Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବାଧ୍ୟତାର ପରିଣତି
ଅବାଧ୍ୟତାର ପରିଣତି
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Others

3 Minutes   7.5K    17


Content Ranking

ଆନିତା ପଣ୍ଡା

୧୮୬୬ ନିର୍ମମ ନଅଙ୍କ ଦୁର୍ଭିକ୍ଷ ପରେ ୧୮୬୯ ମସିହାରେ ଜାନୁଆରୀ ମାସ ରେଭେନ୍ସା କଲେଜର ଜନ୍ମ, ଏହି କଲେଜର ଏଷ୍ଟାବ୍ଲିସମେଣ୍ଟ ପାଇଁ ସେତେବେଳର ଓଡିଶା କମିଶନ୍ ର ଶ୍ରୀ ଥୋମାସ୍ ଏଓୱାର୍ଡ ରେଭେନ୍ସା ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ମେରୀ ସୁସନଦା ସାଇମଣ୍ଡ ରେଭେନ୍ସାଙ୍କର ଦାନ ଅତୁଳନୀୟ । ପ୍ରାରମ୍ଭରେ ଏହି କଲେଜ ଜିଲ୍ଲା ସ୍କୁଲ ସଙ୍ଗେ ଥିଲା ଏବଂ ଏହିପରି ଚାଲୁଥିବା ପରେ ୧୮୭୫ ମସିହା ଜାନୁଆରୀ ମାସରେ କମିଶନର ରେଭେନ୍ସା ଏହାକୁ ସଂପୂର୍ଣ୍ଣ ଅଲଗା ରୂପେ ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କଲେ । ବେଙ୍ଗଲ ଗଭରମେଣ୍ଟ ଏହି ଦାବୀ ଗ୍ରହଣ କରି ପ୍ରପୋଜାଲ୍ ଦେଇଥିଲେ ଯେ ଏହା କରିବା ପୂର୍ବରୁ ପବ୍ଲିକ ଜନଷ୍ଟିଟୁ୍ୟସନ ଦ୍ୱାରା ତିରିଶ ହଜାର ଟଙ୍କା ଜମା ହେବ । ଏଇ ପ୍ରସ୍ତାବଟିକୁ ଆନନ୍ଦରେ ଗ୍ରହଣ କରି ରେଭେନ୍ସା ସାହେବ କଲିକତାର ବହୁ ସରକାରୀ ଅଫିସରଙ୍କ ସାହାଯ୍ୟରେ ଆଗକୁ ବଢିଥିଲେ । ତାଙ୍କର ଅଦ୍ୟମ ପ୍ରଚେଷ୍ଟା ଏବଂ ପରେ ପରେ ମୟୁରଭଞ୍ଜ ରାଜାଙ୍କର ସାହାଯ୍ୟରେ ୧୮୭୬ମସିହାରେ ଏହା ଏକ ସ୍ୱତନ୍ତ୍ର ସରକାରୀ ଡିଗ୍ରୀ କଲେଜ(କଟକ କଲେଜ) ନାମରେ ପରିଚିତ ହେଲା । ଏବଂ ଏହା କଲିକତା ବିଶ୍ୱବିଦ୍ୟାଳୟ ସହ ସଂପୃକ୍ତ ରହିଲା । ଶ୍ରୀ ସାମୁଏଲ ଏହାର ପ୍ରଥମ ପ୍ରିନ୍ସିପାଲ ଥିଲେ । ସେତେବେଳେ ଛାତ୍ର ସଂଖ୍ୟା ୧୯ ଥିଲା । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଭଞ୍ଜ ଦେଓଙ୍କ ଦ୍ୱାରା କୋଡିଏ ହଜାର ଟଙ୍କା ଦାନରେ ଏହି କଲେଜ ଉତ୍ତମ ରୂପେ ଚାଲୁ ହୋଇ ୧୮୭୮ମସିହାରେ ଏହା ରେଭେନ୍ସା କଲେଜ ନାମରେ ପରିଚିତ ହେଲା । ୧୮୮୧ ମସିହାରେ ଏହାକୁ ସ୍ଥାୟୀ ଷ୍ଟାଟସ୍ ପ୍ରାପ୍ତ ହେଲା । ଚଳିତ ବର୍ଷ ଏଠାରେ ଇଣ୍ଡିଆନ ସାଇନ୍ସ କଂଗ୍ରସ ଆସୋସିଏସନ୍ ର ୪୯ତମ ବାର୍ଷିକ ଉତ୍ସବ ପାଳନ ହେବ ବୋଲି ସ୍ଥିର କରାଯାଇଛି ।

