Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

3  

Disambar Meher

Others

ହାଏ ଟଁକା ହାଏ ଟଁକା

ହାଏ ଟଁକା ହାଏ ଟଁକା

3 mins
388


ଇ ଦୁନିଆ ଜେନ୍ତା ହେଇଗଲାନା ସତ୍ ଲୋକର୍ ଲାଗି ଠାନ୍ ନାଇଁନା । ଚାରି କୁଦି ହିଁସ୍ ଅହଁକାର୍ ଦୁରନିତିନେ ଜଲୁଛେ ଆର୍ ଇ ଦୁରନିତିନେ ଖଟିଖିଆ ଗରିବ୍ ଲୋକ୍ କେତନି କେତେ ଦୁଖ୍ ପାଉଛନ । ସଁସାରେ ସବୁ ମତଲବି ହେଇଗଲେନ।ନିଜର୍ ସୁଖ୍ ଲାଗି ସଭେଁ ମୁନୁଷ୍ ପରକୁତି କେ ପାସ୍ରିଗଲେନ ।ପଏସା ଲାଗି କଲିଯୁଗର୍ ମୁନୁଷ୍ କେତେ ଛୋଟ୍ କାମ୍ କରସି ଆର୍ ତାର୍ ଆଗେ ଦୁଖିଗରିବ୍ ର ଦୁଖ୍ ନାଇଁ ଦିସେ ।

ପରକୃତି କଲେ ବନେ ଆଏନ୍ କୁରିଆ ଟେ ବନେଇକରି କନ୍ଧ ବୁଢା ଆର୍ ତାର୍ କୁଟୁମ୍ ରହୁଥିଲେନ୍ ।ଡଙ୍ଗର୍ ର୍ ଗଚ୍ ପତର୍ ଚେରେ ଚେରଗୁନ୍ ଝର୍ନା ସବୁ କନ୍ଧ ବୁଢାକେ ଜାନିଛନ୍ ।ଡଙ୍ଗରୁ ଚେରେ ମାରିକରି ଆର୍ ମହୁଲ, ଚାହାଁର୍, କେନ୍ଧୁପତର୍ ତୁଲିକରି ତାର୍ କୁଟୁମ୍ ବାଟୁମ୍ କେ ଚଲାସି ।

ପେଟର୍ ଅରନ୍ ମୁଠେ ହେବାର୍ ବାଗିର୍ ଜମିନ୍ ଖଣେ ଡଙ୍ଗର୍ ତରାନେ ଅଛେ । ହେ ଜମିନ୍ ଲାଗି କନ୍ଧବୁଢାର୍ ଭାଏ ଝମେଲା କଲା ଆର୍ କହେଲା ମକେ ସବୁ ଜମିନ୍ ଦେବୁ ନାଇଁହେଲେ ଟାଙ୍ଗିନେ ତୋର୍ ମୁଡିକେ ପଜ୍ଜିଦେମି ।ପଛେ ଜମିନ୍ ଲାଗି ତାର ଭାଏ କୁଡେ ହଜାର୍ ଟଂକା ମାଗ୍ଲା । କନ୍ଧ ବୁଢା ସୁତର୍ ଲୋକ୍ ଆଏ । ବୁଢୀର ଗହନା ପତରକେ ବନ୍ଧାକଲା ଆର୍ ତାର୍ ଭେଏକେ ପସା ଦେଲା ହେଲେ ବି ଜମିନ୍ ରେଷ୍ଟି ପତର୍ ନେ ସେ ଦସଖତ୍ ନେଇ ଦେଉଥାଇ । ସେ କହେଲା ଫେର୍ ହଜାରେ ଟଂକା ମଦ୍ ପିଆ ଦେଲେ ମୁଇଁ ଦସଖତ୍ କରମି । ବୁଢା ସେଟା ବି ଦେଲା ।

