Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Subhakanta Sahu

Others

2  

Subhakanta Sahu

Others

ଜାୟା,ଜନନୀ,ଭଗିନୀ

ଜାୟା,ଜନନୀ,ଭଗିନୀ

5 mins
7.7K


(୧)

“ହେ ଭଗବାନ୍ ! ତମ ମୁଣ୍ଡରେ ପଟି ବନ୍ଧାହୋଇଛି !କଣ ହୋଇଛି ତୁମର? ମିନତି ଦେବୀ ଆଶଙ୍କିତ ଭାବେ ମନୋରଞ୍ଜନଙ୍କ ମୁହଁକୁ ଚାହିଁ କହୁଛନ୍ତି, “ ଏ ମା, ତମର ମାଡ ହୋଇଛି!ହେ ଭଗବାନ୍ ଏମିତି କେମିତି ହେଲା?ନିଶାଶକ୍ତ ମନୋରଞ୍ଜନର ଆଖି ଗୁଡିକ ଲାଲ୍ ଲାଲ୍ ଦେଖାଯାଉଥାଏlଗ୍ରୀଲ୍ ବନ୍ଦ କରି ଫେରୁଫେରୁ ମିନତି ଦେବୀଙ୍କ ଆଖିରୁ ଲୁହ ବୋହିଗଲାlମେଡିକାଲ୍ ଯାଇଥିଲନ୍ ନା?ଇଞ୍ଜେକ୍ସନ୍ ନେଇଛଟି?ଆଉ କଣ ସବୁ ଔଷଧ ଦେଇଛନ୍ତି ଡାକ୍ତର? ମନୋରଞ୍ଜନ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁଛନ୍ତି ମିନତି ଦେବୀଙ୍କୁlତାଙ୍କ ପାଟିରେ ଭାଷା ନଥାଏlସେ ବା କଣ କରିଛନ୍ତି ମିନତି ଦେବୀଙ୍କ ପାଇଁ? କି ସୁଖ ଦେଇଛନ୍ତି ତାଙ୍କ ଜୀବନ ସାଥୀ ହୋଇ??ଓଲଟି ମଦ୍ୟପାନ କରି ସର୍ବଦା ଢାଳିଦେଇଛନ୍ତି ଗଞ୍ଜଣା ପ୍ରହାରl ଏତେ ମାଡ-ଗାଳିରେ ସେ କେବେ ରୁକ୍ଷ ପ୍ରତିବାଦ କରିନାହାନ୍ତି l ଦୁଃଖ କରି ଲୁହ ଢାଳି ନାହାନ୍ତି‍lଆଜି ମନୋରଞ୍ଜନ ବାବୁଙ୍କର ଏଇ ସାମାନ୍ୟ କ୍ଷତ ଦେଖି ତାଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଛି lଗତ ସାବିତ୍ରି ଅମାବାସ୍ୟା ଦିନ ନିଶାଶକ୍ତ ମନୋରଞ୍ଜନ ଏମିତି ନିର୍ମମ ପ୍ରହାର କରିଥିଲେ ‍ଯେ ମିନତି ଚେତାଶୂନ୍ୟ ହୋଇ ପଡିଥିଲେl ତାର କ୍ଷତ ଏଯାବତ ଲିଭିନାହିଁ ମିନତି ଦେବୀଙ୍କ ଦେହରୁlମିନତି ଦେବୀ କୋମଳ ସ୍ବରରେ କହିଲେ, “ହଉ, ଚାଲିଲ ଟିକେ ଶୋଇପଡିବ”l ସମ୍ଭବତଃ ମନୋରଞ୍ଜନ ବାବୁଙ୍କ ନୈତିକ ଚେତନା ଫେରି ଆସିଥିଲାl ସେ କହିଲେ ଅନେକ ଦିନ ପର୍ଯ୍ୟନ୍ତ ଶୋଇପଡିଥିଲି , ହେଲେ ଆଜି ତମେ ମୋ ନିଦ ଭାଙ୍ଗିଦେଇଛl ମିନତି ଦେବୀ ମନୋରଞ୍ଜନ ବାବୁଙ୍କୁ ଭିଡିନେଇ ବେଡ୍ ରେ ଶୁଆଇଦେଲେl ସାଙ୍ଗେ ସାଙ୍ଗେ କଫି ଗ୍ଲାସେ କରି ନେ‍ଇ ଆସିଲେlସବୁଦିନ ପରି ପାଦ ପାଖରେ ବସି ପଦ ସେବାରେ ଲାଗିପଡିଲେl ମନୋରଞ୍ଜନ ବାବୁ କହିଲେ, “ମିନତି ମୋ ପରି ଜଣେ ବେକାରର ହାତ ଧରି ତମ ଜୀବନ ନଷ୍ଟ ହୋଇଗଲାlତମେ ଜଣେ ଉଚ୍ଚ ଶିକ୍ଷିତାl ବାପା ବୋଉ ଆଉ ମୋ ସେବା ପାଇଁ ତମେ ଚାକିରୀକୁ ମଧ୍ୟପାଦରେ ଆଡେ‍ଦେଲlତମେ ଚାହିଁଥିଲେ ମୋଠୁଁ ଆହୁରି ଭଲ ପାତ୍ର ପା‍ଇଥାନ୍ତl ତମେ ପତିଦିନ ଏମିତି ମୋର ସେବା କରି ଚାଲିଛlଅଥଚ ମୁଁ ତୁମପାଇଁ କିଛି ବି କରିପାରିନିl ମିନତି ଦେବୀଙ୍କ ଆଖି ପୁଣି ଛଳଛଳ ହୋ‍ଇଗଲାl ସେ କହିଲେ, ଏ, ତମେ ଏମିତି କଣ କହୁଛ?