Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Acharya

Horror Thriller

3  

Arabinda Acharya

Horror Thriller

ଚୁପ୍ .....ଦେଖ କିଏ ଆସୁଛି !

ଚୁପ୍ .....ଦେଖ କିଏ ଆସୁଛି !

10 mins
7.1K




ରାତି ପ୍ରାୟ ୧:୩୦ ହେବ । ମୁଁ ଉଠିଲି । ବାଥରୁମକୁ ଗଲି । ଧୋଇ ଧୁଆ ହେଇ ବିଛଣାକୁ ଫେରିଲି । ହଠାତ କରେଣ୍ଟ ଚାଲିଗଲା। ସବୁଆଡ଼ ଅନ୍ଧାର । ଚାର୍ଜ ଲାଇଟଟିକୁ ଡ୍ରଇଂରୁମରୁ ଆଣିବାକୁ ସେମିତି ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗଲି । ଅନ୍ଧାରରେ କିଛି ଦିଶୁ ନଥାଏ । ଡ୍ରଇଂରୁମରେ ପହଁଚି ଟେବୁଲ ଉପରେ ଅଣ୍ଡାଳିଲି । ନାଁ ଏଠି ତ ନାହିଁ । ବୁଲି ପଡିଲି, ଅନ୍ୟ ଆଡେ ଖୋଜିବାକୁ । ଅନ୍ଧାରରେ ମୋ ଦେହରେ କିଏ ଜଣେ ବାଜିଲା ଭଳି ଲାଗିଲା । ଏତିକି ବେଳକୁ ଲାଇଟ ଆସିଗଲା । କାହିଁ କେହିତ ନାହିଁ । ଡୋର ସ୍କ୍ରିନଟା ହେଇଥିବ । ଏୟା ଭାବି ବେଡ୍କୁ ଚାଲିଆସି ଶୋଇ ପଡ଼ିଲି ।

ହଁ, ମୋ ବିଷୟରେ କହିଦିଏ । ମୁଁ ରାକେଶ, ଏଇ ବର୍ଷେହେଲା "ଗୁଞ୍ଜନ ପୁର"କୁ ଆସିଛି । ଏଠି ଗୋଟିଏ କମ୍ପାନୀରେ ଚାକିରୀ କରେ । ଏବେ ଏକା ରହୁଛି । ମୁଁ ଯେଉଁଠି ରହିଛି ତାହା ସହରଠୁ ଟିକେ ଦୂର । ଆଖପାଖ ଅଞ୍ଚଳରେ ଦୁଇ ତିନୋଟି ଘରକୁ ଛାଡି ଦେଲେ ଆଉ ସବୁ ବୁଦୁ ବୁଦୁକିଆ ଜଙ୍ଗଲ । ମୁଁ ସବୁଦିନ ସକାଳୁ ଆକ୍ଟିଭାଟିରେ ଡିଉଟି ଯାଏ। ଫେରୁ ଫେରୁ ସନ୍ଧ୍ୟା ହୁଏ । କେବେ କେବେ ରାତିରେ ବି ମୋତେ ଯିବାକୁ ପଡେ ।

**********    ***********

ତା ପରଦିନ କଥା । ମୁଁ ଅଫିସ କାମରେ ବ୍ୟସ୍ତ ଥାଏ । ମୋ ମୋବାଇଲଟା ବାଜିଲା । ମୁଁ। ଦେଖିଲି । ଗୋଟେ ଅଜଣା ନମ୍ବର । କିଏ କାଳେ। ଚିହ୍ନ। ଲୋକ ନୂଆ ନମ୍ଵରରୁ କିଛି ବିଶେଷ କାମ ପାଇଁ ଫୋନ କରିଥିବ ଭାବି ଫୋନ ଉଠେଇଲି । ଆରପଟରୁ ଖିଲ ଖିଲ ହସ ଭାସି ଆସିଲା । ଗୋଟିଏ ନାରୀ କଣ୍ଠ ଶୁବିଲା.....

