Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranjita Das

Action Tragedy Others

4.7  

Ranjita Das

Action Tragedy Others

ବାହୁନା ଗୀତ

ବାହୁନା ଗୀତ

1 min
596


ହାଃ ହାଃ ହାଃ!

ମୁଁ ପ୍ରଥମେ ହସିବା ପଛରେ କାରଣ ମଧ୍ୟ ଅଛି , ବିନା କାରଣରେ ହସିଲେ ଲୋକେ ପାଗଳ ବୋଲି କହିବେ ପା ।

ମୁଁ ଏଇ 'ବାହୁନା ଗୀତ' ଉପରେ ପଦିଏ କିଛି ଲେଖିଦେବାକୁ ଚାହେଁ । ଆଜିକାଲିର ଡିଜିଟାଲ ଯୁଗରେ ବାହୁନା ଗୀତ ବୋଲି କ'ଣ, କେତେ ଜଣ ଜାଣିଛନ୍ତି ?

ବୋଧହୁଏ ହାତଗଣତି କାଁ ଭାଁ କିଛି ଲୋକ ।

କାରଣ ଆଜିକାଲି ଏ ଡିଜିଟାଲ ଯୁଗରେ କିଏ ବା ଆଉ ବାହୁନା ଗୀତ ପ୍ରତି ଧ୍ୟାନ ଦେଉଛି । ଯୁଗ ଥିଲା ଝିଅ ବାପଘରୁ ବିଦା ହେଲା ସମୟରେ ନିଜ ବାପ- ଭାଇଙ୍କ କାନ୍ଧରେ ମୁଣ୍ଡ ରଖି ବାହୁନି ବାହୁନି କାନ୍ଦି ବିଦା ହେଇଥାଏ, ଗାଁ , ସାହି -ପଡିଶା ମାଇପେ , ଲୋକବାକ ସବୁ ରୁଣ୍ଡ ହେଇଯାନ୍ତି କେବଳ ଏହି ବାହୁନା ଗୀତକୁ ଶୁଣିବାକୁ । ଝିଅର କାନ୍ଦଣାରେ ଗାଁ ଉଠୁଥିଲା ଆଉ ପଡୁଥିଲା , ସେଥିରେ ପୁଣି ଝିଅର ମା' ଆଉ ଗୋସମା ସମସ୍ତେ ଏଇ ବାହୁନି ବାହୁନି ନିଜ ବାହା ହେଲା ଝିଅକୁ ତୁନି କରୁଥିଲେ ।


କିନ୍ତୁ ଆଜିକାଲି ବିଦା ହେଇ ଗଲା ବେଳକୁ ଆଖିରୁ ଟିକେ ବୁନ୍ଦା ବି ଝରୁନି , ଲୁହର ଝରଣା ଝରିବା ତ ଅଲଗା କଥା । କାରଣ ବଦଳୁଥିବା ଜୀବନର ଢାଞ୍ଚା ସହ ଆମେ ତାଳ ଦେଇ ଆଗେଇଚାଲିଛୁ, କିଛି ପୁରୁଣା ଢାଞ୍ଚା ତ ନିଶ୍ଚୟ ରହିଛି କିନ୍ତୁ କିଛି ଢାଞ୍ଚା କେବଳ କାଗଜ କଲମରେ ହିଁ ରହିଯାଇଛି , ସେ ପ୍ରତି କାହାର ନିଘା ନାହିଁ ।

ହଁ ସେ ବି ସତ ବିଜ୍ଞାନର କ୍ଷିପ୍ର ଗତିରେ କିଏ ବା କାହିଁକି ପଛକୁ ଅନେଇବ । ଆଧୁନିକତାର ଛାପରେ ସମସ୍ତେ ନିଜକୁ ରଙ୍ଗେଇ ଚାଲିଛନ୍ତି, ଏବଂ ସେଇ ଆଳରେ କିଛି ପୁରୁଣା ପରମ୍ପରା ଆଉ ନୀତିକୁ ଏ ମଣିଷ ଭୁଲି ଭୁଲି ଯାଉଛି ।


Rate this content
Log in

Similar oriya story from Action