Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Inspirational

3  

Amiya Bej

Inspirational

ଅଫରକ୍

ଅଫରକ୍

10 mins
6.9K


(୧)

- ଟିକେ ଗଲ ଗଲ । ଲୁଣ ସରିଗଲା । କହିବାକୁ ଭୁଲିଯାଇଥିଲି । ସାମ୍ନା ଦୋକାନରୁ ପାକଟିଏ ନେଇଆସ ।

- ରୁହ ମଁ । ସେଭେନ୍ଥ୍ ପେ' ହିସାବଟା ଟିଭିରେ ଦେଉଛି । ଭଲକି ବୁଝିଲାବେଳେ ଡିଷ୍ଟ୍ରବ୍ !

- ଆରେ ! ଅଧାରନ୍ଧା ହେବନା କଣ ? ଅଲଣା ଖାଇବ କହିଦେଉଛି ।

- ପୁଅକୁ ପଠା ।

- ତା' ପରୀକ୍ଷା ଦି'ଦିନ ଆଉ । ବୁଝିଲ ?

- ହଁ ମଁ । ଦଶ ମିନିଟରେ କଣଟା ଅଧିକା ପଢିପକେଇବ ? ସୋନୁ ! ଆସିଲୁ ଏଠାକୁ !

- ହଁ ପାପା ।

- ଗଲୁ , ଲୁଣ ପ୍ୟାକେଟଟେ ଆଣିଦେବୁ ।

- ଓକେ । କଣ୍ଡିସନ୍ ଆପ୍ଲାଇ ।

- କଣ ?

- ସରଭିସ୍ ଚାର୍ଜ !

- ମା ବାପାଙ୍କୁ ହେଲପ୍ କରିବାକୁ ବି ଲାଞ୍ଚ ? 

- ଓକେ । ମୁଁ ଯିବିନି । ମୋର ଏକଜାମ୍ ଅଛି ।

- ଯା ଯା । କଣ ଗୋଟେ ଆଣିଆସିବୁ ନିଜପାଇଁ । ଯା ।

ପଚାଶ୍ ଟଙ୍କା ଧରି ଗଲା ଲୁଣ ଆଣିବାକୁ । ଫେରିଆସି ହିସାବ ଦେଲା ,-

- ଲୁଣ ଟୋଣ୍ଟି , ଅମୂଲ୍ କୁଲ୍ ଟୋଣ୍ଟି , କାଡବୋରିଜ୍ କ୍ୟାଣ୍ଡି ଟେନ୍ । ଫିନିସ୍ ।

- ଫିନିସ୍ ?

- ୟେସ୍ । ନେବ କି ଚୋକଲେଟରୁ ଟିକେ ବାଇଟ୍ ?

- ନା ନା ତୁ ଖାଆ । ମୁଁ ବଡପିଲା ।

(୨)

ବେଳେବେଳେ ଛକର ସେ ବିହାରୀ ଠେଲାରୁ ଜଳଖିଆ ଘରକୁ ଆଣେ । ସହର ପ୍ରସିଦ୍ଧ ବରା ଘୁଘୁନି ତାଠେଇଁ ମିଳେ । ଆଜି ଦେଖିଲି , ପିଲାଟାଏ ଦେବାନେବା କରୁଛି । ଚାଇଲଡ୍ ଲେବର୍ !

ଆଗ୍ରହରେ ପଚାରିଲି -

- କୌନ୍ ହେ ?

- ଛୋଟା ଲଡକା ହେ ବାବୁ ।

- ସ୍କୁଲ୍ ନେହିଁ ହେ କ୍ୟା ?

- ହରରୋଜ୍ ଯା'କେ କ୍ୟା କରେଗା ? ୟାହାଁ ଶିଖେଗା ତୋ କମାଏଗା , ଖାଏଗା । ଆପନା ବଚା ହେ । କୋଇ ବାଲ୍ ଶ୍ରମିକ ନେହିଁ ବୋଲ୍ ସକତା ।

ଏବେ ପିଲାଟିକୁ ପଚାରିଲି -

- ବାବାଙ୍କୁ ମନା କରୁନୁ ?

ଚିହିଁକି ଉଠିଲା ଅଧା ଓଡ଼ିଆ ବିହାରୀ ।

- ଏସେ ଥୋଡି ରାଜିହୁଆ ନିକ୍କମ୍ମା । ଘୁସ୍ ଦେନା ପଡା ବାବୁ ।

- ଘୁସ୍ ? ମା ବାପାଙ୍କୁ ହେଲପ କରିବାକୁ ବି ଲାଞ୍ଚ ? 

- ହଁଅଁଅଁ ! ଓ' ଖିଲୋନା ବାଲାସେ ପାଞ୍ଚ୍ କା ଏକ୍ ତୁରତୂରୀ ଲାୟା ହେ । ଦିଖାଓ ବାବୁକୋ !

ପିଲାଟି ତା' ପ୍ୟାଣ୍ଟ ପକେଟରୁ , ଗୋଟେ ପ୍ଲାଷ୍ଟିକ୍ ଚଢେଇ ବାହାରକରି , ଲାଞ୍ଜକୁ ମୁହଁରେ ଦେଇ ଜୋରରେ ଫୁଙ୍କିଦେଲାରୁ , ଚଢ଼େଇର ଦୁଇକାନରୁ ସଟସଟ୍ ଦୁଇଟି ଶିଙ୍ଗ ବାହାରିଗଲା ।

ତା' ପେଁକାଳି ଶବ୍ଦରେ ମୋ କାନ ଯେମିତି ବଧିରା ହୋଇଗଲା !!!!

( ଆବଶ୍ୟକ ଅନୁଯାୟୀ ହିନ୍ଦୀ / ଇଂରାଜୀ ଶବ୍ଦର ବହୁଳ ବ୍ୟବହାର କରାଯାଇଛି )

ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର


Rate this content
Log in

Similar oriya story from Inspirational