"କାଲି ରାତିରେ ମୁଁ ଥିଲି । ଡୋର ସ୍କ୍ରିନ ନୁହେଁ !"

ହଠାତ ଏମତି କଥା ମୁଁ ଶୁଣିବି ବୋଲି ଆଶା କରିନଥିଲି | ଫୋନ ତା ମୋ ହାତରୁ ଖସିପଡୁପଡୁ ରହିଗଲା | କିଏ ମୋ ସହିତ ଏମିତି ମଜା କରୁଛି ? କାଲି ରାତିର ଘଟଣା ମୁଁ କାହାକୁ କହିନି ତ ? କେଜାଣି ଭୁଲରେ କାହାକୁ କହିଦେଇଛି କି ? ହୋଟେଲକୁ ଜଳଖିଆ ଖାଇବାକୁ ଗଲାବେଳେ ରଞ୍ଜନ ସାଙ୍ଗରେ ଥିଲା | ରଞ୍ଜନ ଆମ ଅଫିସରେ ପିଅନ | ତାକୁ କହିଥିଲି ବୋଧେ | ସିଏ ହସରେ ଉଡେଇ ଦେଇଥିଲା |  ଆଉ ଏ ଯେଉଁ ନାରୀ କଣ୍ଠ ? ମୁଁ ସତରେ ଶୁଣିଛି ନା ଭାବିହେଇହେଇ , ଏମିତି ମୋତେ ଶୁଭୂଛି ?

                       ଏମିତି ଭାବୁ ଭାବୁ ମୋବାଇଲର କଲ୍ ରେଜିଷ୍ଟର ଖୋଲିଲି | ଆରେ ଲାଷ୍ଟ କଲ୍ ତ ରୋଜିର , ଆଉ ସେ ନମ୍ବରଟା ? ମୋ ମୁଣ୍ଡରେ କିଛି ପଶିଲାନି | ସବୁ କାମ ଛାଡି ବାହାରକୁ ପଳେଇ ଆସିଲି | କାହାକୁ କହିବି ? କେହି ବିଶ୍ଵାସ ବି କରିବେନି | ଦେଖିବା ରୋଜିକୁ ଫୋନ ଲଗାଏ , ସିଏ କଣ କହୁଛି ......

“ହାଲୋ ! ରୋଜି ! “  ରୋଜି ମୋ ମାମୁଁଙ୍କ ଝିଅ ,

“ ହଁ ! କୁହ ଭାଇ ! କଣ ହେଲା ଏତେ ସକାଳୁ ?”

“କିଛି ନାଇଁରେ , ତୁ ମୋତେ ଆଉ ଗୋଟେ ନମ୍ବରରୁ କଲ୍ କରିଥିଲୁ କି ?”

“ନାଁ ତ ? କାଇଁ କଣ ହେଲା କି ?”

“କିଛି ନାଇଁ , ରହୁଛି | ପରେ କଥା ହେବା |”

ଫୋନଟାକୁ ଶୀଘ୍ର କାଟି ଦେଇ ପୁଣି ଚିନ୍ତାରେ ବୁଡିଗଲି | ମୁଁ କଣ ପାଗଳ ?  

                 ରଞ୍ଜନ ଏତିକିବେଳେ ଆସି ଡାକିଲା , ଅଫିସର ଡାକୁଥିଲେ | ମୁଁ ପୁଣି ଅଫିସ କାମରେ ବ୍ୟସ୍ତ ହେଇ ସବୁ ଭୁଲିଗଲି |ଦିନ ସାରା ୟାଡୁ ସ୍ୟାଡୁ କାମ ଆଉ ପୁଣି ମଝିରେ ଟିକେ ଲଞ୍ଚ ବ୍ରେକ୍ ,ପୁଣି କାମ .......ଏମିତି ଏମିତି ଦିନ କଟିଗଲା | ସବୁଦିନ ପରି ସନ୍ଧ୍ୟାରେ ଗାଡିଟି ଧରି ଘରକୁ ଫେରିଲି | ବହୁତ ଥକା ଲାଗୁଥିଲା | ଘରେ ପହଞ୍ଚି ବ୍ୟାଗଟାକୁ କାନ୍ଥ ଆଲମୀରାରେ ଫୋପାଡିଦେଇ ବେଡ୍ ଉପରେ ଗଡି ପଡିଲି | ଲାପଟପରେ ହନୁମାନ ଚାଳିଶା ଲଗେଇ ଶୁଣିଲି | ଧୋଇଧାଇ ହେଇ ନିଜ ଘରୁଆ କାମରେ ଲାଗିଗଲି |

