Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

0  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ସ୍ତ୍ରୀ କାହାର ?

ସ୍ତ୍ରୀ କାହାର ?

2 mins
444


ଶ୍ରୀମତୀ ସୁଜାତା ସିହ୍ନା

ଗୋଟିଏ ଗାଁରେ ଦୁଇଜଣ ବନ୍ଧୁ ରହୁଥିଲେ l ପରସ୍ପର ମଧ୍ୟରେ ଖୁବ୍ ବନ୍ଧୁତା ଥିଲା l ଜଣେ ଧନୀ ବ୍ୟକ୍ତି ଅନ୍ୟ ଜଣେ କବି l ସମୟ କ୍ରମେ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗିଲା l

ଦିନେ ଦୁଇଜଣ ଲୋକ ଆସି ଆକବରଙ୍କ ଦରବାରରେ ପହଞ୍ଚିଲେ l ସେମାନେ ପରସ୍ପର ଭିତରେ ଝଗଡ଼ା କରୁଥିଲେ l ଆକବର ସେମାନଙ୍କୁ ନିଜ ନିଜର ଅଭିଯୋଗ ଶୁଣାଇବା ପାଇଁ କହିଲା l ପ୍ରଥମ ଅଭିଯୋଗ କାରୀ ଜଣେ ଧନୀ ବ୍ୟକ୍ତି ଥିଲେ l ସେ କହିଲେ ଜହାଁପନା ! ମୋ ସ୍ତ୍ରୀକୁ ଏ ଲୋକ କହୁଛି ମୋର l

ଦ୍ଵିତୀୟ ଅଭିଯୋଗ କାରୀ କହିଲେ- ଆଜ୍ଞା ! ମୁଁ ଜଣେ କବି l କୌଣସି ଏକ କାମରେ ମୁଁ ଦୁଇ ମାସ ହେବ ରାଜ୍ୟ ବାହାରକୁ ଯାଇଥିଲି l ଘରେ ଆସି ଦେଖେ ତ ମୋ ସ୍ତ୍ରୀ ନାହିଁ l ବହୁତ ଖୋଜା ଖୋଜି ପରେ ଜାଣିବାକୁ ପାଇଲି ଏ ଧନୀଲୋକ ଘରେ ମୋ ସ୍ତ୍ରୀ ରହିଛି l ଆଉ ମୁ ଯେତେଚେଷ୍ଟା କାଲେ ବି ସେ ମୋ ସ୍ତ୍ରୀ ସହିତ ଦେଖା କରିବାକୁ ଦେଉନାହିଁ l ଆପଣ ଏହାର ବିଚାର କରି ମତେ ମୋର ସ୍ତ୍ରୀକୁ ତାଙ୍କ ପାଖରୁ ଫେରାଇ ଆଣନ୍ତୁ l ଏହା ଶୁଣି ଧନୀ ବ୍ୟକ୍ତି କହିଲେ ଜହାଁପନା ! ଏହାଙ୍କ ସ୍ତ୍ରୀ କ’ଣ କଣ୍ଢେଇ ହୋଇଛି ଯେ ମୁଁ ତାକୁ ଲୁଚାଇ ରଖିଛି l ସେ ମୋ ସ୍ତ୍ରୀକୁ କହୁଛି ତାର ବୋଲି l ଆପଣ ଏହାର ବିଚାର କରନ୍ତୁ l

ଏହା ଶୁଣି ବାଦଶାହ ଆକବର ବଡ଼ ଚିନ୍ତାରେ ପଡ଼ିଲେ l ସେ ଉକ୍ତ ସ୍ତ୍ରୀ ଲୋକଟିକୁ ଡାକି ଯେତେ ପଚାରିଲେ ମଧ୍ୟ ସେ କିଛି ନ କହି ଚୁପ୍ ଚାପ୍ ରହିଲା l ଆକବରଙ୍କ ବୁଦ୍ଧି ଆଉ କିଛି କାମ ଦେଲା ନାହିଁ l ସେ ବୀରବଲଙ୍କୁ ଡାକି ସମସ୍ତ କଥା ଜଣାଇଲା l ବୀରବଲ ଏହା ଶୁଣି କହିଲେ- ଜହାଁପନା ! ମୁଁ ଏହାର ସମାଧାନ ଅତି ଶୀଘ୍ର କରି ଦେଉଛି ଯେ ପ୍ରକୃତରେ ଏ ସ୍ତ୍ରୀ କାହାର ?

