Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମାଂସ - ୨

ମାଂସ - ୨

4 mins
7.3K


ଆମେ ସମସ୍ତ ସ୍କୁଲ ପିଲାଙ୍କୁ ଗୋଠରେ ଠିଆ କଲାପରି ସେଠାରେ ଠିଆ କରାଇ ଦିଆଗଲା ସର୍କସର ତମ୍ବୁ ଦେଖି ଆମର ମନ ଖରାପ ହୋଇଗଲା । । ଦେଖି ଲାଗିଲା ଯେ ସର୍କସଟି ଅତ୍ୟନ୍ତ ଦରିଦ୍ର । ଲାଗିଲା, ତାର ବାହାର ପରିବେଶରୁ । ଫଟା ଚିରା ତମ୍ବୁ ପଡ଼ିଆର ଗୋଟେ ବଡ଼ ଯାଗା ମାଡ଼ିବସିଛି । ଏପରିକି ବାହାର ଘେରା ଯାଇଥିବା ତମ୍ବୁ ବି ଅନେକ ସ୍ଥାନରେ ଫଟା । ତାର ଭିତର ଦେଇ ସର୍କସର ଦୟନୀୟତା ସ୍ପଷ୍ଟ ବାରି ହେଉଥିଲା ।

ଆମକୁ ବାହେର ବେଶି ସମୟ ଠିଆହେବାକୁ ପଡ଼ିଲାନି । କାରଣ ସେ ଦିନର ପ୍ରଥମ ସୋ ଆମ ମାନଙ୍କ ପାଇଁ ହି ଉଦ୍ଧିଷ୍ଟ ଥିଲା ପରି ମନେ ହେଲା ।ଆମକୁ ଛାଡ଼ିଦେଲେ ।ମାତ୍ର ଦଶ ପନ୍ଦର ଜଣ ଲୋକ ଥିଲେ ଦର୍ଶକ ଶ୍ରେଣୀର ।ସେମାନେ ବୋଧହୁଏ ଆମମାନଙ୍କୁ ଅପେକ୍ଷା କରୁଥିଲେ କି କଣ ଆମ ସାଥିରେ ସେମାନେ ବି ଭିତରକୁ ସର୍କସରେ ପଶିଲେ ।

ଭିତରେ ଚୌକି ଗୁଡ଼ିକର ସଂଖ୍ୟା କିନ୍ତୁ ବେଶ ଥିଲା । ପାଞ୍ଚ ଶହ କି ଛ ଶହ ଖଣ୍ଡେ଼ ହେବ । ଅମେ ସବୁ ସେହି ଗୋଲାକାରରେ ପଡ଼ିଥିବା ଚୌକି ଗୁଡ଼ିକରେ ଯାଇଁ ବସିଲୁ ।କିଛି ସମୟ ଭିତରେ ଆଂଶିକ ଅନ୍ଧାର ଭିତରେ ବାଜା ବାଜି ଉଠିଲା । ବାଜା ସାଥିରେ ଗୋଟି ଗୋଟ ହୋଇ ଖେଳ ଆରମ୍ଭ ଓ ଶେଷ ହୋଇ ଯିବା ଆସିବା କଲେ ।ଗୋଟିଏ ଗୋଟିଏ କରି ଖେଳ ଗୁଡ଼ିକ ଆମ ପାଇଁ ପରିବେଷଣ କଲରାଗଲା । ସେଗୁଡ଼ିକ ଅନ୍ୟସବୁ ଦେଖିଥିବା ସର୍କସ ର ଖେଳ ଗୁଡ଼ିକ ଠାରୁ ସେମିତି କିଛି ନ୍ୟୂନ ନଥିଲେ । ଯଦିଓ ସର୍କସ ରେ ଅଭିନୟ କରୁଥିବା ଖେଲାଳୀ ମାନଙ୍କ ଦରୀଦ୍ରତା ସ୍ପଷ୍ଟ ପାର ହେଇଥିଲା । ଏବଂ ସେହି କାରଣରୁ ସର୍କସ ଭିତରେ ଦର୍ଶକ ଏବଂ ଆମ ସ୍କୁଲପିଲା ମାନଙ୍କ ଭିତରେ ଗୁଞ୍ଜରଣ ମଝିରେ ମଝିରେ ଶୁଣା ଯାଉଥିଲା । କିଛିିଟା ସର୍କସର ସେଇଅବସ୍ଥା ପାଇଁ ଆମେ ମାନେ ଅସନ୍ତୁଷ୍ଟ ଥିଲୁ ।