                  ଏତିକି ବେଳେ କଲିଂବେଲଟା ବାଜି ଉଠିଲା | 

କାମ ଅଧାରୁ ଛାଡି କବାଟ ଖୋଲିଲି | ଆମ ପଡିଶା ଘର ନନ୍ଦୁ ମଉସା ଆସିଥିଲେ | ହାତରେ ଗୋଟେ ଟିଫିନ | କଣ କରୁଛି ବୋଲି ପଚାରିଲେ | ମୁଁ ରୋଷେଇରେ ଲାଗିଥିବା ଜାଣି କହିଲେ , ଆରେ ଆଜି ପରା ବିଶ୍ଵକର୍ମା ପୂଜା , ମୁଁ ଆମ ଅଫିସରୁ ପ୍ରସାଦ ଆଣି ଆସିଛି ନିଅ | ଆଉ କାହିଁକି ଏତେ କଷ୍ଟ କରୁଛ ? ଏତିକିରେ କଣ ହେଇ ଯିବନି ? ମୁଁ ହସି ହସି , ହଁ ମାରିଲି | ସିଏ ଟିକେ ଗପୁଡା ଲୋକ , ନ ଗପିଲେ ଯିବାର ନାଁ ଧରନ୍ତି ନି | ତେଣୁ ମୁଁ ମୋ କାମକୁ ଶୀଘ୍ର ଶୀଘ୍ର ସାରି ତାଙ୍କ ସହ ଗପ କରିବାକୁ ଆସିଗଲି |

                    “ଆଚ୍ଛା ରାକେଶ ତୁମେ ଏକୁଟିଆ ରହୁଛ , ଡର ମାଡେନି ?” ନନ୍ଦୁ ମଉସା ପଚାରିଲେ |

“ନାଁ , କଣ ଡର ? “ ଠାକୁରେ ଅଛନ୍ତି ଚଉବାହାକୁ | ମୁଁ ଏମିତି କହି କଥା କୁ ହାଲ୍କା କରିବାକୁ ଚେଷ୍ଟା କଲି | କିନ୍ତୁ ସିଏ ନାଛୋଡ ବନ୍ଧା ,ଆରମ୍ଭ କଲେ ତାଙ୍କ କାହାଣୀ ପେଡି .....

 ଆଜି ଗୋଟେ ସତ କଥା କହିବି , ମୋ ପିଲା ଦିନ କଥା......

