Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Inspirational

3.5  

Soumya Shubhadarshinee

Inspirational

ସ୍ପାର୍ଟା

ସ୍ପାର୍ଟା

5 mins
1.0K


ସ୍କୁଲରୁ ଫେରିଲାନି ପୁଅ । ବ୍ୟତିବ୍ୟସ୍ତ ଅନୁଷ୍କା । ଫୋନ୍ କଲା ବସ୍ ଡ୍ରାଇଭରକୁ । ଡ୍ରାଇଭର ଜଣେଇଦେଲା ,

" ରିତେଶ ତ' ସ୍କୁଲରେ ,କିଛି ପିଲାଙ୍କୁ ରଖାଯାଇଛି ପ୍ରିନ୍ସିପାଲଙ୍କ ସହିତ । "

ମୁଣ୍ଡ ଚକ୍କର ଖାଇଲା ଅନୁଷ୍କାର , ସ୍କୁଲ ବନ୍ଦ ହେବାପରେ କାହିଁକି । ପ୍ରିନ୍ସିପାଲଙ୍କୁ ଫୋନ୍ କଲା । କିନ୍ତୁ ଫୋନ୍ ବନ୍ଦ ଥିଲା ତାଙ୍କର । କ୍ଲାସ ଟିଚରଙ୍କୁ ଫୋନ୍ ଲଗେଇଲା , କିନ୍ତୁ ସେ ଫୋନ୍ ଆଟେଣ୍ଡ କଲେନାହିଁ । ରିତେଶର ବେଷ୍ଟ ଫ୍ରେଣ୍ଡ ଆୟାନ ଘରକୁ ଫୋନ୍ କଲା । ଆୟାନ ଫେରିଛି ଘରକୁ । ତେବେ ରିତେଶ କୁଆଡେ ଗଲା ?

--'' ରିତେଶ କାହିଁକି ଆସିନି ଆୟାନ ?''

--" ଆଣ୍ଟି ସେ ସିଲେକ୍ଟ ହେଇଛି ସ୍ପେସିଆଲ ଟାସ୍କ ପାଇଁ ?''

--'' କି ଟାସ୍କ ବାବା ?''

--'' ସିକ୍ରେଟ୍ ସେତକ , କାହାକୁ କୁହାଯାଇନି !''

-- '' କଉଠି ଏବେ ସେ ?''

--'' ସ୍କୁଲରେ ?''

ସିକ୍ରେଟ୍ ଟାସ୍କ ?????......

କ'ଣ ହେଇପାରେ । ପ୍ୟାରେଣ୍ଟସ୍ ବି ଜାଣିବେ ନାହିଁ , ଏମିତିକି ଟାସ୍କ ? କିଛି ଅଘଟଣ ଘଟିନି ତ' ଆଉ ! ମା' ମନରେ ସଂଶୟ । ସେତକ ହେବା ସ୍ବାଭାବିକ , ହଁ ଏବେ ଅବିଶ୍ୱାସର ପୃଥିବୀରେ ପ୍ରତି ମୁହୂର୍ତ୍ତ ବିତୁଛି ଭୟ ଆଉ ସଂଶୟ ଭିତରେ । କିଛିବି ଘଟିପାରେ । ଜୀବନ ଆଉ ସୁରକ୍ଷିତ ନୁହେଁ କେଉଁଠିବି !.......

ଟିଭି ସ୍କ୍ରିନ୍ ରେ ଘୁରିବୁଲୁଥିବା ଖବର ତୀକ୍ଷ୍ଣ ଛୁରୀ ଭଳି ଭେଦ କରୁଥିଲା ଅନୁଷ୍କାର ପ୍ରାଣ। ମା' ଟେ କାନ୍ଦୁଥିଲା କରୁଣ ଭାବେ ମୁଣ୍ଡକୋଡ଼ି ନିଜ ହଜିଲା ପୁଅ ପାଇଁ । ଲହୁ ଲୁହର ଯନ୍ତ୍ରଣା ଭିତରେ ବିକଳ ବୁକୁଫଟା ସ୍ୱର ଶୁଭୁଥିଲା ଭୟଙ୍କର । ହଠାତ୍ ଲାଗିଲା ଅନୁଷ୍କାକୁ ସେଇ ମା' ଟିର ମୁହଁ ଠିକ ତା' ମୁହଁ ପରି । ସେଠି ସେହିଁ ବସି କାନ୍ଦୁଛି ବିକଳ ଭାବରେ । ଝାଳରେ ଜୁଡୁ ବୁଡୁ ହେଇଗଲା ସେ ଆଉ ଭୟରେ ଥରିଲା ତା' ସମଗ୍ର ସତ୍ତା ।