ଏସବୁ ସତ୍ୱେ ବି ଆମ ସମସ୍ତଙ୍କୁ ଯାହା ଧରି ରଖିଥିଲା, ସେଇଟା ପାଇଁ ଆମେ ଉତ୍କଣ୍ଠାର ସହିତ ଅପେକ୍ଷା କରୁଥିଲୁ ସେଇ ମହୁର୍ତ୍ତକୁ । ଅପେକ୍ଷ କରୁଥିଲୁ ଯେ କେତେବେଳ ସେ ଆସିବ । ସେଇ ଗୋଟିଏ ନର ରାକ୍ଷସଟି ।

ସେଇଟାହିଁ ପ୍ରକୁୃତରେ ଆମକୁ ସେ ସର୍କସ ଦେଖିଯିବାକୁ ସବୁଠାରୁ ବେଶୀ ଆଗ୍ରହୀ କରିଥିଲା ।

ଶ୍ରେଣୀରେ ଯେବେ କ୍ଳାସ ଟିଚର ଆମକୁ ପ୍ରଥମେ ସର୍କସ ଦେଖିଯିବାକୁ ନୋଟିସ୍ ଦେଲେ ସେତେବେଳକ ସେ ଆମକ୍ୁ ଆଉଗୋଟିଏ କଥା କହିଥିଲେ । ସେ କହିଥିଲେ ସେ ସର୍କସ ର ବିଶେଷ ଭାବରେ ଆମେ ନରରାକ୍ଷସ ଟିଏ ଦେଖିବାକୁ ପାଇବୁ । ସେଇଥିପାଇଁ ସ୍କୁଲରେ ସେଇ ସର୍କସ ଦେଖିଯିବାକୁ ପ୍ରାୟ ଅନେକ ଛାତ୍ର ଆଗଭର ହୋଇ ନିଜର ନାଁ ଦେଇଥିଲେ ।ସେଥିପାଇଁ ଆମ ଭିତରେ ନର ରାକ୍ଷସ ର ଅର୍ଥ ନେଇ ଅେନେକ ତର୍କ ବିତର୍କ ବି ହୋଇଛି ।ଆମେ କେହି କେହି ଧରି ନେଇଥିଲୁ ଯେ ସର୍କସ ଭିତରେ ଆମ୍କୁ ଗୋଟିଏ ରାକ୍ଷସ କୁ ମଣିଷ ମାଂସ ଖାଉଥିବାର ଦେଖାଇବ । ଅନ୍ୟ ମାନଙ୍କର ଧାରଣା ଥିଲା ଯେ ମଣିଷ ରୁପୀ ରାକ୍ଷସ ଟିଏ ଆମେ ସର୍କସ ରେ ଦେଖବାକୁ ପାଇବୁ । ଏ ସବୁ ନେଇ ଆମ ସମସ୍ତ ଭିତରେ ଅନେକ କଳ୍ପନା ଜଳ୍ପନା ବି ଆରମ୍ଭ ହୋଇଯାଇଥିଲା ।କେବଳ ସେଇ ଉତ୍ସାହରେ ଆମେ ସର୍କସକ ର ଖେଳ ଗୁଡ଼ିକ ଭିତରେ ଅପେକ୍ଷା କରୁଥିଲୁ ଯେ କେତେବେଳେ ଆମପାଇଁ ସେଇ ଉଦ୍ଧଷ୍ଟ ଖେଳଟି ଦେଖାଯିବ ।ପ୍ରକୃତରେ ଆମକୁ ଖେଳ ଶେଷ ଯାଏଁ ବି ଅପେକ୍ଷା କରିବାକୁ ପଡ଼ିଲା ।ଏବଂ ଶେଷ ଆଡ଼କୁ କିଛି ସମୟ ଧରି ସର୍କସ ର ମଞ୍ଚ ନୀରବ ହୋଇଗଲା ।ସେଇ ନଈରବତା ଭିତରୁ ମାଇକ୍ରୋଫୋନ ଦ୍ୱାର ଘୋଷଣ କରାଗଲାଯେ ,ଏବେ ସର୍କସ ତାର ବିଶେଷ ଆକର୍ଷଣ ପରିବେଷଣ କରିବ-ନର ରାକ୍ଷସ ।ଏଥି ସହିତ ଘୋଷଣା କରିଦିଆଗଲା ଦର୍ଶକ ମାନଙ୍କୁ ସତର୍କ ରହିବାକୁ ଯେହେତୁ ନର ରାକ୍ଷସ କୁ ନେଇ କିଛି ବି ଅଘଟଣ ଘଟିଯାଇପାରେ, କୌଣସି ବି ଅସାବଧାନନତା ପାଇଁ ।

