Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Comedy

2  

Arun Kumar Mitra

Comedy

ପତ୍ନୀଙ୍କ ଝାଡ଼ୁ ମାଡ଼

ପତ୍ନୀଙ୍କ ଝାଡ଼ୁ ମାଡ଼

3 mins
7.1K


ସଭିଏଁ ପଞ୍ଚାଶୋର୍ଧ୍, ଚାରି ପାଞ୍ଚ ଜଣ ସାଙ୍ଗ ବସି ଏକାଠି ସୁଖ ଦୁଃଖ ହେଉଛନ୍ତି। ଅବିନାଶ ବାବୁ କହିଲେ କି ଯୁଗ ଆସିଲା ଭାଇ ପିଲା ଛୁଆ କେମିତି ମଣିଷ ହେବେ ସବୁବେଳେ ବଡ଼ ବଡ଼ ମୋବାଇଲ ଧରି ସାଙ୍ଗସାଥୀ ସହିତ ପରସ୍ପର ଚାଟ୍ କରିବାକୁ ବ୍ଯସ୍ତ। ଜଣେ କହିଲେ ଆପଣ କରୁନାହାନ୍ତି କି ? ଅବିନାଶ ବାବୁ କହିଲେ ହଁ ମୁଁ ବି କରେ।

କାହା ସହିତ ପୁରୁଷ ନା ମହିଳା ?

ଯେତେବେଳେ ଯେ ଆସିଲା।

ତାହେଲେ ପିଲା ଛୁଆର ଦୋଷ କାହିଁକି ଦେଉଛନ୍ତି।

ଜଣେ କହି ଉଠିଲେ -- ଦେଖିବ ଯେଉଁ ଦିନ ପୁରୁଷର ନାରୀର ପ୍ରତି ଆକର୍ଷଣ ନ ଥିବ, ସେଦିନ ଜାଣିବ ସେଇ ପୁରୁଷର ବଞ୍ଚିବା ହିଁ ଅର୍ଥ ହୀନ।

ଅବିନାଶ ବାବୁ ମଧ୍ୟ କମ୍ ରସିକ ନୁହନ୍ତି। ସେ ଦୁଇ ଚାରି ଟା ଫେସବୁକ୍ ଆକାଉଣ୍ଟ୍ ର ମାଲିକ। ବହୁତ ପୁଅ ପିଲା ଯେମିତି ଗୋଟିଏ ଝିଅ ଫୋଟୋ ଦେଇ ଝିଅ ନାମରେ ଆକାଉଣ୍ଟ୍ ଖୋଲି ସମସ୍ତଙ୍କୁ ଠକେଇ ଥାଏ। ଅବିନାଶ ବାବୁ ସେମିତି ଗୋଟେ ଆକାଉଣ୍ଟ୍ ରଖିଛନ୍ତି, ସୁନ୍ଦର ମହିଳା ଚିତ୍ରସହ। ମନୋରମା ମହାପାତ୍ର , ବୟସ ୩୨, କଲେଜ ଲେକଚାରାର୍, ସିଙ୍ଗେଲ୍। ବନ୍ଧୁ ତାଲିକା ପାଞ୍ଚ ହଜାର ପୁରିବାକୁ ଆଉ ସମୟ ଲାଗେ କି ? ବହୁତ କମ୍ ବୟସୀ, ମଧ୍ୟ ବୟସୀ, ବିବାହିତ ଅବିବାହିତ କେତେ ବନ୍ଧୁ। ନିଜ ସହରର ବେଶ କିଛି ନାରୀର ସଂସ୍ପର୍ଶରେ ଆସିଲେ। ଅଫିସରୁ ଫେରି ରାତି ପର୍ଯ୍ୟନ୍ତ ଚାଟିଂ। ପ୍ରେମନଈ ଟିରେ ନିତ୍ୟ ଆସେ ଜୁଆର, ରଙ୍ଗୀନ ଚିତ୍ର ଦେଖି ୩୪ ବର୍ଷୀୟା ଏକ ସୁନ୍ଦରୀ ସହିତ ପ୍ରତିଦିନ ଅଧାରାତି ଯାକ ଚାଲେ ରସାଳ ଗପ। ଧୀରେ ଧୀରେ ମୋବାଇଲ ନମ୍ବର ଦେବା ନେବାରେ ବିଳମ୍ବ ନ କରି ଉଭୟ ମଧ୍ୟରେ ଗୋପନ ବାର୍ତ୍ତାଳାପ। ପତ୍ନୀଙ୍କ ଦୃଷ୍ଟି ଅଗୋଚର ରେ ସବୁକିଛି ଠିକ ଠିକଠାକ ଚାଲିଥିଲା। ମଣିଷର ବେଳ ମଧ୍ୟ କେତେବେଳେ ଖରାପ୍ ଆସେ କେଜାଣି। ମୋବାଇଲ ରେ ପ୍ରେମିକା ସହିତ କଥା ହେଉଥିଲା, କାଲି ଶନିବାର ଅର୍ଦ୍ଧ ଦିବସ ଛୁଟି, ଆମେ ଏକାଠି ହେବା ଜୁବିଲି ପାର୍କ ଗୋଲାପ ବଗିଚାରେ ଠିକ୍ ଚାରିଟା ସମୟରେ। ପତ୍ନୀଙ୍କ କାନରେ ଗଲା ବାର୍ତ୍ତାଳାପ, ଭାଗ୍ୟ ଦୋଷରେ ଜାଣି ପାରିଲେନି ଅବିନାଶ ବାବୁ। ପତ୍ନୀ ସୁମିତ୍ରା ଦେବୀ ନୀରବ ରହି ରାତିରେ ଏକ ପରିକଳ୍ପନା କଲେ। ରେଡ୍ ହ୍ୟାଣ୍ଡ୍ ଧରିବାର ପରିକଳ୍ପନା। ଅପାରେଶନ୍ ଖୁବ୍ ଗୋପନରେ କରା ଯିବ। ଦଶମ ଶ୍ରେଣୀର ଝିଅ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ଯେମିତି ବିନ୍ଦୁବିସର୍ଘ ଜାଣି ନ ପାରେ। ସୁମିତ୍ରା ଦେବୀ ମନେ ମନେ କହୁଥାଏ ମୁଁ ବି ଓକିଲଙ୍କ ଝିଅ, ତୋ ପରକୀୟା ପ୍ରୀତିର ଇତି କାଲି ଟାଣିବି। ଦୁଇ କିଲୋମିଟର ଦୂରରେ ତାଙ୍କଠୁ ଦୁଇ ବର୍ଷ ସାନ ଶାଶୁଗୃହରେ ରହୁଥିବା ଭଉଣୀକୁ ସବୁ କଥା ଖୋଲି କହିଲେ।