ଧାଇଁଲା ସେ ବାୟାଣୀ ଭଳି ସ୍କୁଲ । ଗାଡିର ଗତି ହେଇଯାଉଥିଲା ପ୍ରଚଣ୍ଡ ଭାବରେ ଦ୍ରୁତ ଠିକ ତା' ମାନସିକ ସ୍ଥିତି ଭଳି । ହଜାର ହଜାର ଭୟ ସୃଷ୍ଟିକାରି ଭାବନା ଆସୁଥିଲା ମନକୁ । ପୁଅ କିଛି ସମସ୍ୟାରେ ଅଛିକି ? ଘଟିଛିକି କିଛି ଅଘଟଣ ? ଦୁଃସମ୍ବାଦ ଗୋଟେ ଅପେକ୍ଷା କରିଛି ହୁଏତ ?

ଓଃ ! ମୁଣ୍ଡ ଗୋଳମାଳ ହେଇ ଯାଉଛି ଗୋଟେ ମା' ର । ଏଇ ସ୍ଥିତି ଭିତରେ ପୁଣି ଭାସି ଉଠିଲା ତା' ଆଖି ଆଗରେ ସେଇ ଶହୀଦର ମା'ର ଚିତ୍ର । ଚିର ବିଦାୟ ନେଇଥିବା ସୁଯୋଗ୍ୟ ପୁଅର ମା' କେତେ ଯନ୍ତ୍ରଣା ପାଉଥିବ ସତେ !....

ସ୍କୁଲରୁ ଫେରିନଥିଲା ପୁଅ ପାଇଁ ତା' ବ୍ୟାକୁଳତା ବୁଝେଇ ଦେଉଥିଲା ସେଇ ମା'ର ବେଦନାର ଗଭୀରତା । ଆଉ ଭରୁଥିଲେ ଗୋଟେ ପ୍ରତିବାଦର ତୀବ୍ରତା । କାହିଁକି ଆମେ ?.......

କେତେକାଳ ଆଉ ଏମିତି କ୍ଳୀବ ଭାବେ ପରିଚିତ ହେଉଥିବା ବିଶ୍ଵରେ । ଜୀବନର ମୂଲ୍ୟ ନଥିବ ଆମର । ନିଶ୍ୱାସକୁ ବିଶ୍ୱାସ ନଥିବ କାରଣ ଆମେ ଉଦାରବାଦୀ । ଆମେ ଶାନ୍ତିକାମୀ । ହେଲେ ଆମର ଏଇ ପରିଚୟ ପାଇଁ ଏବେ ଲାଗିଲାଣି ଲଜ୍ଜା । ଲାଗିଲାଣି ଆମେ ଇନକାପାବଲ୍ । ହୁଏତ ଦ୍ଵିତୀୟ ଜନବହୁଳ ରାଷ୍ଟ୍ର ଆମର । ତେଣୁ ଜୀବନର ମୂଲ୍ୟ କମି ଗଲାଣି । ଏମିତି ୪୦ କି ୫୦ ମଣିଷ ହଜିଯିବା ବାଧୁନି ଆମକୁ । ଆମେ ସେଥିପାଇଁ ଉଦାର ବୋଲି କହି , ମୁକୁଳି ଯାଉଛୁ ନିଜ ଦାୟିତ୍ୱବୋଧରୁ । ହେଲେ ଖୁବ୍ ହେଲାଣି ଆଉ ନୁହେଁ ଏଇ ଅମାନବିକତା ବିରୁଦ୍ଧରେ ଅଗ୍ନିମୁଖା ହେବାର ସମୟ ଆସିଗଲାଣି ।

ଏମିତି ଚିନ୍ତା ଚେତନାର ଭୟଙ୍କର ସଂଘର୍ଷ ଭିତରେ ପହଁଚିଲା ସେ ସ୍କୁଲ । ଇସ୍ କ'ଣ ଦେଖୁଚି । ସ୍କୁଲ ବନ୍ଦ ପଡିଛି । ଝୁଲୁଛି ବିରାଟ ତାଲା ! ତେବେ ରିତେଶ ?........