ଆମେ ସେତେବେଳେ ଚାଟଶାଳୀରେ ପଢୁଥାଉ | ମୁଁ , ଜଗନ , ରାଧୁଆ  ଆଉ ବିପିନ | ଏଇ ପାଞ୍ଚ ଛ ବର୍ଷର ହେଇଥିବୁ ସମସ୍ତେ | ଆମ ଗାଁରେ ଲାଇନ ନଥାଏ | ରାତି ହେଲେ ଆମେ ସବୁ ଏକାଠି ହେଇ ଆମ ଘର ସାମନା ମଣ୍ଡପରେ ବସି ଲଣ୍ଠନ ଲଗେଇ ପଢୁ | ଆମ ଘରଟି ଗାଁର ପୁରା ଗୋଟେ ମୁଣ୍ଡରେ | ଆମ ଘର ସାମ୍ନାରୁ ନଈ ଆଡକୁ ରାସ୍ତା | ସେ ନଈକୁ ଯିବା ରାସ୍ତା ଦୁଇ  ପାଖରେ ଚାଳଘର ସବୁ ଧାଡି ଧାଡି ହେଇ ଥାଏ |  ଘରର ଛାଇରେ ନଈକୁ ଯିବା ରାସ୍ତା ତା ପୁରା ଅନ୍ଧାରିଆ ହେଇଥାଏ | ପୁର୍ଣ୍ଣମୀରେ ବି ନଈକୁ ଯିବା ରାସ୍ତାରେ ଲଣ୍ଠନ ଧରି ସମସ୍ତେ ଯିବା ଆସିବା କରନ୍ତି  | ତା ସାଙ୍ଗକୁ ସବୁ ଚାଳଘରକୁ ଲାଗି ବାଡିରେ ତାଳ ଗଛ | ସେଦିନ ଆମେ ବସି ପଣକିଆ ମୁଖସ୍ଥ କରୁଥାଉ | ଜଗନ, ରାଧୁଆ, ବିପିନ ମୋ ଆଡକୁ ମୁହଁ କରି ବସିଥାନ୍ତି | ମୁଁ ସିଧା ସେ ନଈ ରାସ୍ତାକୁ ମୁହଁ କରି ବସିଥାଏ | ସମସ୍ତେ ପଣକିଆ ବୋଲିବାରେ ମସଗୁଲ | ହଠାତ ମୋ ଆଖି ପଡିଗଲା , ସେ ନଈ ରାସ୍ତା ଆଡେ ...ଛାଇଛାଇଆ ଜହ୍ନ ଆଲୁଅ ଥାଏ .... ସେଥିରେ ଦେଖିଲି ......ବିରାଟ ଡେଙ୍ଗା ହେଇ କିଏ ଗୋଟେ ଠିଆ ହେଇଛି ସେଠି | ଏତେ ଡେଙ୍ଗା ଯେ , ତାର ଦୁଇ ହାତ ଦୁଇ ପଟରେ ଥିବା ଚାଳଘର ଉପରେ ଅଛି | ମୁଣ୍ଡଟି ବହୁତ ବଡ ...ଠିକ ତାଳ ଗଛର ପତ୍ର ପରିକା | ମୁଁ ତ ତାକୁ ଚାହିଁ ଚାହିଁ ପଣକିଆ ଭୁଲ କରି ବୋଲିବାରେ ଲାଗିଲି | ଏ ତିନିଟା ତ କିଛି ଜାଣି ପାରୁ ନଥାନ୍ତି , କାରଣ ସେମାନେ ସେ ପଟକୁ ପଛ କରି ବସିଛନ୍ତି | ମୋ ମୁହଁକୁ ଚାହିଁ ଖାଲି ପଚାରୁଥାନ୍ତି , କଣ କିବେ ନନ୍ଦୁ , କଣ ହେଲା ? ଆରେ କହ .....

ମୋର ସେତିକିବେଳକୁ ଅସମ୍ଭାଳ ........ ମୁଁ ଗୋଟାପଣ ଝାଳରେ ଗାଧେଇ ସାରିଲିଣି | ଶେଷରେ ମୁଁ.....ହାଉଳି ଖାଇ କହିଲି ,

“ଆବେ ! ଦେଖନି .... ସେ ନଈ ରାସ୍ତାରେ କିଏ ? “...... ଏତିକି କହି ମୁଁ ଦଉଡିକି ଘରଭିତରକୁ ପଳେଇଲି | ସେ ତିନିଟା .....ଖାଲି କହୁଥାନ୍ତି .....” କାହିଁ ? କୌଠି ? କିଏ ବେ ?”.......ତାଙ୍କୁ କିଛି ଦିଶୁନଥିଲା .....

