Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

ଗଣେଶ ପୂଜା

ଗଣେଶ ପୂଜା

1 min
591


ଗଣେଶ ପୂଜା

ଗଣେଶ ପୂଜା ଦିନ ପ୍ରାୟ 12 ବେଳେ କିଛି ମେଡ଼ିସିନ ଦରକାର ପଡିବାରୁ ଘର ପାଖ ମେଡ଼ିସିନ ଦୋକାନକୁ ଯାଇଥିଲି |ବାକି ସବୁ ଦୋକାନ ବନ୍ଦଥିଲା , ଖାଲି ମେଡ଼ିସିନ ଦୋକାନ ଖୋଲାଥିଲା | ସେଠି କାମ କରୁଥିବା ଜଣେ ଝିଅ ମତେ ଗୁଡ଼ ମର୍ଣ୍ଣି କହିଲା |ମୁଁ ଦେଖିଲି ତାର ମୁଁହ ସୁଖି ଯାଇଛି | ତାକୁ ପଚାରିଲି କଣ ଦେହ ଭଲ ନାହିଁକି, ତୁମ ମୁଂହ ସୁଖି ଯାଇଛି ? ସେ କହିଲା ନାଇଁ ସାର ଆଜି ଗଣେଶ ପୁଜାତ , ପୁଷ୍ପାଞ୍ଜଳୀ ଦେଇନି ବୋଲି କିଛି ଖାଇନି ,ସେଥିପାଇଁ ଟିକେ ମୁଂହ ସୁଖି ଯାଇଛି |ମୁଁ କହିଲି ଆରେ ଏତେବେଳ ହେଲାଣି , ପାଖରେ କେଉଁଠି ପୂଜା ପେଣ୍ଡାଲ ରେ ପୁଷ୍ପାଞ୍ଜଳୀ ଦେଇଦିୟ ଓ କିଛି ଖାଇନିଅ | ତା ସାଙ୍ଗ ହସିକି ତାକୁ କହିଲା ଜଲ୍ଦି କଣ ଖା ନହେଲେ ତୋତେ ମେଡ଼ିସିନ ଖାଇବାକୁ ପଡିବ | ମୁଁ ସକାଳେ ଗଣେଶ କୁଁ ପୂଜା କରି ଖାଇକରି ଆସିଛି |

ମତେ ମେଡ଼ିସିନ ଦେଲା ପରେ ତାଙ୍କ ସାର ଙ୍କୁ କହି ଦି ଜଣ ବାହାରିଲେ ପୁଷ୍ପାଞ୍ଜଳି ଦେବାପାଇଁ ପାଖ ପେଣ୍ଡାଲ ରେ | ଗଲାବେଳେ ମତେ ଧନ୍ୟବାଦ ବାଦ ଦେଇଗଲେ ମୋର ପରାମର୍ଶ ପାଇଁ |


Rate this content
Log in