ପ୍ରଥମେ ବୀରବଲ ଏକ ଟଙ୍କା ବିଡ଼ା ଆଣି ସେ ସ୍ତ୍ରୀ ଲୋକଟିକୁ ଦେଲେ ଗଣିବା ପାଇଁ l ସ୍ତ୍ରୀ ଲୋକଟି ଟଙ୍କା ବିଡ଼ାକୁ ଧରି ଗନୁଥିବା ବେଳେ ତା ହାତରୁ ଟଙ୍କା ସବୁ ପଡ଼ିଯାଉଥାଏ l ସେ ଟଙ୍କାକୁ ତଳୁ ଉଠାଇ ପୁଣି ଠାରେ ଗନୁଥାଏ l ଏହିପରି ସେ ବହୁତ କଷ୍ଟରେ ଟଙ୍କାସବୁକୁ ଗଣି କହିଦେଲା ମାତ୍ର ତା’ର ଗଣନା ଭୁଲ୍ ଥିଲା l

ଏଥର ବୀରବଲ ଏକ କଲମ ଓ କାଳିଡୁଆତ ମଗାଇଲେ l ସ୍ତ୍ରୀ ଲୋକଟିକୁ କହିଲେ - ଏ ଖାଲି କଲମରେ କାଳି ଭର୍ତ୍ତି କର l ସ୍ତ୍ରୀ ଲୋକଟି ସାଙ୍ଗେ ସାଙ୍ଗେ କଲମକୁ ଖୋଲି କାଳି ଦୂଆତରୁ କାଳି ଢକ ଢକ କରି ପୁରାଇ ଦେଲା l ଏକ ଠୋପା ବି ତଳେ ପଡ଼ିଲା ନାହିଁ l ଏହା ଦେଖି ବୀରବଲ କହିଲେ – ଜହାଁପନା l ଏ ସ୍ତ୍ରୀଲୋକଟି ପ୍ରକୃତରେ କବୀର ସ୍ତ୍ରୀ ଅଟେ l ବାଦଶାହ ଆଶ୍ଚର୍ଯ୍ୟ ହୋଇ ପଚାରିଲେ – ବୀରବଲ ତୁମେ କିପରି ଜାଣିଲ l

ବୀରବଲ କହିଲ – ହଜୁର l ଏ ସ୍ତ୍ରୀ ଲୋକଟି ଯଦି ଧନୀର ସ୍ତ୍ରୀ ହୋଇ ଥାଆନ୍ତା ତେବେ ଟଙ୍କା ବିଡା ଗଣୁଥିବା ସମୟରେ ଟଙ୍କା ସବୁ ତା’ ହାତରୁ ଖସୁ ନଥାନ୍ତା l ଏ କିନ୍ତୁ କବୀର ସ୍ତ୍ରୀ କାରଣ ସେ ତାର ସ୍ଵାମୀକୁ ସବୁଦିନ ଲେଖିଲା ବେଳେ କଲମରେ କାଳି ପୁରାଇ ବାରେ ଅଭ୍ୟସ୍ତ ଥିଲା l ତେଣୁ ତା’ ହାତରୁ ଗୋଟେ ଠୋପା ବି କାଳି ତଳେ ପଡ଼ିଲା ନାହିଁ l ଏହା ଶୁଣି ଧନୀବ୍ୟକ୍ତି ନିରବ ରହିଲା ଏବଂ କବି ତା’ର ସ୍ତ୍ରୀକୁ ନେଇ ଘରକୁ ଫେରିଲା l


Rate this content
Log in

Similar oriya story from Children