ମତେ ଚୁପ୍ ରହିବା ଦେଖି ବାପା କହିଲେ ଆଉ ଶୈଳବାଳା କଲେଜ? ଶୈଳବାଳା ଉଇମେନ୍ସ କଲେଜ ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନଙ୍କର ପୋଷ୍ୟା କନ୍ୟା ଶୈଳବାଳା ଦାସଙ୍କର ଦାନ ଅତୁଳନୀୟ । ୧୯୧୨ ମସିହାରେ ଶ୍ରୀମତୀ ଶୈଳବାଳାଙ୍କ ଉପରେ ମହିଳା ଓଡଶୀ ଗଉ ମାନଙ୍କ ଶିକ୍ଷା ପ୍ରଗତି କାର୍ଯ୍ୟ ନ୍ୟସ୍ତ କରିଥିଲେ । ଶ୍ରୀମତୀ ଦାସ୍ ଏବଂ ଶ୍ରୀମତୀ- ପ୍ରତିନିଧି ଭାବେ ରାଞ୍ଚି ମିଟିଙ୍ଗ୍ ରେ ଯୋଗଦାନ ଦୋଇଥିଲେ । ସେହି ମିଟିଙ୍ଗ୍ ରେ ଓଡିଶାରେ ମହିଳା ମାନଙ୍କ ପାଇଁ ଏକ କଲେଜ ଖୋଲିବାର ପ୍ରତିଶ୍ରୃତି ମିଳିଥିଲା । ୧୯୧୭ମସିହାରେ ଏହା କଟକର ଚଉଧୁରୀ ବଜାରକୁ ସିଫ୍ଟ ହୋଇଥିଲା । ୧୯୪୬ରେ ଏହା ମହିଳା ମାନଙ୍କ ପାଇଁ ଡିଗ୍ରୀ କଲେଜ ରୂପେ ପରିଚିତ ହୋଇଥିଲେ ମଧ୍ୟ ସ୍ୱତନ୍ତ୍ର ବିଲଡିନ ଥିବା ହେତୁ ଏହାର ନାମ ସ୍କୁଲରେ ହେଉଥିଲା ଏହି ଅସୁବିଧାକୁ ଅନୁଭବ କରି ଶ୍ରୀମତୀ ଶୈଳବାଳା ଦାସ ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାସଙ୍କର ଆବାସଟିକୁ କଲେଜ ପାଇଁ ଦାନ କରିଥିଲେ । ଯାହା ଆଜି ଶୈଳବାଳା ଉଇମେନସ୍ କଲେଜ ରୂପେ ପରିଚିତ ।

କିଛି ନ କହି ବାପା ମୋ ମୁହଁକୁ ଚାହିଁଲେ । ହୁଏତ ନିଜର ପ୍ରତିଶୃତି ଭଙ୍ଗ ନ କରିବା ପାଇଁ ଚାହୁଁଥିଲେ ।

କିନ୍ତୁ ମୋ ମନରେ ପ୍ରକୃତ ସନ୍ତୁଳନଟିକୁ ମୁଁ ପ୍ରତ୍ୟକ୍ଷରେ ପ୍ରକାଶ ନକରିପାରି “ଅବାଧ୍ୟତାର ଶେଷ ପରିଣତି” କ’ଣ ହୋଇପାରେ ବୋଲି ଚିନ୍ତା କରୁଥିଲି । ମୋର ଆଡମିଶନ୍ ଶୈଳବାଳା ଉଇମେନସ୍ କଲେଜରେ ହେଲା । ସବୁ ସାଥୀମାନେ ପ୍ରଥମ କରି କଲେଜ ଜୀବନ ପାଇଁ ଉଚ୍ଚାଟିତ ହୋଉଥିଲେ । ମାତ୍ର ମୁଁ ଏତେଟା ଖୁସି ହୋଇପାରୁ ନଥିଲି । ତାହାର କାରଣ ହେଲା, କଟକ ସହର । ମୁଁ ଖୁବ୍ ସାହାସୀ ହେଲେ ମଧ୍ୟ ମନଟା ଟିକିଏ ଊଣା ହୋଇ ଯାଉଥିଲା । ନିଜ ମନକୁ ସାସ୍ତ୍ୱନା ଦେଉଥିଲି, ପୁରୀରେ ତ ପୁଣି ବର୍ଷରୁ ଅଧିକ ବିତାଇ ଆସିଛି । କିଏ ଯେମିତି ଛାତି ଭିତରୁ କହି ଉଠୁଥିଲା “ହେଲେ କଟକୀ!”

