Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Inspirational

3  

Amiya Bej

Inspirational

ଚୋକଲେଟ୍

ଚୋକଲେଟ୍

3 mins
7.3K


- ଜାଣିରଖ ! ଚକୋଲେଟ୍ କେବଳ ଏକ ଖାଦ୍ୟ ନୁହେଁ । ଏକ ଭଲପାଇବା ।

ମୋ' ପାଟିରେ ଗୋଟେ ବାଇଟ୍ ଦେଉଦେଉ ଏତକ କହିଲା 'ସୁଗଂଧା' । ସତକହିବାକୁ ଗଲେ , ମୋ ରୁଚିର ବାହାରେ ଚକୋଲେଟ୍ । କିନ୍ତୁ ଭଲପାଇବାକୁ ଆପଣାଇନେବାପରି ଭଲମଣିଷଟେ ନିଶ୍ଚୟ ମୁଁ । ଠିକ୍ ପରବର୍ତ୍ତୀ ବାଇଟ୍ ଟିକୁ ସେ କାମୁଡି ସାରି , ପୁଣିଥରେ ଗେଞ୍ଜିଦେଲା ମୋ' ମୁହଁରେ । ଭରିଗଲା ମିଠାପଣ । ଭଲପାଇବାର ଏଇ ବାଇଟ୍ ତକ ଅସରନ୍ତି ହୁଅନ୍ତାନି ସତେ । ଅଥଚ ପଚିଶ୍ ଟଙ୍କାର କାଡବୋରିଜ୍ ଟେ କେତେବା ତିଷ୍ଠିବ ଦୁଇଜଣଙ୍କ ମଝିରେ !!

ସରିଗଲା ! ମୁହଁ ଓଠରେ ଥିବା ବଳକାତକକୁ ବି ଆମେ ପରସ୍ପର ହୋଇ ସାହାଯ୍ୟ କରିନେଲୁ । ଅତଏବ , ଆମରିଭିତରେ ଏକ ଗାଢ ବନ୍ଧୁତା, ପ୍ରେମ ଆଡକୁ ରୁପାନ୍ତରିତ ହୋଇସାରିଥିଲା ।

ଗଭୀର ଅନୁଧ୍ୟାନ କଲାରୁ ଜାଣିହେଲା , ଚକୋଲେଟ୍ ଟିଏ ଛୋଟପିଲାଙ୍କର ଆଗ୍ରହ ହୋଇପାରେ , କିନ୍ତୁ ବଡମାନଙ୍କର ଏକ ଆବଶ୍ୟକତା !!!

ଏଇ ମିଠାପଣ ଯେବେ ଗାଢଥିଲା , ସେ ମୋତେ ଭରସାକରି , ତା' ଘଟଣା ଦୁର୍ଘଟଣା ସବୁଙ୍କୁ ମୋ' ଆଗରେ ଖୋଲିମେଲି ଦେଉଥିଲା ।

- ଜାଣ ! ଜଣକର ସମସ୍ୟାକୁ ଦୁଇଜଣ ଭାଗ କରିନେଲେ , ସମସ୍ୟା ଦୁର୍ବଳ ହୋଇଯାଏ । ନିଜର ଅସ୍ତିତ୍ଵ ହରାଏ ।

- ହଁଅଁ , ସେଇଟା ତ ହେଉଛି ପ୍ରେମରେ ସହଭାଗିତା ।

★★★

ଦିନେ ଖୁବ୍ ବଡିସକାଳୁ , ସୁଗଂଧା ବ୍ୟସ୍ତ ହୋଇ ଫୋନ୍ କଲା -

- ଜାଣିଛ ! ଖୁବ୍ ବଡ ଅସୁବିଧାଟାଏରେ ମୁଁ କିଛିଦିନରୁ ।

- ଏମିତି କଣଯେ ମୋତେ କହିନ ?

- ଭାବୁଥିଲି ସମ୍ଭାଳିନେବି ।

- ଓଃ! କିନ୍ତୁ ଏବେ ?

- ବୁଦ୍ଧିଟାଏ ଦିଅ । ସାହାଯ୍ୟ କରମୋତେ । କେମିତି ଏଥିରୁ ବାହାରିବି ?

- କୁହତ ଆଗ । ସମସ୍ୟାକୁ ଭାଗକରିନେଲେ , ସମସ୍ୟା ଦୁର୍ବଳ ହୋଇଯାଏ ପରା ?

- ହଁ ! ଠିକ୍ ।

- କୁହ ତେବେ ।

- ମୋ'ର ସେ ଯେଉଁ ପୂର୍ବତନ !

- ହଁଅଁଅଁ

- ଯା'କୁ ମୁଁ ଢେର୍ ପଛରେ ଛାଡ଼ି ଆସିଲିଣି , ସେ' କିନ୍ତୁ ଏବେଯାଏଁ ବର୍ତ୍ତମାନରେ ବଞ୍ଚୁଛି !!

- ସିଧାକୁହ ।

- କୌଣସିମତେ ମୋ' ସହ ଯୋଗାଯୋଗ କରିବାକୁ ଚାହୁଁଛି । ଫୋନ୍ ନହେଲେ ମ୍ୟାସେଜ୍ ! ଓଃ! ଚିଡିଗଲିଣି !!!

- ଏଇଟାତ ଆଦୌ ସମସ୍ୟା ନୁହେଁ । ବ୍ଲକ୍ କରିଦିଅ ତାକୁ । ଆଉ ପହଞ୍ଚି ପାରିବନି ।

- କରିପାରିବିନି ।

- କାଇଁ ?