ଫୋନ୍ କଲା ପୁଣି ପ୍ରିନ୍ସିପାଲଙ୍କୁ , ଆଉ ଭାବୁଥିଲା ମନେ ମନେ ପ୍ଲିଜ ଗଡ୍ ଫୋନ୍ ଉଠାନ୍ତୁ ସାର୍ । ଜାଣିବାର ଅଛି ମୋ ପୁଅର ସ୍ଥିତି । ବୁଝିବାର ଅଛି ତା'ର ଅଦୃଶ୍ୟ ହେବାର ରହସ୍ୟ ।

ଈଶ୍ୱର ଶୁଣନ୍ତି ବୋଧେ ବିକଳ ମା'ର ସ୍ୱର କିନ୍ତୁ ସବୁବେଳେ ନୁହେଁ ! ........

ସାର୍ ଫୋନ୍ ଉଠେଇଲେ ଆଉ ଜଣେଇଲେ କିଛି ବିଚିତ୍ର ।

--'' ହ୍ୟାଲୋ ସାର୍ ମୁଁ ଅନୁଷ୍କା ଦାସ , ଷ୍ଟାଣ୍ଡର୍ଡ 9 ର ଷ୍ଟୁଡେଣ୍ଟର ରିତେଶ ଦାସର ମଦର୍ । ''

-- '' ଓଃ ! ମ୍ୟାମ୍ ଆଇ ଆମ୍ ସରି , ଅପଣଙ୍କୁ ପୂର୍ବରୁ ଜଣେଇବାର ଫ୍ରିଡ଼ମ୍ ନଥିଲା , ବଟ୍ ଏବେ ଜଣେଇବି । ପ୍ରଥମେ କଂଗ୍ରାଚୁଲେସନ୍ସ । ରିତେଶ ଏବେ ଦେଶର ସମ୍ପତ୍ତି ! ୟୁ ଆର୍ ଲକି ରିଅଲି !''

ରିତେଶ ଦେଶର ସମ୍ପତ୍ତି ମାନେ ?.....

ଅବୁଝା ଥିଲା ଏତକ । ପିଲାଟିଏ ନିଜ ବାପା ଓ ମା' ର , ଗୋଟେ ନିର୍ଦ୍ଦିଷ୍ଟ ପରିବାରର ବା ଆଉ ଟିକେ ଅଧିକ କହିଲେ ଗୋଟେ ବଂଶର । ହେଲେ ଦେଶ଼ର କହିବାର ମାନେ ?..…..

ଆମ ଜାଣିବାରେ ଆମେ ସଭିଏଁ ଦେଶର ।

ବ୍ୟସ୍ତ ସ୍ୱରରେ କହିଲା ଅନୁଷ୍କା ,

--" ବୁଝି ପାରୁନି ସାର୍ , କ'ଣ କହୁଛନ୍ତି ?''

--'' ୟେସ ମ୍ୟାମ୍ , ରିତେଶ ଏବେ ଦେଶର , ଆଉ ଅଧିକାର ନାହିଁ ଆପଣଙ୍କର ତା' ଉପରେ । ଭୁଲି ଯାଆନ୍ତୁ ତାକୁ ସବୁଦିନ ପାଇଁ । ସେ ଆଉ ଫେରିବ ନାହିଁ । ''

ପାଦ ତଳୁ ମାଟି ଖସିଗଲା ଅନୁଷ୍କାର । ପାଗଳ ହେଇଗଲେଣିକି ଆଉ ପ୍ରିନ୍ସିପାଲ୍ । ମା' ଟିଏ ଭୁଲି ଯିବ ନିଜ ପିଲାକୁ , ଦାନ କରିଦେବ ଦେଶପାଇଁ , ଅଧିକାର ରଖିବନି , ନିଜର ବୋଲି କହିବନି ,ଏମିତି କି ହୁଏ ?....

