Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ଇଛା ପୂରଣ

ଇଛା ପୂରଣ

1 min
7.5K


ବିଶାଳ ଘଞ୍ଚ ବଣ । ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ । ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ । ବିଶ୍ବ ବନ ଦିବସରେ ପାଖ ସହରରେ ସଭାଟିଏ ହେଲା । ମନ୍ତ୍ରୀ ଆସିଥିଲେ । ତେଣୁ ସହରର ବହୁ ବରିଷ୍ଠ ସରକାରୀ କର୍ମଚାରୀ ମଧ୍ୟ ସନ୍ଧ୍ୟାରେ ଅନ୍ୟାନ୍ୟ କାର୍ଯ୍ୟ ଛାଡ଼ି ସେ ସଭାରେ ଉପସ୍ଥିତ ଥିଲେ । ଢେର ଭାଷଣ ହେଲା । ଶେଷକୁ ମନ୍ତ୍ରୀ କହିବାକୁ ଉଠିଲେ । ଜଙ୍ଗଲର ସଂରକ୍ଷଣର ଆବଶ୍ୟକତା ଉପରେ ଲମ୍ବା ଭାଷଣ ଦଉ ଦଉ ସେ କହି ପକାଇଲେ ମୁଁ ଶୁଣିଛି ଏ ବଣ ଭିତରେ ଜଣେ ସିଦ୍ଧିଯୋଗୀ ଅଛନ୍ତି । ତାଙ୍କ ମନ୍ତ୍ର ବଳରେ ଯଦି ବାଘ ଆସି ବଣରୁ କାଠ କାଟୁଥିବା ଆଉ ଚୋରାଚାଲାଣ କରୁଥିବା ଲୋକମାନଙ୍କୁ ଖାଇଯାନ୍ତା ତାହେଲେ ବୋଧେ ଏ ଜଙ୍ଗଲଟି ରକ୍ଷା ପାଇଯାନ୍ତା । ଉପସ୍ଥିତ ଲୋକେ ଯେଉଁମାନଙ୍କ ମଧ୍ୟରେ ସରକାରୀ ଅମଲା ହିଁ ଅଧିକ ଥିଲେ, ମନ୍ତ୍ରୀଙ୍କ ଏମନ୍ତ ଲଘୁ ଓ ତରଳ କଥାରେ ହୋ ହୋ ହୋଇ ହସି ଉଠିଲେ ।

ସେଇ ଯେଉଁ କହନ୍ତିନି, ବେଳେ ବେଳେ ମଣିଷ କଣ୍ଠରେ ବ୍ରହ୍ମା ଆସି ବସି ଯାଆନ୍ତି, ଆଉ ସେତେବେଳେ ମଣିଷ ଯାହା କହେ ତା ସତ ହୋଇଯାଏ- ଠିକ୍‌ ସେଇ ଘଟଣାଟି ଘଟିଲା । ମନ୍ତ୍ରୀଙ୍କ କଥା କେମିତି କେଜାଣି ସିଦ୍ଧ ଯୋଗୀଙ୍କ କାନରେ ପଡ଼ିଗଲା ଆଉ ସେ ମନ୍ତ୍ରୀଙ୍କ କଥା ଅନୁସାରେ କାର୍ଯ୍ୟ କରିଦେଲେ ।

ପରଦିନ ସହରରେ ହୁଲସ୍ତୁଲ ! ସବୁଠିଁ ଗୋଟିଏ ଖବର : ମନ୍ତ୍ରୀଙ୍କୁ ବାଘ ଖାଇଯାଇଛି ।


Rate this content
Log in

Similar oriya story from Children