Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiran Mishra

Others

3  

Kiran Mishra

Others

ସମ୍ପର୍କର ମହତ୍ତ୍ଵ

ସମ୍ପର୍କର ମହତ୍ତ୍ଵ

3 mins
179



   ସନ୍ଦୀପର ବାହାଘର ଠିକ୍ କରି ଆସିଲା ପରେ ପ୍ରତିମା ଦେବୀ ଟିକେ ଚିନ୍ତାଗ୍ରସ୍ତ ହୋଇ ଯାଇଥିଲା। ମନରେ ତାଙ୍କର ଉଙ୍କି ମାରିଥିଲା ଅସୁମାରୀ ପ୍ରଶ୍ନ। ଲିଜା ତାଙ୍କ ପରିବାରରେ ଚଳି ପାରିବ ତ !ସମସ୍ତଙ୍କୁ ଆପଣାର କରି ପାରିବ ତ! ସେଇ ଅସମାହିତ ପ୍ରଶ୍ନ ଗୁଡିକ ମନକୁ ଆନ୍ଦୋଳିତ କରିଦେଇଥିଲା।


ମନ ତାଙ୍କର ଚାଲିଯାଇଥିଲା ତିରିଶି ବର୍ଷ ତଳକୁ । କାଲି ପରି ଲାଗୁଛି ତାଙ୍କ ବାହାଘର ସମୟର କଥା। ଶାଶୁ,ଶ୍ଵଶୁର,ନଣନ୍ଦ ଓ ସ୍ବାମୀ ଅବିନାଶଙ୍କର ସେ ପସନ୍ଦ ହୋଇଥିଲେ, କିନ୍ତୁ କଥା ଅଟକିଥିଲା ତାଙ୍କର ଚାକିରୀ ରେ। ଶାଶୁଙ୍କ ଇଚ୍ଛା ଥିଲା ସେ ଚାକିରୀ ନକରନ୍ତୁ ବୋଲି। କିନ୍ତୁ ପାଠଶାଠ ପଢା ପ୍ରତିମା ଚାହୁଁ ନଥିଲେ ଚାକିରୀ ଛାଡିବାକୁ। ଏହି କାରଣରୁ ପ୍ରସ୍ତାବ ଭାଙ୍ଗି ଯାଇଥିଲା।ପୁଣି ବର୍ଷକ ପରେ ସେଇ ପ୍ରସ୍ତାବ ଆସିଥିଲା।


 ଶେଷରେ ଶାଶୁ ସର୍ତ୍ତ ରଖି କହିଲେ

, --ଚାକିରୀ କରିବୁ ଯେ ବୋହୂ ପରି ଘରର ସବୁ ଦାୟିତ୍ଵ ନେଇ ଯଦି କରିପାରିବୁ, ତେବେ ମୋର କିଛି ଆପତ୍ତି ନାହିଁ। ଶାଶୁଙ୍କ ସର୍ତ୍ତରେ ପ୍ରତିମା ଓ ତାଙ୍କ ପରିବାର ରାଜି ହୋଇଥିଲେ। ବାହାଘର ପରଠୁ ସ୍କୁଲ ଓ ଘରର ଦାୟିତ୍ଵ ଉଭୟକୁ ସେ ସୁଚାରୁ ରୂପେ ତୁଲେଇ ଥିଲେ। 

 ଶାଶୁ ଥିଲେ ବେଶ୍ ଉଗ୍ର ତାଙ୍କର ପାନରୁ ଚୂନ ଖସିଗଲେ ପ୍ରଳୟ। ଶ୍ଵଶର ଥିଲେ ସମୟାନୁର୍ବତ୍ତୀ। ଉଗ୍ର ଶାଶୁ, ଶ୍ଵଶୁର,ସ୍ବାମୀ ,ନଣନ୍ଦ ଓ ପୁଅ ସମସ୍ତଙ୍କ କଥା ବୁଝୁ ବୁଝୁ ନିଜ କଥା ଭୂଲି ଯାଇଥିଲେ। ବାହାଘର ପରଠୁ ସେ କେବେ କାହାକୁ ଅଭିଯୋଗ କରିବା ପାଇଁ ସୁଯୋଗ ଦେଇ ନାହାନ୍ତି।