ସମସ୍ତ ଦର୍ଶକଙ୍କୁ କୁହାଗଲା ଯେ ସେମାନେ ଦୁଇଦଳରେ ଦୟାକରି ବିଭକ୍ତ ହୋଇଯାଆନ୍ତୁ ।

ଆମେ ସବୁ ପରସ୍ପରକୁ ଅନାଅନି ହୋଇ ଉଠି ଠିଆହେଲୁ । ସର୍କସ ର ଜଣେ ଦୁଇଜଣ କର୍ମଚାରୀ ବି ଆସି ଆମ ସହିତ ଯୋଗଦେଲେ ।

ସେମାନେ ସର୍କସର ପରିଧୀ ଭିତରେ ପଡ଼ଥିବା ଗୋଟିଏ ମୋଟା ଦଉଡ଼ି ଧରି ଆମ ଆଡ଼କୁ ବଢା଼ଇଦେଲେ ଓ ଧରବାକୁ କହିଲେ । ଆମେ ସେଥିରୁ କିଛି ନବୁଝୁଥିଲେବି,ତାଙ୍କକଥା ମାନି ଦଉଡ଼ି ଧର ଠିଆହେବାକୁ ବାଧ୍ୟହେଲୁ ।ସମସ୍ତେ ସେତେବେଳକୁ ।ପ୍ରାୟ ଦୁଇଭାଗ ହୋଇସାରିଥିଲେ ଯେତେବେଳେ ପୁଣିଥରେ ମାଇକ୍ରୋଫୋନ୍ ଦ୍ୱାରା ସମସ୍ତଙ୍କୁ ଘୋଷଣା କରି ଜଣାଇଦିଆଗଲା, ସତର୍କ ରହିବାକୁ ଏବଂ ଦଉଡିକୁ ଶକ୍ତ ଭାବରେ ଦୁଇପାଖରୁ ଧରିବାକୁ । ତା ସହିତ ଏକଥା ବି କୁହାଗଲା ଯେ, ଆମ ମାନଙ୍କ ହୁଏତ ରାକ୍ଷସ ଦେଖିବାକୁ ସଧାରଣ ପରି ଲାଗିପରେ, କିନ୍ତୁ ତାକୁ ସଧାରଣ ଲୋକବୋଲି ଭାବିବାପରି ଭୁଲ ଆଦୌ କରିବା ଉଚିତ ନୁହେଁ ।ସେଥିପାଇଁ ଆମେ ସବୁ ଯଥା ସମ୍ଭବ ଦଉଡ଼ି କୁ ଦୁଇପାଖରୁ ଯଥାସାଧ୍ୟ ଶକ୍ତି ଦେଇ ଧରିବା ଉଚିତ । ଦଉଡ଼ି ସମାନ୍ୟ ହୁଗଳା ହେଲ ସେ ରାକ୍ଷସ ଆମ ଉପରେ ଆକ୍ରମଣ କରି ଦେଇ ମାରିଦେଇ ପାରେ ।ସେଇ ଘେଷଣା ଆମକୁ ସେଇ ସମୟ ପାଇଁ ବେଶ୍ ଭୟଭୀତ କଲା ।

