୁ ଏ କଣ ତା ସ୍ୱାମୀ ବଦଳରେ ଅନ୍ୟ ପୁରୁଷ ସବୁ ବିନା ଅନୁମତିରେ ପଶି ଆସୁଛନ୍ତି ତା ବେଡ୍ ରୁମ୍ ଭିତରକୁ । ଲିଭି ଆସୁଥିଲା ତା ମଥାର ସିନ୍ଦୂର , ଭାଙ୍ଗି ଯାଉଥିଲା ତା ହାତର କାଚ ଚୁଡି , ଚିରି ଯାଉଥିଲା ଗୋଟେ ପରେ ଗୋଟେ ପରିହିତ ବସ୍ତ୍ର ।

ଏବେ ଆଉ ଶୀତେଇ ଉଠୁନି ମାମାର ସେ କୋମଳ କୋମଳ ଅଙ୍ଗପ୍ରତ୍ୟଙ୍ଗ ରାତିକୁ ଦେଖିଲେ , ବରଂ ସେ ରାତି ସହିତ ସାଲିସ୍ କରି ନେଇଛି ଜୀବନକୁ  । ଅନେକ ହିଂସ୍ର ପୁରୁଷ ଯଦି ଏକ କୋମଳ ଫୁଲକୁ ବାରଂବାର କ୍ଷତାକ୍ତ କରିବା ତାଙ୍କ ଅଧିକାର ଭାବନ୍ତି ତେବେ ମାମା ପରି ଅନେକ ଅସହାୟ ନାରୀ କେବଳ ନର୍କ ଯନ୍ତ୍ରଣାରେ ଛଟପଟ ହେବା ହିଁ ସାର୍ ।ମାମା ଅନେକ ସମୟ ପ୍ରତିଶୋଧ ପରାୟଣ ହୋଇଉଠେ କିନ୍ତୁ କାହାକୁ କିଛି ବି କରି ପାରେନି ବୋଲି ନିଜ ହାତ ଗୋଡ କାଟି ପକାଏ ।ଚିତ୍କାର କରେ ଏ ପୁରୁଷ ସମାଜକୁ ଖୁବ୍ ଘୃଣା କରେ ବୋଲି ଜଣାଏ କିନ୍ତୁ କିଏ ସେ ଶୁଣିବ ..?ମାମା କବାଟ ବନ୍ଦ କରି ବସି ରୁହେ ତଥାପି ତା ରୁମ୍ ଭିତରକୁ ପଶିଆସନ୍ତି ଅନେକ ସଭ୍ୟ ସମାଜର ଅସଭ୍ୟ ଭଦ୍ର ଲୋକ । ତେଣୁ ମାମା ଏବେ ଆଉ କବାଟ ବନ୍ଦ କରୁନି । କିଏ ଆସିଲା କିଏ ଗଲା ହିସାବ ବି ରଖୁନି ।

ଘଣ୍ଟା କଣ୍ଟା ଟକ୍ ଟକ୍ କରୁଥାଏ । ନିଦରେ ମାମା ଘୁମେଇ ପଡିଥାଏ । ହଠାତ୍ କବାଟ ଠକ୍ ଠକ୍ କଲା । ବାହାରେ ଛିଡା ହୋଇ କେହି ଅନୁମତି ମାଗୁଥାଏ ଭିତରକୁ ଆସିବା ପାଇଁ । ମାମା ଖୁବ୍ ଆଚାର୍ଯ୍ୟ ହେଲା ..ହସିଲା ବିଦୃପର ହସ ।କିନ୍ତୁ ଏ କଣ ତା ସମ୍ନାରେ ଛିଡ଼ା ହୋଇଥିବା ପୁରୁଷ ହାତ ଯୋଡି କ୍ଷମା ମାଗୁଛି । ଆଜି ଯାଏ ବିନା କାରଣରେ ମାମା ହାତ ଯୋଡୁଥିଲା ଅହଂକାରୀ ପୁରୁଷ ପାଖରେ କିନ୍ତୁ ଆଜି ..ମାମା ପୁଣି ଥରେ ହସିଲା । "ମୁଁ ଅନାଥ ନା ମୋ ମାଆ ଅଛି ନା ଭଉଣୀ, ତଥାପି ମୁଁ ଜାଣିଛି ନାରୀକୁ କେମିତି ସମ୍ମାନ ଦିଆଯାଏ "ଯୁବକ ଜଣକ ଖୁବ୍ ସହଜ ଓ ସରଳ ଭାଷାରେ ବୁଝେଇ ଚାଲିଗଲା । ମାମା ପୁଣି ହସିଲା ..କାହିଁକି ବା ଭରଷା କରିବ ସେ ଅଚିହ୍ନା ଅଜଣା ପୁରୁଷକୁ ?ଭରଷା କରି ଲାଭ କ'ଣ ?ସେ କ'ଣ ଏ ନର୍କ ଭିତରୁ ବାହାର କରି କହି ପାରିବ ତା ପାଖରେ ଛିଡା ହୋଇଥିବା ଏ ଝିଅ ତା ଭଉଣୀ ,ପ୍ରେମିକା,ସ୍ତ୍ରୀ,କିମ୍ବା କୌଣସି ସମ୍ପର୍କିୟ ? ନା ..ଗୋଟେ ବେଶ୍ୟାକୁ କିଏ ବା କାହିଁକି ନିଜର କରିବ ...?