 ଏ ଭିତରେ ଶ୍ଵଶୁର ମରି ପାଞ୍ଚବର୍ଷ ‌ତଳୁ ଆର ପାରିକୁ ଚାଲିଗଲେଣି। ନଣନ୍ଦମାନେ ବାହା଼ହୋଇ ସେମାନଙ୍କ ସଂସାର ସମ୍ଭାଳୁଛନ୍ତି। ଶାଶୁ ବାତ ବେମାରରେ ପୀଡ଼ିତ ହୋଇ ଆଉ ଯିବାଆସିବା କରି ପାରୁନାହାନ୍ତି।ସେ ମଧ୍ୟ ଚାକିରୀ ରୁ ଅବସର ନେଲେଣି। ଦୀର୍ଘ ତିରିଶି ବର୍ଷ ପରେ ଆଜି ଯେତେବେଳେ ସେ ଶାଶୁ ହେବାକୁ ଯାଉଛନ୍ତି ,ଭାବୁଛନ୍ତି ନିଜ ଜୀବନରେ ଯାହା ବିତିଛି ତାର ପୁନରାବୃତ୍ତି ତାଙ୍କ ବୋହୂ ଜୀବନରେ ଘଟାଇବାକୁ ଦେବେନି।

   

  ପୁଅ ତାଙ୍କର ଇଂଜିନିୟରିଂ ପାସ୍ କରିଛି ଗୋଟିଏ ବଡ଼ କମ୍ପାନୀରେ ଚାକିରୀ କରୁଛି।ସେଇ କମ୍ପାନୀରେ ଏଇ ଝିଅ ସହିତ ବିବାହ ପ୍ରସ୍ତାବ ପଡ଼ିଛି।ଘରେ ସମସ୍ତଙ୍କର ଝିଅଟି ମନୋନୀତ ହୋଇଛି।ବାହାଘର ସ୍ଥିର ମଧ୍ୟ ହୋଇଯାଇଛି। 

    ବାହାଘର ପରେ ପ୍ରତିମା ଦେବୀ ବୋହୂ ଲିଜାକୁ ନିଜ ଝିଅ ପରି ଦେଖୁଥିଲେ। ଭାବୁଥିଲେ ଝିଅ ଟିକୁ ଏତେ ସ୍ନେହ ମମତା ଦେବେ ଯେ ସେ କେବେ ବି ଅନୁଭବ କରିବନି ,ଯେ ସେବାପଘର ଛାଡି ଆସିଛି।


   ଶାଶୁଙ୍କ ସରଳ ବ୍ୟବହାରରେ ଲିଜା ଘରର କୈାଣସି ଦାୟିତ୍ଵ ନେଲାନି। ଉଠେ ନିତ୍ୟକର୍ମ ସାରି ଖାଇଦେଇ ଅଫିସ ଚାଲିଯାଏ। ଅଫିସ୍ ରୁ ଆସି ସେମିତି ଶାଶୁ ଡାକିଲେ ଆସି ଖାଇ ଦେଇ ଶୋଇଯାଏ।

 ବୋହୂଟିର ଚଳଣୀ କିନ୍ତୁ ବୁଢ଼ୀ ଶାଶୁଙ୍କ ଦେହରେ ଯାଏନି।

 ସୁଯୋଗ ପାଇଲେ ସେ ପ୍ରତିମାଙ୍କୁ କୁହନ୍ତି

--ତାକୁ କିଛି କିଛି କାମ କରିବାକୁ କହୁନୁ।ଘରର ବୋହୂ ହିସାବରେ କିଛି ଦାୟିତ୍ବ ମଧ୍ୟ ତାର ନବା ଉଚିତ୍।

ପ୍ରତିମା ଶାଶୁଙ୍କୁ କୁହନ୍ତି

--ପିଲା ଲୋକ ଚାକିରୀ କରିଛି ଧୀରେ ଧୀରେ କରିବନି।ଆପଣ ବ୍ୟସ୍ତ ହୁଅନ୍ତୁନି। 

-- ତୁ ବି ତ ବାହାହେଲା ବେଳେ ଚାକିରୀ କରିଥିଲୁ ,ତା ସହିତ ଘରର ସମସ୍ତଙ୍କ କଥା ପୁଣି ତ ବୁଝୁ ଥିଲୁ। 

ସେଦିନ ସେ ।ଶାଶୁଙ୍କୁ ବୁଝାଇ ଥିଲେ ସମୟ ଆସିଲେ ସବୁ ଠିକ୍ ହୋଇଯିବ। ଶାଶୁ କିନ୍ତୁ ନାତୁଣୀ ବୋହୂର ଚଳଣୀ ରେ ଜମା ସନ୍ତୁଷ୍ଟ ନଥିଲେ।


