Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଜୟଧ୍ୱନି

ଜୟଧ୍ୱନି

2 mins
7.0K


ବନ୍ଦେ ମାତରଂ....ଜାନୁଆରୀ ଛବି ଜୟ ସ୍ୱାଧୀନ ଭାରତକୀ ଜୟ, ଧ୍ୱନି ସହିତ ସକାଳୁ ସକାଳୁ ସ୍ୱଚ୍ଛ ଭାରତକୀ ଜୟ ଧ୍ୱନି ଶୁଣି ଗେଲିବୋଉ ବାଡ଼ିରେ କୁକୁର ଭୋ ଭୋ ହୋଇ ଭୁକିବା ଓ ହନୁମାଙ୍କଡ ଡିଆଁ ଡେଇଁ କରିବାକୁ ଲାଗିଲେ । ଗେଲି ତରତର ହୋଇ ମୁହଁ ଧୋଇ ଧାଇଁ ପିନ୍ଧିଲା ସ୍କୁଲ୍‌ ପୋଷାକ । ମୁଣ୍ଡରେ ଲଗାଇଲା ଭାରତମାତାର ସନ୍ତକ ପଟି ଧାଇଁଲା କରି ପାଟି ସ୍ୱଚ୍ଛଭାରତକୀ ଜୟ...ଜୟ ।

ଗାଁ ମୁଣ୍ଡରେ ପ୍ରଧାନ ବାଡ଼ି ଖଳାରେ କଳେଇ ଗଦା । ଖଳାରେ ପଡିଛି ୪/୫ ଶଗଡ଼ କଳେଇ । ତା’ଠାରୁ ଅଳପ ଦୂରରେ ପ୍ରଧାନଘର ପୁଅ ଗୁଡ଼ିଏ କାଠିକୁଟା ଲଗେଇ କରିଛି ଧୂନି ତା’ ପାଖରେ ପ୍ରଧାନ ବୁଢା ବସି ଭିଡୁଛି ବିଡ଼ି । ଡାକ ପକାଇଲା ନାତିକୁ ତା’ର ମୁଁ ଯାଉଛି ପୋଖରୀ ପାଣି । ଢାଳଟା ଆଣିଲୁ ଘର ଭିତରୁ । ମୁଣ୍ଡରେ ଓଢଣୀ ଦେଇ ଶ୍ୱଶୁରଙ୍କୁ ପାଣି ବାଲଟିରେ ଢାଳ ପକେଇ ଥୋଇଦେଲା । ଗାମୁଛାକୁ ପାଖ ଗଛରେ ଟଙ୍ଗେଇ ରଖି କହି ଚାଲିଗଲେ । ତରତର ହୋଇ ଲୁଗା ବଦଳେଇ ଧାଇଁଲେ ପ୍ରଧାନ ବିଲପଟକୁ । ଏ ଭିତରେ ଧୁନିରୁ ଲାଗିଲା ନିଆଁ ଲୁଗାକୁ ମାଡ଼ି ମାଡ଼ିଗଲା ଖଳା ବାଡ଼ିକୁ । ଆସୁଥିଲା ଗେଲି ଧରି ପତାକା । ତା’ମନରେ ପଶି ଗଲା ଛନକା । କେହି କୁଆଡେ ନାହିଁ କେବଳ ଚାଦର ଲୁଗା ବାଲଟି ଦେଖି ଗେଲି ସବୁ ବୁଝିଗଲା । ବଡ଼ ଜୋରରେ କରିଲା ପାଟି । ଶୁଣି ତା’ର ପାଟି ଘର ଭିତରୁ ବୋହୂ ବାହାରି ଆସିଲା ବେଳକୁ ଗେଲି ପାଣି ବାଲଟି ଧରି ନିଆଁକୁ ଆୟତ କରି କରି ନୟାନ୍ତ । ଖଳାବାଡ଼ିରେ ଅଧା କଲେଇ କୁହୁଳିବାରେ ଲାଗିଲାଣି ।

ବୋହୂ ପାଟି ଶୁଣି ଘରୁ ଅନ୍ୟମାନେ ଆସିଲେ ଧାଇଁ ପାଣି ପକେଇ ନିଆଁ ଦେଲେ ଲିଭାଇ । ପଡିଆରୁ ଫେରି ପ୍ରଧାନ ବୁଢା ଦେଖି ସବୁ ବୁଝିପାରିଲା ତା’ର ବିଡ଼ି ହେଉ ବା ଧୂନି ନିଆଁ ଏସବୁ କାଣ୍ଡର କରତା ସେ ମନେମନେ ନିଜକୁ ଧିକ୍କାର କଲା । ସକାଳୁ ବିଡ଼ି ପାଇଁକି ବା ଧୂନି ପାଇଁ ଧାନ ଗଦା ଯାଉଥିଲା ପୋଡ଼ିକି ଯେଉଁ ଗେଲିକୁ ସେ କହୁଥିଲା ଛୋଟ ଘର ଝିଅ ବୋଲ ସେହି ଗେଲି ଦେଲା ତା’ ଆଖି ଖୋଲି । ନଥିଲେ ସେ ଏତିକିବେଳେ ଆସି । ଆମ ପ୍ରଧାନ ଘର ଯାଇଥାନ୍ତା ଭାସି । ପଡିଆକୁ ଝାଡ଼ାଯିବାରୁ ହୁଏ ଶୀତ । ବିଡ଼ି ନଟାଣିଲେ ଲାଗେନି ଶୀତ । ସତକୁ ସତ ତା’ ପାଇଁ ବିପଦ ଆଜି ସାରୁଥିଲା ତା’ର ସଂପଦ କାଲିଠାରୁ ବିଡ଼ି ଧୂଆଁଠୁ ଦୂରେ ରହିବିଲୋ ଗେଲି ଶପଥ କରି କୁେ„ଇ ପକାଇ କାନ୍ଦିଲା ବୁଢା । ଦେଖି ଥେଇଥେଇ ନାଚିଲା ହନୁମାଙ୍କଡ ସାଥେ ପଶୁପକ୍ଷୀ ଗୁଡ଼ା । ଆସୁଥିଲେ ଜାନୁଆରୀ ୨୬ ପାଇଁ ଗେଲି ପତାକା ଧରି ଜୋରରେ କହିଲା ସ୍ୱତନ୍ତ୍ରତା ଦିବସ କି ଜୟ ପ୍ରଧାନ ଜେଜକି ଜୟ ।

ବିଡି ଧୂଆର ହେଉ କ୍ଷୟ.... କହି କଳା ଲାଗିଥିବା ସ୍କୁଲ ପୋଷାକ ଓ ହାତୁକୁ ଚାହିଁ ଗେଲି ମୁହଁ ଶୁଖିଲା ବେଳକୁ କୁକୁରଘରୁ ଆଉ ହଳେ ସଫା ପୋଷାକ ଧରି ହାଜର ହେଲା- ସ୍ୱଚ୍ଛ ଭାରତ କି ଜୟ ଧ୍ୱନି ଗାଁ ମୁଣ୍ଡ ସ୍କୁଲରୁ ଶୁଭୁଥିଲା ।


Rate this content
Log in

Similar oriya story from Classics