ତା ପରଦିନଠୁ ମୋତେ ଚାରିଦିନ ଜର ହେଲା ..... ଆଉ .....

        “ବଡବାପା , ଚାଲ ,,,,, ବାପା ଡାକୁଛନ୍ତି ,”  ହଠାତ କାହା ଡାକ ଶୁଣି ନନ୍ଦୁ ମଉସା ପଛକୁ ଦେଖିଲେ | ତାଙ୍କ ଝିଆରୀ ଆସିଥିଲା ତାଙ୍କୁ ଡାକିବା ପାଇଁ | ସେଇ ଉଠି ଘରକୁ ଗଲେ | ମୁଁ କବାଟ ବନ୍ଦ କରି ଶୋଇବାକୁ ଗଲି |

           ବିଛଣାରେ ଗଡିପଡିଲି ସିନା , ନିଦ ଆସୁନଥିଲା | ପାଖରେ ମ୍ୟାଗାଜିନଟେ ପଡିଥିଲା , ତାକୁ ନେଇ ପୃଷ୍ଠା ଲେଉଟେଇଲି .....କହନ୍ତି ନିଦ ନ ଆସିଲେ ,କିଛି ପଢାପଢି କଲେ ଶୀଘ୍ର ନିଦ ମାଡିଆସେ | ଏମିତି ଏମିତି ଦେଖୁ ଦେଖୁ ଗୋଟେ ପୃଷ୍ଠାରେ ମୋ ଆଖି ଲଟକି ରହିଗଲା | ସେଠି ଲେଖା ଯାଇଥିଲା “ ଚୁପ ......ଦେଖ କିଏ ଆସୁଚି !”  

                              ମୁଁ ପଢିବାକୁ ଲାଗିଲି ,

               ଦୁଇଜଣ ପଡୋଶୀ ଥିଲେ , କିନ୍ତୁ ସେମାନଙ୍କ ଭିତରେ ଜମା ଭଲ ପଡେନି | ସବୁବେଳେ କଳି ଝଗଡା | କେବେ ଛୁଆଙ୍କ କଥାକୁ ନେଇ ,ତ କେବେ ନାଳିରେ ପାଣିକୁ ନେଇ | ଏମିତି କି ଦିନେ ଦିନେ ଠେଙ୍ଗାବାଡି ବି ଧରି ବାହାରି ପଡନ୍ତି | ଖରାପ ଅଭ୍ୟାସ ବି ଥାଏ , ମଦ ଗଞ୍ଜେଇ ସବୁ ଚାଲେ | ଦିନେ ଏତେ ଜୋରରେ ଗଣ୍ଡଗୋଳ ହେଲା ଯେ ଜଣେ ଆର ଜଣଙ୍କୁ ଠେଙ୍ଗାରେ ପାହାରେ ଦେଲା | ବାସ୍ କଥା ସରିଲା | ସେଇଠି ରକ୍ତ ଜୁଡୁବୁଡୁ ହେଇ ଜଣେ ଆରପାରିକୁ ଟିକଟ କାଟିଲା | କିନ୍ତୁ ରାଗ ଏତେ ଥାଏ ଯେ , ସେଇ ମଲା ବେଳେ ବି କହିଥାଏ ....”ରହ.........ତତେ ....ବି .........ଦେଖି ଦେବି ...........”

“ହଁ .....ଯା....ଯା ....ନିଜେ ମରୁଛୁ ....ମୋତେ କଣ ଦେଖିବୁ ....ବେ ?”