- ହାତଯିବନି । ସେପରିକିଛି ପ୍ରତିଶ୍ରୁତି ଥିଲା ।

- ପ୍ରତାରଣା ପରେ ପ୍ରତିଶ୍ରୁତିର ମୂଲ୍ୟ କ'ଣ ?

- ଅଛି ! ଚୋକଲେଟ୍ ନଥିଲେ ବି , ତା' ମିଠାପଣ ରହିଥାଏ । ମୋର ସେ ଦୀର୍ଘଦିନର ସମ୍ପର୍କରେ ସେଇ ମିଠାସ୍ ଟିକକ , ଦୂରେଇଗଲେବି ରହିଛି । ମୁଁ ତାକୁଇ ନେଇ ବଞ୍ଚିଛି ।

ମୁଁ ହସିଲି । ଚକିତ ହେଲି । ଭୟବି ପାଇଲି । କି ଭୟଙ୍କର ଏ ପ୍ରେମ ସମ୍ପର୍କ ସତେ ?? ଅଛିଣ୍ଡା ! କଟା ଖଣ୍ଡକରେ ବି ବଳିପଡେ ବହୁକିଛି !! ଚୋକଲେଟ୍ ର ଛୋଟଟିକେ ବାଇଟ୍ ପରି , ଯଥେଷ୍ଟ ହୋଇ ରହୁଥାଏ । ବିକଳ ହୋଇ କହିଲି -

- ତୁମ ଏ ସମସ୍ୟାର ସମାଧାନ ପାଇଁ , ସହଭାଗିତା ଲୋଡାନାହିଁ ସୁଗଂଧା । ଯାହାସବୁ କଷ୍ଟ , ଏକୁଟିଆ ଭୋଗିନିଅ ।

★★★

ମଝିରେ ଦିନେ ଖବରଟିଏ ଖୁବ୍ ଚର୍ଚ୍ଚା ହେବାରେ ଲାଗିଲା । କାଡବୋରିଜ୍ ପ୍ରଡକ୍ଟ୍ ରେ କେହିଜଣେ ଦୁର୍ବୁତ୍ତ ଏଚ୍ ଆଇ ଭି ସଂକ୍ରମିତ ରକ୍ତ ଗୋଳାଇଦେଇଛି !!!!

ଓଃ!! ପ୍ରେମରେ ଏଚ୍ ଆଇ ଭି ????

ମିଛ ଅସମ୍ଭବ ଲାଗୁଥିଲେବି , ଡର ଆଉ ଚୋକଲେଟ୍ ପାଖିଆ କଲାନି ଆମକୁ । ଯାହାକିଛି ପୂର୍ବ ମିଠାପଣ ନେଇ ଆମେ ସନ୍ତୁଷ୍ଟ ଥିଲୁ । ପରେ ଅବଶ୍ୟ ଚୋକଲେଟ୍ କମ୍ପାନୀ ତରଫରୁ ସ୍ୱଷ୍ଟୀକରଣ ଦେଇ , ଏହା ଏକ ଉଡା ଖବର ବୋଲି ପ୍ରଚାରିତ କରାଗଲା । ମିଛ ଅଫବା ! ତଥାପି ଡରଟା ମନ ଭିତରୁ ଉଡୁ ନଥିଲା ଆଦୌ । ଆମେ ଦୁହେଁ ପ୍ରାୟ ଚୋକଲେଟ୍ ଖାଇବା ବନ୍ଦ କରିଦେଲୁ ।

ଓଃ!! ପ୍ରେମରେ ବି ଡର କଣଗୋଟେ ????

ବେଳେବେଳେ ସମ୍ପର୍କ ଭିତରେ ଅନେକ କିଛି ବାହାରର ଉଡା ଧୂଳି ଆସି ଜମିଯାଏ । ସେ ସବୁକୁ , ତତକ୍ଷଣାତ୍ ଝାଡିଝୁଡି ନଦେଲେ , ସ୍ଥାୟୀ ହୋଇ ଚକାପାରିଦିଏ । ବୁଝିବା ବେଳକୁ ଝାଡିବା ମୁସ୍କିଲ ହୋଇପଡେ ।

ମିଛ ଅଫବା ଶାନ୍ତି ଭଙ୍ଗ କରିଦିଏ !!!!

★★★

ଅଚାନକ୍ ଦିନେ ରାତି ପାହିଲା ବେଳକୁ , ମୋ' ଚତୁଃପାର୍ଶ୍ୱରେ ସୁଗଂଧା ନଥିଲା !! ମୁଁ ଫୋନ୍ ପରେ ଫୋନ୍ କରିଚାଲିଥିଲି । ମ୍ୟାସେଜ୍ ପରେ ମ୍ୟାସେଜ୍ !

କିଛି ଉତ୍ତର ଫେରୁ ନଥିଲା । ଆଶାଟିକେ ଏଥିପାଇଁ ଜାଗିଥିଲା ସେ ମୋତେ ବ୍ଲକ୍ କରିନଥିଲା ।

ପ୍ରତିଶ୍ରୁତିର ଦାୟରେ , ନା' ଲାଖିରହିଯାଇଥିବା ଚକୋଲେଟ୍ ର ମିଠାସ୍ ରେ !!!

କେଯାଣି ?

ମୋ ଭିତରର ମୁଁ କହିଲା -

- ଧନ !! ପ୍ରେମରେ ଏତକ ବି ଭୋଗିବାକୁ ହୁଏ !!!

ଅମୀୟ ବେଜ୍ ,ଘଟଗାଁ

କେନ୍ଦୁଝର


Rate this content
Log in

Similar oriya story from Inspirational