କିଏ କହିଲା ତମେ ବେକାର, ଏଇ ତ ତମେ ଠିକ୍ ଅଛlମୁଁ ବାପ ଘରେ କାମଦାମ ସେବା ଶୁଶ୍ରୁଷା କିଛି ଶିଖି ନଥିଲିl ବରଂ ତୁମ ସେବାରେ ମୋର ଅବହେଳା ହେଉଥିବlମୁଁ ଉଚ୍ଚ ଶିକ୍ଷିତା ହେଲେ ମଧ୍ୟ ଓଡିଆ ଘରର ଚଳଣି ଉପରେ ମୋର ସମ୍ୟକ୍ ଧାରଣା ଅଛି l ମୁଁ ତମ ସ୍ତ୍ରୀ, ତମ ସେବା କରିବି ନାହିଁ ତ ଆଉ କାହା ସେବା କରିବି? ଆମ ଚଳଣିରେ ସ୍ବାମୀ ହିଁ ନାରୀର ଦେବତା ମୁଁ ତ ମୋ ଦେବତାଙ୍କ ସେବା କରୁଛିl ଯେବେ ମୋ ଦିଅଁ ମୋ ସେବାରେ ସନ୍ତୁଷ୍ଟ ହେବେ, ମୋ ଦୁଃଖ ଦୂର ହେବ”l ମନୋରଞ୍ଜନ ବାବୁ କହିଲେ, ତୁମକୁ ସବୁ ବେଳେ କୁତ୍ସିତା ଅସୁନ୍ଦରୀ କହି ଘୃଣା କରି ଆସିଛି,ଭର୍ତ୍ସନ କରି ଆସିଛିlସୁଖ କଣ ଜାଣି ପାରିଲନିl ତଥାପି ଅଫିସ୍ ରୁ ଫେରିବା ବେଳେ ତମେ ସଜେ‍ଇ ହୋଇ ମୋର ଫେରିବା ପଥକୁ କାହିଁ ଯେଏମିତି ଅପଲକ ଦୃଷ୍ଟିରେ ଚାହିଁଥାଅ....? ମିନତି ଦେବୀ କୋମଳିତ ସ୍ବରରେ ଉତ୍ତର ଦେଲେ, “ଏମିତି ସଜାଇ ହେଲେ ସ୍ତ୍ରୀମାନେ କୁଆଡେ ସୁନ୍ଦରୀ ହୋଇଯାଆନ୍ତି lସ୍ବାମୀ ଆଖିରେ ସ୍ତ୍ରୀ ସୁନ୍ଦରୀ ଦେଖାଗଲେ ସ୍ବାମୀଙ୍କ ଦୃଷ୍ଟି ପର ସ୍ତ୍ରୀଠାରୁ ଦୂରେଇ ରହେ ଆଉ ଦାମ୍ପତ୍ୟ ଜୀବନ ମଧ୍ୟ କୁଆଡେ ସୁଖମୟ ହୁଏlକହୁ କହୁ ମିନତି ଦେବୀଙ୍କ କଣ୍ଠ ମଧ୍ୟ ବାଷ୍ପିରୁଦ୍ଧ ହୋଇ ଆସିଲାlମନୋରଞ୍ଜନ ବାବୁ କହିଲେ, “ମିନତି ଆଜି ଏକ୍ସିଡେଣ୍ଟ୍ ଯୋଗୁଁ ମୁଁ ଯେତିକି କଷ୍ଟ ପାଉନି, ତମ ଲୁହ ମୋତେ ତତୋଧିକ ଯନ୍ତ୍ରଣା ଦେଉଛିlଆଜି ବି ତମେ ଟିକେ ସଜାଇ ହୋଇ ଆସନା? ମିନତି ଦେବୀ ସଙ୍ଗେ ସଙ୍ଗେ ନିଜକୁ ସଜାଇନେଲେl ସୁବିନ୍ୟାସ କେଶରାଶି,କଜ୍ବଳ ,ଅଳତା,ଶଙ୍ଖା, ସିନ୍ଦୂରରେlନାଲି ଓଠରେ ଛୋଟିଆ ସ୍ମିତ ହସଟିଏl ମିନତି ଦେବୀଙ୍କ ନୟନରୁ ବହିଗଲା ଦୁଇ ଧାର ଆନନ୍ଦାଶ୍ରୁ lମନୋରଞ୍ଜନ ବାବୁ ବେଡ୍ ଉପରୁ ଉଠି ଆସି ମିନତି ଦେବୀଙ୍କ ଲୁହ ଗୁଡିକ ପିଇଗଲେ କେଇଟି ଚୁମ୍ବନରେ l ମିନତି ଦେବୀଙ୍କ କାନରେ ଚୁପ୍ ଚୁପ୍ କହିଲେ, “ ଜାୟା କହିବ ତ ତୁମକୁ”l

