Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others Drama

2  

Kamal Kumar Dash

Others Drama

ଖୋର୍ଦ୍ଧା ଗାମୁଛା

ଖୋର୍ଦ୍ଧା ଗାମୁଛା

2 mins
7.0K


ଅନେକ ଦିନ ତଳର କଥା | ମୁଁ ଭୁବନଶ୍ୱରରୁ ଖୋର୍ଦ୍ଧା ଯାଇଥିଲି କିଛି କାମରେ | ଖରା ଦିନ ଥିଲା | ସବୁ କାମ ସାରି ମୁଁ ପୋଷ୍ଟ ଅଫିସ ପାଖରେ ପହଂଚିଲି | ସେଠି ବି କିଛି କାମ ଥିଲା | ପୋଷ୍ଟ ଅଫିସ କାମ ସାରି ଭୁବନଶ୍ୱର ବାହାରୁ ଥାଏ ହେଲେ କିଛି ବସ ନଥିଲା | ବସ୍ କୁ ଅପେକ୍ଷା କରୁ କରୁ ବହୁତ ଶୋଷ ଲାଗିଲା | ଏପଟେ ସେପଟେ ଦେଖୁ ଦେଖୁ , ଆଖିରେ

ପଡିଲେ ଜଣେ ପଇଡ଼ ବିକାଳୀ | ବୟସ 60 ରୁ ଅଧିକ ହେବ ,ପୋଷ୍ଟ ଅଫିସ ପାଖ ବର ଗଛ ତଳେ ବସି ପଇଡ଼ ବିକୁଥିଲେ | ମୁଁ ତାଙ୍କ ପାଖକୁ ଯାଇ ପଚାରିଲି , ମଉସା ପଇଡ଼ କେତେ ଟଙ୍କା ନେଉଛ ? ସେ କହିଲେ ଦଶ ଟଙ୍କାରେ ପୁଅ , ପିଇବ କି ? ମୁଁ ହଁ କଲି ,ସେ ପଇଡ଼ କାଟି ମୋ ହାତରେ ଧରାଇ ଦେଲେ | ମୁଁ ପଇଡ଼ ପିଇ ସାରିଲା ପରେ , ସେ ତାକୁ କାଟି ଦି ଖଣ୍ଡ କରି ଦେଲେ ଓ ପଇଡ଼ ଖୋଳରୁ ଗୋଟେ ଚାମଚ କରି ମତେ ଧରାଇଦେଲେ | ସେ ଚାମଚରେ ମୁଁ ପଇଡ଼ର ନାଳୀ ସବୁ କାଢି ଖାଇଲି | ମୋ ମୁଁହରେ କିଛି ନାଳୀ ଲାଗିଗଲା | ମୁଁ ପକେଟ ରେ ହାତ ପୁରେଇଲି ହେଲେ ରୁମାଲ ନଥିଲା ,ଜଲଦି ଜଲଦି ଘରୁ ବାହାରିଲା ବେଳେ ରୁମାଲ ଭୁଲି ଯାଇଥିଲି | ପକେଟରୁ ଟଙ୍କା କାଢି ମଉସାଙ୍କୁ ବଢ଼ାଇଲି ,ସେ ଟଙ୍କା ନେଇ କହିଲେ , ବାବୁ ମୁହଁଟା ପୋଛି ଦିଅ , ଏତିକି କହି , ନିଜ କାନ୍ଧରେ ପଡିଥିବା ଖୋର୍ଦ୍ଧା ଗାମୁଛାକୁ ମୋତେ ବଢ଼ାଇ ଦେଲେ | ମୁଁ ତାଙ୍କ ଗାମୁଛାରେ ମୁଁହଁ ପୋଛି ତାଙ୍କୁ ଫେରାଇ ଦେଲି | ସେ ହସି ଉଠିଲେ , ତେବି ବହୁତ ଖୁସି ଲାଗିଲା ତାଙ୍କ ଆତ୍ମୀୟ ସ୍ନେହ ଦେଖି | ତାଙ୍କୁ ଧନ୍ୟବାଦ ଦେଇ ବସରେ ଚଢିଲି , ଦେଖିଲି ତାଙ୍କ ଓଠରେ ସେ ହସ ସେମିତି ଲାଖି ରହିଥିଲା |


Rate this content
Log in