Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Maheswar sahoo

Children Stories Others

3.4  

Maheswar sahoo

Children Stories Others

ରାମ ବାବୁ

ରାମ ବାବୁ

2 mins
451


ରାମ ବାବୁ ପ୍ରକୃତରେ ବହୁତ ରାଗି, ହେଲେ ଟିକିଏ ପରୋପକାରୀ, ଯେତେବେଳେ ରାଗିଯାନ୍ତି ପୁରା ଥରିଯାନ୍ତି । ଗାଁର ଲୋକ ମାନେ ତାଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ ରାଗିଲା ଭଳି କାମ କରନ୍ତି ନାହିଁ । ଗାଁରେ କୌଣସି ନ୍ୟାୟ ନିଷ୍ପତି ସମୟରେ ତାଙ୍କୁ ନିଶ୍ଚୟ ଡକା ପଡିଥାଏ କାରଣ ଯାହା ହେଲେ ବି ନ୍ୟାୟ ଦେବାରେ ସେ ପୁରା ପୁରି ମାହିର । ସଭା ସମିତିରେ ପକ୍ଷଙ୍କୁ ଶାନ୍ତ କରେଇବାପାଇଁ ସେ ନିଜ ପକେଟରୁ ଦେବାକୁ ପଛାନ୍ତି ନାହିଁ । ଭୁଲରେ ନିଜ ପୁଅକୁ ଦଣ୍ଡ ଦେବାକୁ ବି ପଛାନ୍ତି ନାହିଁ । ଡାକି ହାକି କୁହନ୍ତି ଭୁଲ କରିବୁ କିନ୍ତୁ ଭୁଲକୁ ମାନିବାକୁ କାହିଁକି ଏତେ ମାୟା । ଦୋଷ କରିଛୁ ମାନେ ଦଣ୍ଡ ପାଇବୁ ମୁଁ ବି ଦୋଷ କଲେ ମୁଁ ବି ଦଣ୍ଡ ପାଇବି । ଦୋଷକୁ ଘୋଡାଇ ରଖି ଫଁ ଫଁ ହେଲେ କ୍ଷମା ମିଳେନି । ନିଜେ ମାନିଯାଇ ଦଣ୍ଡ କାମନା କରୁଥିବା ବ୍ୟକ୍ତିକୁ ସେ ଦଣ୍ଡ କୋହଳର ନ୍ୟାୟ ଦେଇଥାନ୍ତି । କିନ୍ତୁ ରାମ ବାବୁଙ୍କର ଗୋଟିଏ ଗୁଣ ଆହୁରି ମହାନ । ସେଇଟା ହେଲା ଉପକାର ରାତି ଅଧରେ ଜିଏବି ଡାକୁ ସେ ତାକୁ କୌଣସି ମତେ ମାନ କରିବେନି । ସାହସର ସହିତ ବିପଦକୁ ମିଳିମିଶି ସାମ୍ନା କରିବେ । ଏମିତି ବାବୁଙ୍କର ଯିବନି ଅତିବାହିତ ହେଉଥାଏ । ଘରେ ତାଙ୍କର ସ୍ତ୍ରୀ ପିଲା ଆଉ ବାପମାଆ ସାନଭାଇ ସମସ୍ତେ ତାଙ୍କୁ ବି ସମ୍ମାନ ଦିଅନ୍ତି । ରାମ ବାବୁଙ୍କୁ ରାଜନୀତି କଥା କହିଲେ ବହୁତ ଘୃଣା ଆସେ ସେ ଡଗଡଗ ହେଇ କହିପକାନ୍ତି ଆରେ ଭାଇ ମୁଁ କାହିଁକି କାହାକୁ ଭୋଟ ଦିୟ ମାଗିବି କହିଲ । ମୋତେ ସବୁ କୁହ ହେଲେ ସେଇ ରାଜନୀତି କଥାଟା ମୋତେ କାହିଁକି ଅଡୁଆ ଅଡୁଆ ଲାଗେ ।

ମୁଁ କେବେବି ରାଜନୀତି କରିବିନି କି କାହାଠାରୁ ଗାଳି ଶୁଣିବିନି । ସେ ଆହୁରି ବୁଝେଇ କୁହନ୍ତି ତୁମେ ରାଜନୀତିରେ ରହିଲେ ଲୋକଙ୍କ ପଇସା ନ ଖାଇଲେ ଚଳି ପାରିବନି କାରଣ ଗୋଟିଏ ରାସ୍ତା କାମକୁ ଯଦି ତୁମେ ନିଜ ହାତରୁ ଦଶ ହଜାର ପକାଇ କରିବି ଲୋକେ କହିବେ ଖାଇଲା । ଖାଇଲା ଖାଇଲା କେତେ ଶୁଣିବୁ କହିଲ ଏମିତି କେତେ ବୁଝାଏ । ଏମିତି ତାର କଥା ଶୁଣାଇଥାଏ । ରାମ ବାବୁଙ୍କୁ ଥରେ ଭାରି ଜ୍ୱର ହେଲା ସେ ଯେତେ ଔଷଧ ଖାଇଲେ ବି ଛାଡିଲାନି । ତେଣୁ ତାଙ୍କୁ କଟକ ବଡ ମେଡିକାଲ ଯିବାକୁ ପଡ଼ିବ ଯାହାକି କେବେବି ସେ ଦେଖି ନାହାନ୍ତି । ଗାଁ ଆଉ ସାହି ରେ ଥିବା ପଢୁଆ ଲୋକଙ୍କୁ ବହୁତ ନେହୁରା ହେଲା ହେଲେ କେହି ବି ତା କଥା ଶୁଣିଲେଣି । ସମସ୍ତେ କହିଲେ ଆମର କାମ ଅଛି । କ’ଣ କରିବ ସେ କିଛି ଉପାୟ ନ ପାଇ ଶେଷରେ ନିଜେ ଏକୁଟିଆ ଯିବାକୁ ସ୍ଥିର କଲେ । ହେଲେ ତାଙ୍କର ଜ୍ୱର ବହୁତ ବଢିଯାଇଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ ବଡ ମେଡିକାଲ ଯିବାକୁ କେହି ସାହାଯ୍ୟ କଲେନାହିଁ ନିଜ ସ୍ତ୍ରୀ ଆଉ ଦଶ ବୟସର ପୁଅକୁ ନେଇ କଟକ ଗଲେ ଆଉ କଟକ ଡାକ୍ତର ଖାନାରେ ତାଙ୍କର ମୃତ୍ୟୁ ମଧ୍ୟ ହେଇଗଲା ଆଉ ମୋ କାହାଣୀ ବି ସରିଗଲା ।

Hints:ଭଲ କର୍ମ ଆଉ ନ୍ୟାୟରେ ଥିବା ଲୋକ ହିଁ ଦଣ୍ଡ ପାଏ ଏହା ମୃତ୍ୟୁ ଦଣ୍ଡ ହୋଇ ପାରେ । ସ୍ୱାର୍ଥପର ଦୁନିଆ କେହି ନୁଁହ କାହାର ।


Rate this content
Log in