(୨)

ମନ୍ଦିରକୁ ଯିବା ରାସ୍ତାକଡ ବୁଦାମୂଳୁ

କୁଆଁ କୁଆଁ ରାବ ଶୁଣି ଚମକି ପଡିଲେ ନିର୍ମ‌ଳା ଦେବୀl ଆହାଃ କେଡେ ଗୁଲୁଗୁଲିଆ ପୁଅଟେ ମ! କେଉଁ ନିଷ୍ଠୁର ହତଭାଗିନୀ ମାଆ ପିଲାଟିକୁ ଏଠି ପକାଇ ଦେଇ ଯାଇଛି କେଜାଣି? କେମିତିକା ମାଆ ସିଏ କେଜାଣି?? ହାଁ....ହାଁ

.....କାନ୍ଦନା...କନ୍ଦନା ....l ମୋ ସୁନଟା ପରା,

ମୁଁ ଆସିଗଲିଣିରେ ଧନl ତତେ ମୁଁ ମୋ ସାଥୀରେ ନେଇଯିବିl ତୁ ମୋ ପୁଅ ହେବୁ l ଇଏ ଦେବ ଦେବ ମହାଦେବଙ୍କୁ ଭକ୍ତିପୂତ ଆରାଧନାର ଫଳ ବୋଲି ଭାବୁଥିଲେ ନିର୍ମଳା ଦେବୀl ପିଲାଟିକୁ ସେ ଅତି ସ୍ନେହ ଆଦରରେ ପାଳିଲେ l “ନାନାବାୟା ଗୀତ”, “ଝୁଲରେ ହାତୀ ଝୁଲ୍” ଆଦି ଗୀତ ଗାଇ, ଶୁଆଇ ଦିଅନ୍ତି ପିଲାଟିକୁl କେବେ କେବେ ତାକୁ ଜହ୍ନମାମୁଁ ଦେଖାନ୍ତି l କୁନା ଦେହରେ ଫୁଲ ପଡିଲେ ନିର୍ମଳା ଦେବୀଙ୍କ ଦେହରେ ପଥର ପଡେl ଜ୍ବର କାଶ ଟିକେ ହେଲେ ବି ତାଙ୍କ ଆଖିରେ ପଲକ ପଡେନାହିଁl ଔଷଧ ଦେଉଥାନ୍ତି ସମୟକୁ ସମୟl ସେଇ ମହଦେବଙ୍କ ପାଖରେ ଅଳି କରନ୍ତି ତାକୁ ଭଲ କରିଦେବାକୁ l ଅନେକ ଦିଅଁ ଦେବତାଙ୍କ ପାଖରେ ମନାସି ପକାନ୍ତି କେତେ କଣ ଦେବାକୁ l