ସାର୍ କିନ୍ତୁ ସେଇଆହିଁ କହୁଥିଲେ ବୁଝେଇ ବାଝେଇ । ଦେଶକୁ ଦାନ କରିଦେବା ଆମେ ନିଜ ନିଜ ପିଲାଙ୍କୁ । ସେମାନଙ୍କୁ ଗଢ଼ିବ ଦେଶ ନିଜହିସାବରେ । ତିଆରିବ ଇପ୍ସିତ ନାଗରିକ ଯେ ହେବ ଦୁର୍ଦ୍ଧଶ , ଭୟଙ୍କର , ହୃଦୟହୀନ ଯୋଦ୍ଧା । ଆମର , ଅଜର , ବହୁରୂପୀ ମଣିଷ ଗଢ଼ିବ ଦେଶ ଯେ ପ୍ରତି ମୁହୂର୍ତ୍ତରେ ରହିବ ସଜାଗ । ଆଉ ଏମିତି ବିଚକ୍ଷଣ ମଣିଷ ଗଢିବା ପାଇଁ ଲୋଡ଼ା ବେଷ୍ଟ ଯେ ହେଇଥିବ ଜିନିୟସ୍ । ସାରା ଦେଶରୁ ଏମିତି ଏକ ଲକ୍ଷ୍ୟ ପିଲା ବଛା ହେବାର ପ୍ରୟାସ କରିଛି ଆମ ପ୍ରତିରକ୍ଷା ବିଭାଗ । ଆଉ ସେଇ ପ୍ରୟାସରେ ସମଗ୍ର ଓଡିଶାରୁ ଗୋଟିଏ ପିଲା ସିଲେକ୍ଟ ହେଇଛି । ସେଇ ସୁଯୋଗ୍ୟ ପିଲାଟି ରିତେଶ ଦାସ । ତାଙ୍କ ପୁଅ । ଅନୁଷ୍କା ନିଜକୁ ସୌଭାଗ୍ୟବତୀ ଭାବିବା ଉଚିତ ।

ସ୍ତବ୍ଧ ଥିଲା ଅନୁଷ୍କା , ଏମିତି ପ୍ରୟାସ ନିଶ୍ଚିତ ସ୍ୱାଗତଯୋଗ୍ୟ । ଯାହା ଦେଶ ପାଇଁ ଗଢ଼ିବ ସୁରକ୍ଷାର ସଶକ୍ତ ପ୍ରାଚୀର । ଯାହା ମାଗୁଛି ପ୍ରତିଟି ଦେଶ ବାସୀ , ସେଇ ସୁରକ୍ଷା ମିଳିବ ସଭିଙ୍କୁ । ଗୋଟେ ମଣିଷ ଯାହାର ସମଗ୍ର ଜୀବନ ଦିଆ ହେବ ଦେଶ ପାଇଁ । ତେବେ ସେ ଶହୀଦ ହେଲେ କାନ୍ଦିବନି ଗୋଟେ ମା' ,ଭାସିଯିବନି ଗୋଟେ ପରିବାର , ବିଧବା ହେବନି କେହି , ଅନାଥ ହେବନି କେହି । ହଁ ହୁଏତ ଏମିତି ବଦଳିବାକୁ ହେବ ଆମକୁ । କିନ୍ତୁ ସେଇଟି ତା' ରିତେଶ କାହିଁକି ? ଗୋଟିଏ ପୁଅ ଥିବା ମା' କୋଳ ଶୁନ୍ୟ କରିବା ଲୋଡା କାହିଁକି ? ହେଲେ କେହି ଜଣେ ତ' ଆଗେଇ ଆସିବା ଲୋଡ଼ା !..........

