Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମଧ୍ୟ ରାତ୍ରି
ମଧ୍ୟ ରାତ୍ରି
★★★★★

© Amiya Bej

Horror

15 Minutes   14.0K    19


Content Ranking

( ସମ୍ପୂର୍ଣ୍ଣ କାହାଣୀ )

ଝାରସୁଗୁଡ଼ା ବସ୍ ଆସିବାକୁ ଆଉରି ଅଧଘଣ୍ଟା । ଏଗାରଟାରେ । ଛକରେ ମୁଁ ଏକୁଟିଆ ଏବେ । ଶୋଇପଡିଲାଣି ସହର । ମୋ' ସାହସ ନୁହଁ , ଯିବାର ବାଧ୍ୟବାଧକତା ପାଇଁ ମୁଁ ମଝିରାତିରେ , ରାଜରାସ୍ତାରେ ! ଆଜି ଗଲେ କାଲି ସକାଳୁ ଡ୍ୟୁଟି ।

ବର୍ଷା ରାତି । ବିଜୁଳି ଚମକୁଛି । କୁହନ୍ତି ; ନିଜ ଗାଁ ମଶାଣି , ପର ଗାଁ ନଈ । ଏକାପରି ଭୟ । ଏଇ ଛକ ସେ କଡକୁ ଶ୍ମଶାନ । ଯେତେ ନ ମନେପକାଇଲେ ବି କୁକୁର ଗୁଡା ଭୁକି ଭୁକି ଜଣେଇ ଦେଉଛନ୍ତି ଏଇକଥା । 

ବସ୍ ଆସିବାର ସମୟ ପାରିଲାଣି । ଆସୁନି । ବିକଳରେ ଫୋନ୍ କଲି କଣ୍ଡକ୍ଟରକୁ । କହିଲା ଟାୟାର୍ ବଦଳାଉଛି । ଲେଟ୍ ହେବ !

{୨}

ଲେଟ୍ ?

କେତେ ??

ପରିସ୍ଥିତି ବଳ ଦିଏ । ସାହାସ ବି । ଏତେ ରାତିରେ 'ତ୍ରୀଛକ'ରେ ଏକୁଟିଆ ମୁଁ !

ପଛପଟକୁ ମୁହଁ ଗଲା । ମୁଁ ଏକା ନୁହଁ , ସେ ଦୋକାନ ବାରଣ୍ଡାରେ ମାଇପି ଟେ ! ଅନ୍ଧାର କଳାଠୁଁ ବି ଅଧିକ କିଟିମିଟି । ସବୁ ଠୁଳାଇଥିବା ସାହାସ ମିଳେଇଗଲା

ସାଙ୍ଗେସାଙ୍ଗେ । କିଏ ଇୟେ ? ଏତେ ରାତିରେ ୟାର ଏଠି କି କାମ ? ପିଲାବେଳେ ଶୁଣିଥିଲି ଭୂତ ପିଶାଚ ଗପ ଢେର୍ । ଅନ୍ଧବିଶ୍ୱାସ ବୋଲି ଆଜିଯାଏଁ ଭାବିଥିଲି । କିନ୍ତୁ ଏବେ ?

ବସ୍ ଆସୁନଥିଲା , ବର୍ଷା ଆସିଗଲା ! ସୁତରାଂ ମୋତେ ସେଇଠିକୁ ଯିବାକୁ ହେବ । ଦୋକାନ ବାରଣ୍ଡାକୁ , ଭୂତ ପାଖକୁ ।