       ମୁନା ବଡ ହୋଇଗଲାଣିl ପାଠ ପଢିଛିl ହେଲେ ଭଲ ଚାକିରୀଟିଏ ପାଇଁ ଆହୁରି ଅଧିକ ପଢିବା ଦରକାରl ଉଚ୍ଚଶିକ୍ଷା ମାନେ ଅଧିକ ଟଙ୍କା ଦରକାର l ମୁନାର ବାରଣ ସତ୍ତ୍ବେ ନିର୍ମଳା କାନର, ନାକର, ବେକର ସବୁ ଅଳଙ୍କାର ବିକି ଭାଙ୍ଗି ତା ପଢା ପାଇଁ ଟଙ୍କା ଯୋଗାଡ କରିଦେଲେ lମୁନା ଚାକିରୀ କଲା l ତାର ଚାକିରୀ ଜୀବନ ଆଗକୁ ବଢିବା ସହ ନିର୍ମଳା ଦେବୀଙ୍କ ବୟସରେ ମଧ୍ୟ ଯବନିକା ପଡି ଆସିଲାଣି l କେତେବେଳେ ମଧ୍ୟ ଦେହ ଭଲ ରହୁନାହିଁ lଡକ୍ଟର କହିଲେ, “ରକ୍ତ କର୍କଟ”l ନିର୍ମଳା ଦେବୀଙ୍କ ମନ ମଉଳି ଗଲା lଏମିତି ଦୂରାରୋଗ୍ୟ ରୋଗରୁ କେହି କେବେ ମୁକ୍ତି ପାଇଲେଣି? “ ମୁନାରେ ତୁ ତ ଚାକିରୀ ବାକିରି କଲୁଣି ଭଲ ଝିଅଟେ ଦେଖି ବାହା ହୋଇ ପଡl ମୁଁ ବା ଆଉ କେତେ ଦିନକୁ! ମୁଁ ବି ତ ତୋର କେହି ନୁହେଁ ରେ”l “ମାଆ!” ଆଶ୍ଚର୍ଯ୍ୟରେ ପ୍ରଶ୍ନବାଚୀ ହେଲା ମୁନା l

“ ହଁ ରେ, ମନ୍ଦିର ପାଖ ବୁଦାମୂଳୁ ମୁଁ ତୋତେ ପାଇଥିଲି l ମୁଁ ତୋର ପ୍ରକୃତ ମାଆ ନୁହେଁ l ଏ ରୋଗିଣା ବୁଢୀଟା ପାଇଁ ତୁ କାହିଁ କି ଘାଣ୍ଟି ହେବୁ?

ବରଂ ମୋତେ ଏଇ ରାସ୍ତାକଡେ ବସେଇ ଦେl ମୁନାର କଣ୍ଠ ବାଷ୍ପିରୁଦ୍ଧ ହୋଇ ଯାଉଥିଲା l

ସେ କହିଲା, “ସବୁ ଜନ୍ମଦାତ୍ରୀ ମାଆ ହୋଇ ପାରନ୍ତିନିl ତୁ ମୋର ଜନ୍ମଦାତ୍ରୀ ନହେଲେ କଣ ହେଲା, ତୁହିଁ ମୋ ମାଆ! ହଁ .. ହଁ... ତୁ ମୋ ଜନନୀ”

(୩)

 

