Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆତ୍ମୀୟ
ଆତ୍ମୀୟ
★★★★★

© Amiya Bej

Inspirational Abstract Others

3 Minutes   14.8K    17


Content Ranking

{୧}

ଦେହ , ମନପରି ନୁହଁ । ଅଲଗା । ଅସୁସ୍ଥ ହେଲେ ଆତ୍ମୀୟ ମାନେ ଭାରି ଲୋଡାପଡନ୍ତି ।

{୨}

ଖଈ ଫୁଟୁଥିଲା ଦେହରେ । ଶହେ ଉପରକୁ ଥିବ ନିଶ୍ଚେ । ମୋର ଏଇ ଅନ୍ଧାରୁଆ ଛୋଟିଆ ଭଡାଘରେ , ଚାରିପାଖର କାନ୍ଥମାନେ , ନ' ୱାଟ୍ ର ଏଲିଡି ବଲ୍ ଦୁଇଟା , ମସିହା ସିଲିଂ ପଙ୍ଖା ଆଦି ଆତ୍ମୀୟ ବନି ଆଶ୍ୱାସନା ଦେଉଥାନ୍ତି -

- ଛାନିଆ ହେ'ନା ! ଭାଇରାଲ୍ ଫିବର୍ ! ଦି'ଦିନରେ ରେ କମିଯିବ !

ମୁଁ ମୁରୁକି ହସି ବଟିକା ଗିଳିଦିଏ । ସଜୀବ �ନିର୍ଜୀବ ଭିତରେ ସମାନତା ହେଲା , ଦୁହେଁଯାକ ଉତ୍ତର ଫେରାନ୍ତି । କାନ୍ଥରୁ ଚୂନ ଝଡ଼ି , ପଙ୍ଖା ତା' ପୁରୁଣା ବିୟରିଂ ରୁ ଆବାଜ୍ ବାହାର କରି , ଅବା ଏଲିଡି ବଲ୍ ଧପଧପ ହୋଇ, ଉତ୍ତର ଫେରାନ୍ତି !

ଏକାନ୍ତରେ ମଣିଷ ଏଇପରି ପରିବେଶ ଟେ ନ'ତିଆରି ପାରିଲେ , ନିଃସଙ୍ଗତା ଗ୍ରାସିନିଏ । ଜୀବନ ସଢିଯାଏ ଧିରେଧିରେ । ଆତ୍ମୀୟତା ଆଉ କଣ କି ? ଭଲମ�ନ୍ଦରେ ଯାହା ନିଘା ରଖିଥାଏ ସବୁବେଳେ ତ଼ ।

{୩}

ମୋ' ସାମ୍ନାରେ ସପରିବାରେ ରୁହନ୍ତି ପଡୋଶୀ । ଘର ଗୋଟେ । ଭଡା ବ୍ୟବସାୟ ପାଇଁ ଅଧାଅଧା କରାଯାଇ ଦୁଇ ଜଣଙ୍କୁ ଦିଆଯାଇଛି ।

ଭାରି ନିଷ୍ଠୁର ପରିବାରଟେ । କେଜାଣି କାହିଁକି ମୁଁ ରହିଲାଦିନଠୁଁ ଅସହିଷ୍ଠୁ ମୋ'ପ୍ରତି । ଅବଶ୍ୟ ମୁଁ ଅଗୁଣର ନୁହଁ । କିନ୍ତୁ ମୋ' ଜାତି ବ୍ୟାଚେଲର୍ । ଯୁଗେଯୁଗେ ବ୍ୟାଚେଲର୍ ମାନଙ୍କୁ ମାରଣା ଷଣ୍ଢ ରୂପେ ଘୃଣା କରାଯାଇଛି । ସେଇତକ ଦୋଷ ମୋର ।

ଯୋଗକୁ ଥରେ ଗୋଟେ ଖାଲି ସିଗାରେଟ୍ ପ୍ୟାକେଟ୍ ମୋ' ଗୋଡ ବାଜି , କବାଟ ଫାଙ୍କ ଦେଇ , ତାଙ୍କ ଦୁଆରକୁ ଚାଲିଯାଇଥିଲା । ବଡ ପାଟିଟାଏ କରି ମହିଳା ଜଣକ ରଡି ଛାଡ଼ିଲେ -

- ପଇସା ଲୋଭରେ , ଏ' ବ୍ୟାଚେଲର୍ ଙ୍କୁ ଭଡା ଦେଲେ ଏଇମିତି ତ ହେବ । କେତେବେଳେ ମଦ ଗଞ୍ଜେଇ ତ କେତେବେଳେ ଦାଣ୍ଡନାରୀ ..।

ବାଧିଲା ମୋତେ । ଚରିତ୍ରଟାକୁ ଏଯାଏଁ ଧୋଇମାଜି ଚକମକ କରିରଖିଥିଲି । ଅବଶ୍ୟ ଅଭ୍ୟାସ କିଛି ବିଗିଡି ଯାଇଥିଲା । ତେବେ ଟିକେ କଥାକୁ ନେଇ ଏତେ ଅପମାନ ?

