Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପୂର୍ଣ୍ଣ ସାର(ଜିତୁ)
ପୂର୍ଣ୍ଣ ସାର(ଜିତୁ)
★★★★★

© shibaram dalai

Tragedy Inspirational

4 Minutes   505    49


Content Ranking

ଶୀତ ଦିନର କଥା , ମୁଁ ମୋର ଶଶୁର ଘରକୁ ଯିବା ବାଟରେ ଚାହା ପିଇବାକୁ ଇଛା କରି ଗୋଟେ ଦୋକାନ ଭିତରକୁ ପଶି କହିଲି ଗୋଟେ ଚାହା ଦେବ ?ଦୋକାନୀ ଜଣେ ବୃଦ୍ଧକୁ ଇସାରା ଦେଲେ, ବୃଦ୍ଧ ଜଣଙ୍କ ଚାହା ଆଣି ମୋତେ ବଢ଼ାଇବା ମାତ୍ରେ ମୁଁ କହିଲି ସାର ଆପଣ ? ପ୍ରଥମେ ପାଦଧୂଳି ନେଲି, ଆଉ ପଚାରିଲା ସାର ଆପଣ ଏଠି ଚାହା ...? ଜାଣି ପାରିଲିନି ଆପଣଙ୍କୁ ,ବୃଦ୍ଧ ଜଣଙ୍କ କହିଲେ । ସାର ମୋତେ ଆପଣ ଆପଣ କଣ କହୁଛନ୍ତି ?ମୁଁ ଆପଣଙ୍କ ଶଙ୍କର । ନାଇଁ ବାବୁ ମୁଁ କୋଉ ଶଙ୍କରକୁ ଜାଣିନି କି ମୁଁ କୋଉ ସାର ନୁହେଁ । ମୁଁ ତ ଏ ଗାଁର ଜିତୁ,ହଁ ହଁ ଏ ଗାଁର ଜିତୁଆ । ସେତେବେଳକୁ ଦୋକାନୀ - ଏ ବୁଢ଼ା ସେଠି ଗପିବୁ ନା ତୋର କାମ କରିବୁ । ହଁ ଯାଉଛି ବାବୁ କହି ବୃଦ୍ଧ ଜଣଙ୍କ ଭିତରକୁ ଚାଲିଗଲେ । ମୋର ମନ କିନ୍ତୁ ସେ ବୃଦ୍ଧ ପାଖରେ ରହିଗଲା ।ପ୍ରକୃତ ସତ୍ୟ ଜାଣିବା ପାଇଁ ମୋ ମନ ବ୍ୟାକୁଳ ହେଲା । ମନ ମୋର ବାରମ୍ବାର ପ୍ରଶ୍ନ କରୁଥାଏ, କଣ ଏ ମୋର ଛୋଟ ବେଳର ସାର ନୁହନ୍ତି ? ଏ କଣ ଗାନ୍ଧୀ ବିଦ୍ୟାପୀଠର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାର ନୁହନ୍ତି ? ଯାହାର ହାତ ସ୍ପର୍ଶରେ ଗଦା ଗଦା ଛାତ୍ର ଛାତ୍ରୀ ଉଚ୍ଚଶିକ୍ଷିତ ହେଇଥାନ୍ତି । ଯାହାର ପଦେ ଅଧେ ଗାଳିରେ ଜୀବନର ସଠିକ ରାସ୍ତା ବାଛିହୁଏ ,କେତେକେତେ ଅସଜଡା ଛାତ୍ରଛାତ୍ରୀ ତାଙ୍କରି ସ୍ନେହ ଭରା ପଦିଏ କଥାରେ ସଜାଡି ହେଇଯାଆନ୍ତି ,ଏମିତି ଅନେକ କଥା ଭାବୁ ଭାବୁ କେତେବେଳେ ଶଶୁର ଘର ସାମ୍ନା ରେ ପହଁଚି ସାରିଥିଲି ମୁଁ ।

...