କିଛି ସମୟ ଭିତରେ ·ରିଜଣ ଲୋକ ଖଟ ପରି କିଛି ଗୋଟେ ବୋହି ବୋହି ଆଣିଲେ ସେଥରୁ ଜଣାଯାଉଥିଲା ଯେ ସେମାନେ ଜଣେଲୋକକୁ ବୋହିବୋହି ଆଣୁଛନ୍ତି, ତା ଉପରେ ।ସେ ଆମମାନଙ୍କୁ ବୋହିଆଣିଥିବା ଲୋକଟା ଦେହରେ, ଆଗରେ ପଡ଼ିଥିବା ଗୋଟିଏ ଦଉଡ଼ିରେ ବାନ୍ଧି, ଦଉଡିର ଦୁଇପାଖ ଧରାଇ ଦେଲେ ।ସେମାନେ ଏତେ ଶକ୍ତ କରି ଲେକଟାକୁ ଦଉଡରେ ବାନ୍ଧିଲେ ଯେ ଆମକୁ ଲାଗିଲା ଯେମିତି ଦେଇ ଦଉଡ଼ି ବନ୍ଧାରେ ହୁଏତ ଲୋକଟା ମରିଯାଇପାରେ । ତେବେ ଆମେ ଦର୍ଶକ ଗ୍ୟାଲେରୀ ରେ ବସିଥିବାରୁ ସେତେ ସ୍ପଷ୍ଟ ଭାବରେ ସେମିତି କିଛି ଦେଖି ନପାରିଲେ ବି ଜାଣି ହେଇଥିଲା ଯେ ସେଇ ବନ୍ଧା ହୋଇଥିବା ଲେକଟି ଦେଖବାକୁ ଅନ୍ୟନ୍ତ ପତଳା ଓ ଦୁର୍ବଳ ।ଏତେ ଦୂର୍ବଳ ଲୋକଟିକୁ ଏତେ ମୋଟା ଦୌଡ଼ିରେ ବାନ୍ଧି ବାର ଦେଖି ଆମ ସମସ୍ତଙ୍କ ଭିତରେ ଗୁଞ୍ଜରଣ ଖେଳିଗଲା । କିନ୍ତୁ ଆମମାନଙ୍କୁ ମାଇକ୍ରୋଫୋନ୍ରେ ଜଣାଇ ଦିଆଗଲା ଯେ, ଆମ ମାନଙ୍କୁ ଭୟକରିବା କିଛି କାରଣ ନାହିଁ କିନ୍ତୁ ସତର୍କତା ଦୃଷ୍ଟିରୁ ସେଇ ଲେକାଟିକୁ ବନ୍ଧାଯିବା ନିହାତି ର୍ଦକାର । କାରଣ ସେ ହିଁ, ସେହି ସର୍କସର ମୁଖ୍ୟ ଆକର୍ଷଣ ସେଇ ନରଖାଦକ ।

ସେଥିପାଇଁ ଆମେ ଯଥାସମ୍ଭବ ସେଇ ମୋଟା ଦେଉଡି଼କୁ ଜୋର ଦେଇ ଧରିଲୁ ।

ହେଲେ ସେଇ ଲୋକଟିକୁ ସେମିତି ଖଟିଆ ଟି ଉପରେ ପକାଇ ଦେଇ ଅନ୍ୟ ଲୋକମାନେ ସର୍କସ ର ପରଦା ଭିତରକୁ ·ଲିଗଲେ ।ବୁଝି ହେଲାନି ସେମାନେ କାହିଁକି ଲୋକଟାକୁ ଏମିତି ଛାଡି଼ଦେଇ ଗଲେ ।ଲୋକଟା ସେମିତି ପଡ଼ିରହିଲା କିଛି ସମୟ ପାଇଁ । ପୁଣି କିଛି ସମୟ ଭିତରେ ସର୍କସ ର ସବୁଠାର ଗେଡ଼ା ଜୋକର ଛୋଟ ଛୋଟ ପାଦ ପକେଇ ସର୍କସ ର ମଝି ଦିଗକୁ ଆସିଲା । ସେ ହାତରେ ଦୁଇଟା ଢ଼ାଳ ଧରିଥିଲା ।ଢ଼ାଳ ରେ ବେଧହୁଏ ପାଣି ବା ସେମିତି କିଛି ଥିଲା ।


Rate this content
Log in

Similar oriya story from Classics