ଭଉଣୀ ତୁ ଠିକ୍ ସମୟରେ ସେହି ଜାଗାକୁ ପହୁଞ୍ଚିବୁ, ଗୋପନୀୟତା ରକ୍ଷା କରିବୁ। ଏହାର ସମାପ୍ତି ନ ଘଟିଲେ ମୋ ସଂସାର ପିଲା ପିଲି ଦାଣ୍ଡର ଭିକାରୀ ହେଇ ଯିବେ। ଦେଖୁଛୁ ଦରବୁଢ଼ାର କେତେ ରସ।

ସୁମିତ୍ରା ଦେବୀଙ୍କ ଭଉଣୀ ସୁଜାତା ଶାଶୁଘରେ କାହାକୁ କିଛି ନ କହି, ଅପାର ଦେହ ଖରାପ, ଟିକେ ଦେଖି ଆସୁଛି କହି ତାଙ୍କ ପତିଦେବତାଙ୍କ ଠୁ ଅନୁମତି ନେଇ ପୂର୍ବରୁ ଘରୁ ବାହାରିଲେ।

ଦୁଇ ଭଉଣୀ ପୂର୍ବନିର୍ଦ୍ଧାରିତ ସମୟ ଓ ଯଥାସ୍ଥାନରେ ହାଜର। ମେଘୁଆ ଆକାଶ, ବର୍ଷାର ଦେଖା ନାହିଁ, ଶାନ୍ତ ଶୀତଳ ଜନପ୍ରାଣୀ ଶୂନ୍ୟ ପରିବେଶ। ଦୁଇ ଭଉଣୀ ହସ୍ତରେ ଦୁଇଟି ନଡ଼ିଆ ଝାଡ଼ୁ। ସୁମିତ୍ରା ଦେବୀ କହିଲେ ମୁଁ ସଫା କରିବି ମୋ ପରମାରାଧ୍ଯ ପତି ଦେବତାଙ୍କୁ, ଆଉ ତୋ ଉପରେ ଦାୟିତ୍ଵ ଦିଆଗଲା ସେଇ ଡାଇନୀ ପ୍ରେମିକାକୁ।

ସମୟ ଉତ୍ତୀର୍ଣ୍ଣ, ଦୁଇ ଭଉଣୀ ଦୂରରୁ ଅପଳକ ନେତ୍ରେ ଧୀର ସ୍ଥିର ଶାନ୍ତ। କେତେବେଳେ ପହଞ୍ଚିବେ ଲାୟଲା ମଜନୁ, କେତେ ବେଳେ ଆରମ୍ଭ ହେବ " ଅପାରେଶନ୍ ଝାଡ଼ୁ ପ୍ରହାର"