ସେଦିନ ରାତ୍ରି ଭୋଜନରେ ମୋର ମନ ଲାଗିଲାନି । ମନ ଯାଇ ପୂର୍ଣ୍ଣ ସାରଙ୍କ ପାଖରେ । ରାତ୍ରିର ନିର୍ଜନତା ବଢ଼ି ବଢ଼ି ଚାଲିଥାଏ ।ମୋର ମନରେ ସେତିକି ସେତିକି ପ୍ରଶ୍ନ ଉଙ୍କି ମାରୁଥାଏ,ତାପରେ ଚଢେଇ ମାନଙ୍କ କୋଳାହଳ ଶବ୍ଦ ।ମୁଁ ସକାଳର ନିତ୍ୟକର୍ମ ସାରି ବାହାରିଲି ନିଜ ଗାଁକୁ । ମନ କିନ୍ତୁ ସେହି ଦୋକାନର ବୃଦ୍ଧ ଲୋକ ପାଖରେ । ମୋର ଇଚ୍ଛା ନ ଥିଲେ ବି ସେ ଦୋକାନ ପାଖରେ ପହଞ୍ଚି ଚାହାଟିଏ ମାଗିଲି ।ପୁଣି ସେହି ବୃଦ୍ଧ ଚାହାଟିଏ ଧରି ପହଁଚିଲା । ପାଦଧୂଳି ନେଲି । ବୃଦ୍ଧ ଲୋକଟି କହିଲା ବାବୁ ମୋତେ କାହିଁକି ନମସ୍କାର କରୁଛ ମୁଁ ଆପଣଙ୍କ ପୂର୍ଣ୍ଣ ସାର ନୁହେଁ । ଶଙ୍କର କହିଲା ମୁଁ ତ ଆପଣଙ୍କୁ ପୂର୍ଣ୍ଣ ସାର ବୋଲି କହିନି,ହେଲେ ଆପଣଙ୍କ ଭାଷା ଆପଣଙ୍କ ବ୍ୟବହାର ମୋ ମନକୁ ବାରମ୍ବାର ଆଘାତ କରୁଛି ।ଆଉ ମୋ ମନ କହୁଛି ଆପଣ ହିଁ ମୋ ପିଲାଦିନର ସାର । ଆଉ ମୁଁ ଯଦି ଆପଣଙ୍କ ପୁଅ ସମ୍ବିତ କିମ୍ବା ରାହୁଲ ହେଇଥାନ୍ତି ତେବେ କଣ ନିଜର ପରିଚୟ ଲୁଚାଇଥାନ୍ତେ । ପୁଅର ନାଁ ଶୁଣି କ୍ରୋଧରେ ଫାଟିପଡିଲେ ପୂର୍ଣ୍ଣ ସାର ।କ୍ରୋଧରେ ଚିତ୍କାର କରି କହିଲେ ବନ୍ଦ କର ସେ କୂଳାଙ୍ଗାରମାନଙ୍କ କଥା ,ଏ ହେଉଛି ମିଛ ମାୟାର ସଂସାର ଏଠି କେହି ନୁହେଁ କାହାର ।ଏବେ ନିସଚିତ ହେଲି ଏ ହେଉଛନ୍ତି ମୋ ପୂର୍ଣ୍ଣ ସାର ବୋଲି । ପ୍ରଥମେ ଅମଙ୍ଗ ପରେ ବହୁତ କଷ୍ଟରେ ରାଜି କରେଇ ଏବଂ ଦୋକାନିକୁ କହି ମୋ ସାଥିରେ ମୋ ସାରଙ୍କୁ ଘରକୁ ନେଇ ଆସିଲି ।ମୋ ସ୍ତ୍ରୀ ସାରଙ୍କୁ ଦେଖି ବହୁତ ଖୁସି ହେଲା, କାରଣ ଘରେ ଯାହା ଅଭାବ ଥିଲା ତାହା ପୂରଣ ହେବାକୁ ଯାଉଥିଲା ।ମୁଁ ଯେଉଁ ଦୁଇ ଅକ୍ଷର ପାଠ ପଢ଼ିଥିଲି ତାହା ବି ଏଇ ସାରଙ୍କ ପାଇଁ, ଏବେ ଯେଉଁ ଦୁଇ ପଇସା ରୋଜଗାର କରୁଛି ତାହା ମଧ୍ୟ ଏହି ପୂର୍ଣ୍ଣ ସାରଙ୍କ  ପାଇଁ ।

...