ସେ ଯାହା ହଉ , ପୋଲିସ ଆସି ପିଟିଥିବା ଲୋକଟାକୁ ବାନ୍ଧିନେଲା | କେସ ଚାଲିଲା | କୋର୍ଟ୍ କଚେରୀରେ ମିଛ ସତ କହି ସେ ଲୋକ ଖସି ଆସିଲା | ସମସ୍ତେ କିଛିଦିନ ପରେ ସବୁ ଭୁଲିଗଲେ | ଏଭିତରେ ଦୁଇ ବର୍ଷେ ବି ପୁରିଯାଇଥିଲା |

ମାରିଥିବା ଲୋକଟି ଆଉ କାହାକୁ ମାନୁ ନଥାଏ | ସବୁ ହାଟ ବଜାରରେ ଦାଦାବଟି ବି ଆଦାୟ କରିବାକୁ ଲାଗିଲା | ଦିନରାତି ମଦ ,ଜୁଆରେ ବୁଡିରହିଲା |

ସେଦିନ ଥାଏ କାଳୀପୂଜା ଅମାବାସ୍ୟା  | ପାଖ ଗାଁରେ ମେଳା ପଡିଥାଏ | ସେ ଲୋକଟି ଯାତ୍ରା ବୁଲି ଯାଇଥାଏ | ବୁଲୁବୁଲୁ ...ବହୁତ ରାତି ହେଇଗଲା | ଯାତ୍ରାରେ ଆଉ ତାକୁ ଭଲ ଲାଗିଲାନି | ଘରକୁ ଫେରିବାକୁ ଚାହିଁଲା | ସେଠୁ ଫେରିଲା ବେଳକୁ ଏ ଲୋକଟା ଯାତ୍ରାର ଶେଷ ମୁଣ୍ଡରେ ଗୋଟେ ବାଦାମ ଦୋକାନ ପାଖରୁ କିଛି ବାଦାମ କିଣିକି ,ଖାଇ ଖାଇ ଘରକୁ ଯିବ ବୋଲି ଚିନ୍ତା କଲା | ଯାତ୍ରାର ଶେଷ ମୁଣ୍ଡରେ ଯେଉଁ ବାଦାମ ଦୋକାନ ସେଠି ଗୋଟେ ଲୋକ କମ୍ବଳ ଘୋଡିହେଇ ବସି ବାଦାମ ବିକୁଥାଏ | ଗୋଟେ ବି ଗ୍ରାହକ ନଥାନ୍ତି | ରାସ୍ତାଟା ବି ଶୁନଶାନ | ସମସ୍ତେ ତ ଯାତ୍ରାରେ ଭିଡ କରିଥାନ୍ତି |ଏଆଡେ ଆସିବ କିଏ ? ଏ ଲୋକଟା ଯାଇ ସେ ବାଦାମ ଦୋକାନୀକୁ ବାଦାମ ଦବାକୁ କହିଲା | ପୁରା କମ୍ବଳଟା ଘୋଡିହେଇଥାଏ ସେ ବାଦାମ ଦୋକାନୀ | ମୁହଁ ଦେହ କିଛି ଦିଶୁନଥାଏ | ପାଖରେ ଛୋଟ ଡିବିରିଟେ ଜଳୁଥାଏ | ଅମାବାସ୍ୟା ରାତି | ପୁରା କିଟି କିଟି ଅନ୍ଧାର | ଏ ଲୋକଟା କହିଲା,

“ହେୟ ! ବାଦାମ ଦେଲୁ ୧୦ ଟଙ୍କାର !”

ଦୋକାନୀ ସେମିତି ସେଇ କମ୍ବଳ ଭିତରୁ କହିଲା ....” ହୁଁ !”

ପଲିଥିନରେ ପୁଡିଆ କରି ସେ ୧୦ ଟଙ୍କିଆ ବାଦାମ ଭାଗ ରଖିଥାଏ |

ଏ ଲୋକଟା ନିଜେ ବାଛି କି ଭଲ ପୁଡିଆଟେ ଆଣିଲା |

ପଇସା ଦେବାକୁ ପକେଟରୁ ୧୦ ଟଙ୍କିଆଟେ କାଢି ବାଦାମ ଦୋକାନକୁ ବଢେଇଲା , ଆଉ କହିଲା , “ନେ !”

ଦୋକାନୀ ସେମିତି ସେଇ କମ୍ବଳ ଭିତରୁ କହିଲା ....” ହୁଁ !”