       ଚିଠି ! ସୋନାର ଚିଠି ଆସିଛି lରାକ୍ଷୀ ପୂର୍ଣ୍ଣିମା ଦିନ ତା ଶାଶୁଘରକୁ ଯିବାପାଇଁ ଲେଖିଛି ଚିଠିରେ l ସୋନା ସହ ମୋର ଦେଖା ଦୁଏ ଏମିତି ଏକ ରାକ୍ଷୀ ପୂର୍ଣ୍ଣିମାରେ l ସୋନା ପାଲଟିଯାଏ ସାନ ଭଊଣୀl ଏବେ କେହି କେହି ଧରମ ଭଊଣୀ କହିଲେ ମୋ ମନ ମାନେନିl ମୁଁ କହେ ସହୋଦରୀଠୁଁ ଅଧିକ l ସେ ଦିନର କଥାl ଗାଁ ଦାଣ୍ଡରେ, ବଜାରରେ ଭାଇମାନେ ଦୁଇ/ତିନୋଟି ରାକ୍ଷୀ ବାନ୍ଧି ଆନନ୍ଦରେ ବୁଲୁଥାନ୍ତିlମୁଁ କୋଠରୀର ନିଭୃତ କୋଣରେ ଏକା lକୋହ ଜାକି ଜାକି ତଣ୍ଟି କାଟିଲାଣି l ଲୁହରେ ତକିଆ ଭିଜି ଗଲାଣି l ଆଖି, ମୁହଁ ଲାଲ୍ ପଡିଗଲାଣିl ସୋନା ଆସି କହିଲା, “ଆରେ ମଣ୍ଟୁ ଭାଇ, ତମେ କାନ୍ଦୁଛ?” ମୁଁ ଆଖିରୁ ଲୁହ ପୋଛି ପ୍ରକୃତିସ୍ଥ ହେବାକୁ ଚେଷ୍ଠା କରୁଥାଏl “ତମେ କିଛି କହୁନ ଯେ, କଣ ହୋଇଛି ତୁମର?ଆଜି ପରି ଆନନ୍ଦର ଦିନରେ ତମେ କାନ୍ଦୁଛ??”

“ମୋ ଲଙ୍ଗଳା ହାତଟାକୁ ଦେଖି ତୁ କଣ କିଛି ବୁଝିପାରୁନୁ ସୋନା?”

“ଓଃ! ହାତରେ ରାକ୍ଷୀ ବାନ୍ଧିବାକୁ ତମ ଭଉଣୀ ରାକ୍ଷୀ ପଠାଇ ନାହାନ୍ତି?” “ନା, ନା ରେ ସୋନାl ଭଊଣୀ ରାକ୍ଷୀ ପଠାଇ ନଥିଲେ ତ ମୁଁ ଗାଁ କୁ ଯାଇ ତା କାନ ଧରି କହିଥାନ୍ତି ରାକ୍ଷୀ ବାନନ୍ଧିବାକୁl ହେଲେ ରାକ୍ଷୀ

ବାନ୍ଧିବାକୁ ଭଗବାନ ମୋତେ ଭଊଣୀଟିଏ ଦେଇ ନାହାନ୍ତିl” “କାଇଁ ? ମୁଁ ତ ଅଛିl ମୁଁ କଣ ତମ ଭଊଣୀ ନୁହେଁ?” ରାକ୍ଷୀଟିଏ ଆଣି ସେ ମୋ ହାତରେ ବାନ୍ଧିଦେଲାl ତଥାପି ମୋ ମନ ବୁଝୁନଥିଲାl ମୁଁ କହିଲି, “ନା.. ନାରେ ସୋନା, ତୁ ଆଜି କୁନି ଝିଅଟେ ବୋଲି ମୋତେ ଫାଙ୍କିଦେଉଛୁl ହେଲେ ଅଜଣା ରାଇଜର ରାଜକୁମାର ତୋ ହାତ ଧରି ସ୍ବପ୍ନରାଇଜରେ ଡେଣା ଝାଡି ଉଡିବାକୁ ଚାଲିଗଲେ?ମୋ ହାତଟା ପୁଣି ପୁଙ୍ଗୁଳା ହୋଇଯିବନି??” “ନା

ମଣ୍ଟୁ ଭାଇ ମୋ ଜୀବନ ଥିବାଯାକ ତୋ ହାତ ଆଉ କେବେ ଖାଲି ପଡିବନିl ଭଗବାନଙ୍କୁ ସାକ୍ଷୀ ରଖି କହୁଛି, “ତୁମେ ମୋ ବଡ ଭାଇ” ତା ଚୁନିରେ ମୋ ଆଖି ପୋଛୁ ପୋଛୁ ଚୁନିଟା ପୁରା ଓଦା ହୋଇଯାଇଥିଲାl

ଏବେ ଭିଣୋଇ ବାବୁ ବି କହନ୍ତି, “ଭାଇ,ତମେ ନ ଆସିବା ଯାଏଁ ତା ମନ ବୁଝେନି, ଭାରି ଅବୁଝା ତମ ଭଗିନୀ”

ଶୁଭକାନ୍ତ ସାହୁ(ଶିକ୍ଷକ),ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଞ୍ଜାମ୍ , ପିନ୍: ୭୬୧୧୦୫, ମୋବାଇଲ୍:୯୮୬୧୭୩୨୨୫୬


Rate this content
Log in