ମନ ହେଲେ କ୍ଲାସ୍, ନହେଲେ ନାହିଁ ମ୍ୟାଟିନ୍ ସୋ ସିନେମା । ଭିନ୍ନ ଭିନ୍ନ ପ୍ରକାର ଫ୍ୟାସନ । ମୁଁ ଅଣ ନିଶ୍ୱାସୀ ହୋଇ ପଡୁଥିଲି । ସମସ୍ତଙ୍କର ଥଟ୍ଟାର ପାତ୍ରୀ । ମୋର ମୁଣ୍ଡ ବାଳ ଖୁବ୍ ଘନ ମାତ୍ର ଅସାଧାରଣ ଭାବେ କୁଞ୍ଚୁକୁଞ୍ଚିଆ, କେହି କେହି ମତେ ସାଇ ବାବା ବୋଲି ଡାକିବା ଆରମ୍ଭ କରି ଔଦେଉଥିଲେ । ମୁଁ ହଷ୍ଟେଲରେ ଥିଲି । ଫାଷ୍ଟ ଇୟର ଝିଅମାନଙ୍କୁ ଡରମିଟୋରୀରେ ଯେଉଁଠି ଛତିଶ ଜଣ ଝିଅ ରହନ୍ତି,ପ୍ରଥମେ ରହିବାକୁ ହୁଏ ।

ମୋ ଅଜାଣତରେ ଚାଲିଲା ବେଳେ ତଳକୁ ମୁହଁ କରି ଚାଲେ ବୋଲି ଅନ୍ୟମାନଙ୍କ ଅଭିଯୋଗ ତାଛଡା ଯେତେ ଚଉଡା ରାସ୍ତା ଥିଲେ ବି ମୁଁ ଏକଦମ୍ ବାଁ କଡ ସାଇଡ୍ ରେ ଚାଲେ । ତେଣୁ କେତେଜଣ ସରିସୃପ ବୋଲି ମଧ୍ୟ ଡାକୁଥିଲେ । ଆଉ କେତେଜଣ ପରିହାସ କରି କହୁଥିଲେ ଏଇଟା ପବ୍ଲିକ୍ ରୋଡ୍ ନୁହେଁ । ଏସବୁ ବ୍ୟବହାରରେ ମୁଁ ମୋର ଦୁଇଟା ଯାକ ସ୍କୁଲକୁ ମିସ୍ କରୁଥିଲି । ଡେ ସ୍କୋଲାର୍ ପିଲାମାନେ ହଷ୍ଟେଲ ପିଲାମାନଙ୍କ ଠାରୁ ବହୁ ଗୁଣରେ ସ୍ମାଟ୍ । କାହିଁକି ନା ହଷ୍ଟେଲ୍ ଝିଅମାନେ ପ୍ରାୟତଃ ଗାଁରୁ ଆଉ ଗୋଟିଏ କଥାର ପ୍ରଥଳ ଥିଲା, ସାଇନ୍ସ ଝିଅମାନେ ଆର୍ଟସ ଝିଅମାନଙ୍କ ସଙ୍ଗେ ବନ୍ଧୁତା କରିବା ଯେମିତି ନୀତି ବିରୁଦ୍ଧ । ମୋର ଦୁଇଜଣ ଆର୍ଟସ ଷ୍ଟୁଡେଣ୍ଟ ଖୁବ୍ ଅନ୍ତରଙ୍ଗ ଥିଲେ । ତେଣୁ ମତେ ଆଉ ଗୋଟିଏ ଉପାଧି ମଧ୍ୟ ମିଳିଥିଲା ସେ ହେଲା “ଇନଫିରୀୟରିଟି କମ୍ପ୍ଲେକ୍ସ ” । ବେଳେ ବେଳେ ବହୁ ମନକଷ୍ଟ ହେଲା ନିଜକୁ ସାନ୍ତ୍ୱାନା ଦେଉଥିଲି । କମ୍‌ସେ କମ୍ ଭିନ୍ନ ଭିନ୍ନ ପଦବୀ ମିଳୁଛି ତ । ପୁଣି କେବେ ମନକୁ ଆସୁଥିଲା ଏଇ କ’ଣ ଅବାଧ୍ୟତାର ଫଳାଫଳ !

ଶୈଳବାଳା କଲେଜ ଅବାଧ୍ୟତା “ଇନଫିରୀୟରିଟି କମ୍ପ୍ଲେକ୍ସ

Rate the content


Originality
Flow
Language
Cover design

Comments

Post

Some text some message..