କଳି କରିବାକୁ ସଜବାଜ ହେଲାବେଳେ , ପାଟିଶୁଣି ଘର ମାଲିକ ଧାଇଁ ଆସିଲେ । ମଧ୍ୟସ୍ଥ ସାଜି ସମାଧାନ କଲା ପରେ , ଯିବାବେଳେ ଭିତରକୁ ଆସି ଚୁପ୍ କି କହିଗଲେ -

- ଘରେ ବଢ଼ିଲା ଝିଅ ଥିଲେ , ମା' ମାନେ ପ୍ରଥମେ ନିଜ ପଡୋଶୀ କୁ ସନ୍ଦେହ କରନ୍ତି । ମଣିଷ ତା' ନିକଟତମ ଲୋକକୁ ପହିଲି ଶତ୍ରୁ ମନେକରେ। ଟିକେ ଜଗିରଖି ଚଳନ୍ତୁ ।

ସେଇଦିନୁ ଜାଣିଲି ଯେ ମୋ' ପଡୋଶୀ ଙ୍କ ସ୍କୁଲ୍ ଗୋଇଂ ଝିଅଟି , ବଢିଲା ବୋଲି । ଆଗରୁ ତାକୁ ମୁଁ ମୋ ସାନ ଭଉଣୀ ରୀନା ପରି ଟିକିଲି ଟେ ମନେକରୁଥିଲି !

ତେବେ ଆମେ ପରସ୍ପରକୁ ଏବେଠୁଁ ଶତ୍ରୁ ମନେକରୁଥିଲୁ । ମହିଳା ଜଣକ ଦେଖେଇ ଶିଖେଇ ବେଳେବେଳେ କହିବା ଆରମ୍ଭ ବି କରିଦେଲେ ଯେ ' ମୋ' ମୁହଁ କୁଆଡ଼େ ଭାରି ଅଶୁଭ ' ମୁଁ ବି ସେମାନଙ୍କୁ ଗୋଟେ କାଳ ବୋଲି ମନେକରୁଥିଲି ।

{୪}

ଏ ଦୁଃଖ ବେଳରେ ମୁଁ ମା' କୁ ଖୋଜେ । ମୋ' ଦେହ କଥା ଶୁଣି ଖୁବ୍ ବ୍ୟସ୍ତ ହେଲା ସେ । କଣ ବି କରିପାରିବ ? ଘରଦ୍ୱାର ଛାଡ଼ି ଏଠାକୁ ତ ଆସିବା ଅସମ୍ଭବ । ଓଷଧ, ଆଣ୍ଟିବାୟୋଟିକ୍ , ଗରମ ପାଣି , ଉଷୁମ୍ କ୍ଷୀର ଆଦିର ପରାମର୍ଶ ଦେଇ ମା' କହିଲା -

- ଟିକେ କମିଗଲେ , ନହେଲେ ଛୁଟିନେଇ ଚାଲିଆ । ଭଲ ହେଲାପରେ ଯାଇ କାମକୁ ଫେରିବୁ । ଏକାଏକା କେଡେ କଷ୍ଟ ପାଉଛି ମୋ ଧନ । ଆଉନୁହେଁ , ଏଇ ଫଗୁଣ ରେ କାମ ସାରିବି ତୋଓର ।

ମା - ମାଆ । ଆଉଁସି ଦେଲାପରି ଲାଗିଲା ମାଆର ଏଇତକ କଥା । ଗୋଡମୁଣ୍ଡ ବିନ୍ଧା କିଛିସମୟ ପାଇଁ ଅଟକି ଗଲା ଯେମିତି ।

{୫}

କବାଟ ଟା'କୁ କିଏଗୋଟେ ଲଗାତାର ବାଡେଇ ଚାଲୁଥିଲା । କାହାର କି ସମସ୍ୟା କେଜା�ଣି ? ଖଟରୁ ଉଠି ଖୋଲିବାକୁ ବଳ ବା ଇଚ୍ଛା ନଥିଲା ମୋର । ସେ କିନ୍ତୁ ବାଡ଼େଇ ଚାଲିଥିଲା । 

ଶଃ! ଅଗତ୍ୟା ବିରକ୍ତିରେ ଯାଇ ଖୋଲିଲି ।

- କ'ଣ ହେଲା ? କୁହନ୍ତୁ ?

- କଣ ହେଇଛି ?

- କିଛିନାହିଁ ।

- ଦି'ଦିନ ହେଲାଣି ଦୁଆର କାଇଁ ଫିଟୁନି �?

- କିଛିନାହିଁ ।

- କଣ କିଛିନାହିଁ ? ଦେହ ଠିକ୍ ଅଛି ତ ?

- ହଁଅଁଅଁ । ଟିକେ ଜ୍ୱର ।

- ଆଁଆଁ । ଦେଖେଁଏ !

- ନାଇଁ ! ଛୁଅନ୍ତୁନି । ମୁଁ ଶତ୍ରୁ । ମୋ ମୁହଁ ଅଶୁଭ ।

- ଚୋପ୍ ! ମୁଁ ମା' !!!!!!

ପଡୋଶୀ ଅନାତ୍ମୀୟ ଙ୍କ ତାଗିଦାରେ ମୁଁ ଚୁପ୍ ବି ହୋଇଗଲି । ତାପରେ ମୋ ଅନ୍ଧାରୁଆ ଭଡାଘରେ ବହୁକିଛି ଘଟିଯାଇଥିଲା । 

ପରଦିନ ମୁଁ ଫିଟ୍ ହୋଇ ଅଫିସ୍ ଗଲାବେଳେ ମା' କହିଲେ -

- ଆମ ଦୁଆରେ ଆଉ ଅସନା କରିବନି କହିଦେଉଛି !!!

ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର

ଦେହ ଆତ୍ମୀୟ ଅଶୁଭ

Rate the content


Originality
Flow
Language
Cover design

Comments

Post

Some text some message..