Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhanarayan Satapathy

Inspirational

2.5  

Subhanarayan Satapathy

Inspirational

ସ୍ୱପ୍ନର ଅଙ୍କୁରୋଦ୍ଗମ

ସ୍ୱପ୍ନର ଅଙ୍କୁରୋଦ୍ଗମ

2 mins
8.1K


ତାଙ୍କ ଅଞ୍ଚଳରେ ହରିହର ବାବୁଙ୍କର ବେଶ୍ ସୁନାମ ରହିଛି । ଜମିଦାର ଘର, ଅଚଳାଚଳ ସମ୍ପତ୍ତି । ଯିଏ ଯେତେବେଳେ ଯାହା ସାହାଯ୍ୟ ମାଗିଛନ୍ତି ସେ କେବେ ମନା କରିନାହାଁନ୍ତି । ଥରେ କୁନି ଝିଅଟିଏ ଭିକ୍ଷା ମାଗୁଥିବାର ଦେଖିଲେ। ତାକୁ ହରିହର ବାବୁ ପଚାରିଲେ, ତୁ ସ୍କୁଲ ନ ଯାଇ ଭିକ୍ଷା କଣ ମାଗୁଛୁ ? ଆଉ ତୋ ବାପା, ମା କେଉଁଠି? ଖାଲି ଜୁଳୁ ଜୁଳୁ କରି ଚାହିଁ ରହିଥାଏ ଝିଅଟି। ହରିହର ବାବୁ ଜାଣିପାରିଲେ ଯେ ସେ କଥା କହିପାରୁ ନାହିଁ। ଶହେ ଟଙ୍କା ତା ହାତକୁ ବଢେଇଦେଇ ଚାଲିଗଲେ ନିଜ ବାଟରେ ।

ଦିନ ପରେ ଦିନ ଗଡି ଚାଲିଲା । ପୁଣି ଥରେ ସେ ଝିଅକୁ ଭିକ୍ଷା ମାଗୁଥିବାର ଦେଖିଲେ। ଏଥର ହରିହର ବାବୁ ନଛୋଡବନ୍ଧା । ପୁଣି ଶହେ ଟଙ୍କ। ବଢେଇ ଦେଲେ। ଖୁସି ହୋଇ ଡେଇଁ ଡେଇଁ ଝିଅଟି ଚାଲିଗଲା ତାର ବାସ ସ୍ଥାନ ଅଭିମୁଖେ । ଆଉ ହରିହର ବାବୁ ତା ପଛେପଛେ ଚଲିଲେ । ଦେଖିଲେ ଜଣେ ହୄଷ୍ଟପୄଷ୍ଟ ନିଶୁଆ ଲୋକ ବସି ପଇସା ଗଣୁଛି । ଆଉ ଦଶଜଣ ଶିଶୁ ହାତରେ କିଛି କିଛି ପଇସା ଧରି ତାକୁ ଘେରି ବସିଛନ୍ତି । ହରିହର ବାବୁ ବେଶ୍ ବୁଝି ପାରିଲେ ଯେ, ଚୋରି କରି ଆଣି ମୌନ ସଜାଇ ଭିକ୍ଷା ବୃତ୍ତିରେ ନିୟୋଜିତ କରିଛି ଏଇ କୋମଳ ମତିମାନଙ୍କୁ । ହଠାତ୍ ନିଦ ଭାଙ୍ଗି ଗଲା ହରିହର ବାବୁଙ୍କର ।ଦୌଡି ଗଲେ ନିଜ ଗାଁ ମୁଣ୍ଡକୁ ସାଙ୍ଗରେ ଜଣେ ବାକ୍ ଚିକିତ୍ସକଙ୍କୁ ନେଇ । ସେଠି ରହୁଥିବା ଯାଯାବର ଗୋଷ୍ଠୀର ଲୋକଙ୍କ ପାଖରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଦେଲେ । ଦୀର୍ଘଦିନ ଧରି ନିରବ ଥିବା ମଣିଷମାନେ କଥା କହିବା ଆରମ୍ଭ କଲେ । ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେଲେ ଯେ, ତାଙ୍କ ପାଖରେ ରହୁଥିବା ଶିଶୁମାନେ କଥା କହିପାରୁନଥିବା ଦର୍ଶାଇ ଭିକ୍ଷା ମାଗି ମାଗି ବାସ୍ତବିକ ମୌନ ପାଲଟି ଯାଇଛନ୍ତି । ଶେଷରେ ହରିହରବାବୁ ସେ ପରିବାରମାନଙ୍କୁ କାମ ଯୋଗାଇ ଦେଲେ, ଫଳରେ ସେମାନେ ରୋଜଗାର କଲେ ଓ ସମ୍ମାନର ସହ ବଞ୍ଚିଲେ । ହରିହରବାବୁଙ୍କ ସ୍ୱପ୍ନ ସିନା ବାସ୍ତବରେ ପରିଣତ ହେଲା କିନ୍ତୁ ଶିଶୁମାନଙ୍କ ସ୍ୱପ୍ନର ଅଙ୍କୁରୋଦ୍‌ଗମ ହୋଇସାରିଥିଲା ।


Rate this content
Log in

Similar oriya story from Inspirational