ବାଧ୍ୟ ହୋଇ ମୁଁ ବାରଣ୍ଡାକୁ ଚଢିଲି । 

ମୂଳ ପ୍ରସଙ୍ଗରୁ ନିଜକୁ ଅନ୍ୟମନସ୍କ କରିନେଲେ , ଭୟ ବିପଦରୁ ସାମୟିକ ବିରତି ମିଳେ ! ମୋତେ ତ କାଟିବାକୁ ହେବ , ମାତ୍ର ବସ୍ ଆସିବାର ସମୟତକ । ବର୍ଷା ହେଉହେଉ ଇଲେକ୍ଟ୍ରି ଲାଇନ୍ କଟିବାଟା ଥୟ । ସହରର ଶେଷ ବତୀ ଲିଭିଯିବାର ସଙ୍କେତ ଏୟା ଦେଲାଯେ - ଦୁର୍ବିପାକ ସବୁ ଯାକ ସୁଯୋଗ ଛଡେଇ ନିଏ । ବାବୁ ଆଜି ତୋର ଶେଷ । ମୋବାଇଲ୍ କାଢି ମୋ ଜୀବନର ଶେଷଗପକୁ ଲେଖିବାକୁ ବସିଗଲି ।

{ ଗପ ଲେଖିବାର ବହୁତ ସଉକ୍ ଥିଲା ନା? ସରିଲା ତ ଆଜି ? କାଲି ସକାଳୁ ମୋ' ରକ୍ତହୀନ ଶବ ଗୋଟେ ରହସ୍ୟ ହୋଇଯିବ । ସମସ୍ତେ ହଜାରେ ମନଗଢା କାହାଣୀ ତିଆରି ମୋତେ ଅପବାଦ ଦେବେ । ବୁଦ୍ଧି କରି ଅନ୍ତତଃ ମରିବା ଯାଏଁ ଘଟଣାଟିକୁ ଲେଖିଦେଲେ , ଆଉମାନେ ସତର୍କ ହୋଇଯିବେ । ତେଣୁ ଯେତେ ଯାଏଁ ପାରିଲି ପୋଷ୍ଚ୍ କରିଦେଇଥିଲି । ଗୋଟେ ସେଲ୍ଫି ବି ! ବହୁ ବନ୍ଧୁ ଦୂରରେ ଥାଇ ବି ଏଇ ମଝିରାତିରେ ମୋତେ ସାହାସ ଦେଉଥିଲେ । ସମସ୍ତିଙ୍କ ଠାରେ ମୁଁ ଋଣି }

{୩}

ଏସବୁ ମୋ' ମନର ଭ୍ରମ ନିଶ୍ଚୟ । ହୋଇଥିବ ନିରାଶ୍ରୟାଟେ , ପାଗେଳିଟେ ଅବା ଭିକାରୁଣୀଟେ !

ଏ ଦେଶରେ ସହସ୍ର ମଣିଷ ମରିମରି ଜୀଉଁଥାନ୍ତି । ଗୋଟେଗୋଟେ ଜୀଅନ୍ତା ଭୂତ଼ ପରି ପ୍ରତୀତ ହୁଅନ୍ତି । ନାଗରିକ ର ସଂଖ୍ୟାକରଣରେ ଏମାନଙ୍କୁ ହିସାବରେ ନିଆ ଯାଏ

ନାହିଁ । ସେଇମାନଙ୍କ ଭିତରୁ ଏ ମହିଳା ଜଣକ ଜଣେ ହୋଇଥାଇ ପାରେ । ମୁଁ ଅଯଥାରେ ଡରୁଛି ! ଭୂତ ପ୍ରେତ ମାନେ ଅଶରିରୀ । ମୋବାଇଲ୍ କ୍ୟାମେରା ରେ ଫଟୋ ଆସୁଛି ମାନେ ସେ ମଣିଷ !

