Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Comedy

2  

Kamal Kumar Dash

Comedy

କବି ଓ କବିତା

କବି ଓ କବିତା

2 mins
6.2K


କବି ଓ କବିତା

ରବିବାର ସକାଳୁ ଜଣେ ହୃଦୟ ଫଟା କବି ତାଙ୍କ ମନକଥାକୁ ଫେଶବୁକରେ ପୋଷ୍ଟ କଲେ | ତାକଂର କବିତା ଥିଲା ଏହିପରି

କଥା ଥିଲା ପରା ସାଥୀଟିଏ ହୋଇ ସାଥୀରେ ରହିବ ବୋଲି

ଯନ୍ତ୍ରଣାରେ ଭରା ଜୀବନ ବାଟରେ ହସ ଭରିଦେବ ଖାଲି |

ତାକୁ ଶ୍ରୀମତୀ ଦେଖି ବହୁତ ରାଗିଗଲେ ଓ ପଚାରିଲେ ଏ ପଦଟି କାହା ପାଇଁ ଲେଖା ହୋଇଛି , କିଏ ତୁମକୁ କଥା ଦେଇଥିଲା ଟିକେ ତା ନାଆଁ ଟା ମତେ କୁହ ?

ସେ ତୁମ ବାନ୍ଧବୀ ଏକ୍ସ ମୋ ସାଙ୍ଗ ୱାଇ ନ ଆଉ କିଏ ,ମୋର ଜାଣିବାକୁ ବହୁତ ଇଛା ହେଉଛି ? ମୁଁ ତୁମ ସାଙ୍ଗରେ 25 ବର୍ଷ ହେଲା ଅଛି | ମୁଁ ତୁମକୁ କଣ ଯନ୍ତ୍ରଣା ଦେଇଛି କହିଲ?ବିଚରା କବିଙ୍କର ଅକଲ ଗୁଡ଼ୁମ , ବୁଝାଇଲେ ମାଡାମ ଏହା ଏକ କବିତା , ଏହା କାହା ପାଇଁ ଲେଖା ହୋଇନି , ଏହା ଏକ କବିର କଳ୍ପନା ମାତ୍ର |ହେଲେ କିଛି ଫଳ ହେଲାନି | ତେଣୁ ସେ ଘରୁ ବାହାରି ଯିବା ଉଚିତ ମନେ କରି ,ଚୁପ ଚାପ ସେଠୁ ଉଡ଼ନ ଛୁ ହୋଇଗଲେ | ପଛରୁ ଶ୍ରୀମତୀ କର୍କଶ ସ୍ୱରରେ କହିଲେ ଯୁଆଡେ ଯାଉଛ ଯା ହେଲେ 10 ସୁଦ୍ଧା ପରିବା ଆଣି ନଦେଲେ ଆଜି ଖାଇବା ବନ୍ଦ |

କବିବର ଘର ପରିସ୍ଥିତି ଶାନ୍ତ ହୋଇଯାଇଥିବ ଭାବି ଘରକୁ 11ଟା ରେ ଫେରିଲେ |ହେଲେ ଘରର ତାପମାତ୍ରା ଆହୁରି ବଢି ଯାଇଥିଲା | କାରଣ ଜଣେ ବାନ୍ଧବୀ କବିଙ୍କର କବିତା ତଳେ କମେଣ୍ଟ ଲେଖିଥିଲେ ଏହି ପରି |

କଥା ମୁଁ ଦେଉଛି ସାଥିଟିଏ ହୋଇ ରହିବି ତୁମର ସାଥି

ଲୁହ ପୋଛି ଦେଇ ହସ ଭରିଦେବି ତୁମରି ଓଠରେ ନିତି |

ତା ତଳେ ମାଡାମ ଲେଖିଲେ ତୁମେ କିଏ ? ମୁଁ ଥାଉ ଥାଉ ମୋ ପତିଙ୍କ ମୁଁହରେ କେମିତି ଓ କାହିଁକି ହସ ଭରିଦେବ ?ତୁମର କବିଙ୍କ ସହ କଣ ସମ୍ପର୍କ ? ଏ ଦୁଃସାହସ ତୁମେ କାହିଁକି କଲ ?ଖୁବ ଶୀଘ୍ର ଉତ୍ତର ଦିୟ ? ତା ପରେ ଉକ୍ତ ବାନ୍ଧବୀଙ୍କୁ ମେସେଜ କରାଗଲା ସେ କ୍ଷମା ମାଗିଲେ ଓ ତାଙ୍କ କମେଣ୍ଟକୁ ଡିଲିଟ କରିଦେଲେ ଓ ଭବିଷ୍ୟତରେ ଏପରି ନ କରିବାକୁ ପ୍ରତିଶୃତି ଦେଲେ |କବିବର ତାଙ୍କ ଫେସ ବୁକ୍ରୁ ସମସ୍ତ ବାନ୍ଧବୀମାନଙ୍କୁ ହଟାଇଦେଲେ ଓ ଏପରି କବିତା ଆଉ ନଲେଖିକୁ ଶ୍ରୀମତୀଙ୍କ ମୁଣ୍ଡ ଛୁଇଁ ରାଣ ଖାଇଲେ | ତାପରେ ଘର ପରିସ୍ଥିତି ଶାନ୍ତ ହେଲା


Rate this content
Log in

Similar oriya story from Comedy