କହୁ କହୁ ଦୃଶ୍ୟମାନ ଅବିନାଶ ବାବୁ, ପରିଛନ୍ନ ପରିଧାନ, ବେଶଭୂଷାରେ ସୁଦର୍ଶନ ଅଭିନେତା, ଠିକ୍ ଗୋଲାପ ବଗିଚାର ଏକ କୋଣରେ ଉପସ୍ଥିତ -

ଅପେକ୍ଷା ସେଇ ମଜନୁ ରାଣୀ -

କିନ୍ତୁ ଏ କ'ଣ ତାର ତ ଦେଖା ନାହିଁ -

ଆଉ ଜଣେ ଅତି ନିକଟର ଲୋକଟି

ସୁଜାତାର କ'ଣ ଆଖି ଖରାପ

ସୁମିତ୍ରା ଦେବୀ କହିଲେ ତୁ କ'ଣ କଥାଟା ଗୋପନ ରଖି ପାରିଲୁନି,

ତୋ ପତି ଅମିୟ କେମିତି ଆସି ପହଁଚିଲେ,

ତୁ ଭିଣେଇକୁ ବଞ୍ଚାଇବାକୁ ତାଙ୍କୁ ଖବର ଦେଇ ଡାକି ଆଣିଲୁ -

ନାହିଁ ଅପା ତୁ ବିଶ୍ବାସ କର ମୁଁ କାହାକୁ କିଛି କହିନି -

ଏମିତି କେମିତି ହେଲା -

କେଜାଣି ଚାଲ ଯିବା ତାଙ୍କ ପାଖକୁ, ସୁମିତ୍ରା ଦେବୀ କହିଲେ -

ଦୁଇ ସଡୁଭାଇ ଉଚ୍ଚ ସ୍ବରରେ କଳି ଲାଗିଛନ୍ତି, ଉଭୟେ ଉଭୟଙ୍କୁ ଠକ କହୁଛନ୍ତି ବୋଲି ମନେ ହେଉଛି -

ସୁଜାତା କହିଲା, ରହ ଅପା ଲୁଚିକି ଆଉ ଟିକେ ପାଖେଇ ଯାଇ ଶୁଣିବା -

କାନକୁ ଯାହା ଆସିଲା ତାହା ଶୁଣି ଦୁଇ ଭଉଣୀ ଅଣ୍ଟା ଭିଡି ଝାଡ଼ୁ ହସ୍ତରେ ନିଜ ନିଜ ପତି ଦେବତାଙ୍କୁ ଆକ୍ରମଣ କଲେ।

ଦଶ ମିନିଟ ପ୍ରବଳ ଝାଡ଼ୁ ବର୍ଷନେ ଅପାରେଶନ୍ ସମାପ୍ତ। ଦୁଇଟି ଯାକ ଝାଡ଼ୁ ଆଉ ଝାଡ଼ୁର ଅବସ୍ଥାରେ ନାହିଁ।

ଏକ୍ଷଣେ ପ୍ରଶ୍ନ ହେଲା ଅପରାଧୀ ତ ଅବିନାଶ ବାବୁ।

ଅମିୟ ବାବୁର ଅପରାଧ କ'ଣ ?

ଉଭୟେ ମହିଳା ନାଁରେ ଫେସବୁକ ଆକାଉଣ୍ଟ୍ ଖୋଲି ଚାଟ୍ କରୁଥିଲେ, କେହି କାହାକୁ ବୁଝି ପାରିନଥିଲେ

ଉଭୟେ ଭାବୁଥିଲେ ଲଭିଛି ସୁନ୍ଦରୀ ରମଣୀ, ସ୍ବର୍ଗ ଆସି ମର୍ତ୍ତ୍ୟକୁ ପହଞ୍ଚିଲାଣି -

ମୋବାଇଲ କଥୋପକଥନ ରେ ଉଭୟେ ବ୍ୟବହାର କରୁଥିଲେ ମହିଳା ଟୋନ୍, ଯାହା ଆଜିକାର ଦିନରେ ସହଜ ଲଭ୍ଯ।

ଆଉ ପରକୀୟା ପ୍ରୀତିର ଦୁଇଟି ଗନ୍ତାଘରକୁ ପ୍ରାରମ୍ଭ ପର୍ବେ ସମୂଳେ ବିନାଶ କରି ସୁମିତ୍ରା ଦେବୀ ଓ ସୁଜାତା ହସିଲେ ବିଜୟିନୀର ହସ। Operation success , ଜୟ ମା କାଳୀ।


Rate this content
Log in

Similar oriya story from Comedy