ମୁଁ ଜନ୍ମ ହେବାର କିଛି ଦିନ ପରେ ମୋ ବୋଉ ମୋତେ ଛାଡି ଚାଲିଗଲା , ଆଉ ଅଷ୍ଟମରେ ପଢିବା ସମୟରେ ବାପା ବି ଚାଲିଗଲେ ।ମୁଁ ହେଇଗଲି ଏକା ।ସେହିଠାରେ ମୋ ପାଠରେ ଡୋରି ବାନ୍ଧି ଦେଲି ।ଏହି ସାର ମୋ ଗାଁ ରେ ଭଡା ନେଇ ପରିବାର ସହ ରହୁଥିଲେ ।ପରିବାର କହିଲେ ସାର ତାଙ୍କ ପତ୍ନୀ, ଦୁଇ ପୁଅ ଏବଂ ଗୋଟେ ଝିଅ ।ପୁଅ ଝିଅ ସମସ୍ତେ ପାଠରେ ଥିଲେ ପ୍ରବୀଣ । ଠିକ ବାପାଙ୍କର ମୃତ୍ୟୁ ବର୍ଷ ହିଁ ପୂର୍ଣ୍ଣ ସାରଙ୍କ ବଦଳି ହେଇଗଲା । ଯିବା ସମୟରେ ସେ ଯେଉଁ ୫୦୦ ଟଙ୍କା ଦେଇଥିଲେ ସେଥିରେ ମୁଁ ମୋର ଜୀଵନ ଆରମ୍ଭ କଲି । ପ୍ରଥମେ ଆଇସକ୍ରିମ ବିକ୍ରି କଲି ସ୍କୁଲ ଗେଟ ସାମ୍ନାରେ ।ପରେ ସେହି ଆଇସକ୍ରିମ ବିକାରୁ ପଇସା ସଞ୍ଚିତ କରି କରି ଏବେ ଆଇସକ୍ରିମ ଫାକ୍ଟ୍ରି । ଖୁବ ଭଲରେ ଅଛି ମୁଁ ।ଏବେ ମୋ ପୁଅ ପାଇଁ ସାଥିଟିଏ ମିଳିଗଲା ।ପୂର୍ଣ୍ଣ ସାରଙ୍କୁ ପାଇ ମୋ ବାପାଙ୍କୁ ପାଇଗଲା ଭଳି ଲାଗୁଥିଲା ମୋତେ ।

...

ସେଦିନ ରାତିରେ ଖୁବ ଆନନ୍ଦରେ ରୋଷେଇ ବାସକରି ଖାଇ ଖୁସି ଗପରେ ମାତି ଗଲୁ । ମୁଁ କିନ୍ତୁ ଜାଣିବାକୁ ଚାଁହୁଥିଲି ସାରଙ୍କ ଜୀବନି ବିଷୟରେ । କଥାରେ କଥାରେ ପଚାରି ଦେଲି, କିନ୍ତୁ ସାରଙ୍କ ମନରେ ଦୁଃଖ ଆସିଗଲା ସତ କିନ୍ତୁ କୋହଭରା କଣ୍ଠରେ କହିବାକୁ ଲାଗିଲେ ନିଜ ଜୀବନର ନିଛକ କାହାଣୀ ।

