Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Tragedy Inspirational

2.1  

Rasmi Rekha Tripathy

Tragedy Inspirational

ପୁଅ

ପୁଅ

1 min
14.8K



       : ବାବା ! ତୁମେ କରେଇରୁ ଭଜା ନେଇ ଖାଇଲ ? ସେପଟ ଘର ବାରଣ୍ଡାରୁ ଦୀପୁର ଚିତ୍କାର ଶୁଣି ବାହାରକୁ ବାହାରି ଆସିଲୁ ଆମେ ଦୁହେଁ l ଦିଅର କିଛି ଗୋଟେ ବଡ ପାପ କଲା ଭଳି ଚୁପ୍ ଚାପ୍ ମୁହଁ ତଳକୁ ପୋତି ଠିଆ ହୋଇଥାନ୍ତି l ଆଖିରୁ ତାଙ୍କର ଧାର ଧାର ଲୁହ ବୋହି ଯାଉଥିଲା l ଝରକା ପାଖରେ ଦୀପୁର ସ୍ତ୍ରୀ ମୁଚୁମୁଚୁ କରି ହସୁଥିଲା l ନିଆଁ ଚରିଗଲା ଦେହରେ ମୋର l

ଦିଅର ମୋର ସ୍ୱଭାବରେ ଟକଳା l ଘରେ ଛଅ ତିଅଣ ନଅ ଭଜା ରନ୍ଧା ହେଇଥିଲେ ବି ସେ ପଇସା ନେବେ ଓ ବାହାରୁ ଖାଇବା ନେଇ ଆସିବେ l ଚୁଲିରେ ବସିଥିବା ବେଳେ କରେଇରୁ ଭଜା ନେଇ ଖାଇବା ତାଙ୍କର ସବୁଦିନିଆ ଅଭ୍ୟାସ l ବୁଢା ହେଲେଣି l କିନ୍ତୁ ସେ ଅଭ୍ୟାସ ଛାଡି ନାହିଁ l ଆମର ଦୁଇ ଘର ଭିତରେ ବାଡ ପଡି ଯାଇଥିଲା ସତ, କିନ୍ତୁ ମନ ଭିତରେ ସମ୍ପର୍କ ସେମିତି ଅତୁଟ ଥିଲା l ଘରେ ଯାହା ବି ଭଲ ମନ୍ଦ ରନ୍ଧା ହୋଇଥାଏ, ମୁଁ ନେଇ ଦେଇ ଆସେ ଦିଅରଙ୍କୁ l ଯାଆ ମଲାବେଳକୁ ଦୀପୁ କଲେଜରେ ପଢୁଥାଏ l ଦିଅର ମୋର ବହୁତ କଷ୍ଟ କରି ତାକୁ ମଣିଷ କରିଥିଲେ l ଦୀପୁ କେମିତି ଭୁଲି ଗଲା ସେ ସବୁ ? ବାହାଘର ପର ଠାରୁ ତା ସ୍ୱଭାବରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲି ମୁଁ l କିନ୍ତୁ ଏତେ ତଳକୁ ଖସିଯିବ ? ଦୁଇ ଟୋପା ଲୁହ ଖସିଗଲା ମୋ ଆଖିରୁ l

: ଆଜି ତୁ ବଡ ହୋଇଗଲୁ l ଭୁଲିଗଲୁ ସେହି ଦିନ ସବୁ ? ଠାକୁରଙ୍କ ଭୋଗ ଥାଳିରୁ ବି ଖାଇ ଦେଉଥିଲୁ l ତୋ ବାବା କିଛି ନ କହି ହସୁଥିଲା କେବଳ l ନିଜେ ନ ଖାଇ ଅପେକ୍ଷା କରିଥାଏ ତୋ ପାଇଁ l କେମିତି ଭୁଲିଗଲୁ ସେ ଦିନ ସବୁ ? କହୁ କହୁ କୋହରେ ରୁନ୍ଧି ହୋଇଗଲେ ଦଦେଇ ତାର l


Rate this content
Log in

Similar oriya story from Tragedy