କେତେ ଦିନ ଉତାରୁ ବୁଢା ଟଙ୍ଗିଆଟେ ଆର୍ ସାଇକେଲ୍ ଧରି ଡଙ୍ଗର୍ କେ କାଟ୍ ଚୁନ୍ଦି ଗଲା । ଡଙ୍ଗର୍ ନୁ ଦୁଇ ଭାର୍ କାଟ୍ ଆନିକରି ଆସୁଥିବାର ସମିଆନେ ଫରେଷ୍ଟର୍ ବାବୁ ଗୁଟେ ବୁଢାକେ ଧର୍ଲେ । କାଟ୍ ନେବାର୍ ଲାଗି ଜେଲ୍ କେ ପଠାମି ତକେ କହେଲା ।ବୁଢା ଗରିବ ଲୋକ୍ ଇ ଡ଼ଙ୍ଗର୍ ତାର୍ ଦାନା ପାନି ।ଇନୁ ଫଲ୍ ମୁଲ୍ କାଟ୍ ପତର୍ ବିକି ଭାନ୍ଜି କରି ନିଜର୍ ପେଟ୍ ଚଲାସି । ଜହଲ୍ ହେବାର୍ କଥାସୁନିକରି ବୁଢା ସର୍ମି ଗଲା ଆର୍ ତାର ପାହାଁ ଧରି ଗୁହେର କଲା । ଫରେଷ୍ଟର ବୁଢାକେ ୫୦୦ ଟଂକା ମାଗ୍ଲା ସବୁ ଅଫିସର୍ ମାନେ ଭୁଜିଭାତ୍ କର୍ମୁ ବଲି ।ବୁଢା ଘର୍ କେ ଆସ୍ଲା । ଘର୍ କେ ଟାମଡି ଟମଡା ଦେଖ୍ଲା କେନ୍ ନେ ପଏସା ପତର୍ ଅଛେବଲି । ଘରେ ଖାଲି ୧୦୦ ଟଂକା ଥିଲା ।ଘରର୍ ୪ ଟା କଂସା ଗଡୁକେ ଗାଁର୍ ଗହଁଟିଆ ଘରକେ ବିକିନେଲା ଆର୍ ୫୦୦ ଟଂକା ପରେଷ୍ଟର୍ ବାବୁ ମାନକେ ଦେଲା ।