ଏଠୁ ଗଲାପରେ ମୁଁ ଆମ ଗାଁ ସ୍କୁଲରେ ଶିକ୍ଷକତା କରିବା ସହିତ ପୁଅ ଝିଅକୁ ଯତ୍ନର ସହ ପାଠ ପଢେଇଲି । ବଡ ପୁଅ ଦିଲ୍ଲୀରେ ଡାକ୍ତର , ସାନ ପୁଅ ହାଇଦ୍ରାବାଦରେ ଇଂଜିନିୟର ଆଉ ଝିଅ ଗୋଟେ ସ୍କୁଲରେ ଶିକ୍ଷକତା କଲା ପରେ ମୋର ରିଟାର୍ଡମେଣ୍ଟ ହେଇଗଲା । ରିଟାର୍ଡମେଣ୍ଟ ପରେ ଯାହା ମିଳିଲା ତାକୁ ମୋ ଝିଅର ବାହାଘର ଧୁମଧାମରେ କଲି ।ସେବେଠୁ ମୁଁ ନିଜକୁ ହାଲୁକା ହାଲୁକା ଅନୁଭବ କଲି, ଆଉ ଚିନ୍ତା କଲି ଆମେ ଦୁହେଁ ବୁଢ଼ାବୁଢ଼ୀ ବିଶ୍ରାମ କରିବାର ସମୟ ଆସିଗଲା । ମୋ ପତ୍ନୀ କଥାରେ ମୁଁ ମୋର ପେନସନ ତକ ଗୋଟେ ଅନାଥାଶ୍ରମକୁ ଦେବାପାଇଁ ଲେଖିଦେଲି । କିଛି ଦିନ ବଡ଼ ଆନନ୍ଦରେ କଟିଚାଲିଲା । ସମୟ ବଡ଼ ବିଚିତ୍ର ,ମଣିଷ ଯାହା ଚାହେଁ ତାହା ପାଏନାହିଁ । ବଡ ପୁଅ ଘରେ ନିଜ ଇଚ୍ଛାରେ ବାହା ହୋଇଗଲା, ସାନ ପୁଅ ବି ତହିଁ ଅଧିକା ସେ ବି ନିଜ ଇଚ୍ଛାରେ ଗୋଟେ ଖ୍ରୀଷ୍ଟିଆନ ଝିଅକୁ ବାହା ହେଇଗଲା । ଗାଁ ଲୋକେ ମୋତେ ଟାହିଟାପରା କଲେ ।ଦେଖରେ ଗଦା ଗଦା ପିଲାଙ୍କୁ ଯିଏ ଭଲ ରାସ୍ତାରେ ବାଟ ଚଳାଏ ତା ପିଲା କେତେ ଶୃଙ୍ଖଳା ରେ ବଢ଼େଇଛି ,ଏମିତି ଅନେକ କିଛି । ମୋ ପତ୍ନୀ ଗାଁ ଲୋକଙ୍କ ଟାହିଟାପରା ଶୁଣି ଶୁଣି ଚିନ୍ତାରେ ଚିନ୍ତାରେ ଆର ପାରିକୁ ଚାଲିଗଲା । ମାଆର ମୃତ୍ୟୁର ଖବର ପାଇ ପୁଅଝିଅ ମାନେ ପହଁଚିଲେ ୭ ଦିନ ପରେ । ଶୁଦ୍ଧି କିରିଆ ସରି ଗଲାପରେ ଗାଁ ଜମି ଘରଦ୍ବାରକୁ ବିକ୍ରୀ ପାଇଁ ମୋତେ ପ୍ରସ୍ତାବ ଦେଲେ । ଶେଷରେ ସବୁ ବିକ୍ରୀ କରାଗଲା । ନିଜ ନିଜ ଭିତରେ ସବୁ ଟଙ୍କାକୁ ବାଣ୍ଟିନେଲେ । ନିଜ ଭିତରେ ଏପରି ଭାଗବାଣ୍ଟ କଲେ ଯେ ମୋ ରହିବା, ଖାଇବା ସବୁ ଭୁଲିଗଲେ । ଶେଷରେ ନିଜ ନିଜ ରାସ୍ତା ଦେଇ ଚାଲିଗଲେ ।ଏସବୁ ବଖାଣିଲା ବେଳକୁ ସତେଅବା ଆଗ୍ନେୟଗିରିର ଲାଭା ତରଳିଲା ପରି ପୂର୍ଣ୍ଣ ସାରଙ୍କ ଅଶ୍ରୁ ନିଗିଡି ଚାଲିଥିଲା । ମୁଁ କିନ୍ତୁ ସାଉଁଟି ଚାଲିଥିଲି ଅଶ୍ରୁ ଗୁଡିକୁ ନିଜର କରିବା ପାଇଁ ।

ଶୀତ ଦୋକାନ ଶଙ୍କର

Rate the content


Originality
Flow
Language
Cover design

Comments

Post

Some text some message..