ଗୋଟେ ମା' ର ହୃଦୟ କାନ୍ଦୁଥିଲା ଅବିଶ୍ରାନ୍ତ ଭାବେ ନିଜ ପୁଅକୁ ହରେଇ । ଆଉ ଗୋଟେ ମା' ଗର୍ବିତ ହେଉଥିଲା ତା' ସୃଷ୍ଟି ହଜାରେ ପୁଅଙ୍କ ଜୀବନ ସୁରକ୍ଷିତ କରିବାର ସୁଯୋଗ ପାଇଛି । ବଛା ହେଇଛି ୪.୬ କୋଟି ଓଡ଼ିଆଙ୍କ ଭିତରୁ । ଚଳଚଞ୍ଚଳ ଜୀବନରୁ ସନ୍ୟାସ ନେଇ , ନିଜକୁ ଭୁଲିଯାଇ , ନିଜ ପରିଚୟକୁ ବଦଳେଇ କେବଳ ଆଉ କେବଳ ଦେଶର ହେଇଯିବା ପାଇଁ !......

************

ଚାଲିଯିବା ପୂର୍ବରୁ ଥରୁଟିଏ ଚିର ବିଦାୟ ପାଇଁ ଆସିଛି ରିତେଶ । କାନ୍ଦୁନାହିଁ ଟିକିଏବି , ବ୍ୟସ୍ତତାର ଲେଶ ମାତ୍ର ଚିହ୍ନ ନାହିଁ । ଅଧିକନ୍ତୁ ଅଛି ଗୋଟେ ଔଜଲ୍ୟ , କାରଣ ରୂପାନ୍ତରିତ ହେଇଯାଇଛି ସେ ସାଧାରଣରୁ ଅସାଧାରଣ ରୂପରେ ।

ଅନୁଷ୍କା ଶବ୍ଦହୀନ ଥିଲା ଅସମ୍ଭବ ଭାବରେ । କିନ୍ତୁ ପୁଅ କହିଲା ଏଇତକ , '' ଆମକୁ ସ୍ପାର୍ଟା ଗଢିବାକୁ ହେବ ମା' ! ଜାଣୁତ ଇତିହାସର ସେ ଦେଶ କଥା ଯେଉଁଠି ପ୍ରତ୍ୟକ ମଣିଷ ଶିଖୁଥିଲା ଆତ୍ମରକ୍ଷାର କୌଶଳ । ହେବାକୁ ରକ୍ତମୁଖା , ହିଂସ୍ର , ଶସକ୍ତ , ସମର୍ଥ ରଣକୁଶଳୀ ! କାରଣ ତୁ ବୁଝୁ ଆଉ ମୁଁ ମଧ୍ୟ !.....

*******************

ସକାଳର ଆଲାର୍ମ ବାଜିଲା ଜୋରରେ ଜଣେଇ ସମୟ ୬:୩୦ । ନିଦ ଭାଙ୍ଗିଗଲା ଅନୁଷ୍କାର । ଉଠି ବସିଲା ସେ ନିଜ ବେଡ଼ ଉପରେ । ଓଃ ! ସ୍ୱପ୍ନଟେ ଦେଖୁଥିଲା ସେ ଏତେବେଳେ ଯାଏଁ ,ସ୍ପାର୍ଟାର ସ୍ୱପ୍ନ । ଯେଉଁଠି ସବୁ ନାଗରୀକ ଯୋଧ୍ୟା ଆଉ ଶସକ୍ତ ଲଢ଼ିବାକୁ । ଭଲ ଲାଗିବା କଥା ତାକୁ , ଯା ହେଉ ରିତେଶକୁ ହରେଇ ନାହିଁ ସେ । ଅଛି ପୁଅ ତା' ପାଖରେ ନିଜର ହେଇ !

କିନ୍ତୁ କାହିଁକି କେଜାଣି ସେତିକି ସୁଖୀ ହେଇପାରୁନଥିଲା ସେ । ହୁଏତ ଅନ୍ତରାତ୍ମାରେ ଜଳୁଥିବା ବହ୍ନି ଚାହୁଁ ଥିଲା ଗଢିବାକୁ ଗୋଟେ ସ୍ପାର୍ଟା ଏଇ କ୍ଳୀବତ୍ୱ ଭିତରୁ ମୁକୁଳିବା ପାଇଁ । ସାରା ପୃଥିବୀକୁ ଜଣେଇବାକୁ ମୁଁ ଆଉ ଉଦାର

ନୁହେଁ । .....

ସୌମ୍ୟା ଶୁଭଦର୍ଶିନୀ


Rate this content
Log in

Similar oriya story from Inspirational