ହେନୁ ଘରକେ ଆସ୍ଲା ଜେ କନ୍ଧେନ୍ ବୁଢୀ ଖଟେ ସୁଇଛେ ।ଜରେ ଦିହି କଁପି ଜାଉଛେ । ବୁଢା ଗାଁର୍ ଦେ ଦେବ୍ତା କେ ଗୁହେର୍ କଲା ୪ ପହର୍ ଉଲ୍ ଗନ୍ ଦେଲା । ହେଲେ ବି ଜର୍ ଖଣେକ ନେଇ କମ୍ଲା । ଦିହି ଗୋଡ୍ ସୁକି ଜାଉଥାଏ । କନ୍ଧ ବୁଢା ଭାବ୍ଲା ବୁଢିକେ ଆର୍ ଇ ଚେରିମୁଲିନେ ଜର୍ ନିକମେନା ସହର୍ ର ହସପତାଲ୍ କେ ନେବାକେ ପଡବା । ବୁଢା ସାଇକେଲ୍ ନେ ବୁଢୀକେ ବସେଇକରି ସହର୍ ର ସରକାରି ହସପତାଲ୍ କେ ନେଲା । ଡାକ୍ତର ବାବୁ କନ୍ଧେନ୍ ବୁଢୀକେ ଦେଖ୍ଲେ ଆର୍ କହେଲା ବୁଢୀର୍ ପେଟେ ବେମାର୍ ଗୁଟେ ଅଛେ ।ଅପରେସନ୍ କରିକରି ବାହାର୍ କରବାକେ ପଡବା ।ଟଂକା ଦୁଇ ହଜାରେ ଲାଗବା ।କନ୍ଧବୁଢା କାନ୍ଦିକାନ୍ଦି କହେଲା ଡାକ୍ତର ମହାପୁରୁ ହୋ ,"ମୁଇଁ କେନ୍ ନୁ ଏତକି ପଏସା ପାଏମି" ଡୁଙ୍ଗର୍ ତଲର୍ ଲୋକ୍ ଡଙ୍ଗର୍ ନୁ କାଟ୍ ପତର୍ ବିକି ଭାନ୍ଜି ମୋର୍ ପେଟ୍ ଚଲାସି । ଆର୍ ଆମର୍ ସଁକାର୍ କହୁଥିଲା ଜେ ଇ ସରକାରି ହସପତାଲେ ତ ଦୁଖ୍ ବେମାରି ଲୋକ୍ କେ ଇଲାଜ୍ ଲାଗି ପଏସା ପତର୍ ନାଇଁ ଲାଗେ । ଡାକ୍ତର୍ ରିସ୍ମି ହେଇକରି କହେଲା ଜା ବୁଢା ଭାଗ୍ । ଦୁଇ ହଜାର୍ ଟଁକା ଦେବୁ ବେଲେ ଇତାର୍ ଆପରେସନ୍ କର୍ମୁ ନାଇଁତ୍ ନାଇଁ । ବୁଢା ବୁଢୀର୍ ମୁହୁଁକେ ଡୁଙ୍କିଦେଖ୍ଲା ବୁଢୀ ଦୁଖେ ଖୁବ୍ ତକ୍ଲିତ୍ ପଉଛେ ।ବୁଢା ହସପତାଲ୍ ପାସର୍ ଦୁକାନେ ତାର୍ ସାଇକେଲ୍ କେ ବିକି ଦେଲା ଆର୍ ପଏସା ଦୁଇ ହଜାର୍ ଆନିକରି ଡାକ୍ତର କେ ଦେଲା । ବୁଢୀର୍ ଅପରେସନ ହେଲା ,ବୁଢାବୁଢୀ ହସପତାଲ୍ ନେ ଦୁଇ ହପ୍ତା ରହେଲେ ବୁଢୀ ବନେ ହେଲାକେ ହସପତାଲ୍ ନୁ ଦୁହିଁ ଜନ୍ ଚାଲିଚାଲି ଘର୍ କେ ଆସୁଥିଲେନ୍ । କନ୍ଧେନ୍ ଆର୍ କନ୍ଧ୍ ବୁଢା ସହର୍ ରାସ୍ତାନେ ଚାଲାଚାଲି ଆସୁଥିବାର୍ ବେଲେ ବୁଢୀ ମଟର୍ ଗାଡି ଗୁଟେନେ ହାପ୍ସି ହେଲା ଆର୍ ରୁଡେ ହିଟି ପର୍ଲା । କନ୍ଧେନ୍ ବୁଢୀର୍ ମୁଡୁନ୍ କେତେନି କେତେ ରକତ୍ ବାହାର୍ଲା । ଆର୍ କନ୍ଧେନ୍ ବୁଢୀର୍ ଜୀବନ୍ ହେନ ଡିଟିଗଲା ।ସାଙ୍ଗେ ସାଙ୍ଗ ହେନ୍ ଗୁଟେ ପୁଲିସ୍ ଗାଡି ଆସ୍ଲା ବୁଢୀର୍ ମଢାକେ ହସପତାଲ୍ କେ ଧରିନେଲେ ପେଟ୍ ଫୋଡ୍ କରବାକେ ଆର୍ ବୁଢାକେ କହେଲେ ତୁଇ ହଜାରେ ଟଁକା ଆନ୍ ଆର୍ ଇ ବୁଢୀର୍ ମଢାକେ ନେବୁ । କନ୍ଧବୁଢାର୍ ହାତେ ଅନେକ୍ ନେଇଁ ,ଆର୍ ଇ ପୁଲିସ୍ ମାନେ ବି ପଏସା ନାଇଁ ଦେଲେ ମଡା ନାଇଁ ଛାଡୁ କହୁଛନ୍ । ହସପତାଲ୍ ତରାତରା ବୁଲୁଥିଲା ବେଲେ ସେ ଦେଖ୍ଲା ଜେ ଝନେ ରକତ୍ ନୁରୁଛେ ତାର୍ ପୋର୍ ଦିହିନେ ଭର୍ବାକେ । ବୁଢା ମୁଇଁ ରକତ୍ ଦେମି ବଏଲା ଆର୍ ଗଲା । ରକତ୍ ଦେଲା ଉତାରୁ ସେ ଲୋକ୍ ବୁଢାକେ ହେ ଦୁଇ ହଜାର୍ ଟଁକା ଦେଲା ଫଲ୍ ମୁଲ୍ ଖାଏବାକେ । ବୁଢା କାଏଁଟା ଫଲ୍ ମୁଲ୍ ଖାଏସି ,ହେ ପଏସାକେ ନେଲା ଆର୍ ପୁଲିସ୍ ବାବୁ ମାନ୍କେ ଦେଲା । ବୁଢୀର୍ ମଡାକେ ବୁହି କରି ଆସୁଥିବାର୍ ବାଟେ ତାର୍ ମୁଡ୍ ବି ଫେଁ କରି ମାରିନେଲା ଆର୍ ମୁରଦାର୍ ସନେ କନ୍ଧବୁଢା ବି ଭୁଇଁନେ ହିଟିପର୍ଲା । କନ୍ଧବୁଢା ଆରୁ ବୁଢୀ ଆର୍ ପୁର୍କେ ପଲାଲେ ।

ଡିସମ୍ୱର ମେହେର

ନୂଆପଡା

ମୋ-୭୮୯୪୭୮୮୧୩୫


Rate this content
Log in