ମଣିଷ ଭାବି ମୁହଁ ବୁଲାଇ ଟିକେ ଦେଖି ନେବାରୁ , ଏ କିଟିମିଟି ଅନ୍ଧାର ରେ ବି ଚମକୁଛି ଆଖି ଦୁଇଟି ! ସେ ମୋତେହିଁ ଚାହିଁ ରହିଛି ଯେମିତି ! ଆଉ କଣ ନିଜ ସହ ଯୁକ୍ତି କରିବାର ଅଛି ? ମୁଁ ଏବେ ଘରକୁ ବି ଫେରିପାରିବିନି । ସେ ପିଛାକଲେ ମୁଁ ଘରେ ପହଞ୍ଚି ପାରିବିନି । ଏଇଠି ତା' ସାଙ୍ଗରେ ରହିଗଲେ , ହୁଏତ ସେ କିଛି କରିନେବା ପୂର୍ବରୁ ବସ ଆସି ଯାଇ ପାରେ । ମୁଁ ମରିପାରେ , ନଚେତ୍ ବଞ୍ଚିପାରେ !!

କାହାସହ ଟିକେ ବଡପାଟି କରି କଥା ହୋଇ ଯିବିକି ବସ୍ ଆସିବା ଯାଏଁ ? କିଏ ଚାହିଁ ବସିଥିବ ଏତେ ରାତିରେ ?

ଆଶ୍ଚର୍ଯ୍ୟ !! ମୋ' ଫୋନ୍ ବାଜିଲା !!

ରମେଶ କଲିଂ । 

ପିଲାଦିନର ସାଙ୍ଗ । କିନ୍ତୁ ଶେଷ ଥର କେଉଁ ବର୍ଷ ତାସହ କଥାହୋଇଥିଲି ? ମନେପଡୁନି । ଏଇ ବେଳରେ ସେ କେମିତି ଫୋନ୍ କଲା ? ସତରେ ପିଲାଦିନର ବନ୍ଧୁ ପ୍ରକୃତ । ଭଗବାନ ।

- ଆରେ ସେଠି କାଇଁ ଛିଡା ହୋଇଛୁ ? ବସ୍ ଷ୍ଟାଣ୍ଡ ନ ଆସି ?

- ଅଟୋ ମିଳିଲାନି । ତୁ' କେମିତି ଜାଣିଲୁ ?

- ତୋ' ଗପରୁ । 

- ଓଃ ! କଣ କରିବି ଏବେ କହ ?

- ଅଛି ପାଖରେ ?

- ହଁଅଁଅଁ !

- ଚୁପଚାପ୍ ଛିଡା ହେ । କିଛି ହୁସିଆରି କରିବୁନି । ସେ ତୋର କିଛି ଖରାପ କରିବନି । ବସ୍ ଆସିଲେ ଆସିଯିବୁ । ହେଲା ?

- କିନ୍ତୁ ?

- ହଁ ! ତୁ ତ ଏଠି ରହୁନୁ । ତୋ' ପାଖରେ କିଛି ଖବର ନାହିଁ । ସେଥିପାଇଁ ସାହାସ କରି ଏକା ଚାଲିଆସିଛୁ । ସେ ରାତିସାରା ଖୋଜିବ , ସକାଳକୁ ନଥିବ । ଅଲଗା ଲୋକଙ୍କୁ କିଛି କରିବନି ।

- ମାନେ ?

- ଲମ୍ବା ଷ୍ଟୋରୀ । ସାତବର୍ଷ ତଳେ କେଉଁଆଡୁ ନୂଆ ବାହାହେଲା ସ୍ତ୍ରୀ ଟେ ଆଣି , ଏଇ ତ୍ରୀଛକରେ ତା' ସ୍ୱାମୀ , ଏଇ ଆସୁଛି କହି ଛାଡିଦେଇ ଗଲା । ୟା' ଆଖିରୁ ପାଣି ଶୁଖିଗଲା ପଛେ ସେ ଫେରିଲାନି । ଛକସାରା ଦିନଯାକ ଆହା ଚୁ ଚୁ ହେଲେ । ରାତି ହେଲାରୁ .......!!

ସକାଳୁ ମରି ପଡିଥିଲା ଛକରେ । ପୋଲିସ ଅଚିହ୍ନା କହି ସରକାରୀ ଦାହ କରିଦେଲା ସାମ୍ନା ମଶାଣିରେ । ସେଇଦିନୁ ସେ ଖୋଜୁଛି ।

- କାହାକୁ ?