“ନଉନୁ .... ହୁଁ , ହୁଁ  କଣ ହଉଛୁ ?  ନେ  !”

ଏତିକିବେଳେ ବାଦାମ ଦୋକାନୀ କମ୍ବଳ ଭିତରୁ ତାର ହାତଟା କାଢି ପଇସା ରଖିବା ଜାଗାକୁ ଦେଖେଇଦେଲା ....

ସେ ଦୋକାନୀର ହାତକୁ ଦେଖି ଏଲୋକ ଟାର ଆଖି ଖୋସି ହେଇଗଲା |

ସେ ହାତଟାରେ ପାପୁଲି ନଥିଲା .....ଥିଲା ଘୋଡା ଟାପୁ !

“ଇଲୋ ...ବୋପାଲୋ !......”  ରଡି ଛାଡି ଉଠି ପଡି ଧାଇଁଲା ଲୋକଟା | କୁଆଡେ ଯିବ କିଛି ଜାଣିପାରିଲାନି | କେତେବାଟ ଏମିତି ଦୌଡୁ ଦୌଡୁ ପୁରା ନିର୍ଜନ ରାସ୍ତାକୁ କେତେବେଳେ ଚାଲିଆସିଛି ସେ ଜାଣିନି | ସେଠି ଗୋଟେ ପଥର ଉପରେ ଘଡିଏ ବସିଲା | ଏଆଡେ ସିଆଡେ ଚାହିଁଲା | କେହି କୁଆଡେ ନାହାନ୍ତି | କେମିତି ଘରକୁ ଯିବ | ଏମିତି ଭାବୁଛି , ଦେଖିଲା ଦୂରରୁ ଗୋଟେ ଶଗଡ ଗାଡିଟେ ଆସୁଛି | ଅପେକ୍ଷା କଲା | ପାଖକୁ ଆସିଲାରୁ ସେ ଶଗଡିଆକୁ କହିଲା , “ଭାଇ ମୋତେ ଟିକେ ନେଇଯିବ ?”

“ଆସ !”

“ଯାହା ହେଉ ଭାଇ ତୁମେ ଆସିଲା ପରେ ମୋର ପିଣ୍ଡରେ ପ୍ରାଣ ପସିଲା  !”

“କାଇଁ ? କଣ ହେଲାକି ?”

“କୁହନି କୁହନି ଭାଇ , ମୋ ଜୀବନରେ ଏମିତି ହାତ କାହାର ମୁଁ ଦେଖିନି , !”

“କୌ ହାତ ?”

“ସେ ଯାଉ ବାଦାମ ଦୋକାନୀ କମ୍ବଳ ଘୋଡିହେଇ ବସିନି , ତା’ ର...............ଅଧା ମଣିଷ ଅଧା ଘୋଡା ଟାପୁ , ମୋ ବୌଲୋ ! ସେଟା ମଣିଷ ନା ଭୂତ ?”

ଶଗଡିଆ ହସିଲା ,

ଆଉ କହିଲା , “ଓହୋ ! ଏଇ କଥା ? ଏଇ ଭଳିଆ ହାତ  ତ ?”

ଏତିକି କହି ସେ ତା ହାତ ତା ଚାଦର ଭିତରୁ ବାହାର କରି ଦେଖେଇଲା ,

ଆରେ ! ଏ କଣ ? ଏ ବି ସେମିତି ,,,,,, ଅଧା ମଣିଷ ଅଧା ଘୋଡା ଟାପୁ  !

ସେଇଠି ସେ ଲୋକଟା ରକ୍ତ ବାନ୍ତିକରି ମରିଗଲା | ଶଗଡିଆ ହସି ହସି କହୁଥିଲା , ମୋତେ ମାରିଥିଲୁ ....ନାଁ | ଅନ୍ଧାରରେ ମିଳେଇଗଲା ସେ |

                   

   


Rate this content
Log in

Similar oriya story from Horror