ଛଅମାସ ପରେ ପୁଅ ବୋହୂ ଉଭୟଙ୍କର କଲିକତା ବଦଳି ହୋଇଗଲା। ପ୍ରତିମା ଦେବୀ ଜାଣିଲେ ସେମାନେ ଜାଣିକିରି ବଦଳି ହେଇଗଲେ ।।ଶାଶୁ ହୋଇ ବୋହୁକୁ ଯେତେ ନିଜ ଝିଅ ଭଳି ବ୍ୟବହାର ଦେଖାଇଲେ ମଧ୍ୟ କିଛି ଲାଭ ହେଲା ନାହିଁ।ସେମାନେ ଚାହୁଁଥିଲେ ସ୍ବାଧିନ ଭାବରେ ରହିବାକୁ।ଜଣେ ନ ଚାହିଁଲେ ତାକୁ ଆତ୍ମୀୟତା ର ସୂତ୍ରରେ ବାନ୍ଧି ରଖିହେବନି। ପୁଅ ବୋହୂ ଗଲାବେଳେ ସେ ଛାତିରେ ପଥର ରଖି ହସିହସି ଛାଡିଥିଲେ। ନିଜର ଦୁର୍ବଳତାକୁ କେବେବି ତାଙ୍କ ସମ୍ମୁଖରେ ଦେଖାଇବାକୁ ଚାହୁଁ ନଥିଲେ।କିଛିବି ପ୍ରତ୍ୟାଶା ତାଙ୍କର ନଥିଲା।


ସ୍ବାମୀ ଓ ଶାଶୁଙ୍କୁ ବୁଝାଇଥିଲେ ସେମାନଙ୍କୁ ଖୁସି ରେ ବିଦାୟ ଦେବା ପାଇଁ। ପାଠ ଶାଠ ପଢି ଅଧିକ ରୋଜଗାର କଲେ ମଣିଷ ବୋଧେ ଭୋଗ ସର୍ବସ୍ବ ହୋଇ ସ୍ବାର୍ଥପର ପାଲଟି ଯାଏ। ସେଠି ବାପା ମା ,ଭାଇ ଭଉଣୀ ଙ୍କ ସ୍ଥାନ ନଥାଏ।  ବର୍ଷେ ପରେ ହଠାତ୍ ସନ୍ଦୀପ୍ ର ଦେହ ଖରାପ ହେଲା। ପେଟରେ ଘା'ହୋଇ ଅଲ୍ସର ହୋଇ ରକ୍ତ ବାନ୍ତି ହୋଇଗଲା। ବାହାର ଯାଗା ସ୍ତ୍ରୀ ଲିଜା ବହୁତ କଷ୍ଟରେ କ୍ୟାବ୍ ଡାକି ଡାକ୍ତରଖାନାରେ ଭର୍ତ୍ତି କରି ଦେଇଛି।


ଘରକୁ ଖବର ଆସିଲା‌। ପ୍ରତିମା ଦେବୀ ସବୁ ମାନ ଅଭିମାନକୁ ପଛରେ ପକାଇ ସ୍ବାମୀ ଙ୍କ ସହ କଲିକତା ଧାଇଁ ଗଲେ। ଡାକ୍ତରଖାନାରେ ଶାଶୁ ଶ୍ଵଶୁରଙ୍କୁ ଦେଖି ଲିଜା ଟିକେ ଆଶ୍ବସ୍ତ ହୋଇଛି। ସନ୍ଦୀପର ରକ୍ତ ଦରକାର ପଡ଼ିବାରୁ ମା ପ୍ରତିମା ଦେବୀ ଦେଇଛନ୍ତି।ଶାଶୁ ଶ୍ଵଶୁର ଦିନ ରାତି ଡାକ୍ତରଖାନାରେ ଯଗି ରହିଲେ । ସପ୍ତାହେ ପରେ ଡାକ୍ତର ଘରକୁ ନେଇଯିବା ପାଇଁ କହିଲେ। ଦୁଇମାସ ପର୍ଯ୍ୟନ୍ତ ଔଷଧ ଓ ପଥିରେ ରହିବାକୁ ଡାକ୍ତର ପରାମର୍ଶ ଦେଲେ। ସନ୍ଦୀପ ଘରକୁ ଆସିଲା ପରେ ଶାଶୁ ଶ୍ଵଶୁର ଫେରିଆସିବାକୁ ବାହାରିଲେ।ସେଦିନ ଲିଜା କାନ୍ଦି କାନ୍ଦି ଶାଶୁ ଶ୍ୱଶୁର ଙ୍କ ନିକଟରେ କ୍ଷମା ଭିକ୍ଷା କରିଛି।ସଂପର୍କର ମହତ୍ତ୍ଵ କୁ ଏତେଦିନ ପରେ ସେ ବୁଝିପାରି ଲଜ୍ଜିତ ହୋଇଛ। ଦୁର୍ଦ୍ଦିନ ହିଁ ମଣିଷକୁ ସଂପର୍କର ମହତ୍ତ୍ଵକୁ ବୋଧ ହୁଏ ବୁଝାଇ ଦେଇଥାଏ।


                        


Rate this content
Log in