- ତା' ନିର୍ଦୟ ସ୍ୱାମୀକୁ ଆଉ ସବୁ ବଳାତ୍କାରୀଙ୍କୁ ।

ଫୋନ୍ କଟିଗଲା ରମେଶ ର । ବାଲ୍ୟବନ୍ଧୁ ମୋର । ଏଇ ଛକ ପାଖରେ ଘର । ଯଦିଓ ଢେର ଦିନ ଯାଏଁ ଯୋଗାଯୋଗ ନଥିଲା , ଶେଷରେ ସେ କାମରେ ଆସିଲା । 

ରମେଶ ସହ କଥା ହେବା ପରେ ମୋର ଆଉ ସନ୍ଦେହ ନଥିଲା । ଗୋଟେ ଭୂତ ସହ ଅଧାରାତି କାଟିବାର ଅନୁଭବ , ବଞ୍ଚି ରହିଲେ ଖୁବ୍ କାମରେ ଆସିପାରେ । 

ଲାଇଟ୍ ଦିଶିଲା ଦୂରରୁ । ମୋ ବସ୍ ହେଉକି ନହେଉ , ମୁଁ ଭିଜିଭିଜି ଧାଇଁଲି ରାସ୍ତା ଉପରକୁ । କଣ୍ଡକ୍ଟର୍ କବାଟ ଖୋଲି ଦେବା ଭିତରେ , ସାହସ କରି ଦୋକାନ ବାରଣ୍ଡାକୁ ଫେରି ଚାହିଁଲି । ମୋ' ଆଖିକୁ ତ ବହୁତ କଥା ଦିଶୁଥିଲା ! ମୁଁ ଖାଲି ବଞ୍ଚି ରହିଗଲି , ଏ ପୂରା ଘଟଣାକୁ ଲେଖିନେବା ପାଇଁ !!!!

{୪}

ସକାଳୁ ଝାରସୁଗୁଡ଼ା ପହଞ୍ଚି , ଆଗ ରମେଶକୁ ଧନ୍ୟବାଦ ଦେବାପାଇଁ ଫୋନ ଉଠେଇଲାରୁ , ତା' ନମ୍ବର ହିଁ ନାହିଁ । ବୋଧେ କାଲିକା ଟେନସନ୍ ରେ ହାତ ବାଜି ଡିଲିଟ୍ ଫିଲିଟ୍ ହୋଇଯାଇଛି ଇନକମିଂ ସବୁ !

ସୌରଭର ନମ୍ବର ଥିଲା ।

- ଆରେ ସୌରଭ କଣ କରୁଛୁ ? ଅମିୟ କହୁଛି ।

- ହଁ ହଁ କହ । ଏବେ କେଉଁଠି ରହୁଛୁ ?

- ଝାରସୁଗୁଡ଼ା ରେ । ପ୍ରାଇଭେଟ୍ ରେ ।

- ଆଉ ପିଲାଙ୍କ ପାଖକୁ ଯିବାଆସିବା ?

- ମାସକୁ ଥରେ । ଶନିବାରିଆ ।

- ଓଃ ! କହ ଏତେଦିନେ ମନେ କାହିଁକି ପକାଇଲୁ ?

- ଟିକେ ରମେଶ ପ୍ରଧାନ ର ନମ୍ବର ଦେଲୁ ?

- ରମୁର ? ତୁ' ଜାଣିନୁ କି ?

- କଅଣ ?

- ସେ ତ ପାଖାପାଖି ଦି'ବର୍ଷ ହେଲାଣି ବାଇକ୍ ଆକ୍ସିଡେଣ୍ଟରେ ...

- କେଉଁଠି ?

- ଏଇ ଆମ 'ତ୍ରୀଛକ' ରେ !!!!

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿

horror midnight waiting for bus call from a dead friend

Rate the content


Originality
Flow
Language
Cover design

Comments

Post

Some text some message..