ତୁମେ ସବୁ ଦିନ ପାଇଁ ଏ ନର୍କରୁ ବାହାରିବାକୁ ପସନ୍ଦ କରିବ ? ପ୍ରଶ୍ନ କଲା ସେ ଅଜଣା ଯୁବକ । ମାମା ଖୁବ୍ ଆଚାର୍ଯ୍ୟ ହୋଇ ଯୁବକ ଜଣକୁ ଚାହିଁଲା । ଥମଥମ ହୋଇ କହିଲା ବାବୁ ! ଏ ଦୁନିଆରେ ମୋ ନିଜର ବୋଲି କେହି ନାହିଁ । ଏହା ବ୍ୟତୀତ ଯିଏ ଘର ଭିତରେ ସୁରକ୍ଷିତ ନୁହେଁ ସେ ଖୋଲା ଆକାଶ ତଳେ କ'ଣ ସୁରକ୍ଷିତ ହୋଇପାରେ । ମାଂସ ଲୋଭୀ ସାଗୁଣା ମାନେ ଖୁମ୍ପି ଖାଇ ଯିବେନି ମୋ ଅବଶିଷ୍ଟ ପଚିଳାଗିଲା ଦେହକୁ ?

ଛି .. ଏମିତି କୁହନି । ମୁଁ ପରା ଆସିଲିଣି । ଜୀବନ ସାରା ତୁମକୁ ମୁଁ ସୁରକ୍ଷାର ଛତ୍ର ଛାୟା ତଳେ ରଖିବି । ତମ ବଳକା ଇଜ୍ଜତ ପାଇଁ ମୁଁ ଏ ସମାଜ ତ ଛାଡ ଇଶ୍ୱରଙ୍କ ସହିତ ବି ଲଡିବି, ତୁମ ବଳକା ଇଜ୍ଜତ୍ ମୁଁ ଫେରାଇ ଆଣିବି । ଖୁବ୍ ସାନ୍ତ୍ଵନା ଦେଇ ଯୁବକ ଜଣକ ମାମାକୁ ପୁଣି ଥରେ ବୁଝେଇବାକୁ ଚେଷ୍ଟା କଲା । ମାମାର ସରଳ ମନ ପୁଣି ଥରେ ବୁଝିବାକୁ ଚେଷ୍ଟା କଲା । .....

ରଥ ଟଣା ହୋଇ ଘର ମୁହଁରେ ଲାଗିଲାଣି । ମାମା ରାମୁ କାକାକୁ ଫୁଲ ମାଲ ଆଣିବା ପାଇଁ ନିର୍ଦ୍ଦେଶ ଦେଲା ବେଲେ ରାମୁ ଛଳ ଛଳ ଆଖିରେ କହୁଥାଏ "ମାଆ ଏ ଠାକୁର ପରା ଆମ ସାଆନ୍ତେଙ୍କ ସବୁ ହସ ଖୁସି ଛଡେଇ ନେଇଛି , ତାକୁ ପୁଣି କି ଫୁଲ ହାର ?

ମାମା ଠାକୁରଙ୍କ ପଟେ ଅନେଇ ଯୋଡି ଦେଲା ଦୁଇ ହାତ । କିନ୍ତୁ ସେଥିରେ ନା ଥିଲା ଭକ୍ତି ନା ଥିଲା ସମ୍ମାନ । ଥିଲା କେବଳ ମୁଠା ମୁଠା ଅଭିମାନ ଓ ଅଭିଯୋଗ । କେବଳ ତା ଜୀବନରେ କାହିଁକି ଏତେ ସବୁ ଘଟଣା ଦୁର୍ଘଟଣା ? ତା ଭାଇ କ'ଣ ଏଇଥି ପାଇଁ ବଞ୍ଚିଥିଲା ଭଉଣୀକୁ ବେଶ୍ୟାଳୟରୁ ମୁକ୍ତି ଦେବା ପାଇଁ ? ଭିତର ପଟୁ କବାଟ ବନ୍ଦକରି ଦେଲା ମାମା । ମାମାର କାନ୍ଦ ଘଡିଏ ଯାଏ ଶୁଭିଲା ରାମୁର କାନରେ ତା ପରେ ସବୁ ଶୂନ୍ ଶାନ । ନା ଶୁଭାଗଲା ମାମାର କାନ୍ଦ ନା ଜଗନ୍ନାଥଙ୍କ ସେଇ ପୁରୁଣା ଗୀତ ହେ ଆହେ ପ୍ରଭୁ ଜଗନ୍ନାଥ ଜଗତର ନାଥ ...।


Rate this content
Log in

Similar oriya story from Inspirational